1 ଇତାର୍ ହଃଚେ ମାପୁର୍ ମସାକେ କୟ୍ଲା, 2 "ତୁୟ୍ ଇସ୍ରାଏଲ୍ ଲକ୍ମଃନ୍କେ କଃଉ, ସେମଃନ୍ ବାଉଳିକଃରି ପିହହିରତାର୍ ହୁର୍ବ୍ ଦିଗେ ମିଗ୍ଦଲ୍ ଆର୍ ସଃମ୍ନ୍ଦ୍ ମଃଜାୟ୍ କୁଳିଆ କଃରତ୍; ସେମଃନ୍ ବାଲ୍ସପନ୍ ଆଗ୍ବାଟ୍ ସଃମ୍ନ୍ଦ୍ ଚଃମେ କୁଳିଆ କଃରତ୍। 3 ତଃବେ ପାର ବାବେଦ୍ ଜେ, ଇସ୍ରାଏଲ୍ ଲଃକ୍ମଃନ୍ ମରୁବଃଟା ବିତ୍ରେ ବାଟ୍ ବାଣାଅୟ୍ ଆଚ୍ତି 4 ଆର୍ ମୁୟ୍ ପାରର୍ ମଃନ୍କେ ଅଃଟୁଆ କଃରିନ୍ଦ୍, ସେତାକ୍ ସେ ସେମଃନାର୍ ହଃଚେ ହଃଚେ ଦଃବୁଳ୍ତି; ଆରେକ୍ ମୁୟ୍ ପାରର୍ ଆର୍ ତାର୍ ସଃବୁ ସଃୟ୍ନ୍ମଃନାର୍ ଦଃୟି ଜଃଜ୍ମାନ୍ ହାୟ୍ନ୍ଦ୍; ତଃନ୍ଅୟ୍ଲେକ୍ ମୁୟ୍ ଜେ, ମାପୁର୍ ଇରି ମିସରାର୍ ଲଃକ୍ମଃନ୍ ଜାଣ୍ତି।" ତଃବେ ସେମଃନ୍ ସେହର୍ କଃଲାୟି।
5 ଇତାର୍ ହଃଚେ ଲଃକ୍ମଃନ୍ ହଃଳାୟ୍ ଜାୟ୍ଆଚ୍ତି ବଃଲି ଇ କଃତା ମିସରାର୍ ରଃଜା ପାର୍କେ ଜାଣାୟ୍ଲାକେ, ପାର ଆର୍ ତାର୍ ସେବାକାରିମଃନ୍କାର୍ ମଃନ୍ ବାଦୁଲ୍ଲି; ସେତାର୍ ଗିନେ ସେମଃନ୍ କୟ୍ଲାୟ୍, "ଅଃମିମଃନ୍ ଇରି କାୟି କାମ୍ କଃରିଆଚୁ, କାୟ୍କଃରୁକେ ଅଃମିମଃନ୍ ଇସ୍ରାଏଲ୍ ଲକ୍ମଃନ୍କେ ଗତି ଦାସ୍ କାମେ ହୁଣି ଜଃଉଁକେ ଚାଡି ଦିଲୁ?" 6 ତଃବେ ପାର ତାର୍ ରଃତ୍ ଆଣାୟ୍ଲା, ଆର୍ ତାର୍ ସଃୟନ୍ମଃନ୍କେ ସଃଙ୍ଗେ ନିଲା। 7 ଆରେକ୍ ସେ ବାଚି ବାଚି ଚଅସଅ ଗଟ୍ ରଃତ୍ ନିଲା, ଆର୍ ମିସର୍ ଦେସାର୍ ସଃବୁ ରଃତ୍ ଆର୍ ସଃବୁ ରଃତେ ବିରମଃନ୍କେ ନିଲା। 8 ଆର୍ ମାପୁର୍ ମିସରାର୍ ରଃଜା ପାରର୍ ମଃନ୍ ଅଃଟୁଆ କଃଲାକେ, ସେ ଇସ୍ରାଏଲ୍ ଲକ୍ମଃନାର୍ ହଃଚେ ହଃଚେ କଃଦିନିଲା; ସେଡେବଃଳ୍ ଇସ୍ରାଏଲାର୍ ଲଃକ୍ମଃନ୍ ଜୁଜେ ଜିତିକଃରି ଜାତିରିଲାୟ୍। 9 ତଃବେ ମିସରାର୍ ଲଃକ୍ମଃନ୍, ବଃଲେକ୍ ପାରର୍ ସଃବୁ ଗଳା, ରଃତ୍ ଆର୍ ଗଳାଚଃଗୁ ସଃୟ୍ନ୍ମଃନ୍ ସେମଃନାର୍ ହଃଚେ ହଃଚେ କଃଦି ନଃୟ୍ ବାଲ୍ସପନ୍ ହାକ୍ ମୁଉଁ କଃରିରିଲା, ପିହହିରତ୍ ଲଃଗେ ସଃମ୍ନ୍ଦ୍ କଃଣ୍ତାୟ୍ ସେମଃନ୍ ତୁମ୍ ଟାଣ୍ତା ବଃଳ୍ ସେମଃନାର୍ ଚଃମେ ଜାୟ୍ କେଟ୍ଲାୟ୍। 10 ଆର୍ ଇସ୍ରାଏଲ୍ ଲଃକ୍ମଃନ୍ ଦଃକ୍ଲାୟ୍ ପାର ଆର୍ ମିସରିୟ ସଃୟ୍ନ୍ମଃନ୍ ସେମଃନାର୍ ହଃଚେ ହଃଚେ କଃଦିଆଣ୍ତାର୍ ଦଃକି, ସେମଃନ୍ ବେସିକଃରି ଡିରିଗଃଲାୟ୍ ଆର୍ ସେମଃନ୍ ମାପୁର୍କେ ଡାକ୍ ହଃକାୟ୍ଲାୟ୍। 11 ଆରେକ୍ ସେମଃନ୍ ମସାକେ କୟ୍ଲାୟ୍, "ମିସର୍ ଦେସେ ମଃସୁଣ୍ ନଃ ରିଲି ବଃଲି କି ଇ ମଃରୁବଃଟାୟ୍ ତୁୟ୍ ଅଃମିମଃନ୍କେ ମାରୁକେ ଆଣ୍ଲିସ୍? ଅଃମାର୍ ସଃଙ୍ଗ୍ ଇ ରଃକମ୍ ବେବାର୍ କଃରି ଅଃମିମଃନ୍କେ ମିସର୍ ଦେସେ ହୁଣି କାୟ୍କଃରୁକେ ବାର୍କଃରି ଆଣ୍ଲିସ୍?" 12 ଅଃମିମଃନ୍ କି ମିସର୍ ଦେସେ ତଃକ୍ ଇ କଃତା କୟ୍ନଃରିଲୁ? ଅଃମିମଃନ୍କେ ରେଉଁକେ ଚାଡି ଦେ, ଅଃମିମଃନ୍ ମିସରାର୍ ଲକ୍ମଃନାର୍ ଗତି କାମ୍ କଃରୁନ୍ଦ୍, ବଃଲେକ୍ ମଃରୁବଃଟାୟ୍ ମଃର୍ତା ବାଟା ମିସରାର୍ ଲକ୍ମଃନାର୍ ସେବା କଃର୍ତାର୍ ଅଃମାର୍ ହାଁୟ୍ ନିକ। 13 ତଃବେ ମସା ଲକ୍ମଃନ୍କେ କୟ୍ଲା, "ତୁମିମଃନ୍ ଡିରାନାୟ୍ଁ, ତିର୍ ଅଃଉଆ; ମାପୁର୍ ଆଜି କଃନ୍କଃରି ତୁମିମଃନ୍କେ ରଃକ୍ୟା କଃରେଦ୍, ସେରି ଦଃକା; ତୁମିମଃନ୍ ଆଜି ଜଃନ୍କଃରି ମିସରାର୍ ଲକ୍ମଃନ୍କେ ଦଃକୁଲାସ୍, ସେରଃକମ୍ ସେମଃନ୍କେ ଆର୍ କଃବେହେଁ ଦଃକୁ ନଃହାରାସ୍।" 14 ମାପୁର୍ ତୁମାର୍ ହାଁୟ୍ ଜୁଜ୍ କଃରେଦ୍, ତୁମିମଃନ୍ ତୁନ୍ହଃଳି ରିଆସ୍। 15 ଇତାର୍ହଃଚ ମାପୁର୍ ମସାକେ କୟ୍ଲା, "ତୁମିମଃନ୍ କାୟ୍କଃରୁକେ ମକେ କୁଦୁଲାସ୍? ଇସ୍ରାଏଲ୍ ଲକ୍ମଃନ୍କେ କଃଉ, ସେମଃନ୍ ଆଗେ ଆଗେ ଜଃଉଅତ୍। 16 ଆରେକ୍ ତୁୟ୍ ତର୍ ଡାଙ୍ଗ୍ ଉହ୍ରେ ଟେକ୍ ଆର୍ ସଃମ୍ନ୍ଦ୍ ଉହ୍ରେ ଆତ୍ ଟେକି କଃରି ତାକ୍ ଦୁଇ ବାଗ୍ କଃର୍; ତଃବେ ଇସ୍ରାଏଲ୍ ଲଃକ୍ମଃନ୍ ସଃମ୍ନ୍ଦ୍ ବିତ୍ରେ ସୁକ୍ଲା ହଃଦାୟି ଇଣ୍ଡ୍ଲା ହର୍ ସଃମ୍ନ୍ଦ୍ ଲିଙ୍ଗ୍ତି। 17 ଆରେକ୍ ସୁଣ୍, ମୁୟ୍ ମିସରିୟ୍ମଃନାର୍ ମଃନ୍ ଅଃଟୁଆ କଃଲେକ୍, ସେମଃନ୍ ଇସ୍ରାଏଲାର୍ ଲକମଃନ୍କାର୍ ହଃଚେ ହଃଚେ ଜାତି, ତଃବେ ମୁୟ୍ ପାର ଆର୍ ତାର୍ ସଃବୁ ସଃୟ୍ନ୍, ରଃତ୍ ଆର୍ ଗଳାଚଃଗୁ ଲକ୍ମଃନାର୍ ତଃୟ୍ ଜଃଜ୍ମାନ୍ ହାୟ୍ନ୍ଦ୍। 18 ତାର୍ ହଃଚେ ମିସରାର୍ ଲଃକ୍ମଃନ୍ ଜାଣୁହାର୍ତି ଜେ, ମୁୟ୍ ଅଃଉଁଲେ, ଜିଅବା ଇସ୍ୱର୍, ସେମଃନ୍ ମକେ ଜଃଜ୍ମାନ୍ କଃର୍ତି, ଜଃଡେବଃଳ୍ ମୁୟ୍ ପାର ଆର୍ ତାର୍ ରଃତ୍ଚଃଗୁ ଆର୍ ଗଳାଚଃଗୁ ସଃୟ୍ନ୍ମଃନ୍କେ ନାସ୍ କଃରିନ୍ଦ୍।" 19 ସଃଡେବଃଳ୍ ମାପୁର୍ ହଃଟାୟିଲା ଦୁତ୍ ଜେକି ଇସ୍ରାଏଲ୍ ସଃୟ୍ନ୍ମଃନାର୍ ଆଗ୍ ବାଟ୍ ରିଲା, ସେମଃନାର୍ ହଃଚ୍ବାଟ୍ ଗଃଲା, ସେତାକ୍ ମେଗ୍ ସେମଃନାର୍ ମୁଁବାଟ୍ୟା ହୁଣି ଗୁଚିକଃରି ସେମଃନାର୍ ହଃଚ୍ ବାଟ୍ୟା ଅୟ୍ଲି। 20 ଇରଃକମ୍ ସେ ବାଦୁଳ୍ ଇସ୍ରାଏଲ୍ ଦଃଳ୍ ଆର୍ ମିସରାର୍ ଦଃଳ୍ ମଃଜାୟ୍ ଆୟ୍ଲି, ଇସ୍ରାଏଲ୍ ଲକ୍ମଃନ୍କାର୍ ଆଗ୍ବାଟ୍ ଉଜାଳ୍ ଆର୍ ମିସରାର୍ ଲକ୍ମଃନାର୍ ମୁଁଆଟି ଅଃନ୍ଦାର୍ ଅୟ୍ଲି, ସେତାର୍ ଗିନେ ମିସରାର୍ ଲଃକ୍ମଃନ୍ ଇସ୍ରାଏଲାର୍ ଲକ୍ମଃନାର୍ ହାକ୍ ଆସୁ ନଃହାର୍ଲାୟ୍। 21 ତାର୍ହଃଚେ ମସା ସଃମ୍ନ୍ଦ୍ ଉହ୍ରେ ତାର୍ ଆତ୍ ଟେକ୍ଲାକେ, ମାପୁର୍ ସେ ରାତି ସଃରା ଅଃପର୍ବଳ୍ ହୁର୍ବ୍ ବାଟାର୍ ହଃବନ୍ ହଃଟାୟ୍ ସଃମ୍ନ୍ଦ୍କେ ହଃଚ୍ହାକ୍ ହେଲାୟ୍କଃରି ସୁକାୟ୍ଲା, ଆର୍ ହାଣି ଦୁୟ୍ ବାଗ୍ ଅୟ୍ଲି। 22 ତଃବେ ଇସ୍ରାଏଲାର୍ ଲଃକ୍ମଃନ୍ ସୁକ୍ଲା ବାଟାୟ୍ ଇଣ୍ଡ୍ଲା ହର୍ ସେମଃନ୍ ସଃମ୍ନ୍ଦ୍ ମଃଜିକେ ଇଣ୍ଡ୍ଲାୟ୍, ଆରେକ୍ ସେମଃନାର୍ କାତା ବାଟ୍ୟା ଆର୍ ଡେବ୍ରି ବାଟ୍ୟା ହୁଣି କଃତି ହର୍ ଅୟ୍ଲି। 23 ଇତାର୍ହଃଚ ମିସରିୟ୍ମଃନ୍, ବଃଲେକ୍ ପାରର୍ ସଃବୁ ଗଳା, ରଃତ୍, ଆର୍ ଗଳାଚଃଗୁ ସଃବୁ ଲକ୍ ଦଃବ୍ଳି ଜାୟ୍, ସେମଃନାର୍ ହଃଚେ ହଃଚେ ସଃମ୍ନ୍ଦ୍ ବିତ୍ରେ ଗଃଲାୟି। 24 ମଃତର୍ ସଃକାଳ୍ ଅୟ୍ଲାକେ ମାପୁର୍ ଜଃୟ୍ ଆର୍ ମେଗ୍ କଃମ୍ ଦଃୟି ମିସରାର୍ ସଃୟ୍ନ୍ମଃନ୍କେ ଦଃକ୍ଲା ଆର୍ ମିସରାର୍ ସଃୟ୍ନ୍ମଃନ୍କେ ତଃନାବଃନା କଃଲା। 25 ସେ ସେମଃନାର୍ ରଃତାର୍ ଚକ୍ ଗିଞ୍ଜ୍ରି ନଃକେଲି ସେମଃନ୍ ବଃଡେ କଃସ୍ଟେ ରଃତ୍ ଚାଲାୟ୍ଲାୟ୍; ସେତାକ୍ ମିସରାର୍ ଲଃକ୍ମଃନ୍ କୟ୍ଲାୟ୍, "ଆସା ଅଃମିମଃନ୍ ଇସ୍ରାଏଲ୍ମଃନାର୍ ତଃୟ୍ହୁଣି ହଃଳାଉଁଆ; ବଃଲେକ୍ ମାପୁର୍ ସେମଃନାର୍ ବାଟ୍ୟାଅୟ୍ ମିସରାର୍ ଲକ୍ମଃନାର୍ ବିରୁଦେ ଜୁଜ୍ କଃରୁଲା।" 26 ତାର୍ହଃଚେ ମାପୁର୍ ମସାକେ କୟ୍ଲା, "ସଃମ୍ନ୍ଦ୍ ଉହ୍ରେ ତର୍ ଆତ୍ ଟେକ୍; ତଃବେ ମିସରାର୍ ଲକ୍ମଃନାର୍ ଉହ୍ରେ, ସେମଃନାର୍ ରଃତ୍ ଆର୍ ଗଳାଚଃଗୁମଃନାର୍ ଉହ୍ରେ ଆରେକ୍ ସଃମ୍ନ୍ଦ୍ ହାଣି ଆସି ଡାହିଅୟ୍ଦ୍।" 27 ସେତାକ୍ ମସା ସଃମ୍ନ୍ଦ୍ ଉହ୍ରେ ଆତ୍ ଉହ୍ରେ କଃଲା, ଆର୍ ସଃକାଳ୍ ବଃଳ୍ ସଃମ୍ନ୍ଦ୍ ଆରେକ୍ ସଃମାନ୍ ଅଃଉଁକେ ଦଃର୍ଲି; ମିସରିୟମଃନ୍ ଦଃବ୍ଳି ହଃଳାଉଁକେ ଚେସ୍ଟା କଃଲାକେ, ମାପୁର୍ ସେମଃନ୍କେ ସଃମ୍ନ୍ଦ୍ ବିତ୍ରେ ବୁଡାୟ୍ଲା। 28 ଆରେକ୍ ସଃମ୍ନ୍ଦ୍ ହାଣି ଆସି ସେମଃନାର୍ ରଃତ୍ ଆର୍ ଗଳାଚଃଗୁମଃନ୍କେ ବୁଡାୟ୍ଲି; ତଃବେ ପାରର୍ ଜୁୟ୍ସଃବୁ ସଃୟ୍ନ୍ ସେମଃନାର୍ ହଃଚେ ହଃଚେ ସଃମ୍ନ୍ଦ୍ ବିତ୍ରେ ହୁରିରିଲାୟ୍, ସେମଃନାର୍ ବିତ୍ରେ କେହେଁ ନଃବାଚ୍ଲାୟ୍।
29 ମଃତର୍ ଇସ୍ରାଏଲ୍ ଲଃକ୍ମଃନ୍ ସୁକ୍ଲା ବଃଟାୟ୍ ଇଣ୍ଡ୍ଲା ହର୍ ସଃମ୍ନ୍ଦ୍ ବିତ୍ରେ ଇଣ୍ଡ୍ଲାୟ୍ ସଃମ୍ନ୍ଦାର୍ ହାଣି ସେମଃନାର୍ କାତା କୁଚିବାଟ୍ ଆର୍ ଡେବ୍ରି କୁଚିବାଟ୍ କୁଡ୍ ହର୍ ଅୟ୍ରିଲି।
30 ଇ ରଃକମ୍ ସେଦିନ୍ ମାପୁର୍ ମିସରିୟମଃନାର୍ ଆତେହୁଣି ଇସ୍ରାଏଲ୍ ଲକ୍ମଃନ୍କେ ରଃକ୍ୟା କଃଲା, ଆର୍ ଇସ୍ରାଏଲ୍ ଲଃକ୍ମଃନ୍ ମିସରିୟ୍ମଃନ୍କେ ସଃମ୍ନ୍ଦେ ବୁଡି ମଃଲାର୍ ଦଃକ୍ଲାୟ୍।
31 ମାପୁର୍ ମିସରିୟମଃନାର୍ ବିରୁଦେ ଇ ଜୁୟ୍ସଃବୁ ସଃକ୍ତିର୍ କାମ୍ କଃଲା, ସେରି ଇସ୍ରାଏଲ୍ ଲଃକ୍ମଃନ୍ ଦଃକ୍ଲାୟ୍; ଇତାର୍ଗିନେ ଲଃକ୍ମଃନ୍ ମାପୁର୍କେ ଡିର୍ଲାୟ୍ ଆର୍ ମାପୁରାର୍ ତଃୟ୍ ଆର୍ ତାର୍ ସେବାକାରି ମସାର୍ ତଃୟ୍ ବିସ୍ୱାସ୍ କଃଲାୟି।