1 ଇତାର୍ ହଃଚେ ମାପୁର୍ ମସା ଆର୍ ଅହ୍ଣାର୍ ଲକ୍ ଇସ୍ରାଏଲ୍ ଗିନେ ଜୁୟି ଜୁୟି କାମ୍ କଃରିଆଚେ, ମୁଳ୍କଃରି ଇସ୍ରାଏଲ୍ ବଃଉଁସ୍କେ ମିସର୍ ଦେସେ ହୁଣି କଃନ୍କଃରି ବାର୍କଃରି ଆଣିଆଚେ, ଇ ସଃବୁକଃତା ମସାର୍ ସଃତ୍ରାସି ମିଦିୟନିୟ୍ ଜାଜକ୍ ଜିତ୍ର ସୁଣୁକେ ହାର୍ଲା। 2 ତଃବେ ମସାର୍ ସଃତ୍ରାସି ଜିତ୍ର ତାର୍ ଗଃରେ ହଃଟାୟ୍ ରିଲା ମସାର୍ ଡକୁର୍ସି ସିପରାକେ ଆର୍ ତାର୍ ଜୁଳେକ୍ ହୟ୍ସିକେ ସଃଙ୍ଗେ ନିଲା। 3 ସେ ଜୁଳେକ୍ ହୟିସି ବିତ୍ରେ ଏକ୍ଲାର୍ ନାଉ ଗେର୍ସମ୍, ବଃଲେକ୍ ସେ କୟ୍ରିଲା, "ମୁୟ୍ ହଃର୍ଦେସେ ହଃର୍ବାସି ଅୟ୍ଲେ।" 4 ଆରେକ୍ ବିନ୍ ହୟ୍ସିର୍ ନାଉ ଇଲିୟେସର୍, ବଃଲେକ୍ ସେ କୟ୍ରିଲା, "ମର୍ ଉବାର୍ ଇସ୍ୱର୍ ମର୍ ଉହ୍କାରି ଅୟି ପାରର୍ କଃଣ୍ତାୟ୍ ହୁଣି ମକ୍ ଉଦାର୍ କଃଲା।" 5 ଇତାର୍ ହଃଚେ ମସାର୍ ସଃତ୍ରାସି ଜିତ୍ର, ମସାର୍ ସେ ଜୁଳେକ୍ ହୟିସି ଆର୍ ଡକୁର୍ସିକେ ସଃଙ୍ଗେ ନଃୟ୍ ମଃରୁବଃଟାୟ୍ ମସାର୍ ହାକ୍ ଆୟ୍ଲା; ସଃଡେବଃଳ୍ ମସା ମାପୁରାର୍ ହର୍ବାତ୍ ଲଃଗେ ଚାଉଁଣି ହଃକାୟ୍ ରିଲା। 6 ଆରେକ୍ ଜିତ୍ର ମସାର୍ ହାକ୍ କବୁର୍ ହଃଟାୟ୍ ଜିତ୍ର କଃୟ୍ଲା, "ମୁଁୟ୍ ତର୍ ସଃତ୍ରାଦି ଜିତ୍ର ଆର୍ ତର୍ ଡକୁର୍ଦି ଆର୍ ତର୍ ଜୁଳେକ୍ ହୟ୍ଦି ସଃଙ୍ଗ୍ ତର୍ ହାକ୍ ଆସିଆଚୁ।" 7 ସଃଡେବଃଳ୍ ମସା ତାର୍ ସଃତ୍ରାସିକେ ମିସୁକେ ବାରାୟ୍ ଗଃଲା; ମସା ତାର୍ ସଃତ୍ରାସିକେ ହାଦେ ଡୁଳି ଜୁଆର୍ କଃଲା ଆର୍ ତାକ୍ ଚୁମ୍ଲା; ଆରେକ୍, ସେମଃନ୍ ଦୁକ୍ ସୁକ୍ କଃତା ଅୟ୍ଲା ହଃଚେ ତୁମ୍ ବିତ୍ରେ ଗଃଲାୟି। 8 ତାର୍ହଃଚେ ମାପୁର୍ ଇସ୍ରାଏଲ୍-ଲକ୍ମଃନାର୍ ହାଁୟ୍ ପାରକେ ଆର୍ ମିସରାର୍ ଲକ୍ମଃନ୍କେ ଜାୟ୍ରି ସଃବୁ କଃରି ଆଚେ, ଆସ୍ତା ବାଟେ ସେମଃନ୍କେ ଜୁୟ୍ସଃବୁ କଃସ୍ଟ ଗଃଟିଆଚେ ଆର୍ ମାପୁର୍ ଜୁୟ୍ହଃର୍କାର୍ ସେମଃନ୍କେ ରଃକ୍ୟା କଃରିଆଚେ, ଇ ସଃବୁ କଃତା ମସା ତାର୍ ସଃତ୍ରାସିକେ କୟ୍ଲା। 9 ତଃବେ ମାପୁର୍ ମିସରାର୍ ଲକ୍ମଃନାର୍ ଆତେହୁଣି ଇସ୍ରାଏଲ୍କେ ରଃକ୍ୟା କଃରି ସେମଃନାର୍ ହାଁୟ୍ ଜୁୟି ସଃବୁ ନିକ କାମ୍ କଃରିଆଚେ, ସେତାର୍ ଗିନେ ଜିତ୍ର ବେସି ସଃର୍ଦା ଅୟ୍ଲା। 10 ଆରେକ୍, ଜିତ୍ର କୟ୍ଲା, ଜୁୟି ମାପୁର୍ ମିସରିୟମଃନାର୍ ଆର୍ ପାରର୍ ଆତେ ହୁଣି ତୁମିମଃନ୍କେ ଉଦାର୍ କଃରିଆଚେ, ଆର୍ ମିସରିୟମଃନାର୍ ଆତେ ହୁଣି ଲକ୍ମଃନ୍କେ ରଃକ୍ୟା କଃରିଆଚେ, ତାର୍ ଆସିର୍ବାଦ୍ ଅଃଉଅ। 11 ମାପୁର୍ ସଃବୁ ଦେଉତାମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ଇରି ମୁଁୟ୍ ଅଃବେ ଜାଣ୍ଲେ। ହେଁ, ସେମଃନ୍ ଜୁୟି ବିସୟେ ସେମଃନାର୍ ବିରୁଦେ ଗଃର୍ବ୍ କଃରିରିଲାୟ୍, 12 ଇତାର୍ ହଃଚେ ମସାର୍ ସଃତ୍ରାସି ଜିତ୍ର ମାପୁର୍କେ ହମ୍ହୁଜା ଦିଲା; ଆରେକ୍ ହାରଣ ଆର୍ ଇସ୍ରାଏଲାର୍ ସଃବୁ ପାରାଚିନ୍ମଃନ୍ ଆସି ମାପୁରାର୍ ଆଗେ ମସାର୍ ସଃତ୍ରାସିର୍ ସଃଙ୍ଗ୍ କାଦି କାୟ୍ଲାୟ୍।
13 ତାର୍ ଆର୍କଦିନ୍ ମସା ଲକ୍ମଃନାର୍ ବିଚାର୍ କଃରୁକେ ବଃସ୍ଲା। ତଃବେ ଲଃକ୍ମଃନ୍ ସଃକାଳ୍ ହୁଣି ସଃଞ୍ଜ୍ ହଃତେକ୍ ତାର୍ ମୁୟେଁ ଟିଆ ଅୟି ରିଲାୟ୍। 14 ସଃଡେବଃଳ୍ ମସା ଲକ୍ମଃନାର୍ ବିଚାର୍ କଃର୍ତିରିଲାର୍ ତାର୍ ସଃତ୍ରାସି ଜିତ୍ର ଦଃକି ସେ ହଃଚାର୍ଲା, "ତୁୟ୍ ଲକ୍ମଃନ୍କେ ଇ ହର୍ କାୟିତାକ୍ କଃରୁଲିସ୍? ତୁୟ୍ ଏକ୍ଲା କାୟିତାକ୍ ବିଚାର୍ କଃରୁଲିସ୍? ଆର୍ ସଃବୁଲକ୍ମଃନ୍ ସଃକାଳ୍ ହୁଣି ସଃଞ୍ଜ୍ ହଃତେକ୍ ତର୍ ଚାରିହାକ୍ କାୟିତାକ୍ ଟିଆ ଅୟ୍ରେତି?" 15 ତଃବେ ମସା ତାର୍ ସଃତ୍ରାସିକେ କୟ୍ଲା, "ଲଃକ୍ମଃନ୍ ମାପୁରାର୍ ବିଚାର୍ ବୁଜ୍ତା ହାଁୟ୍ ମର୍ ହାକ୍ ଆସ୍ତି 16 ଆର୍ ସେମଃନାର୍ କାୟି ଗଣ୍ଡ୍ଗଳ୍ ଅୟିଲେକ୍, ମର୍ ହାକ୍ ଆସ୍ତି; ତଃବେ ମୁଁୟ୍ ଦୁୟ୍ବାଟାର୍ ଲକେ ବିଚାର୍ କଃରୁଲେ, ଆରେକ୍ ମାପୁରାର୍ ବିଦି ଆର୍ ନିୟମ୍ ବୁଜାଉଁଲେ।" 17 ମଃତର୍ ମସାର୍ ସଃତ୍ରାସି ତାକ୍ କଃୟ୍ଲା, "ତର୍ ଇ ରଃକମ୍ କାମ୍ କଃର୍ତାର୍ ଟିକ୍ ନାୟ୍। 18 ଇ ସଃବୁ କାମ୍ ତର୍ ହାଁୟ୍ ଏକ୍ଲା କଃର୍ତାର୍ ବେସି କଃସ୍ଟ; ତୁୟ୍ ଏକ୍ଲା ଇ ସଃବୁ କାମ୍ କଃରୁ ନଃହାର୍ସି; ଇରି ତକେ ଦୁର୍ବଳ୍ କଃରି ଦଃୟ୍ଦ୍ ଆର୍ ଇରି ଲକ୍ମଃନ୍କେ ତାକାୟ୍ଦ୍। 19 ଇତାର୍ ଗିନେ ମର୍ କଃତା ସୁଣ୍, ମୁୟ୍ ତକ୍ ଉପ୍ଦେସ୍ ଦଃୟ୍ନ୍ଦ୍, ଆରେକ୍, ମାପୁର୍ ତର୍ ସଃଙ୍ଗ୍ ରେଅ; ମାପୁରାର୍ ଚଃମେ ତୁୟ୍ ଲକମଃନାର୍ ବାଟ୍ୟା ଅୟି ସେମଃନାର୍ କଃତା ମାପୁରାର୍ ହାକ୍ ହଚାଉ।" 20 ତୁୟ୍ ସେମଃନ୍କେ ବିଦି ଆର୍ ନିୟମାର୍ ଉପ୍ଦେସ୍ ଦେସ୍ ଆର୍ ସେମଃନାର୍ ଚାଲ୍ତାବାଟ୍ ଦଃକାଉ ଆର୍ କଃର୍ତା କାମ୍ ସିକାଉ। 21 ଆରେକ୍ ତୁୟ୍ ଇ ଲକ୍ମଃନାର୍ ବିତ୍ରେହୁଣି କାମିକା ଲକ୍ ବଃଲେକ୍ ଜେ ମାପୁର୍କେ ଡିରେଦ୍, ସଃତେ ରଃୟ୍ଦ୍ ଆର୍ ନ୍ୟାୟେ ରିଲା ଲକ୍କେ ବାଚ୍; ଆରେକ୍ ସେମଃନ୍କେ ଲକ୍ମଃନାର୍ ଉହ୍ରେ ହଃଜାର୍ପତି, ସଏପତି, ପଚାସ୍ପତି ଆର୍ ଦଃସ୍ପତି କଃରି ନେତା କଃର୍। 22 ସେମଃନ୍ ସଃବୁବଃଳ୍ ଲକ୍ମଃନାର୍ ବିଚାର୍ କଃରତ୍, କାୟି ବଃଡ୍ କଃତା ଅୟିଲେକ୍ ତର୍ ହାକ୍ ଆସତ୍, ମଃତର୍ ସାନ୍ କଃତା ସଃବୁ ସେମଃନ୍ ଆପେ ବିଚାର୍ କଃରତ୍, ତଃବେ ତର୍ କାମ୍ ଉସାସ୍ ଅୟ୍ଦ୍, ଆରେକ୍ ସେମଃନ୍ ତର୍ ସଃଙ୍ଗ୍ ବଜ୍ ବଃଉତି। 23 ତୁୟ୍ ଜଦି ଇରଃକମ୍ କଃର୍ସି, ଆରେକ୍ ମାପୁର୍ ଇରଃକମ୍ କଃରୁକେ ବଃଲ୍ ଦଃୟ୍ଦ୍, ତଃବେ ତୁୟ୍ କଃସ୍ଟ ସଃମ୍ବାଳୁ ହାର୍ସି। ଆର୍ ଇ ସଃବୁ ଲଃକ୍ମଃନ୍ ସାନ୍ତିଏ ନିଜ୍ ନିଜ୍ ଜଃଗାୟ୍ ଜଃଉଁ ହାର୍ତି।
24 ଇତାର୍ ହଃଚେ ମସା ତାର୍ ସଃତ୍ରାସିର୍ କଃତା ଦଃରି ତାର୍ କଃତା ହଃର୍କାରେ ସଃବୁ କାମ୍ କଃଲା।
25 ଆରେକ୍ ମସା ସଃବୁ ଇସ୍ରାଏଲ୍ ବିତ୍ରାର୍ ଜୟ୍ଗ୍ ଲକେ ବାଚି କଃରି ଅଃଜାର୍ ଅଃଜାର୍, ସୟେ ସୟେ, ପଚାସ୍ ପଚାସ୍, ଦଃସ୍ ଦଃସ୍ ଲକାର୍ ଉହ୍ରେ ମୁକିଆ କଃଲା।
26 ତଃବେ ସେମଃନ୍ ସଃବୁ ବଃଳ୍ ଲକ୍ମଃନାର୍ ବିଚାର୍ କଃଲାୟି; କଃସ୍ଟ ବିଚାର୍ ସଃବୁ ମସାର୍ ହାକ୍ ଆଣ୍ତି ରିଲାୟ୍; ମଃତର୍ ସାନ୍ ସାନ୍ କଃତା ସଃବୁ ସେମଃନ୍ ନିଜେ ନିଜେ ବିଚାର୍ କଃଲାୟି।
27 ତାର୍ହଃଚେ ମସା ତାର୍ ସଃତ୍ରାସିକେ ସେଲ ଦିଲା ଆର୍ ଜିତ୍ର ନିଜାର୍ ଦେସେ ବାଉଳି ଗଃଲା।