1 ଇତାର୍ହଃଚ ମାପୁର୍ ଇ ସଃବୁ କଃତା କଃୟ୍ଲା, 2 "ମୁୟ୍ ଅଃଉଁଲେ ମାପୁର୍ ତୁମାର୍ ଇସ୍ୱର୍, ତୁମିମଃନ୍ ଜେ ମିସରେ ଗତି ରିଲାସ୍ ସେ ଦେସେ ହୁଣି ବାର୍କଃରି ଆଣିଆଚି।" 3 ତୁମିମଃନ୍ ମକ୍ ଚାଡିକଃରି ଆର୍ କୁୟି ଦେଉତାମଃନ୍କେ ହୁଜା କଃରା ନାୟ୍। 4 ତୁମିମଃନ୍ ନିଜାର୍ ହାଁୟ୍ କାୟି ମୁର୍ତି କଦିକଃରି ତିଆର୍ କଃରାନାୟ୍; କି ସଃର୍ଗେ କି ହୁର୍ତିବିଏ କି ହୁର୍ତିବି ତଃଳାର୍ ଜାଣାୟି ରିଲା କୁୟି ଆସ୍ତିର୍ ମୁର୍ତି ତିଆର୍ କଃରା ନାୟି। 5 ତୁମି ସେମଃନ୍କେ ଜୁଆର୍ କଃରାନାୟ୍, କି ସେମଃନାର୍ ସେବା କଃରା ନାୟ୍; ବଃଲେକ୍ ମୁୟ୍ ତୁମାର୍ ଜିଅବା ଇସ୍ୱର୍ ନିଜାର୍ ଜଃଜ୍ମାନ୍ ରଃକ୍ୟା କଃର୍ତା ଇସ୍ୱର୍, ଆରେକ୍ ଜୁୟ୍ଲକ୍ମଃନ୍ ମକ୍ ଗୁର୍ନା କଃର୍ତି, ମୁୟ୍ ସେମଃନ୍କେ ତିନି ଆର୍ ଚାରି ଟିକିର୍ ହଃତେକ୍ ହୟ୍ସିମଃନାର୍ ଉହ୍ରେ ଉବାସି କଃଲା ହାହାର୍ ବାଦୁଲ୍ ନଃୟ୍ଦ୍; 6 ମଃତର୍ ଜୁୟ୍ଲକ୍ମଃନ୍ ମକ୍ ଲାଡ୍ କଃର୍ତି ଆର୍ ମର୍ ବଲ୍ ମାନ୍ତି, ମୁୟ୍ ସେମଃନାର୍ ଅଃଜାର୍ ଟିକି ହଃତେକ୍ ଦଃୟାକାରି। 7 ତୁମି ମାପୁର୍ ତୁମିମଃନାର୍ ଇସ୍ୱରାର୍ ନାଉଁକେ ମିଚେ ନିଆନାୟ୍; ବଃଲେକ୍ ଜେ ତାର୍ ନାଉ ମିଚେ ଦଃରେଦ୍ ମାପୁର୍ ତାକ୍ ନିର୍ଦସି ବଃଲି ଗଃଣ୍ତି ନଃକେରେ। 8 ବିସାଉଁଣି ବାର୍କେ ପବିତ୍ର ବାବେ ମାନୁକେ ମଃନେରଃକା। 9 ଚଅ ଦିନ୍ ବିତ୍ରେ ତୁମାର୍ ସଃବୁ କାମ୍ କଃରା। 10 ମଃତର୍ ସାତ୍ ଦିନ୍ ମାପୁର୍ ତୁମାର୍ ଇସ୍ୱରାର୍ ବିସାଉଁଣି ଦିନ୍ ଅୟ୍ଦ୍; ସେଦିନ୍ ତୁମି, କି ତୁମାର୍ ହୟ୍ଦି, କି ତୁମାର୍ ଜିଦି, ତୁମାର୍ ଗତି ଦଃଙ୍ଗ୍ଳା କି ଗତି ଦଃଙ୍ଗ୍ଳି, ତୁମାର୍ ହସୁ, କି ହଃର୍ଦେସି ଜେ କି ତୁମାର୍ ଦୁଆର୍ ବିତ୍ରେ ଆଚେ, କେହେଁ କାୟିହେଁ କାମ୍ କଃରନାୟ୍। 11 ବଃଲେକ୍ ମାପୁର୍ ସଃର୍ଗ୍ ଆର୍ ହୁର୍ତିବି ଆର୍ ସଃମ୍ନ୍ଦ୍ ଆର୍ ସେତି ରିଲାର୍, ସଃବୁ ଚଅ ଦିନ୍ ବିତ୍ରେ ତିଆର୍ କଃରି ସାତ୍ ଦିନେ ବିସାୟ୍ଲା; ଇତାର୍ ଗିନେ ମାପୁର୍ ବିସାଉଁଣି ଦିନ୍କେ ଆସିର୍ବାଦ୍ କଃରି ପବିତ୍ର କଃରିଆଚେ। 12 ତୁମି ନିଜାର୍ ଉବା ଆର୍ ଆୟାକେ ମାୟିନ୍ କଃରା; ତଃବେ ତୁମର୍ ମାପୁର୍ ଇସ୍ୱର୍ ତୁମିକ୍ ଜୁୟି ଦେସ୍ ଦଃୟ୍ଦ୍, ସେ ଦେସେ ତୁମି ବୁତେକ୍ ଦିନ୍ ହଃତେକ୍ ବାଚୁ ହାରାସ୍,
13 ତୁମି ନଃର୍ ଅଃତ୍ୟା କଃରା ନାୟ୍।
14 ତୁମି ଦାରି କଃରା ନାୟ୍।
15 ତୁମି ଚର୍ କାମ୍ କଃରା ନାୟ୍।
16 ତୁମି କାର୍ ବିରୁଦେ ମିଚ୍ ସାକି ଦିଆସ୍ ନାୟ୍।
17 ତୁମି ବିନ୍ ଲକାର୍ ଗଃର୍କେ ଲଃବ୍ କଃରା ନାୟ୍, ତୁମି କାର୍ ଡକୁର୍ସି, କି ଦଃଙ୍ଗ୍ଳା, କି ଦଃଙ୍ଗ୍ଳି, କି ତାର୍ ଗରୁ, କି ଗଃଦ, ନିଜାର୍ ହଃଳ୍ସା ଲକାର୍ କାୟି ହେଁ ଆସ୍ତିକେ ଲଃବ୍ କଃରା ନାୟ୍।
18 ସଃଡେବଃଳ୍ ସଃବୁ ଲକ୍ ମେଗ୍ ଗଃର୍ଜାଣ୍ ଆର୍ ବିଜ୍ଲି ମାର୍ତାର୍ ଆର୍ ତୁରି ସଃବଦ୍ ଆର୍ ଦୁଆଁ ଅୟ୍ରିଲା ହର୍ବାତ୍ ଦଃକ୍ଲାୟ୍; ଆରେକ୍ ସେରି ଦଃକି ସେମଃନ୍ ଡିରିଜାୟ୍ ଦୁରିକ୍ ଟିଆ ଅୟ୍ଲାୟ୍ 19 ଆର୍ ସେମଃନ୍ ମସାକେ କୟ୍ଲାୟ୍, "ତୁୟ୍ ଅଃମିମଃନାର୍ ସଃଙ୍ଗ୍ କଃତା କଃଉ ଅଃମିମଃନ୍ ସୁଣୁନ୍ଦ୍; ମଃତର୍ ମାପୁର୍ ଅଃମାର୍ ସଃଙ୍ଗ୍ କଃତା କଃଉଅ ନାୟ୍ ନୟ୍ଲେକ୍ ଅଃମିମଃନ୍ ମଃରିଜଃଉଁନ୍ଦ୍।" 20 ସେତାକ୍ ମସା ଲକ୍ମଃନ୍କେ କୟ୍ଲା, "ଡିରା ନାୟ୍; କାୟିତାକ୍ ବଃଲେକ୍ ତୁମିମଃନ୍କେ ପରିକ୍ୟା କଃରୁକେ ଆର୍ ତୁମିମଃନ୍ ଜଃନ୍କଃରି ହାହ୍ ନଃକେରାସ୍, ତାର୍ ଡିର୍ ତୁମିମଃନାର୍ ମଃନେ ରଃୟ୍ଜାୟ୍ଦ୍ ଇତାର୍ ଗିନେ ମାପୁର୍ ଆସି ଆଚେ।" 21 ସେତାକ୍ ଲଃକ୍ମଃନ୍ ଦୁରିକେ ଟିଆ ଅୟ୍ରିଲାୟ୍; ମଃତର୍ ମସା ସେ ଅଃନ୍ଦାର୍ ଲଃଗେ ଗଃଲା, ଜୁୟ୍ତି କି ମାପୁର୍ ରିଲା।
22 ଇତାର୍ହଃଚ ମାପୁର୍ ମସାକେ କୟ୍ଲା, "ତୁୟ୍ ଇସ୍ରାଏଲ୍ ଲକ୍ମଃନ୍କେ ଇ କଃତା କଃଉ, ମୁୟ୍ ସଃର୍ଗେ ହୁଣି ତୁମିମଃନାର୍ ସଃଙ୍ଗ୍ କଃତା କୟ୍ରିଲେ, ଇରି ତୁମିମଃନ୍ ନିଜେ ଦଃକି ଆଚାସ୍। 23 ଇତାର୍ଗିନେ ତୁମିମଃନ୍ ମର୍ ସଃଙ୍ଗ୍ ତୁଳ୍ନା କଃରୁକ୍, ବିନ୍ ଦେଉତାମଃନ୍ ତିଆର୍ କଃରା ନାୟ୍; ନିଜାର୍ ହାଁୟ୍ ରୁହାର୍ ଦେଉତା ଆର୍ ସନାର୍ ଦେଉତା ତିଆର୍ କଃରା ନାୟ୍। 24 ତୁମି ମର୍ ଗିନେ ଗଟେକ୍ ମାଟିର୍ ବେଦି ହିଣ୍ତା ହାଜାସ୍, ଆର୍ ସେ ବେଦି ଉହ୍ରେ ସୁସ୍ତା ହାଉଁକ୍ ତୁମାର୍ ଚେଳି ମେଣ୍ତା ଆର୍ ହସୁମଃନ୍ ହମ୍ହୁଜା ଦିଆସ୍; ମୁୟ୍ ଜୁୟି ଜୁୟି ଟାଣେ ଅଃହ୍ଣାର୍ ନାଉ ଏତୁ କଃରାୟ୍ନ୍ଦ୍, ସେ ସେ ଟାଣେ ମୁୟ୍ ତୁମାର୍ ହାକ୍ ଆସିନ୍ଦ୍ ଆର୍ ତୁମିକ୍ ଆସିର୍ବାଦ୍ କଃରିନ୍ଦ୍।
25 ଜଦି ତୁମି ମର୍ ହାଁୟ୍ ଟେଳାର୍ ବେଦି ତିଆର୍ କଃରାସ୍, ତଃବେ ଟେଳାୟ୍ କଦିକଃରି ସେରି ତିଆର୍ କଃରା ନାୟ୍; ବଃଲେକ୍ ତାର୍ ଉହ୍ରେ ତୁମି ତୁମାର୍ ଅଃତିଆର୍ ସଃଙ୍ଗ୍ କଦି କଃରାନାୟ୍, ସେରି ବିଟାଳ୍ କଃରାସ୍।
26 ଆର୍ ତୁମାର୍ ନଃଗ୍ଳା ମର୍ ବେଦି ଉହ୍ରେ ଜଃନ୍କଃରି ଦଃକା ନଃଜାୟ୍, ଇତାର୍ଗିନେ ତୁମି ହାଉଜ୍ ଦଃୟି ମର୍ ବେଦି ଉହ୍ରେ ଚଃଗା ନାୟ୍।"