1 ଆର୍ ମର୍ ହାଁୟ୍ ଜାଜକ୍ କାମ୍ କଃରୁକ୍ ସେମଃନ୍କେ ହଃଦେ ବଃସାଉଁକେ ତୁୟ୍ ସେମଃନାର୍ ହାଁୟ୍ ଇ ସଃବୁ କାମ୍ କଃର୍ସି; ଗାଉ କି କାଣା ଚଟା ନୟ୍ଲାର୍ ଗଟେକ୍ ଜୁବା ହଳ୍ ଆର୍ ଜୁଳେକ୍ ମେଣ୍ଡା ନେସି। 2 ଆରେକ୍ କମିର୍ ନଃମିସ୍ଲା ରୁଟି, ଚିକାଣ୍ ମିସ୍ଲା କମିର୍ ନୟ୍ଲା ରୁଟି ଆର୍ ଚିକଣ୍ ମିସ୍ଲା ସାନ୍ ଚକ୍ଳି ଗମ୍ଗୁଣ୍ଡେ ତିଆର୍ କଃରାସ୍। 3 ଆରେକ୍ ଗଟେକ୍ ଡଃଲାୟ୍ ସେରି ସଃଙ୍ଗାଆସ୍, ସେ ଜୁବା ହଳ୍ ଆର୍ ଜୁଳେକ୍ ମେଣ୍ଡା ସଃଙ୍ଗେ ନଃୟ୍ ସେ ଡଃଲା ଆଣାସ୍।
4 ଆର୍ ହାରଣକେ ଆର୍ ତାର୍ ହୟ୍ସିମଃନ୍କେ ପବିତ୍ର ତୁମ୍ ଦୁଆର୍ ଲଃଗେ ଆଣି ହାଣାୟି ସେମଃନ୍କେ ଗଃଦ୍ଳାଉଆସ୍। 5 ତାର୍ହଃଚେ ସେସଃବୁ ବଃସ୍ତର୍ ନଃୟ୍ ହାରଣକେ ବଃସ୍ତର୍ ଆର୍ ଏପଦ ତଃଳେ ହିନ୍ଦ୍ତା ଲାଲ୍ଚି ଆର୍ ଏପଦ ଆର୍ ବୁକ୍ହାଟା ହିନ୍ଦାଉସି ଆର୍ ଏପଦାର୍ ଅଃଟାୟି ବାନ୍ଦ୍ର୍ ବାନାକାବ୍ରା ଅଃଟାସୁତା ବାନ୍ଦ୍ସି। 6 ତାର୍ ମୁଣ୍ଡେ ହାଗ୍ ବାନ୍ଦି ତାର୍ ଉହ୍ରେ ପବିତ୍ର ମୁକୁଟ୍ ହିନ୍ଦାଉସି। 7 ଇତାର୍ ହଃଚେ ଉଚ୍ ହଃଦ୍ ମାନିକଃର୍ତା ଚିକଣ୍ ନଃୟ୍ ତାର୍ ମୁଣ୍ଡ୍ ଉହ୍ରେ ଅବିସେକ୍ ଆର୍ ଉଚ୍ ହଃଦେ ଅଃଦିକାରି କଃର୍ସି। 8 ତଃବେ ତୁୟ୍ ହାରଣାର୍ ହୟ୍ସିମଃନ୍କେ ଆଣି ଲାଲ୍ଚି ହିନ୍ଦାଉସି। 9 ଆରେକ୍ ହାରଣକେ ଆର୍ ତାର୍ ହୟ୍ସିମଃନ୍କେ ଅଃଟା ସୁତା ହିନ୍ଦାଉସି ଆର୍ ସେମଃନାର୍ ମୁଣ୍ଡେ ହାଗ୍ ବାନ୍ଦାଉସି; ତଃବେ ସେମଃନ୍ ସଃବୁ ଦିନାର୍ ବିଦିଏ ଜାଜକ୍ କାମାର୍ ହଃଦ୍ ହାଉତି। ଇ ରଃକମ୍ ତୁୟ୍ ହାରଣକେ ଆର୍ ତାର୍ ହୟ୍ସିମଃନ୍କେ ହଃଦେ ବଃସାଉସି। 10 ଇତାର୍ ହଃଚେ ତୁୟ୍ ପବିତ୍ର ତୁମ୍ ମୁୟେଁ ସେ ହଳ୍କେ ଆଣାଉସି, ଆରେକ୍, ହାରଣ ଆର୍ ତାର୍ ହଃୟ୍ସିମଃନ୍ ସେ ଜୁବା ହଳାର୍ ମୁଣ୍ଡ୍ ଉହ୍ରେ ନିଜାର୍ ନିଜାର୍ ଆତ୍ ରଃକ୍ତି। 11 ତୁମି ଲକମଃନ୍ ଗଟେଟାଣେ ରୁଣ୍ଡ୍ତା ପବିତ୍ର ତୁମ୍ ଦୁଆର୍ ଲଃଗେ ମାପୁରାର୍ ଚଃମେ ସେ ହଳ୍କେ ମଃର୍ନେ ମାରାସ୍। 12 ଇତାର୍ହଃଚ ଜୁବା ହଳ୍ ବଃନି ଅଃଳକ୍ ନଃୟ୍ ଆଙ୍ଗଟି ସଃଙ୍ଗ୍ ବେଦିର୍ ସିଙ୍ଗ୍ ଉହ୍ରେ ଲାଗାଉସି, ଆରେକ୍, ବେଦିର୍ ତଃଳେ ବାକି ସଃବୁ ବଃନି ଡାଳାସ୍। 13 ଆର୍ ତାର୍ ଅଃତ୍ନିର୍ ଉହ୍ରେ ରେତା ବଃସ୍ ଆର୍ କାଣେଞ୍ଜାର୍ ବାଗ୍, ଆର୍ ହହେଞ୍ଜ୍ ଆର୍ ଜଳେକ୍ ବଃନିଡୁଣ୍ଡାର୍ ତାର୍ ଚାରି ହାକ୍ ରିଲା ବଃସ୍କେ ବେଦି ଉହ୍ରେ ହଡାଉଆସ୍।
14 ମଃତର୍ ହୁଡ୍ରା ମାସ୍, ଚାଲ୍ ଆର୍ ଅଃତ୍ନି, ତୁମାର୍ ବାସା ଟାଣାର୍ ହଃଦାର୍ ଜୟେ ହଡାଉଆସ୍; ଇରି ଅଃଉଁଲି ହାହ୍ କେମାର୍ ହୁଜା। 15 ଇତାର୍ହଃଚ ତୁୟ୍ ହଃର୍ତୁମ୍ ମେଣ୍ଡା ନେସି; ଆରେକ୍, ହାରଣ ଆର୍ ତାର୍ ହଃୟ୍ସିମଃନ୍ ସେ ମେଣ୍ଡାର୍ ମୁଣ୍ଡ୍ ଉହ୍ରେ ନିଜାର୍ ନିଜାର୍ ଆତ୍ ସଃଙ୍ଗାଉତି। 16 ତଃବେ ତୁୟ୍ ସେ ମେଣ୍ଡାକେ ହୁଜାକଃରି ତାର୍ ବଃନି ନଃୟ୍ ବେଦି ଉହ୍ରେ ଚାରିହାକ୍ ଚିଚ୍ସି। 17 ତାର୍ହଃଚେ ମେଣ୍ଡାକେ କଃଣ୍ଡ୍ କଃଣ୍ଡ୍ କଃରି ତାର୍ ଅଃତ୍ନି ଆର୍ ଗଡ୍ ଦୟ୍ କଃରି ସେସଃବୁର୍ ଗଃର୍ଣ୍ଡାକେ ମୁଣ୍ଡ୍ ସଃଙ୍ଗ୍ ସଃଙ୍ଗାଉଆସ୍। 18 ଆରେକ୍, ତୁମି ହୁରା ମେଣ୍ଡାକେ ବେଦି ଉହ୍ରେ ହଡାଉଆସ୍; ସେରି ମାପୁରାର୍ ହାଁୟ୍ ହମ୍ହୁଜା ଅୟ୍ଦ୍ ଆର୍ ଇରି ମାପୁରାର୍ ହାଁୟ୍ ସଃଲ୍ମତ୍ ଗିନେ ବାସ୍ନାର୍ ଦାନ୍ ଅୟ୍ଦ୍।
19 ଇତାର୍ ହଃଚେ ତୁୟ୍ ବିନ୍ ମେଣ୍ଡାକେ ନେସି, ଆରେକ୍ ହାରଣ ଆର୍ ତାର୍ ହଃୟ୍ସିମଃନ୍ ସେ ମେଣ୍ଡାର୍ ମୁଣ୍ଡ୍ ଉହ୍ରେ ନିଜାର୍ ନିଜାର୍ ଆତ୍ ରଃକ୍ତି। 20 ତଃବେ ତୁୟ୍ ସେ ମେଣ୍ଡାକେ ହୁଜାକଃରି ତାର୍ ଅଃଳକ୍ ବଃନି ନଃୟ୍ ହାରଣାର୍ କାତା କାନ୍ ଟିହେ ଆର୍ ତାର୍ ହୟ୍ସିମଃନାର୍ କାତା କାନ୍ ଟିହେ, ସେମଃନାର୍ କାତା ଆତାର୍ ମାୟ୍ ଆଙ୍ଗଟି ଉହ୍ରେ ଆର୍ କାତା ଗଡାର୍ ମାୟ୍ ଆଙ୍ଗଟି ଉହ୍ରେ ଲାଗାଉସି। ଆରେକ୍ ବେଦି ଉହ୍ରେ ଚାରିହାକ୍ ବଃନି ଚିଚ୍ସି। 21 ଇତାର୍ହଃଚ ବେଦି ଉହ୍ରାର୍ ବଃନି ଆର୍ ଜଃଜ୍ମାନ୍ କଃର୍ତା ଚିକଣ୍ ଅଃଳକ୍ ନଃୟ୍ ହାରଣାର୍ ଉହ୍ରେ ଆର୍ ତାର୍ ବଃସ୍ତର୍ ଉହ୍ରେ, ଆରେକ୍ ତାର୍ ସଃଙ୍ଗ୍ ତାର୍ ହୟ୍ସିମଃନାର୍ ଉହ୍ରେ ଆର୍ ସେମଃନାର୍ ବଃସ୍ତର୍ ଉହ୍ରେ ଚିଚ୍ସି; ତଃବେ ସେ ଆର୍ ତାର୍ ବଃସ୍ତର୍, ଆରେକ୍ ତାର୍ ହୟ୍ସିମଃନାର୍ ବଃସ୍ତର୍ ପବିତ୍ର ଅୟ୍ଦ୍। 22 ଆରେକ୍, ତୁୟ୍ ସେ ମେଣ୍ଡାର୍ ବଃସ୍, ବଃସ୍ରିଲା ଲେଞ୍ଜ୍, ଅଃତ୍ନି ଉହ୍ରାର୍ ବଃସ୍, କାଣେଞ୍ଜ୍ ଉହ୍ରାର୍ ଜାଲ୍, ଜୁଳେକ୍ ବଃନିଡୁଣ୍ଡା ସଃଙ୍ଗ୍ ତାର୍ ଉହ୍ରାର୍ ବଃସ୍ ଆର୍ କାତା ହଃଳିଆ ନିଆସ୍, ବଃଲେକ୍ ସେରି ଅଃଉଁଲି ମାପୁର୍କେ ଦିଲା ମେଣ୍ଡା। 23 ଆରେକ୍ ମାପୁରାର୍ ମୁୟେଁ ରିଲା କମିର୍ ନୟ୍ଲା ରୁଟିର୍ ଡଃଲାୟ୍ହୁଣି ଗଟେକ୍ ରୁଟି, ଚିକଣ୍ ମିସ୍ଲା ଗଟେକ୍ ହିଟା ଆର୍ ଗଟେକ୍ ସାନ୍ ଚକ୍ଳି ନଃୟ୍, 24 ସେରିସଃବୁ ହାରଣାର୍ ଆତେ ଆର୍ ତାର୍ ହୟ୍ସିମଃନାର୍ ଆତେ ଦଃୟ୍କଃରି ମିସାୟ୍ଲା ମୟ୍ଦା ମାପୁରାର୍ ମୁୟେଁ ନଃୟ୍ ସେରି ଚିଟ୍କାସ୍। 25 ଇତାର୍ହଃଚ ହାରଣ ଆର୍ ତାର୍ ହୟ୍ସିମଃନାର୍ ଆତେହୁଣି ନଃୟ୍ ସୁଙ୍ଗିକଃରି ସଃଲ୍ମତ୍ ଅଃଉଁକେ ବେଦିର୍ ଉହ୍ରେ ହମ୍ହୁଜା ଉହ୍ରେ ହଡାଉଆସ୍। ଇରି ମାପୁରାର୍ ହାଁୟ୍ ଗଟେକ୍ ନିକ ବାସ୍ନାର୍ ଦାନ୍ ଅୟ୍ଦ୍।
26 ଇତାର୍ହଃଚ ତୁମି ସଃର୍ହି ଦିଲା ହାରଣାର୍ ମେଣ୍ଡାର୍ ବୁକ୍ ନଃୟ୍, ଟେକିକଃରି ଦେତା ଦାନ୍ ଗିନେ ମାପୁରାର୍ ମୁୟେଁ ସଃର୍ହିଦିଆସ୍; ସେରି ଜାଜକାର୍ ବାଗ୍ ଅୟ୍ଦ୍। 27 ମାପୁର୍କେ ଟେକିଦିଲାର୍ ମେଣ୍ଡାର୍ ବୁକ୍ ଆର୍ ଚଃଟୁଆ ନିଆ ଆର୍ ପବିତ୍ର ବାବେ ଅଃଲ୍ଗା କଃରା; ଇ ବାଟାକେ ହାରଣ ଆର୍ ତାର୍ ହୟ୍ସିମଃନ୍କେ ଦିଆସ୍। 28 ଇସ୍ରାଏଲିୟମଃନ୍ ସଃବୁ ବଃଳ୍ ହାରଣ ଆର୍ ତାର୍ ହୟ୍ସିମଃନ୍କେ ଇ ସଃବୁ ବାଗ୍ ଦେତି। ଜଃଡେବଃଳ୍ ଇସ୍ରାଏଲାର୍ ଲଃକ୍ମଃନ୍ ସେ ସଃବୁ ବେଟି ଦେତି ସଃଡେବଃଳ୍ ହାରଣ ଆର୍ ତାର୍ ହଃୟ୍ସିମଃନ୍ ଇ ସଃବୁ ବାଗ୍ ହାଉତି। ସେମଃନ୍ ଜାଜକ୍କେ ଜଃଡେବଃଲ୍ ଇ ସଃବୁ ବାଗ୍ ଦେତି; ଇରି ମାପୁରାର୍ ହାୟ୍ଁ ଟେକିଦେତା ଦାନ୍ ଅୟ୍ଦ୍। 29 ଆରେକ୍ ହାରଣ ମଃଲା ହଃଚେ ତାର୍ ପବିତ୍ର ବଃସ୍ତର୍ ସଃବୁ ତାର୍ ହୟ୍ସିମଃନାର୍ ଅୟ୍ଦ୍; ଆର୍ ହଃଦ୍ ହାଉତା ବଃଳ୍ ସେମଃନ୍ ସେ ବଃସ୍ତର୍ ହିନ୍ଦ୍ତି। 30 ତାର୍ ହୟ୍ସିମଃନାର୍ ବିତ୍ରେ ଜୁୟ୍ଲକ୍ ତାର୍ ହଃଦେ ଜାଜକ୍ ଅୟି ପବିତ୍ର ଟାଣେ ସେବା କଃରୁକେ ପବିତ୍ର ତୁମ୍କେ ଆସେଦ୍, ସେ ମାନାୟ୍ ସେ ବଃସ୍ତର୍ ସାତ୍ ଦିନ୍ ହିନ୍ଦେଦ୍।
31 ଇତାର୍ହଃଚ ତୁମି ସେ ସଃର୍ହିଦିଲା ମେଣ୍ଡାର୍ ମାସ୍ ନଃୟ୍ ଗଟେକ୍ ପବିତ୍ର ଟାଣେ ରାନ୍ଦାସ୍। 32 ଆରେକ୍, ହାରଣ ଆର୍ ତାର୍ ହଃୟ୍ସିମଃନ୍ ପବିତ୍ର ତୁମ୍ ଦୁଆର୍ ଚଃମେ ସେ ମେଣ୍ଡା ମାସ୍ ଆର୍ ଡଃଲାର୍ ସେ ରୁଟି କାତି। 33 ସେମଃନ୍କେ ହଃଦେ ବଃସାଉଁକେ ଆର୍ ତାହୁନ୍ କଃରୁକେ ଜୁୟ୍ତାର୍ ଗିନେ ମଃନ୍ପେରଣ୍ ହାହ୍ କେମା ଅୟ୍ଲି, ସେରି ସେମଃନ୍ କାତି; ମଃତର୍ କୁୟି ବିଦେସି ଲକ୍ ସେରି କାହାନାୟ୍, ବଃଲେକ୍ ସେରି ସଃବୁ ପବିତ୍ର ଜିନିସ୍। 34 ଆରେକ୍, ସେ ହଃଦ୍ ବାଚ୍ଲା ଉବୁର୍ଲା ମାସ୍ ଆର୍ ରୁଟି ଜଦି ସଃକାଳ୍ ହଃତେକ୍ କଃଣ୍ଡେକ୍ ଉବ୍ରି ରିଲେକ୍, ତଃବେ ସେ ଉବୁର୍ଲାର୍ ମାସ୍କେ ଜୟେ ବଃସମ୍ କଃରାସ୍ କେହେଁ ସେରି କାହା ନାୟ୍; ବଃଲେକ୍ ସେରି ପବିତ୍ର ଜିନିସ୍। 35 ମୁୟ୍ ତୁମିକ୍ ଜଃନ୍କଃରି ବଲ୍ ଦିଲେ ଆଚି ସେହଃର୍କାରେ ତୁୟ୍ ହାରଣକେ ଆର୍ ତାର୍ ହଃୟ୍ସିମଃନ୍ ସାତ୍ଦିନ୍ ହଃତେକ୍ ବିଦିର୍ କାମ୍ କଃର୍ତି; ସେମଃନ୍କେ ତିଆର୍ କଃରୁକେ ସାତ୍ ଦିନ୍ ଲାଗେଦ୍। 36 ତିଆର୍ କଃର୍ତା ହାଁୟ୍ ଆର୍ ବେଦିକେ ପବିତ୍ର କଃର୍ତା ହାଁୟ୍ ତୁମିମଃନ୍ ସାତ୍ ଦିନ୍ ହଃତେକ୍ ସଃବୁ ଦିନ୍ ଗଟେକ୍ ହଳ୍ ହୁଜା ଦେଉଁକ୍ ଅୟ୍ଦ୍; ଆର୍ ମଃନ୍ପେରାୟ୍ ହାହ୍ ମୁକ୍ତ୍ହୁଜା କଃରାଜାୟ୍ଦ୍, ଆର୍ ଟେକିଦେୟ୍ ତାର୍ ଉହ୍ରେ ଜିତ୍ ନାଉଁଆର୍ ଚିକଣ୍ ଡାଳି ଅବିସେକ୍ କଃରା। 37 ସାତ୍ ଦିନ୍ ହଃତେକ୍ ବେଦିକେ ତିଆର୍ କଃରା ଇରଃକମ୍ ବେଦି ବଃଡେ ପବିତ୍ର ଅୟ୍ଦ୍। ଆରେକ୍ ଜାୟ୍ରି ହେଁ ବେଦି ଚୁୟ୍ଦ୍ ସେସଃବୁ ପବିତ୍ର ଅୟ୍ଦ୍।
38 ସେ ବେଦି ଉହ୍ରେ ତୁମି ଇ ହୁଜା ଦିଆସ୍; ତୁମି ସଃବୁବଃଳ୍ ହଃତିଦିନ୍ ଗଟେ ବଃର୍ସାର୍ ଜୁଳେକ୍ ମେଣ୍ଡା ବଦା, 39 ବଃଲେକ୍ ହଃର୍ତୁମ୍ ମେଣ୍ଡା ବଦାକେ ସଃକାଳ୍ ବଃଳ୍ ଦିଆସ୍ ଆର୍ ବିନ୍ ମେଣ୍ଡା ବଦାକେ ସଃଞ୍ଜ୍ବଃଳ୍ ହୁଜା ଦିଆସ୍। 40 ଆରେକ୍, ହଃର୍ତୁମାର୍ ମେଣ୍ଡାବଃଦା ସଃଙ୍ଗ୍ ମାଣାର୍ ଚାରି ବାଗାର୍ ବାଗେକ୍ ନିର୍ମୁଳ୍ ଚିକଣ୍ ମିସ୍ଲା ଗଟେ ଅୟ୍ପାର୍ ଦଃସ୍ ବାଗାର୍ ବାଗେକ୍ ମୟ୍ଦା ଆର୍ ସୁର୍ତା ବେଟି ହାଁୟ୍ ମାଣାର୍ ଚାରି ବାଗାର୍ ବାଗେକ୍ ଅଙ୍ଗୁର୍ ରଃସ୍ ଦିଆସ୍। 41 ଆର୍ ସଃଞ୍ଜ୍ବଃଳ୍ ବିନ୍ ମେଣ୍ଡା ବଦା ଦିଆସ୍, ଆର୍ ସଃକାଳାର୍ ନିୟମ୍ ହଃର୍କାରେ ଅଃର୍ନ୍ଦାନ୍ ଆର୍ ଅଙ୍ଗୁର୍ ରଃସ୍ ଦିଆସ୍, ଇରି ସଃବୁ ମର୍ ହାଁୟ୍ ଆର୍ ଇସ୍ୱର୍ ହାୟ୍ଁ କାତା ହିଉତା ଦାନ୍ ଆର୍ ବାସ୍ନା ସୁଙ୍ଗ୍ତାର୍ ଜୟେଦେତା ଦାନ୍ ଅୟ୍ଦ୍। 42 ଇରି ପବିତ୍ର ତୁମ୍ ଦୁଆର୍ ଚଃମେ ମାପୁରାର୍ ମୁୟେଁ ତୁମିମଃନାର୍ ବଃଉଁସ୍ ବଃଉଁସ୍ ହଃତେକ୍ ସଃବୁବଃଳାର୍ ହମ୍ହୁଜା ଅୟ୍ଦ୍, ସେ ଟାଣେ ମୁୟ୍ଁ ତୁମାର୍ ସଃଙ୍ଗ୍ କଃତା-ବାର୍ତା କଃରୁକେ ତୁମାର୍ ସଃଙ୍ଗ୍ ମିସିନ୍ଦ୍।
43 ଆର୍ ସେ ଟାଣେ ମୁୟ୍ ଇସ୍ରାଏଲ୍-ଲକ୍ମଃନାର୍ ସଃଙ୍ଗ୍ ବେଟ୍ ଅୟ୍ନ୍ଦ୍। ଆରେକ୍, ମର୍ ଜଃଜ୍ମାନେ ତୁମ୍ ପବିତ୍ର ଅୟ୍ଦ୍।
44 ଆର୍ ମୁୟ୍ ପବିତ୍ର ତୁମ୍ ଆର୍ ବେଦିକେ ପବିତ୍ର କଃରିନ୍ଦ୍, ଆରେକ୍, ମର୍ ଜାଜକ୍ କାମ୍ କଃର୍ତା ଗିନେ ହାରଣ ଆର୍ ତାର୍ ହୟ୍ସିମଃନ୍କେ ପବିତ୍ର କଃରିନ୍ଦ୍।
45 ମୁୟ୍ ଇସ୍ରାଏଲ୍-ଲକ୍ମଃନାର୍ ବିତ୍ରେ ବାସା କଃରି ସେମଃନାର୍ ମାପୁର୍ ଅୟ୍ନ୍ଦ୍।
46 ତଃବେ ମୁୟ୍ ଜେ, ସେମଃନାର୍ ମାପୁର୍ ଇସ୍ୱର୍ ସେମଃନାର୍ ବିତ୍ରେ ବାସା କଃର୍ତା ହାଁୟ୍ ମିସର୍ ଦେସେ ହୁଣି ସେମଃନ୍କେ ବାର୍କଃରି ଆଣି ଆଚି; ସେରି ସେମଃନ୍ ଜାଣ୍ତି; ମୁୟ୍ ମାପୁର୍ ସେମଃନାର୍ ଇସ୍ୱର୍।