1 ଇତାର୍ ହଃଚେ ସେ ମସାକେ କୟ୍ଲା "ତୁମି, ହାରଣ, ନାଦବ, ଅବିହୁ ଆର୍ ଇସ୍ରାଏଲାର୍ ପାରାଚିନ୍ ଦଃଳ୍ ସତୁରି ଲକ୍, ତୁମିମଃନ୍ ମାପୁରାର୍ ହାକ୍ ଉହ୍ରେ ଆସି କଃରି ଦୁରିକ୍ ରଃୟ୍ ମର୍ ସେବା କଃରା। 2 ମସା ଏକ୍ଲା ହଃକା ମାପୁରାର୍ ହାକ୍ ଆସେଦ୍, ମଃତର୍ ସେମଃନ୍ ଲଃଗେ ଆସତ୍ ନାୟ୍, କି ଲଃକ୍ମଃନ୍ ତାର୍ ସଃଙ୍ଗ୍ ଉହ୍ରେ ନାସତ୍।"
3 ତଃବେ ମସା ଲକ୍ମଃନାର୍ ହାକ୍ ଆସି ମାପୁରାର୍ ସେସଃବୁ ବିଦି ଆର୍ ନିୟମ୍ ବିସୟ୍ ଲକ୍ମଃନ୍କେ କୟ୍ଲାକେ ସଃବୁ ଲକ୍ ଗଟେ ସଃଙ୍ଗ୍ କୟ୍ଲାୟ୍ "ମାପୁର୍ ଜୁୟି ସଃବୁ କଃତା କୟ୍ଆଚେ, ସେରି ସଃବୁ ଅଃମି ମାନୁନ୍ଦ୍।" 4 ଇତାର୍ ହଃଚେ ମସା ମାପୁରାର୍ ସଃବୁ ବଃଚନ୍ ଲେକ୍ଲା, ଆରେକ୍ ସଃକାଳ୍ ସଃକାଳ୍ ଉଟି ହର୍ବାତ୍ ତଃଳେ ଗଟେକ୍ ହୁଜା ବେଦି ଆର୍ ଇସ୍ରାଏଲାର୍ ବାର ବଃଉଁସ୍ ହଃର୍କାରେ ବାର ଗଟ୍ ଟେଳା ମୁଣ୍ଡା ଗାଡ୍ଲା 5 ଆର୍ ମସା ଇସ୍ରାଏଲାର୍ ଦଃଙ୍ଗ୍ଳା ହିଲାମଃନ୍କେ ହଃଟାୟ୍ଲାକେ ସେମଃନ୍ ମାପୁର୍କେ ହମ୍ହୁଜା ଆର୍ ସୁସ୍ତିର୍ ହୁଜା ଗିନେ ଜୁବାହସୁ ହୁଜାଦିଲାୟ୍। 6 ତଃବେ ମସା ବଃନି ନଃୟ୍ ଆଦ୍ ବାଗ୍ ତସ୍ଲାୟ୍ ସଃଙ୍ଗାୟ୍ଲା, ଆର୍ ଆଦ୍ବାଗ୍ ବଃନି ବେଦି ଉହ୍ରେ ଚିଚ୍ଲା। 7 ଆରେକ୍ ନିୟମ୍ ପୁସ୍ତକ୍ ନଃୟ୍ ଲକ୍ମଃନ୍କେ ହଳିକଃରି ସୁଣାୟ୍ଲା; ତଃବେ ସେମଃନ୍ କୟ୍ଲାୟ୍ "ମାପୁର୍ ଜାୟ୍ ଜାୟ୍ରି କୟ୍ଆଚେ ସେରି ସଃବୁ ଅଃମିମଃନ୍ କଃରୁନ୍ଦ୍ ଆର୍ ମାନୁନ୍ଦ୍" 8 ତଃବେ ମସା ବଃନି ନଃୟ୍ ଲକ୍ମଃନାର୍ ଉହ୍ରେ ଚିଚିକଃରି କୟ୍ଲା, "ଦଃକା ମାପୁର୍ ତୁମିମଃନାର୍ ସଃଙ୍ଗ୍ ଇ ସଃବୁ ବାକ୍ୟ ବିସୟେ ଜୁୟି ନିୟମ୍ କଃରିଆଚେ, ସେ ନିୟମାର୍ ବଃନି ଅଃଉଁଲି ଇରି।" 9 ତଃବେ ମସା, ହାରଣ, ନାଦବ, ଅବିହୁ ଆର୍ ଇସ୍ରାଏଲାର୍ ପାରାଚିନ୍ମଃନ୍ ସତୁରି ଲକ୍ ହର୍ବାତ୍ ଉହ୍ରେ ଗଃଲାୟି, 10 ଆର୍ ସେମଃନ୍ ଇସ୍ରାଏଲାର୍ ମାପୁର୍କେ ଦଃକ୍ଲାୟ୍। ଆରେକ୍ ତାର୍ ହାଦ୍ ତଃଳାର୍ ଜଃଗା ଉଜାଳ୍ ନିଳ୍କାନ୍ତ୍ ମଣି ଲଃଗେ ତିଆର୍ କଃଲା ଜିନିସ୍ ହର୍ ରିଲି ଆର୍ ନିଳିଆ ମେଗ୍ ହର୍ ନିର୍ମୁଳ୍ ରିଲି। 11 ଆର୍ ମାପୁର୍ ଇସ୍ରାଏଲାର୍ ମୁଳିକାମଃନ୍କାର୍ ବିରୁଦେ ଆତ୍ ନୁଟାୟ୍ଲା; ମଃତର୍ ସେମଃନ୍ ମାପୁର୍କେ ଦଃକ୍ଲାୟ୍, ଆରେକ୍ କାଉଆ ହିଉଆ କଃଲାୟି।
12 ଇତାର୍ ହଃଚେ ମାପୁର୍ ମସାକେ କୟ୍ଲା, "ତୁୟ୍ ହର୍ବାତ୍ ଚଃଗିକଃରି ମର୍ ହାକ୍ ଆସି ଇ ଜଃଗାୟ୍ ରେଏ; ତଃବେ ମୁଁୟ୍ ଲକ୍ମଃନାର୍ ସିକ୍ତା ହାଁୟ୍ ଜାୟ୍ରି ଲେକିଆଚି, ସେରି, ବଃଲେକ୍ ବିଦି ଆର୍ ଆଦେସ୍ ଲେକ୍ଲାର୍ ଦୁୟ୍ କଃଣ୍ଡ୍ ଟେଳାର୍ ହାଟା ତକେ ଦଃୟ୍ନ୍ଦ୍।" 13 ତାର୍ହଃଚେ ମସା ଆର୍ ତାର୍ ଉହ୍କାର୍ କାରି ଜିଅସୁଅ ଉଟ୍ଲାୟ୍; ଆରେକ୍ ମସା ହର୍ବାତ୍ ଉହ୍ରେ ମାପୁର୍ ହାକ୍ ଗଃଲା। 14 ଆର୍ ମସା ପାରାଚିନ୍ମଃନ୍କେ କୟ୍ଲା, "ଅଃମି ତୁମାର୍ ହାକ୍ ବାଉଳି ଆସ୍ତା ହଃତେକ୍ ତୁମିମଃନ୍ ଅଃମିକେ ଜାଗି କଃରି ଇତି ରିଆ; ଦଃକା ହାରଣ ଆର୍ ହୁର୍ ତୁମାର୍ ସଃଙ୍ଗ୍ ଆଚ୍ତି, କାର୍ ଜଦି କାୟି ଲାଗାଜଃଳା ଅୟିଲେକ୍ ସେ ମାନାୟ୍ ସେମଃନାର୍ ହାକ୍ ଜଃଉଅ।"
15 ତାର୍ହଃଚେ ମସା ହର୍ବାତ୍ ଉହ୍ରେ ଗଃଲା ଆର୍ ମେଗ୍ ହର୍ବାତ୍ କେଏ ଡାହ୍ଲି।
16 ତଃବେ ମାପୁରାର୍ ଜଃଜ୍ମାନ୍ ସିୟନ୍ ହର୍ବାତ୍ ଉହ୍ରେ ଉତୁର୍ଲି; ଆର୍ ସେରି ଚଅ ଦିନ୍ ହଃତେକ୍ ମେଗ୍ ଡାହି ଅୟ୍ରିଲି; ତାର୍ ହଃଚେ ମାପୁର୍ ସାତ୍ ଦିନେ ମେଗ୍ ବିତ୍ରେହୁଣି ମସାକେ କୁଦ୍ଲା।
17 ତଃବେ ଇସ୍ରାଏଲ୍-ଲକ୍ମଃନାର୍ ଆକାୟ୍ ହର୍ବାତ୍ ଉହ୍ରେ ଗିଳିଆଣ୍ତା ଜୟ୍ ହର୍ ମାପୁରାର୍ ଜଃଜ୍ମାନ୍ ଦଃକାଗଃଲି।
18 ଆରେକ୍ ମସା ମେଗ୍ ବିତ୍ରେ ହୁରି ହର୍ବାତ୍ ଉହ୍ରେ ଗଃଲା, ଆର୍ ମସା ହର୍ବାତ୍ ଉହ୍ରେ ଚାଳିସ୍ ଦିନ୍ ଆର୍ ଚାଳିସ୍ ରାତି ରିଲା।