1 ସଃଡେବଃଳ୍ ମାପୁର୍ ମସାକେ କୟ୍ଲା, "ଅଃବେ ତୁୟ୍ ଦଃକ୍ସି ମୁୟ୍ ପାରକେ କାୟିରି କଃରିନ୍ଦ୍। ମର୍ ବଃଡ୍ ସଃକ୍ତି ତାର୍ ବିରୁଦେ କାମ୍ କଃରେଦ୍ ଆର୍ ସେ ମର୍ ଲକ୍ମଃନ୍କେ ଜଃଉଁକେ ଚାଡି ଦଃୟ୍ଦ୍। ଅଃବେ ସେ ଇସ୍ରାଏଲ୍ ଲକ୍ମଃନ୍କେ ତାର୍ ଦେସ୍ ଚାଡି ଜଃଉଁକେ ବଃଳ୍ମାଡ୍ କଃରେଦ୍।"
2 ଇସ୍ୱର୍ ମସାକେ କୟ୍ଲା, "ମୁୟ୍ ଜିଅବା ମାପୁର୍ 3 ମୁୟ୍ ମାପୁର୍ ଅବ୍ରାହାମ୍, ଇସାକ୍ ଆର୍ ଜାକୁବକେ ସଃବ୍କେ ଉଟ୍ୟା ସଃକ୍ତିରି ଇସ୍ୱର୍ ବଃଲି ଦଃର୍ସନ୍ ଦଃୟି କୟ୍ରିଲେ, ମଃତର୍ ମୁୟ୍ ନିଜାର୍ ଜିଅବା ନାଉ ସେମଃନ୍କେ କୟ୍ ନଃରିଲେ। 4 ଆରେକ୍ କିଣାନ୍ ଦେସ୍, ବଃଲେକ୍ ଜୁୟି ଦେସେ ସେମଃନ୍ ବାସ୍କଃରି ରିଲାୟ୍, ମଃତର୍ ସେ ଦେସ୍ ସେମଃନାର୍ ନଃରିଲି, ସେ ବାସ୍କଃଲା ଦେସ୍ ହଃକା ସେମଃନ୍କେ ଦଃୟ୍ନ୍ଦ୍ ବଃଲି ସେମଃନାର୍ ସଃଙ୍ଗ୍ ସଃୟ୍ତ୍ କଃରିରିଲେ। 5 ଅଃବେ ମିସରିୟମଃନ୍ ଜୁୟ୍ମଃନ୍କେ ଗତି କଃଟାଉଁଲାୟ୍, ସେ ଇସ୍ରାଏଲ୍ ଲକ୍ମଃନାର୍ କାନ୍ଦ୍ତାର୍ ସୁଣି ମୁୟ୍ ନିଜାର୍ ସେ ସଃୟ୍ତ୍ ଏତାୟ୍ ଆଚି। 6 ଇତାର୍ ଗିନେ ଇସ୍ରାଏଲ୍ ଲକ୍ମଃନ୍କେ କଃଉ, ମୁୟ୍ ଜିଅବା, ମୁୟ୍ ତୁମିମଃନ୍କେ ମିସରିୟ୍ମଃନାର୍ ଗତିକାମେ ହୁଣି ମୁକ୍ଳାୟ୍ନ୍ଦ୍ ଆର୍ ମୁୟ୍ ତୁମିମଃନ୍କେ ସେମଃନାର୍ ଗତିଏ ହୁଣି ମୁକ୍ଳାୟ୍ନ୍ଦ୍ ଆରେକ୍ ମୁୟ୍ ମର୍ ବଃଡ୍ ସଃକ୍ତି ଦଃକାୟ୍ ମିସରାର୍ ଲକ୍ମଃନ୍କେ ଦଃଣ୍ତ୍ ଦଃୟ୍ନ୍ଦ୍, ତାର୍ହଃଚେ ମୁୟ୍ ତୁମିମଃନ୍କେ ସେମଃନାର୍ ଆତେ ହୁଣି ମୁକ୍ତ୍ କଃରିନ୍ଦ୍। 7 ତୁମିମଃନ୍ ମର୍ ଲକ୍ ଅଃଉଆସ୍, ଆର୍ ମୁୟ୍ ତୁମାର୍ ଇସ୍ୱର୍ ଅୟ୍ନ୍ଦ୍। ମୁୟ୍ ତୁମାର୍ ଜିଅବା ତୁମାର୍ ଇସ୍ୱର୍ ଆର୍ ତୁମି ଜାଣାସ୍ ଜେ ମୁୟ୍ ତୁମିମଃନ୍କେ ମିସରିୟ ମଃନାର୍ ଗତି କାମେ ହୁଣି ବାଚାୟ୍ନ୍ଦ୍। 8 ମୁୟ୍ ଅବ୍ରାହାମ୍, ଇସାକ୍ ଆର୍ ଜାକୁବକେ ଜୁୟି ଦେସ୍ ଦେଉଁକେ ନିଜାର୍ ଆତ୍ ଉଟାୟ୍ ଆଚି, ସେ ଦେସେ ମୁୟ୍ ତୁମିମଃନ୍କେ ନଃୟ୍ନ୍ଦ୍, ଆରେକ୍ ସେରି ତୁମିମଃନାର୍ ଅୟ୍ଦ୍; ମୁୟ୍ ଅଃଉଁଲେ ଜିଅବା।" 9 ଇତାର୍ ହଃଚେ ମସା ଇ ସଃବୁ କଃତା ଇସ୍ରାଏଲାର୍ ଲକ୍ମଃନ୍କେ କୟ୍ଲା, ମଃତର୍ ଲଃକ୍ମଃନ୍ ତାର୍ କଃତାକେ କାନ୍ ନଃଦିଲାୟ୍, ସେମଃନ୍ ଅଃତେକ୍ କଃସ୍ଟ ହାୟ୍ଁ କାମ୍ କଃର୍ତିରିଲାୟ୍ ଜେ, ମସାର୍ କଃତା ସୁଣୁକେ ସେମଃନ୍କେ ସଃମୟ୍ ନଃରିଲି। 10 ତାର୍ହଃଚେ ଜେହବା ମସାକେ କୟ୍ଲା, 11 "ମିସରାର୍ ରଃଜା ପାରକେ ଜାୟ୍ କଃଉ ତୁମାର୍ ଦେସେ ହୁଣି ଇସ୍ରାଏଲ୍ ଲକ୍ମଃନ୍କେ ଜଃଉଁକେ ଚାଡିଦେଏ।" 12 ମଃତର୍ ମସା ଉତୁର୍ ଦିଲା, "ଇସ୍ରାଏଲାର୍ ଲଃକ୍ମଃନ୍ ମର୍ କଃତା ନଃସୁଣ୍ଲାୟ୍ ସେତାକ୍ ପାର ରଃଜା ମର୍ କଃତାକେ ନଃସୁଣେ। ମୁୟ୍ ବେସିକଃତା କଃଉତା ଜାଣା ନାୟ୍।"
13 ମଃତର୍ ମାପୁର୍ ଇସ୍ରାଏଲ୍ ଲକ୍ମଃନ୍କେ କଃଉଁକେ ମସା ଆର୍ ହାରଣକେ କୟ୍ଲା। ସେ ମିସରାର୍ ରଃଜା ପାରର୍ ହାକ୍ ଜାୟ୍କଃରି ଇସ୍ରାଏଲ୍ ଲକ୍ମଃନ୍କେ ମିସର୍ ଦେସେ ହୁଣି ବାର୍ କଃରି ଆଣୁକେ ସେମଃନ୍କେ ଆଦେସ୍ ଦିଲା।
14 ଇ ସଃବୁ ଲକ୍ ନିଜାର୍ ନିଜାର୍ ଇସ୍ରାଏଲ୍ ବଃଉଁସ୍ ବିତ୍ରେ ମୁକ୍ୟା ରିଲାୟ୍, ଜାକୁବାର୍ ବଡ୍ ହୟିସି ରୁବେନାର୍ ହିଲାମଃନ୍ ହନକ, ପଲୁ, ହିସ୍ରଣ ଆର୍ କର୍ମି ଏମଃନ୍ ରୁବେନାର୍ ବଃଉଁସ୍ ରିଲାୟ୍। 15 ସିମିୟନାର୍ ଚଅଗଟ୍ ହୟିସି ଜିମୁଏଲ୍, ଜାମିନ୍, ଆର୍ ଅହଦ୍, ଜାକିନ୍, ସହର୍ ଆର୍ କିଣାନ୍ ଦେସାର୍ ମାୟ୍ଜିର୍ ହୟିସି ସୟ୍ଲ; ଏମଃନ୍ ସିମିୟ୍ନାର୍ ବଃଉଁସ୍ ରିଲାୟ୍। 16 କୁଳ୍ବଃଉଁସ୍ ହଃର୍କାରେ ଲେବିର୍ ହୟ୍ସିମଃନାର୍ ନାଉ ଗେର୍ସନ୍, କହାତ୍ ଆର୍ ମରାରି; ଲେବି ସଏ ତିରିସ୍ ସାତ୍ ବଃର୍ସ୍ ବାଚି ରିଲା। 17 ଗେର୍ସନାର୍ ଜୁଳେକ୍ ହୟିସି ରିଲାୟ୍, ଲିବ୍ନି ଆର୍ ସିମିଇ। 18 କହାତାର୍ ହିଲାମଃନ୍ ଅମ୍ରମ୍, ଜିସ୍ହର୍, ହିବ୍ରଣ୍ ଆର୍ ଉସିଏଲ୍; କହାତ୍ ସଏ ତିରିସ୍ ସାତ୍ ବଃର୍ସ୍ ବାଚି ରିଲା। 19 ମରାରିର୍ ହଃୟ୍ସିମଃନ୍ ରିଲାୟି, ମହଲି ଆର୍ ମୁସି, ଇମଃନ୍ ସଃବୁ ଇସ୍ରାଏଲାର୍ ଲେବି ବଃଉଁସାର୍ ରିଲାୟ୍। 20 ଅମ୍ରମ୍ ସଏ ତିରିସ୍ ସାତ୍ ବଃର୍ସ୍ ବାଚିରିଲା। ଅମ୍ରମ୍ ତାର୍ ଆତାସିକେ ବିବା ଅୟ୍ରିଲା, ତାର୍ ନାଉ ରିଲି ଜକେବତ୍, ଇ ଅମ୍ରମ୍ ଆର୍ ଜକେବତ୍ ହାରଣ ଆର୍ ମସାକେ ଜଃଲମ୍ କଃରିରିଲା। 21 ଜିସ୍ହର୍ ହଃୟ୍ସିମଃନ୍ କରହ, ନେପଗ୍ ଆର୍ ସିକ୍ରି। 22 ଉସିଏଲାର୍ ହିଲା ମିସାଏଲ୍ ଆର୍ ଇଲିସାପନ୍ ଆର୍ ସିତ୍ରି। 23 ହାରଣ ଇଲିସେବାକେ ବିବା କଃଲା, ଇଲିସେବା ରିଲି, ଅମିନାଦର୍ ଜିସି ନହସନାର୍ ବେଣ୍ସି ଇମଃନାର୍ ହଃୟ୍ସିମଃନ୍ ଅୟ୍ଲାୟ୍ ନାଦବ, ଅବିହୁ, ଇଲିୟାଜର୍ ଆର୍ ଇତାମର୍ କେଏ ଜଲମ୍ ଦିଲା। 24 କରହର୍ ହିଲାମଃନ୍ ଅସିର୍, ଇଲ୍କାନା ଆର୍ ଅବିଆସପ୍। ଏମଃନ୍ କରହର୍ ବଃଉଁସ୍ ରିଲାୟ୍। 25 ହାରଣାର୍ ହଃୟ୍ସିମଃନ୍ ଇଲିୟାସର୍, ପୁଟିଏଲାର୍ ଗଟେକ୍ ଜିସିକେ ବିବା କଃଲାକେ ସେ ପିନହସ୍କେ ଜଃର୍ନ୍ କଃଲି, ଏମଃନ୍ ସଃବୁ ଲେବି ବଃଉଁସ୍ ମୁଳିକା ରିଲାୟ୍। 26 ହାରଣ ଆର୍ ମସା ଇ ବଃଉଁସାର୍ ଲକ୍ ରିଲାୟ୍, ଇମଃନ୍କେ ମାପୁର୍ କୟ୍ଲା, "ତୁମି ସଃୟିନ୍ମଃନ୍ ଇସ୍ରାଏଲ୍ ଲକ୍ମଃନ୍କେ ମିସର୍ ଦେସେହୁଣି ବାର୍କଃରି ଆଣା।" 27 ଏମଃନ୍ ମିସର୍ ଦେସେ ହୁଣି ଇସ୍ରାଏଲ୍ ଲକ୍ମଃନ୍କେ ବାର୍କଃରି ଆଣୁକେ ମିସରାର୍ ରଃଜା ପାର ସଃଙ୍ଗ୍ କଃତାବାର୍ତା କଃରିରିଲାୟ୍। ଏମଃନ୍ ସେ ମସା ଆର୍ ହାରଣ।
28 ଜୁୟ୍ଦିନ୍ ମାପୁର୍ ମିସର୍ ଦେସେ ମସା ସଃଙ୍ଗ୍ କଃତାବାର୍ତା କଃଲା, 29 ସେଦିନ୍ ମାପୁର୍ ମସାକେ ଇ କଃତା କୟ୍ଲା, "ମୁୟ୍ ଜିଅବା ମୁୟ୍ ତକ୍ ଜାୟ୍ଜାୟ୍ରି କଃଉଁଲେ; ସେରି ସଃବୁ ମିସରାର୍ ରଃଜା ପାରକେ କଃଉ।" 30 ତଃବେ ମସା ମାପୁର୍କେ କୟ୍ଲା, "ମୁୟ୍ ଗଟେ ନିକ କଃଉଁ ନାହାର୍ତା ଲକ୍, ରଃଜା କଃନ୍କଃରି ମର୍ କଃତା ସୁଣେଦ୍?"