1 ମାପୁର୍ ମସାକେ କୟ୍ଲା, "ମୁୟ୍ ପାର୍ ଆର୍ ମିସର୍ ଦେସ୍ ଉହ୍ରେ ଆରେକ୍ ଗଟେକ୍ ଦଃଣ୍ଡ୍ ଆଣିନ୍ଦ୍; ତାର୍ହଃଚେ ସେ ତୁମିମଃନ୍କେ ଇ ଜଃଗାୟ୍ ହୁଣି ଜଃଉଁକେ ଚାଡି ଦଃୟ୍ଦ୍; ସେ ସଃଡେବଃଳ୍ ତୁମିମଃନ୍କେ ବଃଳ୍ମାଡ୍କଃରି ବାର୍କଃରି ଦଃୟଦ୍। 2 ଇତାର୍ ଗିନେ ଅଃବେ ଲକ୍ମଃନ୍କେ କଃଉଁ, ସଃବୁ ଅଃଣ୍ତ୍ରାମଃନ୍ ଅଃହ୍ଣାର୍ ଲକମଃନ୍କାର୍ ତଃୟ୍ହୁଣି ଆର୍ ସଃବୁ ମାୟ୍ଜିମଃନ୍ ଅଃହ୍ଣା ଅଃହ୍ଣାର୍ ହଃଳ୍ସାର୍ ମାୟ୍ଜିମଃନାର୍ ତଃୟ୍ହୁଣି ସନା ଆର୍ ରୁହାର୍ ମାଳି ମାଗି ନେଉଅତ୍" 3 ମାପୁର୍ ମିସରାର୍ ଲକ୍ମଃନାର୍ ଆକାୟ୍ ଇସ୍ରାଏଲ୍ ଲକ୍ମଃନ୍କେ ଦଃୟାର୍ ଲକ୍ କଃଲା। ଆରେକ୍ ମିସର୍ ଦେସେ ପାରର୍ ଦାସ୍ମଃନ୍କାର୍ ଆର୍ ମିସରାର୍ ଲକ୍ମଃନାର୍ ଆକାୟ୍ ମସା ବେସି ବଃଡ୍ ଲକ୍ ଅୟ୍ଲା। 4 ମସା ଲକ୍ମଃନ୍କେ କୟ୍ଲା, "ମାପୁର୍ ଇ କଃତା କଃଉଁଲା, ମଃଜାରାତି ମୁୟ୍ ମିସର୍ ଦେସ୍ ଦଃୟି ଜାୟ୍ନ୍ଦ୍।" 5 ତଃବେ ମିସରାର୍ ସଃବୁ ହଃର୍ତୁ ହିଲା ମଃର୍ତି ପାର ରଃଜାର୍ ସିଙ୍ଗାସଣେ ବଃସ୍ତା ହଃର୍ତୁ ହିଲା ତଃୟ୍ହୁଣି ମଃଣ୍ଡିଆ ରୁଚ୍ତା ଦାସିମଃନାର୍ ହଃର୍ତୁ ହିଲା ଆର୍ ସଃବୁ ହଃର୍କାର୍ ହସୁମଃନାର୍ ହଃର୍ତୁ ଜଃଲମ୍ ଅୟ୍ଲାର୍ ମଃର୍ତି। 6 ତଃବେ ମିସର୍ ଦେସ୍ ସଃରା ଜଃନ୍କଃରି କଃବେ ହେଁ ନୟ୍ ଆର୍ କଃବେ ହେଁ ଅୟି ନଃକେରେ। 7 ମଃତର୍ ମାପୁର୍ ମିସରାର୍ ଲକ୍ମଃନାର୍ ତଃୟ୍ହୁଣି ଇସ୍ରାଏଲ୍ ଲକ୍ମଃନ୍କେ ଅଃଲ୍ଗା କଃରେଦ୍, ଇରି ଜଃନ୍କଃରି ତୁମିମଃନ୍ ଜାଣୁହାରାସ୍, ଇତାର୍ ଗିନେ ଇସ୍ରାଏଲ୍ ଲକ୍ମଃକେ କି ହସୁକେ ଗଟ୍ କୁକୁର୍ ହେଁ ନଃବୁକେ 8 ତାର୍ହଃଚେ ତର୍ ସଃବୁ ଦାସ୍ମଃନ୍ ମର୍ହାକ୍ ଆସ୍ତି ଆର୍ ମକ୍ ମୁଣ୍ତିଆମାରି ଜୁଆର୍କଃରି କଃଉତି ସଃବୁ ଲକ୍ମଃନାର୍ ସଃଙ୍ଗ୍ ବାରାୟ୍ ଜଃହା; ତାର୍ ହଃଚେ ମୁୟ୍ ବାରାୟ୍ ଜାୟ୍ନ୍ଦ୍। ତାର୍ ହଃଚେ ରିସା ଅୟି ମସା ପାରକେ ଚାଡି ବାରାୟ୍ ଗଃଲା।
9 ତାର୍ହଃଚେ ମାପୁର୍ ମସାକେ କୟ୍ରିଲା, ମୁୟ୍ ଜଃନ୍କଃରି ମିସର୍ ଦେସେ ମର୍ କାବାଅଃଉତା କାମ୍ ଗାଦେକ୍ କଃରିନ୍ଦ୍ ଇତାର୍ଗିନେ ପାର ତୁମିମଃନାର୍ କଃତାୟ୍ ମଃନ୍ ନଃଦେୟ୍।
10 ଆରେକ୍ ମସା ଆର୍ ହାରଣ ପାରର୍ ଚଃମେ ଇ ସଃବୁ କାବାଅଃଉତା କାମ୍ କଃରିରିଲାୟ୍; ମଃତର୍ ମାପୁର୍ ପାରର୍ ମଃନ୍ ଅଃଟୁଆ କଃଲାକେ ସେ ତାର୍ ଦେସେ ହୁଣି ଇସ୍ରାଏଲ୍ ଲକ୍ମଃନ୍କେ ଜଃଉଁକେ ଚାଡି ନଃଦିଲା।