1 ଆର୍ ତୁୟ୍ ଇ ସଃବୁ ନିୟମ୍ ସେମଃନ୍କେ ଜାଣାଉସି। 2 ତୁମିମଃନ୍ ଏବ୍ରିୟ ଗତିଦଃଙ୍ଗ୍ଳା ଗେନ୍ଲେକ୍, ସେ ଚଅ ବଃର୍ସ୍ ଗତିକାମ୍ କଃରେଦ୍; ଆରେକ୍ ସାତ୍ ବଃର୍ସ୍ ଅୟିଲେକ୍ ସେ ବିନାମଲେ ମୁକ୍ଳେଦ୍। 3 ଜଦି ସେ ଏକ୍ଲା ଆସିରଃୟ୍ଦ୍ ତଃବେ ସେ ଏକ୍ଲା ଜାୟ୍ଦ୍; ଆର୍ ଜଦି ସେ ବିବା ଅୟି ଆସିରଃୟ୍ଦ୍ ତଃବେ ତାର୍ ଡକୁର୍ସି ତାର୍ ସଃଙ୍ଗ୍ ବାରାୟ୍ ଜାୟ୍ଦ୍। 4 ଆରେକ୍ ଜଦି ତାର୍ ସାଉକାର୍ ତାକ୍ ବିବା କଃରି ଦଃୟ୍ରଃୟ୍ଦ୍ ଆର୍ ସେ ମାୟ୍ଜି ହିଲାଟକି ଜଃର୍ନ୍ କଃରି ରଃୟ୍ଦ୍, ତଃବେ ତାର୍ ଡକୁର୍ସି ଆର୍ ହିଲାଟକି ଉହ୍ରେ ତାର୍ ସାଉକାରାର୍ ଅଃଦିକାର୍ ଅୟ୍ଦ୍ ଆର୍ ସେ ଏକ୍ଲା ବାରୟ୍ ଜାୟ୍ଦ୍। 5 ମଃତର୍ ଜଦି ସେ ଦଃଙ୍ଗ୍ଳା ଅଃଟୁଆକଃରି ତାର୍ ସାଉକାର୍କେ କୟ୍ଦ୍, "ମୁୟ୍ ମର୍ ସାଉକାର୍ ଆର୍ ମର୍ ମାୟ୍ଜିକେ ଆର୍ ହିଲାମଃନ୍କେ ଲାଡ୍ କଃରୁଲେ; ଇତାର୍ ଗିନେ ମୁୟ୍ ଚାଡିକଃରି ଜଃଉଁ ନଃଚି।" 6 ତଃବେ ତାର୍ ସାଉକାର୍ ତାକ୍ ମାପୁରାର୍ ହାକ୍ ନଃୟ୍ଜାୟ୍ଦ୍, ଆରେକ୍ ତାକ୍ କଃହାଟ୍ କି ଦୁଆର୍ବଃନ୍ଦ୍ ଲଃଗେ ଆଣି ତାର୍ ସାଉକାର୍ ସୁଳାସଃଙ୍ଗ୍ ତାର୍ କାନ୍ କାଣା କଃରେଦ୍, ତଃବେ ସେ ଜିବନ୍ ସଃରା ତାର୍ ସେବା କଃରେଦ୍। 7 ଆର୍ ଜଦି କେଏ ତାର୍ ଜିସିକେ ଗତି କଃଟୁକେ ବିକେଦ୍, ତଃବେ ସେ ଗତିଦଃଙ୍ଗ୍ଳା ହର୍ ବାରାୟ୍ ନଃଜାୟ୍। 8 ଜଦି ଗଟ୍ ଟକିକେ ଗଟ୍ଲକାର୍ ମାୟ୍ଜି ବାବେ ରେଉଁକେ ବିକ୍ରି କଃରାଗଃଲି ମଃତର୍ ନିଲା ମାନାୟ୍ ତାକେ ରଃକୁକେ ମଃନ୍ ନାୟ୍ ତଃବେ ସେ ମାୟ୍ଜିକେ ତାର୍ ନିଜାର୍ ଉବାସିକେ ଆରେକ୍ ବିକ୍ରି କଃରେଦ୍ ତାର୍ ସାଉକାର୍ ବିଦେସିକେ ବିକୁ ନାହାରେ କାୟିତାକ୍ ବଃଲେକ୍ ସେ କଃରାପ୍ ବେବାର୍ କଃରି ଆଚେ। 9 ଜଦି ଗଟ୍ ଲକ୍ ଗଟେକ୍ ଦାସିକେ ତାର୍ ହୟ୍ସିର୍ ଗିନେ ବୁଆରି କଃରୁକେ ଗେନିରଃୟ୍ଦ୍, ତଃବେ ସେ ତାକ୍ ତାର୍ ଜିସି ହର୍ ବେବାର୍ କଃର। 10 ଜଦି ଗଟେ ଲକ୍ ବିନ୍ ମାୟ୍ଜି ସଃଙ୍ଗ୍ ବିବା କଃରେଦ୍, ତଃବେ ହେଁ ତାର୍ ହଃର୍ତୁ ମାୟ୍ଜିକେ ହେଟ୍କେ ଅଃର୍ନ୍ ଗଃଗାଳ୍କେ ବଃସ୍ତର୍ ଆର୍ ସଃଉଆ ବଃସା ଅଃଉତାର୍ ଅବାବ୍ ନଃକେର 11 ଜଦି ସେ ଇ ତିନିଗଟ୍ କଃରୁକେ ଅବାବ୍ କଃରେଦ୍ ତଃବେ ସେ ମାୟ୍ଜି ନିଜେ ବିନାମଃଲେ ମୁକ୍ତି ଅୟି ଜାୟ୍ଦ୍।
12 କେଏ ଜଦି କୁୟି ମାନାୟ୍କେ ମଃର୍ନେ ମାରେଦ୍ ତଃବେ ସେ ମଃର୍ନ୍ ଦଃଣ୍ଡ୍ ହାୟ୍ଦ୍। 13 ତଃବେ ସେ ତାକେ ନଃଜାଣ୍ତେ ମାରେଦ୍, ମଃତର୍ ମାପୁରାର୍ ଇଚାୟ୍ ତାର୍ ଆତେ ସେ ମଃରେଦ୍, ତଃବେ ଜୁୟି ଜଃଗାକେ ସେ ମାରୁ ମାନାୟ୍ ହଃଳାଉଁକେ ହାରେଦ୍, ଇ ରଃକମ୍ ଜଃଗା ମୁୟ୍ ତୁମାର୍ ହାଁୟ୍ ଟିକ୍ କଃରିନ୍ଦ୍। 14 ମଃତର୍ ଜଦି କେଏ ଚଃଲାକି କଃରି କି ରିସାୟ୍ କୁୟି ମାନାୟ୍କେ ମାରେଦ୍, ତଃବେ ତୁମି ତାକେ ମଃର୍ନେ ମାରୁକେ ଅଃମାର୍ ବେଦି ଲଃଗେ ହୁଣି ତାକେ ଅଃଲ୍ଗା ନଃୟ୍ଜଃହାସ୍। 15 ଆରେକ୍ ଜୁୟି ଲକ୍ ନିଜାର୍ ଉବା କି ଆୟାକେ ମାଡ୍ମାରେଦ୍, ତଃବେ ତାକେ ବାୟ୍ଦ୍ରେ ମଃର୍ନ୍ ଦଃଣ୍ତ୍ ଦିଆ ଅୟ୍ଦ୍।
16 ଆର୍ କେଏ ଜଦି ମାନାୟ୍କେ ଚରିନଃୟ୍ ତାକ୍ ବିକେଦ୍, କି ସେ ତାକ୍ ଗତି ଦଃଙ୍ଗ୍ଳା କଃରି ରଃକେଦ୍, ତଃବେ ତାକେ ବାୟ୍ଦ୍ରେ ମଃର୍ନ୍ ଦଃଣ୍ତ୍ ଦିଆ ଅୟ୍ଦ୍।
17 ଜୁୟି ଲକ୍ ନିଜାର୍ ଉବା କି ଆୟାକେ ସାୟ୍ପ୍ ଦଃୟ୍ଦ୍, ତଃବେ ତାର୍ ବାୟ୍ଦ୍ରେ ମଃର୍ନ୍ ଦଃଣ୍ତ୍ ଅୟ୍ଦ୍। 18 ଆର୍ ଜଦି ଦୁୟ୍ ଲକାର୍ ବିତ୍ରେ ଲାଗାଜଳା ଅୟିଲେକ୍ ଗଟେକ୍ ଟେଳା ସଃଙ୍ଗ୍ କି ମୁଟା ସଃଙ୍ଗ୍ ମାରେଦ୍, ସେ ଜଦି ନଃମେରି ମଃରାଜିଉଆ ଅୟ୍ଦ୍ 19 ଆର୍ ଉଟିକଃରି ଡାଙ୍ଗ୍ ଦଃରି ହଃଦାୟି ବୁଲାଚାଲା କଃରେଦ୍, ତଃବେ ସେ ମାରୁ ମାନାୟ୍ ନିର୍ଦସି ଅୟ୍ଦ୍; ମଃତର୍ ସେ ତାକ୍ ତାର୍ କେତିର୍ ବଃର୍ନା ଦଃୟ୍ଦ୍ ଆର୍ ସେ ନିକ ଅଃଉତା ହଃତେକ୍ ତାର୍ କଃର୍ଚ୍ କଃରେଦ୍।
20 ଆର୍ ଜଦି କେଏ ତାର୍ ଗତିଦଃଙ୍ଗ୍ଳା କି ଗତିଦଃଙ୍ଗ୍ଳିକେ ଡାଙ୍ଗ୍ ସଃଙ୍ଗ୍ ମାରେଦ୍, ସେ ଜଦି ତାର୍ ଆତେ ମଃରେଦ୍, ତଃବେ ସେ ସାଉକାର୍ ବାୟ୍ଦ୍ରେ ମଃର୍ନ୍ ଦଃଣ୍ତ୍ ହାୟ୍ଦ୍। 21 ମଃତର୍ ସେ ଦାସି ଜଦି ଗଟେ ଦିନ୍ କି ଦୁୟ୍ ଦିନ୍ ବାଚେଦ୍, ତଃବେ ସେ ସାଉକାର୍ ଦଃଣ୍ତାର୍ ଜୟ୍ଗ୍ ନଃୟ୍; ବଃଲେକ୍ ତାର୍ ଦଃନ୍ ନଃସ୍ଟ୍ ଅୟି ଆଚେ ସେରି ହଃକା ଦଃଣ୍ଡ୍।
22 ଆର୍ ଜଦି ଅଃଣ୍ତ୍ରାମଃନ୍ ତାକାର୍ ତାକାର୍ ବିତ୍ରେ ମାରାହିଟା ଅୟି, ଗଟେକ୍ ଆଙ୍ଗେରିଲା ମାୟ୍ଜିକେ ମାର୍ତି ଜଦି ତାର୍ ହେଟାର୍ ହିଲା ମଃରେଦ୍, ମଃତର୍ ତାର୍ ହଃଚେ ଆରେକ୍ ତାର୍ କାୟି ଆପଦ୍ ନଃଗେଟେ, ତଃବେ ସେ ମାୟ୍ଜିର୍ ଅଃଣ୍ତ୍ରା ଜୁୟି ରଃକମ୍ ଦାବି କଃରେଦ୍, ସେହଃର୍କାରେ ତାକ୍ ବାୟ୍ଦ୍ରେ ଡାବୁ ଦଃୟ୍ଦ୍, ଆରେକ୍ ବିଚାର୍କଃରୁମଃନ୍ ଟିକ୍ କଃଲା ଇସାବେ ସେରି ଦଃୟ୍ଦ୍। 23 ମଃତର୍ ଜଦି ମାୟ୍ଜିର୍ କାୟି ଆପଦ୍ ଗଃଟେଦ୍, ତଃବେ ତାର୍ ଜିବନ୍ ବାଦୁଲେ ଦେଉଁକ୍ ଅୟ୍ଦ୍। 24 ଆକି ବାଦୁଲେ ଆକି, ଦାତ୍ ବାଦୁଲେ ଦାତ୍, ଆତ୍ ବାଦୁଲେ ଆତ୍, ଗଡ୍ ବାଦୁଲେ ଗଡ୍, ଦିଆଜାୟ୍ଦ୍, 25 ହଡାଉତା ବାଦୁଲେ ହାଡାଉତାର୍, ଗାଉ ବାଦୁଲେ ଗାଉ, ମାଡ୍ ବାଦୁଲେ ମାଡ୍, ଦଃଣ୍ତ୍ ଦିଆଅୟ୍ଦ୍। 26 ଆର୍ ଜଦି କେଏ ତାର୍ ଗତି ଦଃଙ୍ଗ୍ଳାର୍ କି ଗତି ଦଃଙ୍ଗ୍ଳିର୍ ଆକାୟ୍ ମାର୍ଲେକ୍ ଜଦି ସେରି ନଃସ୍ଟ୍ ଅୟ୍ଦ୍, ତଃବେ ସେ ତାର୍ ଆକିର୍ ବାଦୁଲ୍ ତାକ୍ ଗତି କାମେହୁଣି ମୁକ୍ତି ହାୟ୍ଦ୍। 27 ଆରେକ୍ କେଏ ଜଦି ତାର୍ ଗତିଦଃଙ୍ଗାଳାର୍ କି ଗତିଦଃଙ୍ଗ୍ଳିର୍ ଦାତ୍ ବାଙ୍ଗ୍ତେ ମାରେଦ୍, ତଃବେ ସେ ତାର୍ ଦାତ୍ ବାଦୁଲେ ଗତି କାମେହୁଣି ମୁକ୍ତି ହାୟ୍ଦ୍।
28 ଆର୍ ଜଦି କାର୍ ବଃୟ୍ଲ୍ କୁୟି ମାନାୟ୍କେ କି ମାୟଜିକେ ମଃର୍ନେ ମାରେଦ୍, ତଃବେ ସେ ବଃୟ୍ଲ୍କେ ଟେଳା ସଃଙ୍ଗ୍ ମଃର୍ନେ ମାରାଜାୟ୍ଦ୍, ତାର୍ ମାସ୍ କାଉଁକେ ନଃୟ୍; ମଃତର୍ ତାର୍ ସାଉକାର୍ ନିର୍ଦସି। 29 ମଃତର୍ ସେ ବଃୟ୍ଲ୍ ଆଗେହୁଣି ମାର୍ତି ରଃୟ୍ଦ୍, ଇ କଃତା ତାର୍ ସାଉକାର୍କେ ଜାଣାୟ୍ଲେକ୍ ହେଁ ତାକ୍ ଆଗଟି ନଃକେଲାର୍ ଗିନେ ସେ କୁୟି ଅଃଣ୍ତ୍ରାକେ କି ମାୟ୍ଜିକେ ମଃର୍ନେ ମାରେଦ୍, ତଃବେ ସେ ବଃୟ୍ଲ୍କେ ଟେଳା ସଃଙ୍ଗ୍ ଅଃତ୍ୟା କଃରାଅୟ୍ଦ୍, ଆରେକ୍ ତାର୍ ସାଉକାରାର୍ ହେଁ ହଃରାଣ୍ ଦଃଣ୍ତ୍ ହାୟ୍ଦ୍। 30 ଜଦି ତାର୍ ହଃରାଣ୍ ଗିନେ ମୁକୁଳ୍ତାର୍ ତିର୍ କଃରା ଅୟ୍ଦ୍, ତଃବେ ସେ ତାର୍ ହଃରାଣ୍ ମୁକ୍ତି ହାଁୟ୍ ଜଃତେକ୍ ମଲ୍ ଦେଉଁକେ ତିର୍ କଃରାଜାୟ୍ଦ୍, ତାକ୍ ସଃତେକ୍ ହଃକା ଦେଉଁକେ ହଃଳେଦ୍। 31 ବଃୟ୍ଲ୍ ଅଃଣ୍ତ୍ରା ହିଲାକେ କି ଟକି ହିଲାକେ ମାର୍ଲେକ୍, ଇ ନିୟମ୍ ହଃର୍କାରେ ତାର୍ ସାଉକାର୍ ଦଃଣ୍ତ୍ ହାୟ୍ଦ୍। 32 କାର୍ ବଃୟ୍ଲ୍ ଜଦି କାର୍ ଦଃଙ୍ଗ୍ଳା କି ଦଃଙ୍ଗ୍ଳିକେ ମାରେଦ୍, ତଃବେ ସେ ତାର୍ ସାଉକାର୍କେ ତିରିସ୍ ସେକଲ୍ ରୁହା ଦଃୟ୍ଦ୍; ଆର୍ ବଃୟ୍ଲ୍କେ ଟେଳା ସଃଙ୍ଗ୍ ମଃର୍ନେ ମାରା ଅୟ୍ଦ୍ 33 ଆର୍ କେଏ ଜଦି କାଲ୍ ମାରି ମେଲା କଃରେଦ୍, କି କୁୟ୍ଁକାଲ୍ ମାରି ସେରି ନଃଡାହେ, ତଃବେ ସେ ବିତ୍ରେ କାର୍ ଗାୟ୍ କି ଗଃଦ ଅଦୁର୍ଲେକ୍,
34 ସେ କାଲ୍ମାରୁ ସାଉକାର୍ ତାର୍ ମଲ୍ ଦଃୟ୍ଦ୍; ସେ ସେମଃନାର୍ ସାଉକାର୍କେ ରୁହା ଟଃକା ଦଃୟ୍ଦ୍, ମଃତର୍ ମଃଲା ହସୁ ତାର୍ ଅୟ୍ଦ୍।
35 ଆର୍ ଜଦି ଗଟ୍ଲକାର୍ ବଃୟ୍ଲ୍ ବିନ୍ ଲକାର୍ ବଃୟ୍ଲ୍କେ ମାର୍ଲେକ୍ ସେ ବଃୟ୍ଲ୍ ଜଦି ମଃରିଜାୟ୍ଦ୍, ତଃବେ ସେମଃନ୍ ଜିଉତା ବଃୟ୍ଲ୍କେ ବିକି କଃରି ତାର୍ ମଲ୍ ଦୁୟ୍ ବାଟା କଃର୍ତି; ଆରେକ୍ ମଃଲା ବଃୟ୍ଲ୍କେ ହେଁ ଦୁୟ୍ ବାଟା କଃରି ନେତି।
36 ମଃତର୍ ବଃୟ୍ଲ୍ ଆଗ୍ତୁ ମାର୍ତିରିଲାର୍ ଜାଣି ଜଦି ତାର୍ ସାଉକାର୍ ତାକ୍ ଜଃଗ୍ରାତ୍ କଃରି ରଃକି ନଃରେଏ, ତଃବେ ସେ ବଃୟ୍ଲ୍ ବାଦୁଲେ ବଃୟ୍ଲ୍ ବାୟ୍ଦ୍ରେ ଦଃୟ୍ଦ୍, ମଃତର୍ ମଃଲା ବଃୟ୍ଲ୍ ତାର୍ ନିଜାର୍ ଅୟ୍ଦ୍।