1 ଇତାର୍ହଃଚେ ମାପୁର୍ ମସାକେ କୟ୍ଲା, "ମୁଁୟ୍ ଅବ୍ରାହାମ୍ ଆର୍ ଇସାକ୍ ଆର୍ ଜାକୁବାର୍ ତଃୟ୍ ସଃୟ୍ତ୍ କଃରି ଜୁୟି ଦେସାର୍ କଃତା କୟ୍ରିଲେ, ତୁମାର୍ ବଃଉଁସ୍କେ ଇ ଦେସ୍ ଦଃୟ୍ନ୍ଦ୍, ସେ ଦେସେ ଜାତା ହାଁୟ୍ ତୁୟ୍ ଆର୍ ମିସର୍ ଦେସେ ହୁଣି ବାର୍କଃରି ଆଣ୍ଲା ଲଃକ୍ମଃନ୍ ଇ ଜଃଗାୟ୍ ହୁଣି ବାରାୟ୍ ଜଃହା; 2 ମୁୟ୍ ତୁମାର୍ ଆଗେ ଆଗେ ଗଟେକ୍ ଦୁତ୍କେ ହଃଟାୟ୍ନ୍ଦ୍; ଆରେକ୍, ମୁୟ କିଣାନିୟ, ଇମରିୟ, ହିତିୟ, ପିରିସିୟ୍, ହିଦିୟ ଆର୍ ଜିବୁସିୟ ଲକ୍ମଃନ୍କେ ବାର୍କଃରି ଦଃୟ୍ନ୍ଦ୍। 3 ଇତାର୍ଗିନେ ସେ ଦୁଦ୍-ମଃଉ ଗାଡ୍ ରେତା ଦେସେ ଜାହା; ମଃତର୍ ମୁୟ୍ ତୁମାର୍ ସଃଙ୍ଗ୍ ଜଃଉଁ ନଃଚି; ମୁୟ୍ ତୁମାର୍ ସଃଙ୍ଗ୍ ଗଃଲେକ୍ ମୁୟ୍ ବାଟେ ତୁମିମଃନ୍କେ ମାରିନ୍ଦ୍, ବଃଲେକ୍ ତୁମିମଃନ୍ ଅଃମାନ୍ୟା ଲଃକ୍ମଃନ୍।"
4 ଲଃକ୍ମଃନ୍ ଇ କଃରାପ୍ କଃତା ସୁଣି ଦୁକ୍କଃଲାୟ୍; କେଏ ହେଁ ନିଜାର୍ ଗଃଗାଳେ ସନାର୍ ମାଳି ହିନ୍ଦୁକ୍ ନଃଚ୍ଲାୟ୍। 5 ବଃଲେକ୍ ମାପୁର୍ ମସାକେ କୟ୍ଲା, ଇସ୍ରାଏଲ୍-ଲକ୍ମଃନ୍କେ କଃଉ ତୁମିମଃନ୍ ଅମାନ୍ୟାକାରି ଲକ୍ ମୁଁୟ୍ ଜଦି ଚଃନେକ୍ ହାଁୟ୍ ତୁମିମଃନାର୍ ସଃଙ୍ଗ୍ ଜାୟ୍ନ୍ଦ୍, ତବେ ତୁମିମଃନ୍କେ ନାସ୍ କଃରିନ୍ଦ୍। ଇତାର୍ ହଃଚେ ତୁମାର୍ ହାଁୟ୍ କାୟିରି ବେବାର୍ କଃରିନ୍ଦ୍ ସେରି ଜାଣିନ୍ଦ୍। 6 ସେତାକ୍ ଇସ୍ରାଏଲ୍ ଲଃକ୍ମଃନ୍ ହରେବ୍ ହଃର୍ବାତେ ହୁଣି ଆୟ୍ଲା ତଃୟ୍ହୁଣି ଆର୍ ସନା ହିନ୍ଦୁ ନଃଚ୍ଲାୟ୍।
7 ମସା ତମ୍ବୁକେ ନଃୟ୍ ଚାଉଁଣିର୍ ହଃଦାୟି ଆର୍ ଚାଉଣି ତଃୟ୍ହୁଣି ଦୁରିକ୍ ତାହୁନ୍ କଃଲା, ଆର୍ ତାର୍ ନାଉ ସମାଗମ୍ ତୁମ୍ ଦିଲାୟ୍। ମାପୁର୍କେ କଜ୍ତା ହଃତି ଲକ୍ ଚାଉଣି ହଃଦାୟି ରିଲା ସେ ସମାଗମ୍ ତୁମ୍ ଲଃଗେ ଗଃଲାୟି। 8 ଆରେକ୍, ଇ ହର୍ ଗଃଟ୍ଲି ଜେ, ମସା ବାରୟ୍ ସେ ତୁମ୍ ଲଃଗେ ଜାତାବଃଳ୍ ସଃବୁଲକ୍ ଉଟି ନିଜାର୍ ନିଜାର୍ ତୁମ୍ ଦୁଆରେ ଟିଆ ଅୟ୍ଲାୟ୍, ଆର୍ ଜଃଡେବଃଳ୍ ହଃତେକ୍ ମସା ସେ ତୁମ୍ ବିତ୍ରେ ନଃହୁର୍ଲା, ସଃଡେବଃଳ୍ ହଃତେକ୍ ସେମଃନ୍ ତାର୍ ହଃଚ୍ବାଟ୍ୟା ଦଃକିଲାଗ୍ଲାୟ୍। 9 ମସା ତୁମ୍ ବିତ୍ରେ ହୁର୍ଲାକେ, ମେଗ୍ କଃମ୍ ଉତ୍ରି ଆସି ତୁମ୍ ଦୁଆରେ ଟିଆ ଅୟ୍ଲି, ଆର୍ ମାପୁର୍ ମସାର୍ ସଃଙ୍ଗ୍ କଃତାଅୟ୍ଲା। 10 ତୁମ୍ ଦୁଆରେ ଟିଆ ଅୟ୍ଲା ମେଗ୍ କଃମ୍କେ ଦଃକି ସଃବୁ ଲକ୍ ଉଟି ହଃତି ଲକ୍ ନିଜାର୍ ନିଜାର୍ ତୁମ୍ ଦୁଆରେ ରଃୟ୍ ଜୁଆର୍ କଃଲାୟି। 11 ଜଃନ୍କଃରି ଲକ୍ସଃଙ୍ଗ୍ କଃତା-ବାର୍ତା କଃରେଦ୍ ସେରଃକମ୍ ମୁକାମୁକି ଅୟି ମସାର୍ ସଃଙ୍ଗ୍ କଃତା-ବାର୍ତା କଃଲା; ଇତାର୍ ହଃଚେ ମସା ଚାଉଣି ଲଃଗେ ବାଉଳି ଆୟ୍ଲା, ମଃତର୍ ନୁନର୍ ହୟିସି ଜିହସୁଆ ନାଁଉଆର୍ ତାର୍ ବେଣ୍ଡିଆ ସେବାକାରି ତୁମ୍ ବିତ୍ରେ ହୁଣି ବାଉଳି ନାସ୍ଲା।
12 ମସା ମାପୁର୍କେ କୟ୍ଲା, "ଦଃକ୍ ତୁୟ୍ ଇ ଲକ୍ମଃନ୍କେ ନଃୟ୍ ଜଃଉଁକେ ମକ୍ କଃଉଁଲିସ୍; ମଃତର୍ ତୁୟ୍ ମଃର୍ ସଃଙ୍ଗ୍ କାକ୍ ହଃଟାଉସି, ଇରି ତୁୟ୍ ମକ୍ ନଃଜାଣାଉସି। ଅୟିଲେକ୍ ହେଁ ତୁୟ୍ କୟ୍ ଆଚ୍ସି, ମୁଁୟ୍ ନାଉ ସଃଙ୍ଗ୍ ତକ୍ ଜାଣି ଆର୍ ତୁୟ୍ ମର୍ ଆକାୟ୍ ଦଃୟା ହାୟ୍ଲା ଲକ୍ ଅୟ୍ଆଚ୍ସି।" 13 ମୁୟ୍ ଜଦି ତର୍ ଆକାୟ୍ ଦଃୟା ହାୟ୍ଲା ଲକ୍ ଅୟିଆଚି, ତଃବେ ଗଃଉଆରି କଃରୁଲେ, ମୁୟ୍ ତର୍ ଅଃକାୟ୍ ଦଃୟା ହାଉଁକେ ଜଃନ୍କଃରି ତକେ ଜାଣୁ ହାରିନ୍ଦ୍, ଇତାର୍ଗିନେ ଅଃବେ ତୁୟ୍ ମକେ ତର୍ ନିଜାର୍ ବାଟ୍ ଜାଣାଉଁ; ଆରେକ୍, ଇ ଜାତି ଜେ ତର୍ ଲକ୍ ଇରି ମଃନେଏତାଉ। 14 ସଃଡେବଃଳ୍ ମାପୁର୍ କୟ୍ଲା, "ମୁଁୟ୍ ତୁମାର୍ ସଃଙ୍ଗ୍ ଜାୟ୍ନ୍ଦ୍, ଆରେକ୍ ମୁଁୟ୍ ତୁମିକ୍ ବିସାଉଁଣି ଦଃୟ୍ନ୍ଦ୍।" 15 ମସା ମାପୁର୍କେ କୟ୍ଲା, "ଜଦି ତୁୟ୍ ଅଃମିମଃନାର୍ ସଃଙ୍ଗ୍ ନଃଜାସି, ତଃବେ ଇ ଟାଣେହୁଣି ଅଃମିମଃନ୍କେ ନଃୟ୍ ଜାନାୟ୍।" 16 ବଃଲେକ୍ ମୁୟ୍ ଆର୍ ତର୍ ଇ ଲଃକ୍ମଃନ୍ ଜେ ତର୍ ଆକାୟ୍ ଦଃୟା ହାୟ୍ଆଚୁ ଇରି ଅଃବେ କଃନ୍କଃରି ଜାଣାହଃଳେଦ୍? ଜଃନ୍କଃରି ମୁଁୟ୍ ଆର୍ ତର୍ ଲଃକ୍ମଃନ୍ ହୁର୍ତିର୍ ସଃବୁ ଲକ୍ମଃନାର୍ ତଃୟ୍ହୁଣି ଅଃଲ୍ଗା ଲକ୍ ଅଃଉଁନ୍ଦ୍, ଅଃମାର୍ ସଃଙ୍ଗ୍ ତୁୟ୍ ରିଲେକ୍ କି ଇରି ଜାଣା ନଃହେଳେ।
17 ତାର୍ହଃଚେ ମାପୁର୍ ମସାକେ କୟ୍ଲା, "ଇ ଜୁୟି କଃତା ତୁୟ୍ କୟ୍ଆଚ୍ସି, ସେରି ହଃକା ମୁଁୟ୍ କଃରିନ୍ଦ୍, ବଃଲେକ୍ ତୁୟ୍ ମର୍ ଆକାୟ୍ ଦଃୟା ହାୟ୍ଆଚ୍ସି, ଆରେକ୍, ମୁଁୟ୍ ତକ୍ ନାଉ ସଃଙ୍ଗ୍ ଜାଣିଆଚି।" 18 ଆରେକ୍ ମସା କୟ୍ଲା, "ଗଃଉଆରି କଃରୁଲେ, ତୁୟ୍ ମକ୍ ତର୍ ନିଜାର୍ ଜଃଜ୍ମାନ୍ ଦଃକାଉ।"
19 ମଃତର୍ ମାପୁର୍ କୟ୍ଲା, "ମୁୟ୍ ତର୍ ମୁଆଟି ଦଃୟି ମର୍ ନିଜାର୍ ସଃବୁ ଜଃଜ୍ମାନ୍ ଦଃକାୟ୍ନ୍ଦ୍, ତର୍ ମୁୟେଁ ମାପୁରାର୍ ନାଉଁଏ କୁଦାୟ୍ଦ୍; ମୁଁୟ୍ ଜାକ୍ ଦଃୟା କଃରିନ୍ଦ୍ ତାକ୍ ଦଃୟା କଃରିନ୍ଦ୍।"
20 ସେ ଆରେକ୍ କୟ୍ଲା, "ତୁୟ୍ ମର୍ ମୁଁ ଦଃକୁକେ ନଃହାର୍ସି, ବଃଲେକ୍ ନଃର୍ଲକ୍ ମକ୍ ଦଃକି ବାଚୁ ନଃହାରେ।"
21 ମାପୁର୍ କୟ୍ଲା, "ଦଃକ୍ ମର୍ ଲଃଗେ ଗଟେକ୍ ଟାଣ୍ ଆଚେ, ତୁୟ୍ ସେ ଟେଳା ଉହ୍ରେ ଟିଆ ଅଃଉସି;
22 ତର୍ ଲଃଗେ ଅୟି ମର୍ ଜଃଜ୍ମାନ୍ ଗଃଲାବଃଳ୍ ମୁୟ୍ ତକେ ଟେଳାର୍ ସେ ହଃର୍ଲେ ରଃକିନ୍ଦ୍ ଆର୍ ମୁଁୟ୍ ଜାତାର୍ ସେସ୍ ହଃତେକ୍ ନିଜାର୍ ଆତେ ତକେ ଡାହି ରଃୟ୍ନ୍ଦ୍।
23 ତାର୍ହଃଚେ ମୁଁୟ୍ ମର୍ ଆତ୍ କାଡ୍ଲେକ୍ ତୁୟ୍ ମର୍ ହିଟି ଦଃକ୍ସି, ମଃତର୍ ମର୍ ମୁଉଁ ଦଃକୁ ନଃହାର୍ସି।"