1 ଜିତ୍ର ମସାର୍ ସଃତ୍ରାସି ରିଲା, ସେ ମିଦିୟନ୍ ମଃନାର୍ ଜାଜକ୍ ରିଲା, ତାର୍ ସଃତ୍ରାସିର୍ ମେଣ୍ତା ମଃନ୍ଦା ଚଃରାଉତି ରିଲା, ଗଟ୍ ଦିନ୍ ମସା ମରୁବୁୟାଁର୍ ବୁଡ୍ତି ହାକ୍ ନିଲା ସେ ହରେବ୍ ନାଉଁଆର୍ ଇସ୍ୱରାର୍ ହଃର୍ବାତେ ଗଃଲା। 2 ସେ ହଃର୍ବାତେ ମସା ଦଃକ୍ଲା ଇସ୍ୱରାର୍ ଦୁତ୍ ଗଟେକ୍ ଜୟ୍ ଲାଗ୍ତା ବୁଟା ବିତ୍ରେ ଆଚେ ସେ ଦଃକ୍ଲା ଜେ, ସେ ବୁଟାୟ୍ ଜୟ୍ ଲାଗୁଲି, ଅୟିଲେକ୍ ହେଁ ସେ ବୁଟା ନଃହଡୁଲି। 3 ତଃବେ ମସା କୟ୍ଲା, "ମୁୟ୍ ସେ ବୁଟା ଲଃଗେ ଜାୟ୍କଃରି ଇ କାବା ଅଃଉତା ବିସୟ୍ ଦଃକିନ୍ଦ୍, ବୁଟା କାୟ୍କଃରୁକେ ହଡି ନଃକେରୁଲି।" 4 ଇସ୍ୱର୍ ଦଃକ୍ଲା, ମସା ବୁଟା ହାକ୍ ଆସୁଲା। ସେତାକ୍ ଇସ୍ୱର୍ ବୁଟା ବିତ୍ରେହୁଣି ତାକ୍ କୁଦି କୟ୍ଲା, "ଏ ମସା ଏ ମସା, ମସା କୟ୍ଲା, ଏ ମାପୁର୍ ଦଃକ୍ ମୁଁୟ୍ ଇତି ଆଚି।" 5 ତାର୍ ହଃଚେ ମାପୁର୍ କୟ୍ଲା, ତୁୟ୍ ମର୍ ଚଃମେ ଆଉ ନାୟ୍, ତର୍ ହାଦାର୍ ହାଣ୍ତାୟ୍ କାଡ୍, ବଃଲେକ୍ ତୁୟ୍ ଜୁୟି ଟାଣେ ଆଚ୍ସି ଇରି ପବିତ୍ର ବୁୟ୍ଁ। 6 ଆର୍ ସେ କୟ୍ଲା, "ମୁୟ୍ ତୁମାର୍ ଦାଦି-ବାବୁମଃନାର୍ ଇସ୍ୱର୍ ମୁୟ୍ ଅବ୍ରାହାମାର୍ ଇସ୍ୱର୍ ଆର୍ ଇସାକାର୍ ଇସ୍ୱର୍ ଆର୍ ଜାକୁବାର୍ ଇସ୍ୱର୍।" ମସା ମାପୁର୍କେ ଦଃକିକଃରି ଡିର୍ ମାଡେ ମୁଁଏ ଡାହି ଅୟ୍ଲା। 7 ତାର୍ ହଃଚେ ଇସ୍ୱର୍ କୟ୍ଲା, ମୁୟ୍ ମିସର୍ ଦେସେ ରେଉଁଲା ନିଜାର୍ ଲକ୍ମଃନାର୍ କଃସ୍ଟ ଦଃକି ଆଚି। ଆର୍ କାମ୍କଃରାଉତା ମିସରାର୍ ଲଃକ୍ମଃନ୍ ସେମଃନ୍କେ କଃସ୍ଟ ଦେତା ବଃଳ୍ ମୁୟ୍ ସେମଃନାର୍ କାନ୍ଦ୍ତାର୍ ସୁଣିଆଚି। ମୁୟ୍ ସେମଃନାର୍ କଃସ୍ଟ ଜାଣିଆଚି। 8 ଇତାର୍ ଗିନେ ମିସରାର୍ ଲକ୍ମଃନାର୍ ଆତେ ହୁଣି ସେମଃନ୍କେ ବାଚାଉଁକେ ଆରେକ୍ ସେ ଦେସେ ହୁଣି ଗଟେକ୍ ନିକ ଦେସେ, ବଃଲେକ୍ କିଣାନିୟ, ହିତିୟ, ଇମରିୟ, ପିରିସିୟ, ହିଦିୟ ଆର୍ ଜିବୁସିୟମଃନ୍ ଜୁୟ୍ତି ରେଉଁଲାୟ୍, ସେ ଦୁଦ୍ ଆର୍ ମଃଉଁ ଗାଡ୍ ଜାତା ସେ ଦେସେ ସେମଃନ୍କେ ନେଉଁକେ ଉତ୍ରି ଆଚି। 9 ଇତାକେ ଦଃକା ମୁଁୟ୍ ଇସ୍ରାଏଲ୍ ଲକ୍ମଃନାର୍ କାନ୍ଦ୍ତାର୍ ସୁଣି ଆଚି। ଆର୍ ମିସରାର୍ ଲଃକ୍ମଃନ୍ ସେମଃନ୍କେ ଜୁୟି କଃସ୍ଟ ଦେଉଁଲାୟ୍, ସେରି ମୁଁୟ୍ ଦଃକି ଆଚି। 10 ତଃବେ ମୁୟ୍ ତକ୍ ପାରର୍ ହାକ୍ ହଟାଇନ୍ଦ୍ ତୁୟ୍ ମିସର୍ ଦେସେହୁଣି ଅଃମାର୍ ଲକ୍ ଇସ୍ରାଏଲ୍ ଲକ୍ମଃନ୍କେ ବାର୍କଃରି ଆଣ୍ସି। 11 ମଃତର୍ ମସା ଇସ୍ୱର୍କେ କୟ୍ଲା, "ମୁୟ୍ କେଏ ଜେ, ପାର ରଃଜାର୍ ହାକ୍ ଜାୟ୍ ମିସର୍ ଦେସେ ହୁଣି ଇସ୍ରାଏଲ୍ ଲକ୍ମଃନ୍କେ ବାର୍କଃରି ଆଣିନ୍ଦ୍?" 12 ତଃବେ ଇସ୍ୱର୍ କୟ୍ଲା, "ମୁୟ୍ ବାୟ୍ଦ୍ରେ ତର୍ ସଃଙ୍ଗ୍ ରଃୟ୍ନ୍ଦ୍; ଆରେକ୍ ମୁଁୟ୍ ତକ୍ ହଃଟାୟ୍ଲେ, ସେତିର୍ ଗଟେକ୍ ଚିନା ଜାଣ୍ସି, ତୁୟ୍ ମିସର୍ ଦେସେ ହୁଣି ଲକ୍ମଃନ୍କେ ବାର୍କଃରି ଆଣ୍ଲା ହଃଚେ ତୁମିମଃନ୍ ଇ ହର୍ବାତ୍ ଉହ୍ରେ ଇସ୍ୱରାର୍ ସେବା କଃରାସ୍।" 13 ତାର୍ ହଃଚେ ମସା ଇସ୍ୱର୍କେ କୟ୍ଲା, "ଜଦି ମୁୟ୍ ଇସ୍ରାଏଲ୍ ମଃନାର୍ ହାକ୍ ଜାୟ୍ କୟ୍ନ୍ଦ୍, ତୁମାର୍ ଦାଦି-ବାବୁମଃନାର୍ ଇସ୍ୱର୍ ମକ୍ ହଃଟାୟ୍ଲା ଆଚେ; ତାର୍ ହଃଚେ ଲଃକ୍ମଃନ୍ ଜଦି ମକ୍ ହଃଚାର୍ତି ତାର୍ ନାଉ କାୟି ନାଉ, ସଃଡେବଃଳ୍ ମୁଁୟ୍ କାୟି ଉତୁର୍ ଦଃୟ୍ନ୍ଦ୍?" 14 ତଃବେ ଇସ୍ୱର୍ ମସାକେ କୟ୍ଲା, "ମୁୟ୍ ଜେ ଆଚି ସେ ଆଚି," ଆରେକ୍ ସେ କୟ୍ଲା, ତୁୟ୍ ଇସ୍ରାଏଲ୍ ଲକ୍ମଃନ୍କେ କଃଉ, ସୟମ୍ବୁ "ମୁୟ୍ ଆଚି" ତୁମିମଃନାର୍ ହାକ୍ ମକ୍ ହଃଟାୟ୍ ଆଚେ। 15 ଇସ୍ୱର୍ ମସାକେ ଆରେକ୍ କୟ୍ଲା, "ତୁୟ୍ ଇସ୍ରାଏଲ୍ ଲକ୍ମଃନ୍କେ ଇ କଃତା କଃଉସି ତୁମାର୍ ଦାଦି-ବାବୁମଃନାର୍ ଇସ୍ୱର୍ ବଃଲେକ୍ ଅବ୍ରାହାମାର୍ ଇସ୍ୱର୍, ଇସାକାର୍ ଇସ୍ୱର୍ ଆର୍ ଜାକୁବାର୍ ଇସ୍ୱର୍ ଜେ ଜିହବା ମାପୁର୍ ସୟମ୍ବୁ ବଃଲେକ୍ ସେ ତୁମିମଃନାର୍ ହାକ୍ ମକ୍ ହଃଟାୟ୍ ଆଚେ; ମର୍ ଇ ନାଉ ଜୁଗ୍ ଜୁଗ୍ ରଃୟ୍ଦ୍ ଆର୍ ସଃବୁ କୁଳ୍ବଃଉଁସ୍ ହଃତେକ୍ ଏତାଉତା ନାଉ। 16 ତୁୟ୍ ଜାୟ୍କଃରି ଇସ୍ରାଏଲ୍ ବଃଉଁସାର୍ ପାରାଚିନ୍ ମଃନ୍କେ ଗଟେତଃୟ୍ କୁଦିକଃରି ଇ କଃତା କଃଉ, ତୁମିମଃନାର୍ ଦାଦି-ବାବୁମଃନାର୍ ଇସ୍ୱର୍, ବଃଲେକ୍ ଅବ୍ରାହାମାର୍ ଇସ୍ୱର୍, ଇସାକାର୍ ଇସ୍ୱର୍ ଆର୍ ଜାକୁବାର୍ ଇସ୍ୱର୍ ମକ୍ ଦଃକାୟ୍ ଅୟି କୟ୍ଆଚେ, ମୁୟ୍ ତୁମିମଃନାର୍ ଆର୍ ମିସର୍ ଦେସେ ତୁମିମଃନାର୍ ଉହ୍ରେ ଜାୟ୍ ଜାୟ୍ରି ଅଃଉଁଲି, ସେସଃବୁ ବିସୟ୍ ଦିଆନ୍ ଦଃୟି ଆଚି। 17 ଆରେକ୍ ମୁୟ୍ ତୁମିମଃନ୍କେ ମିସର୍ ଦେସାର୍ କଃସ୍ଟେ ହୁଣି ମୁକ୍ଳାୟ୍କଃରି କିଣାନିୟ, ହିତିୟ, ଇମରିୟ୍, ପିରିସିୟ, ହିଦିୟ ଆର୍ ଜିବୁସିୟମଃନାର୍ ଦୁଦ୍ ଆର୍ ମଃଉଁ ଗାଡ୍ ଜଃଉଁଲା ଦେସେ ନେୟ୍ନ୍ଦ୍ ବଃଲି କୟ୍ ଆଚି।"
18 ଇସ୍ରାଏଲାର୍ ପାରାଚିନ୍ମଃନ୍ ତର୍ ଇ କଃତା ସୁଣ୍ତି, ତଃବେ ତୁୟ୍ ଆର୍ ଇସ୍ରାଏଲ୍ ବଃଉଁସାର୍ ପାରାଚିନ୍ମଃନାର୍ ସଃଙ୍ଗ୍ ମିସରାର୍ ପାର ରଃଜା ହାକ୍ ଜାୟ୍ ଇ କଃତା କଃଉଆସ୍, ଏବ୍ରିୟ ଲକ୍ମଃନାର୍ ଇସ୍ୱର୍ ଅଃମାର୍ ସଃଙ୍ଗ୍ କଃତାବାର୍ତା କଃରିଆଚେ; ଇତାର୍ ଗିନେ ଗଃଉଆରି କଃରୁଲୁ, ଅଃମିମଃନାର୍ ଇସ୍ୱର୍ ମାପୁର୍କେ ହୁଜା କଃରୁକେ ଅଃବେ ଅଃମିମଃନ୍କେ ତିନି ଦିନାର୍ ବାଟ୍ ମରୁବଃଟାୟ୍ ଜଃଉଁକେ ଚାଡିଦେଏ। 19 ମଃତର୍ ମୁଁୟ୍ ଜାଣି ମିସରାର୍ ରଃଜା ତୁମିମଃନ୍କେ ଜଃଉଁକେ ଚାଡି ନଃଦେୟ୍, ବଃଳ୍କାରି ଆତାର୍ ସଃକ୍ତି ବଃଳ୍ମାଡ୍ କଃଲେକ୍ ହେଁ ସେ ଚାଡିନଃଦେୟ୍। 20 ତଃବେ ମୁୟ୍ ନିଜାର୍ ଆତ୍ ଲାମାୟ୍କଃରି ଦେସ୍ ବିତ୍ରେ ଗାଦେକ୍ କାବାଅଃତା କାମ୍ କଃରିନ୍ଦ୍; ସେସଃବୁ କାମ୍ କଃରି ମିସର୍ ଦେସ୍କେ ନଃସ୍ଟ୍ କଃଲା ହଃଚେ ସେ ତୁମିମଃନ୍କେ ଜଃଉଁକେ ଚାଡିଦଃୟ୍ଦ୍।
21 ଆର୍ ମୁଁୟ୍ ମିସରାର୍ ଲକ୍ମଃନାର୍ ଚଃମେ ଇ ଲକ୍ମଃନ୍କେ ଦଃୟାର୍ ଲକ୍ କଃରିନ୍ଦ୍, ତଃବେ ତୁମିମଃନ୍ ଜାତା ବଃଳ୍ ଚୁଚା ଆତେ ନଃଜାହାସ୍; 22 ସଃବୁ ଇସ୍ରାଏଲାର୍ ମାୟ୍ଜିମଃନ୍ ଅଃହ୍ଣାର୍ ହଃଳ୍ସାର୍ ଆର୍ ନିଜାର୍ ଗଃରେ ରେତା ମାୟ୍ଜିମଃନାର୍ ତଃୟ୍ହୁଣି ରୁହା ଆର୍ ସନାର୍ ମାଳି କାଟି ଆର୍ ବଃସ୍ତର୍ ମାଗି ନେତି; ଆରେକ୍ ସେରି ସେମଃନ୍ ନିଜାର୍ ନିଜାର୍ ହିନ୍ଦାଉତି। ଇ ରଃକମ୍ ସେମଃନ୍ ମିସ୍ରିୟ ଲକ୍ମଃନାର୍ ଦଃନ୍ ଆତ୍ କଃର୍ତି।