1 ଇତାର୍ହଃଚ ମସା ହଃର୍ବାତେ ହୁଣି ଉତୁର୍ତାର୍ ବିଲମ୍ ଦଃକିକଃରି ଲଃକ୍ମଃନ୍ ହାରଣ ହାକ୍ ଜାୟ୍ ରୁଣ୍ଡିକଃରି କୟ୍ଲାୟ୍, "ଉଟ୍ ଅଃମାର୍ ହାଁୟ୍ ବାଟ୍ କାଡାୟ୍ ନେତା ହାଁୟ୍ ଅଃମାର୍ ଗିନେ ଦେଉତା ତିଆର୍କଃର୍, ବଃଲେକ୍ ଲକ୍ ମିସର୍ ଦେସେହୁଣି ଅଃମିମଃନ୍କେ ବାର୍କଃରି ଆଣ୍ଲା, ସେ ମସାକେ କାୟିରି ଅୟ୍ଲି, ସେରି ଅଃମିମଃନ୍ ନଃଜାଣୁ।" 2 ତଃବେ ହାରଣ ସେମଃନ୍କେ କୟ୍ଲା, "ତଃବେ ତୁମିମଃନ୍ ନିଜାର୍ ନିଜାର୍ ମାୟ୍ଜି ଆର୍ ହଅ-ଜିୟିମଃନାର୍ କାନାର୍-ନାକାର୍ ସନା କାଡି ମର୍ ହାକ୍ ଆଣା।" 3 ତଃବେ ସଃବୁ ନିଜାର୍ ନିଜାର୍ କାନାର୍ ନାକାର୍ ସନା ଇଟାୟ୍ ହାରଣ ହାକ୍ ଆଣ୍ଲାୟି। 4 ହାରଣ ସେମଃନାର୍ ଆତେହୁଣି ସେରି ନଃୟ୍ ଚଃଚ୍ ତିଆର୍ କଃରି ଗଟେକ୍ ବାଚି ତିଆର୍ କଃଲା, ସେତାକ୍ ଲଃକ୍ମଃନ୍ କୟ୍ଲାୟ୍ "ଏ ଇସ୍ରାଏଲ୍ ଜୁୟି ଦେଉତା ତୁମିକ୍ ମିସର୍ ଦେସେହୁଣି ବାର୍କଃରି ଆଣ୍ଲା ସେ ଦେଉତା ଇରି।" 5 ତଃବେ ହାରଣ ସେରି ଦଃକି ତାର୍ ଆଗେ ଗଟେକ୍ ବେଦି ତିଆର୍ କଃଲା, ଆରେକ୍, ଆସୁଲା କାଲିକ୍ ମାପୁରାର୍ ହାଁୟ୍ ହଃର୍ବ୍ ଅୟ୍ଦ୍, ଇରି ଡାଟାୟ୍ଲା। 6 ତାର୍ ଆର୍କ ଦିନ୍ ଲଃକ୍ମଃନ୍ ସଃକାଳିଆ ଉଟି ହମ୍ହୁଜା ଦିଲାୟ୍ ଆର୍ ମଙ୍ଗଳାର୍ ଦାନ୍ ଆଣ୍ଲାୟି; ତଃବେ ଲଃକ୍ମଃନ୍ ସୁରୁକ୍ ଦଃର୍ଲାୟ୍, ଇତାର୍ହଃଚ ଚଃକ୍ତିୟା କାମ୍କଃରୁକ୍ ଉଟ୍ଲାୟ୍। 7 ତଃବେ ମାପୁର୍ ମସାକେ କୟ୍ଲା, "ତୁୟ୍ ହଃର୍ବାତେ ହୁଣି ଉତ୍ରି ଜାଆ, ବଃଲେକ୍ ତୁମାର୍ ଜୁୟି ଲକ୍ମଃନ୍କେ ତୁୟ୍ ମିସର୍ ଦେସେ ହୁଣି ବାର୍ କଃରି ଆଣ୍ଲିସ୍, ସେମଃନ୍ କଃରାପ୍ ବାଟ୍କେ ଜାୟ୍ ଆଚ୍ତି।" 8 ମୁୟ୍ ସେମଃନ୍କେ ଜୁୟି ବାଟେ ବାଚୁକେ ଆଦେସ୍ ଦଃୟ୍ରିଲେ, ସେମଃନ୍ ବେଗି ବେଗି ସେ ବାଟ୍ ଚାଡିକଃରି, ସେମଃନ୍ ନିଜାର୍ ହାଁୟ୍ ଗଟେକ୍ ବାଚି ତିଆର୍କଃରି ତାକେ ହୁଜା ଦିଲାୟ୍, ଆରେକ୍ ତାକେ ହୁଜା ଦଃୟି କୟ୍ଲାୟ୍, "ଏ ଇସ୍ରାଏଲ୍, ଜୁୟି ଦେଉତା ତୁମିକେ ମିସର୍ ଦେସେ ହୁଣି ବାର୍କଃରି ଆଣ୍ଲା ସେ ଅଃଉଁଲା ଇରି।" 9 ମାପୁର୍ ମସାକେ ଆରେକ୍ କୟ୍ଲା, "ମୁୟ୍ ଇ ଲକ୍ମଃନ୍କେ ଦଃକି ଆଚି; ଦଃକ୍, ସେମଃନ୍ ବଃଡେ ଅଃମାନ୍ୟା କାରି ଲଃକ୍ମଃନ୍।" 10 ଇତାକ୍ ତୁୟ୍ ଅଃବେ ମକ୍ ଚାଡିଦେଏ, ମର୍ ରିସା ସେମଃନାର୍ ବିରୁଦେ ଜୟ୍ ଲାଗ୍ଲା ହର୍ ଅଃଉଅ, ସେତାକ୍ ମୁଁୟ୍ ସେମଃନ୍କେ ବଃସମ୍ କଃରିନ୍ଦ୍; ମଃତର୍ ମୁଁୟ୍ ବଃଡ୍ ଗସ୍ଟି କଃରିନ୍ଦ୍।
11 ତଃବେ ମସା ଅଃହ୍ଣାର୍ ମାପୁର୍ ଇସ୍ୱର୍କେ ଗଃଉଆରି କଃରି କୟ୍ଲା, "ଏ ମାପୁର୍ ତୁୟ୍ ନିଜାର୍ ଜୁୟି ଲକ୍ମଃନ୍କେ ବଃଡ୍ ସଃକ୍ତିଏ ଆର୍ ଡେଣାର୍ ବଃଳେ ମିସର୍ ଦେସେ ହୁଣି ବାର୍କଃରି ଆଣିଆଚ୍ସି, ସେମଃନାର୍ ବିରୁଦେ ତର୍ ରିସା କାୟ୍କଃରୁକେ ଜୟ୍ ଲାଗ୍ଲା ହର୍ ଅୟ୍ଦ୍? 12 ସେ ହଃର୍ବାତେ ସେମଃନ୍କେ ନାସ୍ କଃରି ହୁର୍ତିବିଏ ହୁଣି କୁଳ୍ ବଃଉଁସ୍ ବୁଡାଉଁକେ ଅଃନିସ୍ଟି ହାଁୟ୍ ବାର୍କଃରି ଆଣ୍ଲା, ଇ ରଃକମ୍ କଃତା ମିସରାର୍ ଲଃକ୍ମଃନ୍ କାୟି କଃରୁକେ କଃର୍ତି? ତୁୟ୍ ନିଜାର୍ ରିସା ଚାଡି ହୁଣି ମଃନ୍ ବାଦ୍ଲାଉ ଆର୍ ନିଜାର୍ ଲକ୍ମଃନାର୍ ବିରୁଦେ ଇ ରଃକମ୍ ନଃସ୍ଟ୍ ନଃକେରି ଦଃୟାକାରି ଅଃଉ। 13 ନିଜାର୍ ଦଃଙ୍ଗ୍ଳା ଅବ୍ରାହାମ୍ ଆର୍ ଇସାକ୍ ଆର୍ ଜାକୁବ୍କେ ଏତାଉ, ତୁୟ୍ ନିଜାର୍ ନାଉଁଏ ସଃୟ୍ତ୍ କଃରି ସେମଃନ୍କେ କୟ୍ରିଲିସ୍, ମୁୟ୍ ଅଃଗାସାର୍ ତାରାମଃନାର୍ ହର୍ ତୁମାର୍ ବଃଉଁସ୍ ବୁତେକ୍ କଃରିନ୍ଦ୍ ଆର୍ ଇ ଜୁୟି ସଃବୁ ଦେସାର୍ କଃତା କୟ୍ଲିସ୍, ସେରି ତୁମିମଃନାର୍ ବଃଉଁସ୍କେ ଦଃୟ୍ନ୍ଦ୍। ସେମଃନ୍ ଜୁଗ୍ ଜୁଗ୍ ହଃତେକ୍ ସେରି ଅଃଦିକାର୍ କଃର୍ତି।" 14 ତଃବେ ମାପୁର୍ ନିଜାର୍ ଲକ୍ମଃନାର୍ ଜୁୟି ଅନିସ୍ଟ୍ କଃର୍ତା କଃତା କୟ୍ରିଲା, ସେତିହୁଣି ମଃନ୍ ବାଦ୍ଲାୟ୍ଲା।
15 ଇତାର୍ହଃଚ ମସା ମୁଉଁ ବୁଲାୟ୍ ସାକି ହର୍ ଜୁଳେକ୍ ଟେଳାର୍ ହାଟା ଆତେ ଦଃରି ହଃର୍ବାତେ ହୁଣି ଉତୁର୍ଲା; ସେ ଟେଳା ହାଟାର୍ ଦୁୟ୍ବାଟ୍ୟା ବିଦି ଲେକା ଅୟ୍ରିଲି। 16 ସେ ଟେଳା ହାଟା ମାପୁର୍ ତିଆର୍ କଃରିରିଲା; ଆରେକ୍ ସେ ହାଟାୟ୍ କଦିକଃରି ଲେକା ଅୟ୍ରିଲି, ସେରି ମାପୁର୍ ଲେକ୍ଲାର୍ ଲେକା ରିଲି।
17 ଇତାର୍ହଃଚ ଲଃକ୍ମଃନ୍ ଆଉଲି ଅଃଉତାର୍ ସୁଣିକଃରି ଜିହସିୟ୍ ମସାକେ କୟ୍ଲାୟ୍, "ଲକ୍ମଃନ୍କାର୍ ବାସାଲଃଗେ ଜୁଜ୍ ସଃବଦ୍ ଅଉଁଲି।" 18 ତଃବେ ମସା କୟ୍ଲା, "ଇରି ଜିଣ୍ଲାର୍ ସଃବଦ୍ ନୟ୍ କି ଆର୍ଲାର୍ ବଃଳାର୍ ସଃବଦ୍ ନୟ୍, ମଃତର୍ ମୁଁୟ୍ ଗିତ୍ କଃଉତାର୍ ସଃବଦ୍ ସୁଣୁଲେ।"
19 ସେମଃନାର୍ ବାସା ଚଃମେ ଆୟ୍ଲା ଦାପେ ସେ ବାଚି ମୁର୍ତି ଆର୍ ନାଚ୍ତାର୍ ଦଃକ୍ଲାୟ୍; ସେତାକ୍ ମସାର୍ ରିସା ଜୟ୍ ଲାଗ୍ଲା ହର୍ ଅୟ୍ଲି; ସେତାର୍ ଗିନେ ସେ ନିଜାର୍ ଆତାର୍ ଜୁଳେକ୍ ଟେଳା ହାଟାକେ ତଃଳେ ଚେଚିକଃରି ହର୍ବାତ୍ ତଃଳେ ସେରି ବାଙ୍ଗ୍ଲା। 20 ଆରେକ୍ ସେମଃନ୍ ତିଆର୍ କଃଲା ବାଚି ନଃୟ୍ ଜୟେ ହଡାୟ୍ଲା ସେରି ଆଉଟାୟ୍ କଃରି ଗୁଣ୍ଡ୍ କଃଲା, ଆର୍ ହାଣାୟ୍ ମିସାୟ୍ ଇସ୍ରାଏଲ୍-ଲକ୍ମଃନ୍କେ ସୁରାୟ୍ଲା। 21 ତାର୍ହଃଚେ ମସା ହାରଣକେ କୟ୍ଲା, "ଇ ଲଃକ୍ମଃନ୍ ତଃକ୍ କାୟିରି କୟ୍ଲାୟ୍ ଜେ, ତୁୟ୍ ସେମଃନାର୍ ଉହ୍ରେ ଇରଃକମ୍ ବଃଡ୍ ହାହେ ବଃର୍ଲିସ୍?"
22 ତଃବେ ହାରଣ କୟ୍ଲା, "ରିସା ଅଃଉଆନାୟ୍ ମାପୁର୍; ତୁୟ୍ ତ ଜାଣିଆଚ୍ସି ଇଲକ୍ମଃନ୍ ସଃବୁ ବଃଳ୍ ବୁଲ୍ କଃରୁଲାୟ୍। 23 ଏମଃନ୍ ମକ୍ କୟ୍ଲାୟ୍, ଅଃମାର୍ ବାଟ୍ କାଡାଉଁକେ ହାଁୟ୍ ଅଃମାର୍ ହାଁୟ୍ ଦେଉତା ତିଆର୍ କଃର୍; ବଃଲେକ୍ ଜୁୟି ଲକ୍ ଅଃମିମଃନ୍କେ ମିସର୍ ଦେସେ ହୁଣି ବାର୍କଃରି ଆଣ୍ଲା, ସେ ମସାକେ କାୟିରି ଅୟ୍ଲିଆଚେ, ସେରି ଅଃମିମଃନ୍ ନଃଜାଣୁ।" 24 ତଃବେ ମୁୟ୍ ସେମଃନ୍କେ କୟିଲେ, "ତୁମିମଃନାର୍ ବିତ୍ରେ ଜାର୍ଜାର୍ ସନା ଆଚେ, ସେରି ସେମଃନ୍ କାଡି ଦେଉଅତ୍ ତଃବେ ସେମଃନ୍ ମକ୍ ସେରି କାଡି ଦିଲାୟ୍; ମୁଁୟ୍ ସେରି ନଃୟ୍ ଚଃଚେ ହଃକାୟ୍ଲେ, ତଃବେ ଇ ବାଚି ବାରାୟ୍ ଆୟ୍ଲି।"
25 ଆର୍ ମସା ଲକ୍ମଃନ୍କେ ନିଜାର୍ ଇଚାୟ୍ ଇଣ୍ଡ୍ତାର୍ ଦଃକ୍ଲା, ବଃଲେକ୍ ହାରଣ ସେମଃନ୍କେ ସତ୍ରୁମଃନାର୍ ବିତ୍ରେ ଲାଜ୍ ଅୟ୍ଲା ହର୍ ନିଜାର୍ ଇଚାୟ୍ ଚାଡିଦଃୟ୍ରିଲା। 26 ତଃବେ ମସା ଚାଉଣି ଦୁଆରେ ଟିଆଅୟ କୟ୍ଲା "ମାପୁରାର୍, ବାଟ୍ୟା କେଏ ଆଚେ? ସେ ମର୍ ହାକ୍ ଆସ," ତଃବେ ଲେବି ବଃଉଁସାର୍ ଲଃକ୍ମଃନ୍ ତାର୍ ଚଃମେ ରୁଣ୍ଡ୍ଲାୟ୍। 27 ତଃବେ ସେ ସେମଃନ୍କେ କୟ୍ଲା, "ଇସ୍ରାଏଲାର୍ ମାପୁର୍ ଇସ୍ୱର୍ ଇ କଃତା କଃଉଁଲା, ତୁମିମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ ଜଃଙ୍ଗେ କଃଣ୍ଡା ବାନ୍ଦି ଚାଉଁଣି ବିତ୍ରେ ଗଟେକ୍ ଦୁଆରେ ହୁଣି ଆରେକ୍ ଗଟେକ୍ ଦୁଆର୍ ହଃତେକ୍ ଜଃହା ଆର୍ ହଃତି ଲକ୍ ନିଜାର୍ ନିଜାର୍ ବାୟ୍, ମିତ୍ର, ଆର୍ ହଃଳ୍ସା ଲକେ, ଅଃତ୍ୟା କଃରା।" 28 ତଃବେ ଲେବିର୍ ହିଲାମଃନ୍ ମସାର୍ କଃତା ହଃର୍କାରେ ସେ ରଃକମ୍ କଃଲାକେ, ସେ ଦିନ୍ ଲକ୍ମଃନାର୍ ବିତ୍ରେ ହାକାହାକି ତିନି ଅଃଜାର୍ ଲକ୍ ମଃଲାୟ୍। 29 ଇତାର୍ହଃଚ ମସା କୟ୍ଲା, "ତୁମିମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ ହିଲା ଆର୍ ବାୟ୍ମଃନାର୍ ବିରଦି ଅୟି ମାପୁରାର୍ ନାଉଁଏ ନିଜ୍କେ ତିଆର୍ କଃରା, ତଃବେ ସେତି ସେ ଇ ଦିନେ ତୁମିମଃନ୍କେ ଆସିର୍ବାଦ୍ କଃରେଦ୍।" 30 ତାର୍ ଆର୍କ ଦିନ୍ ମସା ଲକ୍ମଃନ୍କେ କୟ୍ଲା, "ତୁମିମଃନ୍ ବଃଡ୍ ହାହ୍ କଃରିଆଚାସ୍, ମୁଁୟ୍ ଅଃବେ ମାପୁରାର୍ ହାକ୍ ହର୍ବାତ୍ ଉହ୍ରେ ଜଃଉଁଲେ; ଜଦି ଅଃଉଁ ହାରେଲେକ୍ ତୁମିମଃନାର୍ ହାହାର୍ ମୁକ୍ତି ହାୟ୍ଁ ପାର୍ତନା କଃରିନ୍ଦ୍।" 31 ଇତାର୍ହଃଚ ମସା ମାପୁରାର୍ ହାକ୍ ବାଉଳି ଜାୟ୍ କୟ୍ଲା, "ଇ ଲଃକ୍ମଃନ୍ ବଃଡ୍ ହାହ୍କଃରି ନିଜାର୍ ହାଁୟ୍ ସନାର୍ ଦେଉତା ତିଆର୍ କଃରି ଆଚ୍ତି। 32 ଅୟିଲେକ୍ ହେଁ ଅଃବେ ତୁୟ୍ ଜଦି ସେମଃନାର୍ ହାହ୍ କେମାକଃର୍, ମଃତର୍ ଜଦି ନଃକେର୍ସି, ତଃବେ ମୁଁୟ୍ ଗଃଉଆରି କଃରୁଲେ, ତର୍ ଲେକା ପୁସ୍ତକେ ହୁଣି ମର୍ ନାଉ କାଟି ହଃକାଉ।"
33 ତଃବେ ମାପୁର୍ ମସାକେ କୟ୍ଲା, "ଜୁୟ୍ଲକ୍ ମର୍ ବିରୁଦେ ହାହ୍ କଃରିଆଚେ, ତାର୍ ନାଉ ମୁଁୟ୍ ନିଜାର୍ ପୁସ୍ତକେ ହୁଣି କାଟି ହଃକାୟ୍ନ୍ଦ୍।
34 ଅଃବେ ଜାଆ, ମୁଁୟ୍ ଜୁୟି ଦେସ୍ ବିସୟେ ତକ୍ କୟ୍ଆଚି ସେ ଦେସ୍କେ ଲକ୍ମଃନ୍କେ ନଃୟ୍ ଜାଆ; ଦଃକ୍ ମର୍ ଦୁତ୍ ତୁମାର୍ ଆଗେ ଆଗେ ଇଣ୍ଡେଦ୍; ମଃତର୍ ମୁୟ୍ ଜୁୟି ଦିନ୍ ଦଃଣ୍ଡ୍ ଦଃୟ୍ନ୍ଦ୍ ସେ ଦିନ୍ ସେମଃନାର୍ ହାହ୍ ହାଁୟ୍ ଦଃଣ୍ଡ୍ ଦଃୟ୍ନ୍ଦ୍।"
35 ଆରେକ୍ ମାପୁର୍ ସେ ଲକ୍ମଃନାର୍ ଉହ୍ରେ ବିପ୍ତି ହଃଟାୟ୍ଲା, ବଃଲେକ୍ ହାରଣ ତିଆର୍ କଃଲା ବାଚି ସେମଃନ୍ କୟ୍ଲାକ୍ ହାଜିରିଲା।