1 ମାପୁର୍ ମସାକେ କୟ୍ଲା, "ପବିତ୍ର ତୁମ୍" ମଃସ୍ଣି ସୁତାୟ୍ ଦଃସ୍ ଜବନିକାୟ୍ ବାସ୍ ଟାଣ୍ ତିଆର୍ ଅୟ୍ଦ୍ ସେ ସୁତା ସଃବୁ ଚିଟ୍ ଦବ୍, ନିଳିଆ, କଃଳ୍ୟାଜାମ୍ ରଃଙ୍ଗାର୍ ଆର୍ ରଃତା ସୁତାୟ୍ ତିଆର୍ ଅୟ୍ଦ୍, ଆର୍ ସେତି ହଃକି ରିଲା ଜିବ୍ କିରୁବ୍ ଦୁତ୍ମଃନାର୍ ଚିତ୍ର ତୁନିକଃରି କଃରା ଅୟ୍ଦ୍। 2 ଗଟେକ୍ ଗଟେକ୍ ପର୍ଦାର୍ ଲଃମ୍ କଳେଆଟ୍ ଆତ୍ ଆର୍ ଅଃସାର୍ ଚାରି ଆତ୍ ଅୟ୍ଦ୍; ସଃବୁ ପର୍ଦା ଗଟେ ସଃମାନ୍ ଅୟ୍ଦ୍। 3 ଆରେକ୍, ଗଟେତଃୟ୍ ହାଞ୍ଚ୍ଗଟ୍ ଏକ୍ ଆରେକ୍ ସଃଙ୍ଗ୍ ଜଳି ଅୟି ରଃୟ୍ଦ୍, ଆର୍ ବାକି ହାଞ୍ଚ୍ ଗଟ୍ ଏକ୍ ଆରେକ୍ ସଃଙ୍ଗ୍ ଜଳି ଅୟି ରଃୟ୍ଦ୍। 4 ଆର୍ ଜଳ୍ଲା ଟାଣେ ହଃର୍ତୁ ଆର୍ ସଃରାସଃରି ପର୍ଦାର୍ ଅଟି ଲଃଗେ ନିଳିଆ ସୁତାର୍ ହାସ୍ କଃରାସ୍ ଆର୍ ଗଃଟି ହାଳ୍ଲା ଟାଣେ ଆରେଗଟେକ୍ ପର୍ଦାର୍ ଅଟିଲଃଗେ ସେରଃକମ୍ କଃରାସ୍। 5 ବଃଲେକ୍ ହଃର୍ତୁ ଅଟିଏ ପଚାସ୍ଗଟ୍ ହାସ୍ କଃରାସ୍ ଆର୍ ଜଳ୍ଲା ଟାଣେ ଆରେଗଟେକ୍ ପର୍ଦାର୍ ଅଟିଏ ପଚାସ୍ ଗଟ୍ ହାସ୍ କଃରାସ୍; ସେ ଜୁଳେକ୍ ହାସ୍ଦାଳି ସାମ୍ନାସାମ୍ନି ରଃୟ୍ଦ୍ 6 ଆରେକ୍ ପଚାସ୍ ଗଟ୍ ସନାର୍ ଆକଳି ତିଆର୍ କଃରି ଆକଳାୟ୍ ପର୍ଦା ସଃବୁ ଏକ୍ଆରେକ୍କେ ଜଳାସ୍; ତଃବେ ସେରି ଗଟେକ୍ ପବିତ୍ର ତୁମ୍ ଅୟ୍ଦ୍। 7 ଆର୍ ସେ ବାସ୍ଟାଣେ ଉହ୍ରେ ଡହୁକେ ଚେଳି ରମାର୍ ଏଗାର୍ ଗଟ୍ ପର୍ଦାହଃଚିଆ ତିଆର୍ କଃରାସ୍। 8 ସେ ସଃବୁ ପର୍ଦାର୍ ଲଃମ୍ ତିରିସ୍ ଆତ୍ ଆର୍ ଅଃସାର୍ ଚାରି ଆତ୍ ଅୟ୍ଦ୍ ଇ ଏଗାର ଗଟ୍ ପର୍ଦାର୍ ସଃବୁ ଅଃକା ଅଃଡେକ୍ ଅୟ୍ଦ୍। 9 ଇତାର୍ ହଃଚେ ହାଞ୍ଚ୍ କଃଣ୍ଡ୍ ପର୍ଦା ଏକ୍ଆରେକ୍ ଜଳିକଃରି ଅଃଲ୍ଗା ରଃକାସ୍ ଆର୍ ଇମଃନାର୍ ବିତ୍ରେହୁଣି ଚଅ ଲଃମ୍ବର୍ ହଃଚ୍ୟା ଦୁଣାକଃରି ପବିତ୍ର ତୁମ୍ ମୁୟେଁ ରଃକାସ୍। 10 ଆର୍ ସାନ୍ଦୁଣ୍ ଟାଣେ, ହଃର୍ତୁମାର୍ ଆର୍ ସଃରାସଃରି ହଃଚ୍ୟାର୍ ଜଳ୍ତା ତଃୟ୍ ପଚାସ୍ ଗଟ୍ଲଃକା ହାସ୍ କଃରାସ୍। 11 ଆର୍ ହିତୁଳାର୍ ପଚାସ୍ ଗଟ୍ ଆକଳି କଃରି ସେ ହାସ୍ ବିତ୍ରେ ହୁରାୟ୍ ତୁମ୍କେ ଜଳାସ୍; ତଃବେ ସେରି ଗଟେକ୍ ତୁମ୍ ଅୟ୍ଦ୍। 12 ସେ ତୁମ୍ ହଃଚ୍ୟାର୍ ବିନ୍ ବାଗ୍, ବଃଲେକ୍ ଜୁୟି ହଃଚ୍ୟା ଅଦା ବାଗ୍ ରଃୟ୍ଦ୍ ସେରି ପବିତ୍ର ତୁମାର୍ ହଃଚ୍ବାଟ୍ୟା ଅଳାୟ୍ଅୟ୍ ରଃୟଦ୍। 13 ଆର୍ ତୁମ୍ ହଃଚ୍ୟାର୍ ବାକି ଜୁୟି ଡେଙ୍ଗ୍ ବାଗ୍ ଇବାଟ୍ୟା ଆତେକ୍ ଆର୍ ସେବାଟ୍ୟା ଆତେକ୍ ବାକି ରଃୟ୍ଦ୍, ସେରି ପବିତ୍ର ତୁମାର୍ ଇବାଟ୍ୟା ସେବାଟ୍ୟା ଡାହ୍ତା ହାଁୟ୍ ଅଳାୟ୍ ଅୟ୍ରଃୟ୍ଦ୍। 14 ଇତାର୍ ହଃଚେ ତୁମି ବଃନି ରଃଙ୍ଗାର୍ ମେଣ୍ଡାର୍ ଚାଲେ ତୁମ୍କେ ଡାହ୍ତାର୍ କଃରାସ୍, ଆର୍ ତାର୍ ଉହ୍ରେ ହାଣିସୁଣା ଚାଲାର୍ ଗଟେକ୍ ଡାହ୍ତାର୍ ତିଆର୍ କଃରାସ୍।
15 ଇତାର୍ ହଃଚେ ତୁମି ପବିତ୍ର ତୁମ୍ ହାୟ୍ଁ ସିଟିମ୍ କାଟାର୍ ଟିଆ ହାଟା ତିଆର୍ କଃରାସ୍। 16 ଗଟ୍ଗଟ୍ ହାଟା ଦସ୍ ଆତ୍ ଲଃମ୍ ଆର୍ ଡେଳ୍ ଆତ୍ ଅଃସାର୍ ଅୟ୍ଦ୍। 17 ହାଟାର୍ ଦୁୟ୍ ମୁଣ୍ଡେ ସଃମାନ୍ ଦୁଇ ହାଦ୍ କଃରାସ୍ ; ପବିତ୍ର ତୁମ୍ ହାଁୟ୍ ସଃବୁ ହାଟା ଅଃକାସଃମାନ୍ ଅୟ୍ବା ଦଃର୍କାର୍। 18 ଆର୍ ପବିତ୍ର ତୁମ୍ ହାୟ୍ଁ ଜୁୟି ସଃବୁ ହାଟା କଃରାସ୍, ସେସଃବୁ ବିତ୍ରାର୍ ଦକିଣ୍ ବାଟ୍ୟାର୍ ହାଁୟ୍ କଳେଗଟ୍ ହାଟା। 19 ଆରେକ୍ ସେ କଳେଗଟ୍ ହାଟାର୍ ତଃଳେ, ତଃଳି କଳ୍ ତଃୟ୍ ଚାଳିସ୍ ଗଟ୍ ରୁହାର୍ ବେଦ୍ କଃରାସ୍; ଗଟେ ହାଟା ତଃଳେ ତାର୍ ଜୁଳେକ୍ ରେଟ୍କାକୁଟି ରଃୟ୍ଦ୍, ସେ କଳେଗଟ୍ ହାଟା ସଃଙ୍ଗାଉଁକେ ଚାରିଗଟ୍ ରୁହାର୍ ବେଦ୍ କଃରାସ୍। ସଃବୁ ହାଟା ତଃଳେ ଜୁଳେକ୍ ଲେକା କାଣା କଃରାସ୍ ସଃବୁ ହାଟା ତଃଳେ ଜୁଳେକ୍ ରେଟ୍କାକୁଟି ହାଁୟ୍ ଜୁଳେକ୍ ବେଦ୍ ରଃୟ୍ଦ୍। 20 ଆରେକ୍ ପବିତ୍ର ବାସ୍ ଗିନେ ବିନ୍ ବାଟ୍ୟା ଉତୁର୍ ଦିଗେ କଳେଗଟ୍ ହାଟା ରଃୟ୍ଦ୍। 21 ଗଟେକ୍ ଗଟେକ୍ ହାଟା ତଃଳେ ଜୁଳେକ୍ ଲେକା ବେଦ୍ ରଃୟ୍ଦ୍ ଇ ରଃକମ୍ ଚାଳିସ୍ ଗଟ୍ ରୁହାର୍ ବେଦ୍ ଅୟ୍ଦ୍। 22 ପବିତ୍ର ତୁମାର୍ ବୁଡ୍ତି ଦିଗାର୍ ହଃଚ୍ ବାଟ୍ୟା ହାଁୟ୍ ଚଅ ଗଟ୍ ହାଟା ଅୟ୍ଦ୍। 23 ପବିତ୍ର ତୁମାର୍ ସେ ହଃଚ୍ ବାଟ୍ୟା ଜୁଳେକ୍ କନେ ଜୁଳେକ୍ ହାଟା ସଃଙ୍ଗାଉଆସ୍। 24 ଇ କନେ ରିଲା ସଃବୁ ହାଟା ସାନ୍ଦା ଅୟି ଉହୁର୍ ମୁଣ୍ଡ୍ ହଃତେକ୍ ମିସେଦ୍, ଜୁଳେକ୍ କନେ ରିଲା ଜୁଳେକ୍ ହାଟା ଇ ରଃକମ୍ ତିଆର୍ ଅୟ୍ଦ୍। 25 ବୁଡ୍ତି ଦିଗ୍ ହାଁୟ୍ ସଃବୁ ଆଟ୍ ଗଟ୍ ହାଟା କଃରାସ୍, ସଃଉଳଗଟ୍ ରୁହାର୍ ବେଦ୍ ଅୟ୍ଦ୍, ଗଟେକ୍ ହାଟା ତଃଳେ ଜୁଳେକ୍ ବେଦ୍ ଆର୍ ବିନ୍ ହାଟାୟ୍ ଆରେକ୍ ଜଳେକ୍ ବେଦ୍ ଅୟ୍ଦ୍। 26 ଆର୍ ତୁମି ସିଟିମ୍ କାଟାର୍ ବାଦା ହାଟା ତିଆର୍ କଃରାସ୍; ପବିତ୍ର ତୁମାର୍ ଗଟେବାଟାର୍ ହାଞ୍ଚ୍ ଗଟ୍ ବାଦା ହାଟା ଆର୍ ତମ୍ୱୁର୍ ବିନ୍ବଟ୍ ହାଞ୍ଚ୍ ଗଟ୍ ବାଦା ହାଟା ତିଆର ଅୟ୍ଦ୍। 27 ଆର୍ ପବିତ୍ର ତୁମାର୍ ବୁଡ୍ତି ଦିଗାର୍ ହାଟାର୍ ହଃଚ୍ବାଟ୍ୟାର୍ ହାଟାୟ୍ ହାଞ୍ଚ୍ ଗଟ୍ ବାଦାହାଟା ଦିଆସ୍। 28 ଆରେକ୍ ମଃଜିର୍ ବାଦା ହାଟାର୍ ମଃଜାୟ୍ ଟାଣୁ ଇ ମୁଣ୍ଡେ ହୁଣି ସେମୁଣ୍ଡ୍ ହଃତେକ୍ ହଚେଦ୍। 29 ଆର୍ ସେସଃବୁ ହାଟାୟ୍ ସନା ଡାଳାଉଆସ୍ ଆର୍ ବାଦା ହାଟାର୍ ଗିନେ ସନାର୍ ମଃଣ୍ଡଳା କଃରାସ୍ ଆରେକ୍, ବଦାହାଟା ସଃବୁ ସନା ଡାଳାଉଆସ୍। 30 ମୁଁୟ୍ ହର୍ବାତ୍ ଉହ୍ରେ ଜଃନ୍ କଃରି ଦଃକାୟ୍ଲେ ସେ ହଃର୍କାରେ ପବିତ୍ର ତୁମ୍କେ ତିଆର୍ କଃରାସ୍। 31 ଆର୍ ତୁମି ନିଳି ରଃଙ୍ଗାର୍, କଃଳ୍ୟାଜାମ୍ ରଃଙ୍ଗାର୍, ରଃତା ରଃଙ୍ଗାର୍ ଉଲ୍ ସୁତା ମେଣ୍ଡା ବାଳ୍ ଆର୍ ମଃସ୍ଣି ସୁତାୟ୍ ଗଟେକ୍ ପର୍ଦା ତିଆର୍ କଃରାସ୍; ସେତି କିରୁବ୍ ଦୁତାର୍ ପଟ୍ ବାନାକାଚି ତିଆର୍ କଃରାସ୍। 32 ତୁମି ସେରି ସନାୟ୍ ଡାଳାୟ୍ ସିଟିମ୍ କାଟାର୍ ଚାରିଗଟ୍ ମୁଣ୍ଡା ଉହ୍ରେ ଅଳାଉଆସ୍ ଆରେକ୍ ରୁହାର୍ ଚାରିଗଟ୍ ବେଦ୍ ଉହ୍ରେ ସେମଃନାର୍ ସନାର୍ ଆକଳିମଃନ୍ ବଃସାଉଆସ୍। 33 ସନାର୍ ଆକଳାୟ୍ ସେ ପର୍ଦା ହଃଚ୍ୟା ଅଳାଉଆସ୍। ତାର୍ ହଃଚେ ସେ ହଚ୍ୟାର୍ ହଃଚ୍ବାଟ୍ୟା ନିୟମ୍ ହେଳି ସଃଙ୍ଗାଉଆସ୍। ସେ ପର୍ଦା ହଃଚ୍ୟା ପବିତ୍ର ଟାଣ୍ ଆର୍ ବଡ୍ ପବିତ୍ର ଟାଣ୍ ବିତ୍ରେ ଅଃଲ୍ଗା ଅୟ୍ଦ୍।
34 ଆର୍ ତୁମି ବଃଡ୍ ପବିତ୍ର ଟାଣେ ନିୟମ୍ ହେଳି ଉହ୍ରେ ହାହ୍ ଡାହ୍ତା ଡାହ୍ଣା ସଃଙ୍ଗାଉଆସ୍।
35 ପର୍ଦା ହଃଚ୍ୟାର୍ ହଃଦା ବାଟାର୍ ବଃକ୍ରାୟ୍ ଟେବୁଲ୍ ସଃଙ୍ଗାଉଆସ୍ ଆର୍ ଟେବୁଲାର୍ ମୁଆଟି ପବିତ୍ର ତୁମାର୍ ଦଃକିଣ୍ ଦିଗ୍ ବାଟ୍ୟା ଦିହ୍ ଗଃଚ୍ ରଃକାସ୍, ଆର୍ ଉତୁର୍ ଦିଗେ ଟେବୁଲ୍ ରଃକାସ୍।
36 ଆରେକ୍ ପବିତ୍ର ତୁମାର୍ ଦୁଆର୍ ଗିନେ ନିଳି, କଃଳ୍ୟାଜାମ୍ ରଃଙ୍ଗାର୍, ରଃତା ରଃଙ୍ଗାର୍ ପର୍ଦା ତିଆର୍ କଃରାସ୍, ଆର୍ ସେରି ଦବ୍ଳା ମଃସ୍ଣି ସୁତାୟ୍ ବୁଣା କାବ୍ରାଚିତ୍ରା ପର୍ଦା ଡାହ୍ତା ବଃସ୍ତର୍ ତିଆର୍ କଃରାସ୍ ।
37 ସେ ଡାହ୍ଣା ବଃସ୍ତର୍ ହାଁୟ୍ ହାଞ୍ଚ୍ଗଟ୍ ସିଟିମ୍ କାଟାର୍ ମୁଣ୍ଡା ତିଆର୍ କଃରି ସନା ଡାଳାଉଆସ୍, ଆରେକ୍, ସନାୟ୍ ତାର୍ ଆକଳି କଃରାସ୍ ଆର୍ ତାର୍ ଗିନେ ହିତୁଳାର୍ ତଃଳିକଳେ ହାଞ୍ଚ୍ ଗଟ୍ ବେଦ୍ ତିଆର୍ କଃରାସ୍।