1 ତାର୍ହଃଚେ ମାପୁର୍ ମସାକେ କୟ୍ଲା, "ତୁୟ୍ ପାରର୍ ହାକ୍ ଜାୟ୍ ପାରକେ କଃଉ ଏବ୍ରିମଃନାର୍ ମାପୁର୍ ଇସ୍ୱର୍ ଇ କଃତା କଃଉଁଲା, ମର୍ ଲକ୍ମଃନ୍କେ ମର୍ ସେବା କଃରୁକେ ଜଃଉଁକେ ଚାଡି ଦେଏ।" 2 ମଃତର୍ ଜଦି ସେମଃନ୍କେ ଜଃଉଁକେ ଚାଡିନଃଦେୟ୍ ବାଦାଦଃୟ୍ ଟେବାଉସି, 3 ତଃବେ ଦଃକ୍ ତର୍ ଗଳା, ଗଃଦ, ଉଟ୍, ଗାଇଗଃରୁ, ଆର୍ ଚେଳିମେଣ୍ତା ହସୁମଃନାର୍ ଉହ୍ରେ ମାପୁରାର୍ ଆତ୍ ଆଚେ; ଇତାର୍ ଗିନେ ବଃଡ୍ ମଃର୍ଡି ଅୟ୍ଦ୍। 4 ମଃତର୍ ମାପୁର୍ ଇସ୍ରାଏଲ୍ ଲକ୍ମଃନାର୍ ଆର୍ ମିସରିୟ ଲକ୍ମଃନାର୍ ହସୁମଃନାର୍ ବିତ୍ରେ ଅଃଲ୍ଗା କଃରେଦ୍, ସେତାକ୍ ଇସ୍ରାଏଲ୍ ଲକ୍ମଃନାର୍ ଗଟେକ୍ ହେଁ ହସୁ ନଃମେର୍ତି। 5 ମାପୁର୍ ଆସ୍ତାକାଲି ଇ ଦେସେ ଇ କାମ୍ କଃରୁକେ ସଃମୟ୍ ଟିକ୍ କଃରିଆଚେ।
6 ଆର୍କ ଦିନ୍ ମାପୁର୍ ସେ କାମ୍ କଃଲା, ତଃବେ ମିସ୍ରିୟମଃନାର୍ ସଃବୁ ହସୁ ମଃଲାୟ୍; ମଃତର୍ ଇସ୍ରାଏଲ୍ ଲକାର୍ ହସୁମଃନ୍ ଗଟେକ୍ ହେଁ ନଃମେଲାୟ୍। 7 ପାର ଲକ୍ ହଃଟାୟ୍ଲା, ଇସ୍ରାଏଲ୍ ଲକ୍ମଃନାର୍ ଗଟେକ୍ ହେଁ ହସୁ ମଃରି ନଃରିଲାର୍ ସୁଣ୍ଲା; ଅୟିଲେକ୍ ହେଁ ପାରର୍ ମଃନ୍ ଅଃଟୁଆ ଅୟ୍ଲି ଆର୍ ସେ ଲକ୍ମଃନ୍କେ ଜଃଉଁକେ ଚାଡି ନଃଦିଲା।
8 ମାପୁର୍ ମସା ଆର୍ ହାରଣକେ କୟ୍ଲା, "ତୁମିମଃନ୍ ମୁଟା ବଃର୍ତିକଃରି ଚୁଲିର୍ ଚାର୍ ନିଆ ଆରେକ୍ ମସା ପାରର୍ ମୁଁଏ ସେ ଚାର୍ ସଃର୍ଗ୍ ହାକ୍ ବିକୁର୍।" 9 ତଃବେ ସେ ଚାର୍ ମିସର୍ ଦେସାର୍ ସଃବୁ ଲକ୍ ଆର୍ ଗାଉଁଆର୍ ହସୁମଃନାର୍ ଗଃଗାଳେ ବିସ୍ ଜଃଳା ବିଟିକ୍ କଃରାୟ୍ଦ୍। 10 ତଃବେ ସେମଃନ୍ ଚୁଲିର୍ ଚାର୍ ନଃୟ୍କଃରି ପାରର୍ ଚଃମେ ଟିଆ ଅୟ୍ଲାୟ୍; ଆରେକ୍ ମସା ଅଃଗାସ୍ ହାକ୍ ସେ ଚାର୍ ବିକୁର୍ଲାକେ ସଃବୁ ନଃର୍ ଆର୍ ହସୁମଃନାର୍ ଗଗାଳେ ବିସ୍ ଜଃଳା ବିଟିକ୍ ଅୟ୍ଲି। 11 ବିଟିକ୍ ଗିନେ ଜାଦୁକାରିମଃନ୍ ମସାର୍ ମୁଁଏ ଟିଆ ଅଃଉଁକେ ନଃହାର୍ଲାୟ୍; ବଃଲେକ୍ ଜାଦୁକାରି ଆର୍ ସଃବୁ ମିସରିୟ ଲକ୍ମଃନାର୍ ଗଃଗାଳେ ବିଟିକ୍ ବାର୍ଲି। 12 ମଃତର୍ ମାପୁର୍ ପାରର୍ ମଃନ୍ ଅଃଟୁଆ କଃଲା, ଇ ରଃକମ୍ ଗଃଟେଦ୍ ବଃଲି ମସାକେ ମାପୁର୍ କୟ୍ରିଲା, ଟିକ୍ ସେ ରଃକମ୍ ହଃକା ଗଃଟ୍ଲି, ସେ ମସା ଆର୍ ହାରଣାର୍ କଃତାକେ ମଃନ୍ ନଃଦିଲା।
13 ଇତାର୍ ହଃଚେ ମାପୁର୍ ମସାକେ କୟ୍ଲା, "ତୁୟ୍ ସଃକାଳ୍ ସଃକାଳ୍ ଉଟି ପାରର୍ ହାକ୍ ଜାୟ୍ ତାକ୍ ଇ କଃତା କଃଉ, ଏବ୍ରିମଃନାର୍ ମାପୁର୍ ଇସ୍ୱର୍ କଃଉଁଲା, ମର୍ ସେବା କଃରୁକେ ମର୍ ଲକ୍ମଃନ୍କେ ଜଃଉଁକେ ଚାଡି ଦେଏ; 14 ନୟ୍ଲେକ୍ ଅଃବାର୍ ମୁୟ୍ ତର୍ ବିରୁଦେ ଆରେକ୍ ତର୍ ସଃଙ୍ଗୁଆଳି ଦାସ୍ମଃନାର୍ ବିରୁଦେ ଆର୍ ଲକ୍ମଃନାର୍ ବିତ୍ରେ ସଃବୁ ରଃକମାର୍ ମଃର୍ଡି ହଃଟାୟ୍ନ୍ଦ୍, ତାର୍ ହଃଚେ ତୁୟ୍ ଜାଣୁ ହାର୍ସି ମର୍ ହର୍ ଆର୍ କେହେଁ ଇସ୍ୱର୍ ଇ ଜଗତେ ନାୟ୍। 15 ଅଃଡେକ୍ ଦିନ୍ ମୁୟ୍ ମର୍ ଆତ୍ ଉଟାୟ୍ ମଃର୍ଡି ଲଃଗେ ତକ୍ ଆର୍ ତର୍ ଲକ୍ମଃନ୍କେ ମାରି ସଃର୍ଲେ ହୁଣି ତୁୟ୍ ଇ ଜଃଗତେ ହୁଣି ନାସ୍ ଅୟ୍ଲିସ୍ ହୁଣି। 16 ମଃତର୍ ମୁୟ୍ ତଃକ୍ ଇତାର୍ ଗିନେ ସଃଙ୍ଗାୟ୍ ଆଚି ଜେ, ତୁୟ୍ ମର୍ ସଃକ୍ତି ଜାଣ୍ସି ଆର୍ ସଃରା ଜଃଗତେ ମର୍ ନାଉ ଡାକ୍ହୁଟେଦ୍ ସେତାକ୍ ତକେ ଜିବନେ ରଃକିଆଚି। 17 ଅୟିଲେକ୍ ହେଁ ତୁୟ୍ ମର୍ ଲକ୍ମଃନ୍କେ ଚାଡି ନଃଦେୟ୍ ସେମଃନାର୍ ଉହ୍ରେ ଗଃର୍ବ କଃରୁଲିସ୍ କି? 18 ଦଃକ୍ ମୁୟ୍ ଆସୁଲାକାଲି ଇ ବେଳାୟ୍ ମିସର୍ ଦେସେ ବୟ୍ଙ୍କାର୍ କଃରାଟେଳା ବଃର୍ସା ମାରାୟ୍ନ୍ଦ୍ ଇରଃକମ୍ କଃରାଟେଳା ମିସର୍ ଦେସେ କଃବେ ହେଁ ନଃମାରେତା। 19 ଇତାର୍ ଗିନେ ଅଃବେ ଲକ୍ ହଃଟାୟ୍ ହଃଦାୟି ରିଲା ହସୁମଃନ୍କେ ବେଗି ବେଗି ଗଃରେ ଆଣା ବଃଲେକ୍ ଜୁୟି ଲକ୍ କି ହସୁ ହଃଦାୟି ରେତି, ଗଃରେ ଆଣା ନଃଜାତି ସେମଃନାର୍ ଉହ୍ରେ କଃରାଟେଳା ଅଦୁର୍ଲେକ୍ ସେମଃନ୍ ସଃବୁ ମଃର୍ତି।" 20 ସଃଡେବଃଳ୍ ପାରର୍ ଦାସ୍ମଃନାର୍ ବିତ୍ରେ ଜୁୟି ଲକ୍ ମାପୁରାର୍ କଃତାକେ ଡିର୍ଲାୟ୍ ସେମଃନ୍ ବେଗି ନିଜାର୍ ଦଃଙ୍ଗ୍ଳା ଆର୍ ହସୁମଃନ୍କେ ଗଃରେ ଆଣାୟ୍ଲାୟ୍। 21 ମଃତର୍ ଜୁୟ୍ଲକ୍ମଃନ୍ ମାପୁରାର୍ କଃତାକେ ମଃନ୍ ନଃଦିଲାୟ୍ ସେମଃନ୍ ନିଜାର୍ ଦାସ୍ ଆର୍ ହସୁମଃନ୍କେ ଗଃରେ ନାଣ୍ଲାୟ୍।
22 ତାର୍ହଃଚେ ମାପୁର୍ ମସାକେ କୟ୍ଲା, "ତୁୟ୍ ସଃର୍ଗ୍ ହାକ୍ ନିଜାର୍ ଆତ୍ ଉଟାଉ, ତଃବେ ମିସରାର୍ ସଃବୁ ଲକ୍ମଃନାର୍ ଉହ୍ରେ, ହସୁ ଆର୍ ହଃଦା ସଃବୁ ରଃନ୍ ଉହ୍ରେ କଃରାଟେଳା ବଃର୍ସା ଅୟ୍ଦ୍।" 23 ତଃବେ ମସା ତାର୍ ଡାଙ୍ଗ୍ ସଃର୍ଗ୍ ହାକ୍ ଟେକ୍ଲାକେ ମାପୁର୍ ମେଗ୍ ଗଃର୍ଜାଣ୍ ଆର୍ କଃରାଟେଳା ବଃର୍ସା ମାରାୟ୍ଲା; ଆରେକ୍ ବିଜ୍ଲି ମଃଲ୍କାୟ୍ଲି ଆର୍ ମିସର୍ ଦେସାର୍ ସଃବୁ ହାକ୍ କଃରାଟେଳା ବଃର୍ସା ଅୟ୍ଲି। 24 ମିସର୍ ଦେସ୍ ଜଃଲମ୍ ଅୟ୍ଲା ଦିନ୍ ହୁଣି ଇ ରଃକମ୍ କଃରାଟେଳା ବଃର୍ସା ଆର୍ ବିଜ୍ଲି ମାର୍ତାର୍ କଃବେ ହେଁ ଅୟ୍ନଃରିଲି। 25 ତଃବେ ଇ କଃରାଟେଳା ବଃର୍ସା ମିସର୍ ଦେସେ ମାର୍ଲାକ୍ ହଃଦାୟି ରିଲା ସଃବୁ ଲଃକ୍ମଃନ୍ ଆର୍ ହସୁମଃନ୍ ମଃଲାୟ୍, ଆର୍ ହଃଦାର୍ ସଃବୁ ଗଃଚ୍ ରଃନ୍ଜାଳ୍ ନଃସ୍ଟ୍ ଅୟ୍ଲି। 26 ମଃତର୍ ଇସ୍ରାଏଲ୍ ଲଃକ୍ମଃନ୍ ରିଲା ଗସନ୍ ଦେସେ ହଃକା କଃରାଟେଳା ବଃର୍ସା ନଃମାର୍ଲି। 27 ତାର୍ହଃଚେ ପାର ମସା ଆର୍ ହାରଣକେ କୁଦାୟ୍ ହଃଟାୟ୍ ସେମଃନ୍କେ କୟ୍ଲା, ଅଃବାର୍ ତର୍ ମୁୟ୍ ଅଃଦଃର୍ମି କଃରି ଆଚି; ମାପୁର୍ ଦଃର୍ମି ମଃତର୍ ମୁୟ୍ ଆର୍ ମର୍ ଲଃକ୍ମଃନ୍ ହାହ୍ କଃରି ଆଚୁ। 28 ମାପୁରାର୍ ତଃୟ୍ ପାର୍ତ୍ନା କଃର୍; ବଃଲେକ୍ ମାପୁରାର୍ ଗଃର୍ଜାଣ୍ ଆର୍ କଃରାଟେଳା ବଃର୍ସା ବେସି ଅୟ୍ଲିବେ; ମୁୟ୍ ତୁମିମଃନ୍କେ ଚାଡି ଦିବି, ତୁମିମଃନ୍ ଜାତାର୍ ବିଲମ୍ ନଃୟ୍। 29 ମସା ପାରକେ କୟ୍ଲା, ମୁୟ୍ ଗଃଳେହୁଣି ବାରାୟ୍ ଗଃଲା ସଃଙ୍ଗେ ସଃଙ୍ଗେ ମାପୁରାର୍ ତଃୟ୍ ଆତ୍ ଟେକି ପାର୍ତ୍ନା କଃରିନ୍ଦ୍, ତଃବେ ମେଗ୍ ଗଃର୍ଜାଣ୍ ଆର୍ କଃରାଟେଳା ବଃର୍ସା ବଃନ୍ଦ୍ ଅୟ୍ଦ୍, ସଃଡେବଃଳ୍ ତୁୟ୍ ଜାଣ୍ସି ଜେ, ଇ ହୁର୍ତିବି ମାପୁରାର୍। 30 ମଃତର୍ ମୁଁୟ୍ ଜାଣି, ତୁୟ୍ ଆର୍ ତର୍ ସଃଙ୍ଗାର୍ ମୁଳିକାମଃନ୍ ଆଜି ହଃତେକ୍ ମାପୁର୍କେ ଡିରି ନଃକେରୁଲାସ୍। 31 ସଃଡେବଃଳ୍ ପେସି ଆର୍ କେନା ତାସ୍ ସଃବୁ ନଃସ୍ଟ୍ ଅୟ୍ଲି, ବଃଲେକ୍ କେଡ୍ଜଃନା କେଡ୍ ଅୟ୍ରିଲି, ଆର୍ ପେସି ହୁଲ୍ ହୁଟି ରିଲି। 32 ମଃତର୍ ଗମ୍ ଆର୍ ଜନା ରିଲାକ୍ ନଃସ୍ଟ୍ ନଃୟ୍ଲି। 33 ଇତାର୍ ହଃଚେ ମସା ପାରର୍ ଚଃମେହୁଣି ବାରାୟ୍ ଜାୟ୍ ମାପୁରାର୍ ତଃୟ୍ ପାର୍ତ୍ନା କଃଲାକେ ମେଗ୍ ଗଃର୍ଜାଣ୍ ଆର୍ କଃରାଟେଳା ବଃର୍ସା ବଃନ୍ଦ୍ ଅୟ୍ଲି। 34 ସଃଡେବଃଳ୍ ବଃର୍ସା ଆର୍ କଃରାଟେଳା ଅଦୁର୍ତାର୍ ଆର୍ ମେଗ୍ ଗଃର୍ଜାଣ୍ ବଃନ୍ଦ୍ ଅୟ୍ଲାର୍ ଦଃକିକଃରି ପାର ଆରେକ୍ ହାହ୍ କଃଲା, ଆରେକ୍ ସେ ଆର୍ ତାର୍ ସଃଙ୍ଗାର୍ ଦାସ୍ ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃଲାୟି। 35 ତଃବେ ପାରର୍ ମଃନ୍ ଅଃଟୁଆ ଅୟ୍ଲି; ମସାକେ ମାପୁର୍ ଜଃନ୍କଃରି କୟ୍ରିଲା, ସେନ୍କାର୍ ଗଃଟ୍ଲି ସେ ଇସ୍ରାଏଲ୍ ଲକ୍ମଃନ୍କେ ଜଃଉଁକେ ଚାଡି ନଃଦିଲା।