1 ମିସର୍ ଦେସେ ରିଲାବଃଳ୍ ମାପୁର୍ ମସା ଆର୍ ହାରଣକେ କୟ୍ଲା, 2 "ଇ ମାସ ତୁମିମଃନାର୍ ବଃଡ୍ ମାସ୍ ଅୟ୍ଦ୍ ଆର୍ ବଃର୍ସାର୍ ହଃର୍ତୁ ମାସ୍ ଅୟ୍ଦ୍। 3 ତୁମି ଇସ୍ରାଏଲାର୍ ସଃବୁ ଲକ୍ମଃନ୍କେ କଃଉଆ ଇ ମାସାର୍ ବଃଲେକ୍ ହଃର୍ତୁ ମାସାର୍ ଦଃସ୍ ଦିନେ ସଃବୁଲକ୍ ଗଟେକ୍ ମେଣ୍ତା ହିଲା ନିଜାର୍ କୁଟୁମ୍ ହାୟ୍ଁ ନେଉଅତ୍। 4 ଜଦି ତୁମାର୍ କୁଟୁମେ ଗଟେକ୍ ମେଣ୍ଡା ନେଉଁକେ ବୁତେକ୍ ଲକ୍ ନଃରେତି ତଃବେ ସେ ଆର୍ ତାର୍ ହଃଳ୍ସା ଗଃରାର୍ ଲକ୍ ମିସ ସଃବୁ ଲକ୍ ଜଃନ୍କଃରି ହେଟ୍ ହୁର୍ନେ କାଉଁ ହାର୍ତି, କାତା ସଃକ୍ତି ହଃର୍କାରେ ଇସାବ୍ କଃରି କଃରାଜାୟ୍ଦ୍। 5 ଜୁୟି ମେଣ୍ତା କି ଚେଳି ନିଆସ୍ ସେରି କାଣା ଚଟା ନୟ୍ଲାର୍ ଆର୍ ସେରି ବଃର୍ସେକାର୍ ଅୟ୍ରିଲାର୍ ନିଆସ୍। 6 ତୁମିମଃନ୍ ସେ ମେଣ୍ତା ବଦାକ୍ ସେ ମାସାର୍ ଚଃଉଦ ଦିନ୍ ହଃତେକ୍ ବାନ୍ଦିକଃରି ରଃକାସ୍ ସେଦିନ୍ ଇସ୍ରାଏଲାର୍ ସଃବୁ ଲକ୍ ସଃଞ୍ଜ୍ବେଳା ସେ ମେଣ୍ତା ବକାକେ ମଃର୍ନେ ମାର୍ତି। 7 ଆରେକ୍ ଲଃକ୍ମଃନ୍ ତାର୍ ବଃନି ନଃୟ୍ ଜୁୟି ଜୁୟି ଗଃରେ ମେଣ୍ତା କାତି ସେ ସେ ଗଃରାର୍ ଦୁଇ କୁଚିର୍ଦୁଆର୍ ବଃନ୍ଦେ ଆର୍ ମୁଣ୍ଡ୍ଉହ୍ରାର୍ ଦୁଆର୍ ମୁଣ୍ଡେ ସେରି ଲାଗାଉଅତ୍। 8 ସେ ରାତି ତାର୍ ମାସ୍ କାହାସ୍; ଜୟେ ହଡାୟ୍କଃରି କମିର୍ ନଃମିସାୟ୍ଲା ରୁଟି ଆର୍ ହିତା ସାଗ୍ ସଃଙ୍ଗ୍ ସେରି କାହାସ୍। 9 ତୁମି ସେ ମାସ୍କେ କଃଚା କାହା ନାୟ୍ କି ରାନ୍ଦିକଃରି କାହା ନାୟ୍; ମଃତର୍ ଜୟେ ତାର୍ ମୁଣ୍ତ୍, ଗଡ୍, ଗଃଗାଳାର୍ ବିତୁର୍ ମାସ୍ ସଃଙ୍ଗ୍ ହଡାୟ୍ କଃରି କାହାସ୍। 10 ସଃକାଳ୍ ହଃତେକ୍ କଃଣ୍ତେକ୍ ହେଁ ସଃଙ୍ଗାଉଆ ନାୟ୍; ଜଦି ଉବୁର୍ଲାର୍ ସଃକାଳ୍ ହଃତେକ୍ ରଃୟ୍ଦ୍ ତଃବେ ସେରି ନଃକାୟ୍ ଜୟେ ହଃଡାୟ୍ ହଃକାଉଆ। 11 ଇରଃକମ୍ ତୁମିମଃନ୍ ସେରି ବେଗି ବେଗି କାହା, ବଃଲେକ୍ ତୁମିମଃନ୍ ଅଃଟାବିଳା ବାନ୍ଦି କଃରି ହାଦେ ହାଣ୍ତାୟ୍ ହିନ୍ଦି ଆତେ ଡାଙ୍ଗ୍ ଦଃରି ବାରାୟ୍ ଜଃଉଁକେ ତିଆର୍ ଅଃଉଆସ୍; ଇରି ଇସ୍ୱରାର୍ ନିସ୍ତାର୍ ହଃର୍ବ୍।
12 ଆଜି ରାତି ମୁଁୟ୍ ମିସର୍ ଦେସ୍ ଅୟ୍କଃରି ଜାୟ୍ନ୍ଦ୍ ଆର୍ ମିସର୍ ଦେସାର୍ ନଃର୍ ଆର୍ ହସୁର୍ ହଃର୍ତୁ ଜଃଲମ୍ ଅୟ୍ଲା ସଃବ୍କେ ମାରିନ୍ଦ୍; ଆରେକ୍ ମିସର୍ ଦେସାର୍ ସଃବୁ ଦେଉତାମଃନାର୍ ବିଚାର୍ କଃରି ଦଃଣ୍ତ୍ ଦଃୟ୍ନ୍ଦ୍; ମୁୟ୍ ସେମଃନ୍କେ ଦଃକାୟ୍ ଦଃୟ୍ନ୍ଦ୍ ଜେ, ମୁଁୟ୍ ଅଃଉଁଲେ ଜିଅବା। 13 ସେତାକ୍ ତୁମିମଃନ୍ ଜୁୟି ଜୁୟି ଗଃରେ ରିଆସ୍; ସେ ସେ ଗଃରେ ସେ ବଃନି ଚିନା ହର୍ ରଃୟ୍ଦ୍; ଆର୍ ମୁୟ୍ ମିସର୍ ଦେସ୍କେ ଦଃଣ୍ତ୍ ଦେତାବଃଳ୍ ସେ ବଃନି ଦଃକ୍ଲେକ୍ ତୁମିମଃନ୍କେ ଚାଡି ଆଗେ ଜାୟ୍ନ୍ଦ୍, ଆରେକ୍ ଜଃଡେବଃଳ୍ ମୁୟ୍ ମିସର୍ ଦେସାର୍ ଲକ୍ମଃନ୍କେ ମାରିନ୍ଦ୍ ତୁମାର୍ ଉହ୍ରେ ନଃଗେଟେ। 14 ଆର୍ ସେ ଦିନ୍ ତୁମିମଃନାର୍ ମଃନେ ଏତାଉତା ଦିନ୍ ଅୟ୍ଦ୍, ଆର୍ ତୁମିମଃନ୍ ସେ ଦିନ୍କେ ଇସ୍ୱରାର୍ ହଃର୍ବ୍ ମାନାସ୍ ଟିକିକେ ଟିକି ଜୁଗେଜୁଗେ ବିଦି ହଃକାରେ ଇ ହଃର୍ବ୍ ମାନାସ୍।
15 ଇ ହଃର୍ବେ ତୁମିମଃନ୍ ସାତ୍ ଦିନ୍ ହଃତେକ୍ କମିର୍ ନଃମିସ୍ଲା ରୁଟି କାହାସ୍। ମୁଳ୍କଃରି ହଃର୍ତୁ ଦିନ୍ ନିଜ୍ ନିଜ୍ ଗଃରାର୍ କମିର୍ ଦୁର୍ କଃରାସ୍ ଜୁୟ୍ଲକ୍ ହଃର୍ତୁ ଦିନ୍ହୁଣି ସାତ୍ ଦିନ୍ ହଃତେକ୍ କମିର୍ ମିସ୍ଲା ରୁଟି କାୟ୍ଦ୍, ସେ ଲକ୍ ଇସ୍ରାଏଲ୍ ତଃୟ୍ହୁଣି ଜାତିବାରା ଅୟ୍ଦ୍। 16 ଇ ହଃର୍ବାର୍ ହଃର୍ତୁ ଦିନ୍ ଆର୍ ସଃରାସଃରି ଦିନ୍ ବଃଲେକ୍ ସାତ୍ ଦିନ୍ ତୁମିମଃନାର୍ ପବିତ୍ର କୁଟୁମ୍ ଅୟ୍ଦ୍। ଆର୍ ସେ ସାତ୍ ଦିନ୍ ତୁମିମଃନ୍ କାୟି କାମ୍ ହେଁ କଃରାନାୟ୍। ତୁମିମଃନ୍ ତୁମାର୍ କାତା କାଦି ତିଆର୍ କଃରାସ୍ 17 ଇରଃକମ୍ ତୁମିମଃନ୍ କମିର୍ ନଃମିସ୍ଲା ରୁଟିର୍ ହଃର୍ବ୍ ମାନାସ୍; ବଃଲେକ୍ ସେଦିନ୍ ହଃକା ମୁୟ୍ ତୁମିମଃନ୍କେ ଦଃଳ୍ବଃଳ୍ ସଃଙ୍ଗ୍ ମିସର୍ ଦେସେହୁଣି ବାର୍କଃରି ଆଣିନ୍ଦ୍; ଇତାକ୍ ତୁମିମଃନାର୍ ଜୁବାମଃନ୍ ସଃବୁଦିନାର୍ ବିଦି ହଃର୍କାରେ ଇ ଦିନ୍କେ ମାନ୍ତି। 18 ତୁମିମଃନ୍ ହଃର୍ତୁମ୍ ମାସାର୍ ଚଃଉଦ ଦିନାର୍ ସଃଞ୍ଜ୍ ବେଳାୟ୍ ଟାଣୁ ଏକୁଇସ୍ ଦିନ୍ ହଃତେକ୍, ହଃତି ସଃଞ୍ଜ୍ବେଳା କମିର୍ ନଃମିସ୍ଲା ରୁଟି କାହାସ୍। 19 ସାତ୍ ଦିନ୍ ହଃତେକ୍ ତୁମିମଃନାର୍ ଗଃରେ କଃଣ୍ତେକ୍ ହେଁ କମିର୍ ନଃରେଅ, ବଃଲେକ୍ ଦେସି କି ବିଦେସି ଜୁୟି ଲକ୍ ଇ ସାତ୍ ଦିନ୍ ବିତ୍ରେ କମିର୍ ମିସ୍ଲା କାଦି କାୟିଦ୍, ସେ ଲକ୍ ଇସ୍ରାଏଲ୍ କୁଟୁମେ ହୁଣି ବାରାୟ୍ ଜାୟିଦ୍। 20 ତୁମିମଃନ୍ କମିର୍ ମିସ୍ଲା କାୟି କାଦି ହେଁ କାହା ନାୟ୍, ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ସଃବାର୍ କମିର୍ ନଃମିସ୍ଲା ରୁଟି କାହାସ୍।"
21 ସଃଡେବଃଳ୍ ମସା ଇସ୍ରାଏଲାର୍ ସଃବୁ ପାରାଚିନ୍ ଲକେ କୁଦାୟ୍ କୟ୍ଲା, "ତୁମିମଃନ୍ ତୁମାର୍ ଗଃର୍ କୁଟୁମାର୍ ଗିନେ ଗଟେକ୍ ମେଣ୍ତା ବଦାକେ ଆଣା, ଆର୍ ନିସ୍ତାର୍ ହଃର୍ବେ ମେଣ୍ତା ବଦାକେ ମାରା। 22 ଆରେକ୍ ଗଟ୍ ବିଳା ଏସବ୍ରଃନ୍ ନଃୟ୍ ତସ୍ଲାୟ୍ ରିଲା ବଃନିଏ ବୁଡାୟ୍କଃରି ଦୁଆରାର୍ ଅଃର୍ଣ୍ତି ଆର୍ ଜୁଳେକ୍ ଦୁଆର୍ ବଃନ୍ଦେ ତସ୍ଲାୟ୍ ରିଲା ବଃନି ଲାଗାଉଆ; ଆର୍ ସଃକାଳ୍ ଅଃଉତା ହଃତେକ୍ ତୁମାର୍ ବିତ୍ରେ କେହେଁ ଗଃରେ ହୁଣି ହଃଦାୟି ବାରାଉଆ ନାୟ୍। 23 ସଃଡେବଃଳ୍ ମାପୁର୍ ମିସର୍ ଦେସ୍ ଅୟି ଜାୟ୍ଦ୍ ଆର୍ ମିସରିୟ୍ମଃନ୍କେ ଅଃତ୍ୟା କଃରେଦ୍; ମାପୁର୍ ଜୁୟି ଗଃରାର୍ ଦୁଆର୍ ବଃନ୍ଦେ ବଃନିର୍ ଚିନା ଦଃକେଦ୍ ସେ ଗଃର୍କେ ଚାଡିଦଃୟ୍ଦ୍। ସେ ଅଃତ୍ୟା କଃର୍ତା ଦୁତ୍କେ ତୁମାର୍ ଗଃରେ ହୁରି ତୁମିକେ ଅଃତ୍ୟା କଃରୁକେ ନଃଦେୟ୍; 24 ଆରେକ୍ ତୁମିମଃନ୍ ଆର୍ ସଃବୁଦିନ୍ ହାୟ୍ଁ ତୁମିମଃନାର୍ ହିଲାମଃନ୍ ବିଦି ହଃର୍କାରେ ଇ ନିୟମ୍ ହାଳୁନ୍ କଃରାସ୍। 25 ଆର୍ ମାପୁର୍ ଅଃହ୍ଣାର୍ ସଃୟ୍ତ୍ ହଃର୍କାରେ, ତୁମିମଃନ୍କେ ଜୁୟି ଦେସ୍ ଦଃୟ୍ଦ୍, ସେତି ଗଃଲେକ୍ ହେଁ ତୁମିମଃନ୍ ହାଳୁନ୍ କଃରାସ୍।" 26 ଜଃଡେବଃଳ୍ ତୁମାର୍ ହିଲାମଃନ୍ ତୁମିକ୍ ହଃଚାର୍ତି, "ତୁମିମଃନ୍ କାୟ୍କଃରୁକେ ଇ ହଃର୍ବ୍ ମାନୁଲାସ୍? 27 ତୁମିମଃନ୍ କଃଉଆସ୍ ଇରି ମାପୁରାର୍ ହାଁୟ୍ ମୁକ୍ତି ହଃର୍ବାର୍ ହୁଜା; ବଃଲେକ୍ ଜଃଡେବଃଳ୍ ଅଃମିମଃନ୍ ମିସର୍ ଦେସେ ହର୍ବାସି ରିଲୁ, ସଃଡେବଃଳ୍ ମାପୁର୍ ଅଃମିମଃନ୍କେ ଚାଡିକଃରି ମିସରିୟମଃନ୍କେ ମାରି ରିଲା, ମାପୁର୍ ମିସରାର୍ ଲକ୍ମଃନ୍କେ ଅଃତ୍ୟା କଃଲାବଃଳ୍ ଅଃମିମଃନ୍କେ ରଃକ୍ୟା କଃରିରିଲା।" ସଃଡେବଃଳ୍ ଇସ୍ରାଏଲ୍ ଲଃକ୍ମଃନ୍ ମୁଣ୍ତିଆମାରି ଜୁଆର୍ କଃଲାୟି। 28 ତଃବେ ଇସ୍ରାଏଲାର୍ ଲଃକ୍ମଃନ୍ ଜାୟ୍କଃରି ଜୁୟି ବଲ୍ ମାପୁର୍ ମସା ଆର୍ ହାରଣକେ ଦଃୟ୍ରିଲା, ସେ ହଃର୍କାରେ କାମ୍ କଃଲାୟି।
29 ମଃଜାରାତି ମାପୁର୍ ମିସର୍ ଦେସାର୍ ସଃବୁ ହଃର୍ତୁ ଜଃଲମ୍ଲା ହିଲାମଃନ୍କେ ଅଃତ୍ୟା କଃଲା ଇ ରଃକମ୍ ମାପୁର୍ ପାର ରଃଜାର୍ ଗାଦିଏ ବଃସ୍ତା ହଃର୍ତୁ ହିଲା ତଃୟ୍ହୁଣି ଜଃୟ୍ଲ୍ କାଲେ ରିଲା କୟ୍ଦିମଃନାର୍ ହଃର୍ତୁ ହିଲା ଆର୍ ମିସର୍ ଦେସାର୍ ହଃର୍ତୁମ୍ ଜାତ୍ ହିଲା ଆର୍ ହସୁମଃନାର୍ ହଃର୍ତୁମ୍ ହିଲାକେ ଅଃତ୍ୟା କଃଲା। 30 ତଃବେ ପାର ଆର୍ ତାର୍ ଚାକର୍ସଃବୁ ଆର୍ ମିସରାର୍ ସଃବୁଲକ୍ ରାତି ଉଟ୍ଲାୟ୍; ଆରେକ୍ ମିସର୍ ଦେସେ ବଃଡେ, କାନ୍ଦାବବା ଅୟ୍ଲି, ବଃଲେକ୍ ଇରଃକମ୍ କାର୍ ଗଃର୍ ବାକି ନଃରିଲି ଜୁୟି ଗଃରେକି କେଏ ମଃରି ନଃକେରେ। 31 ତଃବେ ସେ ରାତାରାତି ପାର୍ ମସା ଆର୍ ହାରଣକେ କୁଦାୟ୍ ହଃଟାୟ୍ କୟ୍ଲା, "ତୁମିମଃନ୍ ଆର୍ ଇସ୍ରାଏଲ୍ ବଃଉଁସ୍ ଉଟି ଅଃମାର୍ ଲକ୍ମଃନାର୍ ତଃୟ୍ହୁଣି ବେଗି ବାର୍ ଅଃଉଆ, ତୁମିମଃନାର୍ କଃତା ହଃର୍କାରେ ମାପୁରାର୍ ସେବା କଃରୁକେ ଜାହା। 32 ତୁମିମଃନାର୍ କୟ୍ଲା ହଃର୍କାରେ ତୁମାର୍ ଚେଳିମେଣ୍ତା, ଗାୟ୍-ଗରୁ ସଃବ୍କେ ସଃଙ୍ଗେ ନଃୟ୍ ଜଃହା; ଆର୍ ଅଃମିକେ ହେଁ ଆସିର୍ବାଦ୍ କଃରି ଜାହା।"
33 ମିସରାର୍ ଲଃକ୍ମଃନ୍ ଇସ୍ରାଏଲାର୍ ଲକ୍ମଃନ୍କେ ବେଗି ବେଗି ଦେସ୍ ଚାଡି ଜଃଉଁକେ ଗଃଉଆରି କଃରି ତଃନ୍ଦ୍ରା କଃଲାୟି, ବଃଲେକ୍ ସେମଃନ୍ କୟ୍ଲାୟ୍, "ଜଦି ତୁମିମଃନ୍ ନଃଜାହାସ୍, ତଃବେ ଅଃମିସଃବୁ ମଃରିଜଃଉଁନ୍ଦ୍।" 34 ସେତାକ୍ ଚିଟ୍କ୍ଲା ମୟ୍ଦା ବେଲ୍ତା ଆସ୍ତିସଃବୁ ନଃୟ୍ ନିଜାର୍ ନିଜାର୍ ହଃଚ୍ୟାୟ୍ ମଟ୍ ବାନ୍ଦି କଃନ୍ଦେ ବୟ୍ଲାୟ୍। 35 ଆରେକ୍ ଇସ୍ରାଏଲ୍ ଲଃକ୍ମଃନ୍ ମସାର୍ କୟ୍ଲା ହଃର୍କାରେ ମିସରିୟମଃନ୍କେ ସନା, ରୁହାର୍ ମାଳି ଆର୍ ବଃସ୍ତର୍ ମାଗ୍ଲାୟ୍। 36 ଆର୍ ମାପୁର୍ ମିସରିୟ ଲକ୍ମଃନାର୍ ଆକାୟ୍ ଇସ୍ରାଏଲ୍ ଲକ୍ମଃନ୍କେ ଦଃୟା କଃଲାକେ ସେମଃନ୍ ସେମଃନ୍କେ ଜାୟ୍ରି ମାଗ୍ଲାୟ୍, ସେମଃନ୍ ସେରି ଦିଲାୟ୍; ଇରଃକମ୍ ସେମଃନ୍ ମିସରାର୍ ଲକ୍ମଃନାର୍ ଦଃନ୍ ମାଗିନିଲାୟ୍।
37 ତାର୍ହଃଚେ ଇସ୍ରାଏଲ୍ ଲଃକ୍ମଃନ୍ ରାମିସେସ୍ ତଃୟ୍ହୁଣି ସୁକତ୍କେ ଗଃଲାୟି। ହିଲାମଃନ୍କେ ଚାଡି ସେମଃନ୍ ସଃବୁ ଚଅଲକ୍ୟ ଲକ୍ ରିଲାୟ୍। 38 ସେମଃନ୍ ସଃବୁ ମିସି-ଗାଦା ଲକ୍ମଃନାର୍ ଗଟ୍ ବଃଡ୍ ଦଃଳ୍ ଅୟ୍ଲାୟ୍ ଆର୍ ଚେଳି-ମେଣ୍ତା ଗାୟ୍-ଗରୁ ଗାଦେକ୍ ହସୁ ସେମଃନାର୍ ସଃଙ୍ଗ୍ ଗଃଲାୟି। 39 ତାର୍ହଃଚେ ସେମଃନ୍ ମିସର୍ଦେସେ ହୁଣି ଆଣି ରିଲା ଚିଟୁକ୍ଲା କମିର୍ ନଃମିସାଉତା ରୁଟି ହାଜ୍ଲାୟ୍; ବଃଲେକ୍ ସେରି କମିର୍ ମିସା ଅୟ୍ନଃରିଲି; ବଃଲେକ୍ ସେମଃନ୍ ମିସର୍ ଦେସେ ହୁଣି କଃଦାୟ୍ ଅୟ୍ରିଲାୟ୍, ଇତାର୍ଗିନେ ବେଳ୍ ନଃରିଲାକ୍ ନିଜାର୍ ନିଜାର୍ ଗିନେ ରୁଟି ତିଆର୍ କଃରୁକେ ନଃହାରି ରିଲାୟ୍। 40 ଇସ୍ରାଏଲ୍ ଲଃକ୍ମଃନ୍ ଚାରିସ ତିରିସ୍ ବଃର୍ସ୍ ହଃତେକ୍ ମିସର୍ ଦେସେ ବାସା କଃରି ରିଲାୟ୍। 41 ଚାରିସ ତିରିସ୍ ବଃର୍ସ୍ ହୁର୍ଲାକ୍ ସେ ଦିନ୍ ମାପୁରାର୍ ସଃୟ୍ନ୍ ଦଃଳ୍ ମିସର୍ ଦେସେ ହୁଣି ବାରାୟ୍ଲାୟ୍। 42 ମାପୁର୍ ଇସ୍ରାଏଲ୍ ଲକ୍ମଃନ୍କେ ମିସର୍ ଦେସେହୁଣି ବାର୍କଃରି ଆଣ୍ଲା; ଇତାର୍ ଗିନେ ସେରାତି ତାର୍ ହାଁୟ୍ ମାନୁକେ ଜୟ୍ଗ୍। ଇରି ମାପୁରାର୍ ରାତି ବଃଲି ଇସ୍ରାଏଲ୍ ଲଃକ୍ମଃନ୍ ବଃଉଁସ୍ ବଃଉଁଁସ୍ ଦଃରି ମାନ୍ତା ଦଃର୍କାର୍।
43 ମାପୁର୍ ମସା ଆର୍ ହାରଣକେ କୟ୍ଲା, "ନିସ୍ତାର୍ ହଃର୍ବାର୍ ଇ ବିଦିୟେ କାତାର୍ କୁୟି ବିଦେସି ଲକ୍ ସେରି ନଃକାଅ। 44 ମଃତର୍ ରୁହା ଟକାୟ୍ ଗେନା ଅୟ୍ଲା ସଃବୁ ଲକାର୍ ଗେନା ଦାସ୍ ସୁନତ୍ ଅୟିଲେକ୍ ସେ କାଉଁ ହାରେଦ୍।" 45 ବିଦେସି କି ବଃର୍ତାନ୍ ହାଉତା ଦାସ୍ ସେରି କାଉଁକେ ନଃହାରେ। 46 ଗଟେ ଗଃର୍ ବିତ୍ରେ ସେରି କାଉଁକ୍ ହଃଳେଦ୍; ତୁମି ସେ ମାସାର୍ କଃଣ୍ତେକ୍ ହେଁ ଗଃରେ ହୁଣି ହଃଦାୟି ନିଆନାୟ୍ କି ତାର୍ ଗଟେକ୍ ଆଡ୍ ହେଁ ବାଙ୍ଗା ନାୟ୍। 47 ଇସ୍ରାଏଲାର୍ ସଃବୁ କୁଟୁମ୍ ସେରି ହାଳୁନ୍ କଃରତ୍।
48 ଆରେକ୍ ତୁମାର୍ ସଃଙ୍ଗ୍ ବାସ୍କଃର୍ତା କୁୟି ବିଦେସି ଲକ୍ ଜଦି ମାପୁରାର୍ ନିସ୍ତାର୍ ହଃର୍ବ୍ ମାନୁକେ ମଃନ୍କଃରେଦ୍, ତଃବେ ତାକାର୍ ଗଃରାର୍ ସଃବୁ ଅଃଣ୍ତ୍ରାହିଲା ସୁନତ୍ ଅଃଉଅତ୍, ତାର୍ହଃଚେ ସେ ତୁମାର୍ ସଃଙ୍ଗ୍ ଆସି ହଃର୍ବ୍ ହାଳୁନ୍ କଃର; ତଃବେ ସେ ଇସ୍ରାଏଲ୍ମଃନାର୍ ସଃଙ୍ଗ୍ ଦେସି ଅୟ୍ଦ୍; ମଃତର୍ ଅସୁନତ୍ ଲକ୍ କେହେଁ ସେରି କାଉଁକେ ନଃହାରେ।
49 ଆର୍ ଦେସ୍ ବିତ୍ରେ ଜଃଲମ୍ ଅୟ୍ଲା ଲକ୍ ଆର୍ ତୁମାର୍ ବିତ୍ରେ ବାସ୍କଃର୍ତା ବିଦେସି ଲକାର୍ ହାଁୟ୍ ସଃମାନ୍ ବିଦି ଅୟ୍ଦ୍।
50 ତଃବେ ସଃବୁ ଇସ୍ରାଏଲ୍ ଲଃକ୍ମଃନ୍ ମସା ଆର୍ ହାରଣକେ ଦଃୟ୍ରିଲା ମାପୁରାର୍ କଃତା ମାନ୍ଲାୟ୍ କଃଲାୟି।
51 ଇ ରଃକମ୍ ମାପୁର୍ ସେ ଦିନ୍ ଇସ୍ରାଏଲ୍ ଲକ୍ମଃନ୍କେ ମିସର୍ ଦେସେ ହୁଣି ବାର୍କଃରି ଆଣ୍ଲା।