1 ତାର୍ ହଃଚେ ମସା ଇସ୍ରାଏଲ୍ ଲକ୍ମଃନାର୍ ସଃବୁ ମଃଣ୍ଡଳିକେ ଗଟେତଃୟ୍ ରୁଣ୍ଡାୟ୍ କୟ୍ଲା, "ମାପୁର୍ ତୁମିମଃନ୍କେ ଇ ସଃବୁ ହାଳୁନ୍ କଃରୁକେ ଆଦେସ୍ ଦଃୟ୍ ଆଚେ। 2 ଚଅ ଦିନ୍ କାମ୍ କଃରାଅୟ୍ଦ୍, ମଃତର୍ ସାତ୍ ଦିନେ ତୁମିମଃନାର୍ ହାଁୟ୍ ପବିତ୍ର ଦିନ୍ ଅୟ୍ଦ୍; ସେରି ମାପୁରାର୍ ହାଁୟ୍ ବଃଡେ ବିସାଉଁଣି ଦିନ୍ ଅୟ୍ଦ୍, ଜୁୟ୍ଲକ୍ ସେଦିନ୍ କାମ୍ କଃରେଦ୍ ତାକ୍ ମଃର୍ନ୍ ଦଃଣ୍ଡ୍ ଅୟ୍ଦ୍।" 3 ତୁମିମଃନ୍ ବିସାଉଁଣି ବାର୍ ଦିନ୍ ନିଜାର୍ ନିଜାର୍ ଗଃରେ ଜୟ୍ ଲାଗାଉଆ ନାୟ୍।
4 ଆର୍ ମସା ଇସ୍ରାଏଲ୍-ଲକ୍ମଃନାର୍ ସଃବୁ ମଃଣ୍ଡ୍ଳିକେ ଆରେକ୍ ହେଁ କୟ୍ଲା, "ମାପୁର୍ ଇ କଃତା ଦଃୟ୍ଆଚେ।" 5 ତୁମିମଃନ୍ ମାପୁରାର୍ ଗିନେ ନିଜାର୍ ବିତ୍ରେହୁଣି ବେଟିଦାନ୍ ରୁଣ୍ଡାଉଆ; ମାପୁରାର୍ ହାଁୟ୍ ଦେଉଁକେ ସଃର୍ଦା ମଃନାର୍ ଲକ୍, ସେ ମାପୁରାର୍ ହାଁୟ୍ ସନା, ରୁହା, ଆର୍ ହିତୁଳ୍, 6 ଆରେକ୍ ନିଳିଆ ବଃର୍ନ୍, ବେଜା ରଃଙ୍ଗ୍, ଚିନ୍ଦୁର୍ ବଃର୍ନ୍, ଦବ୍ଳା, ମଃସ୍ଣି ସୁତା ଆର୍ ଚେଳିର୍ ରମ୍; 7 ଆରେକ୍ ରଃତା ବଃର୍ନ୍ ମେଣ୍ଡା ଚାଲ୍, ହାଣି ମୁସା ଚାଲ୍ ଆର୍ ସିଟିମ୍ କାଟ୍, 8 ଆରେକ୍ କୁପି ଉଜାଳ୍ ଲାଗାଉତା ହାଁୟ୍ ଚିକଣ୍, ଅବିସେକ୍ ଚିକଣ୍ ଆର୍ ନିକ ଗଃନ୍ଦ୍ ଦୁହ୍ଣି ହାଁୟ୍ ବାସ୍ନା ଜିନିସ୍, 9 ଆରେକ୍ ଏପଦ୍ ଆର୍ ବୁକ୍ହାଟା ହାଁୟ୍ ଗମେଦକ୍ ମଣି ଆର୍ ବେସି ମଲାର୍ ସିଳ୍, ଇ ସଃବୁ ମାପୁରାର୍ ହାଁୟ୍ ଦାନ୍ ଆଣାସ୍।
10 ଆର୍ ତୁମିମଃନାର୍ ବିତ୍ରାର୍ ସଃବୁ ବୁଦିରିଲା ଲକ୍ ଆସି ମାପୁର୍ କୟ୍ଲା ସଃବୁ ଆସ୍ତି ତିଆର୍ କଃରା, 11 ବଃଲେକ୍ ତୁମ୍ ଆର୍ ହଃଦାୟି ଡାହ୍ତାର୍ ତୁମ୍,ଚାତ୍, ହାଟା, ଆକଳି, ଗାଳା, ମୁଆଟି ମୁଣ୍ଡା ଆର୍ ବେଦ୍ କଳ୍, 12 ଆରେକ୍ ନିୟମ୍ହେଳି, ସେତିର୍ ଟେଙ୍ଗା, ମଃଣ୍ଡଳା, ହାହ୍ ଡାହ୍ତାର୍ ଡାହ୍ଣା ଆର୍ ବାଗ୍କଃର୍ତା ମଃଜିର୍ ପର୍ଦା ହଃଚିଆ। 13 ଆରେକ୍ ଟେବୁଲ୍, ସେତିର୍ ଟେଙ୍ଗା ମଃଣ୍ଡଳା, ସଃବୁ ଆସ୍ତି ଆର୍ ବେଟି ଦିଲା ରୁଟି, 14 ଆରେକ୍ କୁପି ହାଁୟ୍ ଦିହ୍ରୁକା, ତାର୍ ଆସ୍ତି, ଦିହ୍ ଆର୍ ଦିହ୍ ହାଁୟ୍ ଚିକଣ୍, 15 ଆରେକ୍ ଦୁହ୍ଣି ହଡାଉତା ବେଦି, ତାର୍ ମଃଣ୍ଡଳା ଟେଙ୍ଗା ଅବିସେକ୍ ଚିକଣ୍, ବାସ୍ନା ଦୁହ୍ଣି ଆର୍ ତମ୍ବୁ ବିତ୍ରେ ହୁର୍ତା ଦୁଆରାର୍ ପର୍ଦା ହଃଚିଆ, 16 ଆରେକ୍ ହମ୍ହୁଜା ବେଦି, ତାର୍ ହିତୁଳ୍ ଜାଲି, ଟେଙ୍ଗା, ସଃବୁ ଆସ୍ତି, ଆତ୍-ଗଡ୍ ଦଃଉତା ଆଣ୍ଡି ଆର୍ ତାର୍ ବାଣିହିଣ୍ଡା, 17 ଆରେକ୍, କୁଆଳାର୍ ପର୍ଦା ହଃଚ୍ୟା, ତାର୍ ମୁଣ୍ଡା, ବେଦ୍ ଆର୍ କୁଆଳ୍ ଦୁଆରାର୍ ଡାହ୍ତା ବଃସ୍ତର୍, 18 ଆରେକ୍ ପବିତ୍ର ତମ୍ବୁ ହାଁୟ୍ କୁଟା, କୁଆଳାର୍ କୁଟା ଆର୍ ଇ ଜଳେକ୍ ଜଃଗାର୍ ହାଁୟ୍ ଡର୍, 19 ଆରେକ୍ ପବିତ୍ର ଜଃଗାୟ୍ ସେବା କଃର୍ତା ହାଁୟ୍ ସୁନ୍ଦୁର୍ କଃରି ବୁଣା ଅୟ୍ଲା ବଃସ୍ତର୍, ବଃଲେକ୍ ହାରଣ ଜାଜକ୍ ହାଁୟ୍ ପବିତ୍ର ବଃସ୍ତର୍ ଆର୍ ଜାଜକ୍ କାମ୍ ହାଁୟ୍ ତାର୍ ହୟ୍ସିମଃନାର୍ ବଃସ୍ତର୍ ଇରି ସଃବୁ ତିଆର୍ କଃରାସ୍।
20 ଇତାର୍ ହଃଚେ ଇସ୍ରାଏଲ୍ ଲକ୍ମଃନାର୍ ସଃବୁ ମଣ୍ଡ୍ଳି ମସାର୍ ତଃୟ୍ହୁଣି ବାଉଳି ଗଃଲାୟ୍। 21 ଆରେକ୍, ଜାର୍ ମଃନ୍ ଜାୟ୍ରି ଦେଉଁକେ ମଃନ୍ କୟ୍ଲି, ଆର୍ ଜାର୍ ଆତ୍ମା ଜାୟ୍ରି ଦେଉଁକେ ଇଚା କଃଲି, ସେମଃନ୍ ପବିତ୍ର ତୁମ୍ ତିଆର୍ କଃର୍ତା ହାଁୟ୍ ଆର୍ ସେ ବିସୟାର୍ ସଃବୁ କାମ୍ ଆର୍ ପବିତ୍ର ବଃସ୍ତର୍ ଗିନେ ମାପୁରାର୍ ବେଟିଦାନ୍ ଆଣ୍ଲାୟି। 22 ଆରେକ୍, ଅଃଣ୍ଡ୍ରା ଆର୍ ମାୟ୍ଜି ଜଃତେକ୍ ଲକ୍ ଇଚା କଃରି ଦେତା ଲକ୍ ରିଲାୟ୍, ସେମଃନ୍ ସଃବୁ ଆସି ମୁଣ୍ଡାର୍ ହିଚ୍ଣା, କାନାର୍ ମୁଦ୍ରା, ଆତାର୍ ହାଜେର୍, ମାଳିକାଟି, ସଃବୁ ରଃକମାର୍ ସନାର୍ ମାଳିକାଟି ଆଣ୍ଲାୟି; ସଃବୁ ଲକ୍ ମାପୁରାର୍ ହାଁୟ୍ ସନାର୍ ସଃଜ୍ବାଜ୍ ଦାନ୍ ଦିଲାୟ୍। 23 ଆରେକ୍, ଜାର୍ହାକ୍ ନିଳିଆ, ବେଜା ରଃଙ୍ଗାର୍, ରଃତା ରଃଙ୍ଗାର୍, ମଃସ୍ଣି ଦବ୍ଳା ସୁତା, ଚେଳି ବାଳ୍, ବଃନି ରଃଙ୍ଗେ ରଃତା କଃଲା ମେଣ୍ଡା ଚାଲ୍ ଆର୍ ହାଣି ମୁସାର୍ ଚାଲ୍ ରିଲି, ସେମଃନ୍ ହଃତି ଲକ୍ ସେରିମଃନ୍ ଆଣ୍ଲାୟି। 24 ଆରେକ୍, ଜେ ରୁହାର୍ କି ହିତୁଳାର୍ ଦାନ୍ ଦିଲାୟ୍, ସେ ମାପୁରାର୍ ଦାନ୍ ଆଣ୍ଲାୟି; ଆର୍ ଜାର୍ ଲଃଗେ ସେବା ହାଁୟ୍ କାୟି ହେଁ କାମ୍ ହାଁୟ୍ ସିଟିମ୍ କାଟ୍ ରିଲି ସେ ସେରି ଆଣ୍ଲାୟି। 25 କାମ୍ ସିକ୍ଲା ମାୟ୍ଜିମଃନ୍ ନିଜାର୍ ନିଜାର୍ ଆତେ ନିଳିଆ, ବେଜା ରଃଙ୍ଗାର୍, ରଃତା ରଃଙ୍ଗାର୍ ଆର୍ ମଃସ୍ଣି ଦବ୍ ସୁତା ଆଣ୍ଲାୟି। 26 ଆରେକ୍, କାମ୍ ସିକ୍ଲା ମାୟ୍ଜିମଃନ୍ ନିଜାର୍ ଇଚାୟ୍ ଚେଳି ରମାର୍ ସୁତା ବଃନାୟ୍ଲାୟ୍। 27 ଆରେକ୍, ମୁକିଆମଃନ୍ ଏପଦ୍ ଆର୍ ବୁକ୍ ହାଟା ହାଁୟ୍ ଗମେଦ୍ ମଣି ଆର୍ କଚ୍ତା ମଣି, 28 ଆର୍ କୁପି ଆର୍ ଅବିସେକ୍ ହାଁୟ୍ ଚିକଣ୍ ଆର୍ ବାସ୍ନା ଦୁହ୍ଣି ହାଁୟ୍ ଗଃନ୍ଦ୍ ଜିନିସ୍ ଆର୍ ଚିକଣ୍ ଆଣ୍ଲାୟି। 29 ଇସ୍ରାଏଲ୍-ଲକ୍ମଃନ୍ ସଃର୍ଦା ମଃନେ ମାପୁରାର୍ ହାଁୟ୍ ଦାନ୍ ଆଣ୍ଲାୟି; ମାପୁର୍ ମସାର୍ ଦଃୟି ଜାୟ୍ ଜାୟ୍ରି କଃରୁକେ ଆଦେସ୍ ଦଃୟ୍ରିଲା, ମାପୁରାର୍ କାମ୍ ହାଁୟ୍ ଜୁୟି ଜୁୟି ଅଃଣ୍ଡ୍ରାମଃନ୍ ଆର୍ ମାୟ୍ଜିମଃନ୍ ସେମଃନାର୍ ମଃନାର୍ ଇଚା ହଃର୍କାରେ ସେମଃନ୍ ସଃବୁ ଲକ୍ ଦାନ୍ ଆଣ୍ଲାୟି।
30 ଇତାର୍ ହଃଚେ ମସା ଇସ୍ରାଏଲ୍ ଲକ୍ମଃନ୍କେ କୟ୍ଲା, "ଦଃକା ମାପୁର୍ ଜିଉଦା ବଃଉଁସାର୍ ନାତି ଉରିର୍ ହୟିସି ବତ୍ସଲେଲ୍କେ ନାଉ ଦଃରି କୁଦିଆଚେ।" 31 ଆରେକ୍, ତାକ୍ ଗିଆନ୍, ବୁଦି, ବିଦ୍ୟା ଆର୍ କାମେ ପିଆସ୍ ମାପୁରାର୍ ଆତ୍ମାୟ୍ ହୁର୍ନ୍କଃରି,
32 ବାନା ହାଜ୍ତା କାମ୍ ସନା, ରୁହା ଆର୍ ହିତୁଳ୍ ଆସ୍ତିୟେ ବାନା କାଚ୍ତାର୍,
33 ଆର୍ ବାନା କାଚୁକେ, ହିରା ଟେଳା କାଟୁକେ ଆର୍ କାଟ୍ କାମେ ସୁନ୍ଦୁର୍ କଃରି ବାନାକାଚି ହାଜୁକେ, ଇ ସଃବୁ ବାଡାୟ୍ କାମ୍ କଃରୁକେ ତାକ୍ ପିଆସ୍ କଃରିଆଚେ।
34 ଆରେକ୍, ସିକ୍ୟା ଦେଉଁକେ ତାର୍ ଆର୍ ଦାନ୍ ବଃଉଁସାର୍ ଅହିସାମକାର୍ ହୟିସି ଅହଲିୟାବର୍ ମଃନେ ହେଁ ଗିଆନ୍ ଦିଲା।
35 ଆର୍ ବାନା ଗଦ୍ତା କାମ୍ ଆର୍ ବାଡାୟ୍ କାମ୍ କଃରୁକେ, ଆରେକ୍ ନିଳିଆ, ବେଜା ରଃଙ୍ଗାର୍, ରଃତା ରଃଙ୍ଗାର୍ ଆର୍ ଦବ୍ଳା ମଃସ୍ଣି ସୁତାୟ୍ ବାନା କାଟ୍ତାର୍ ଆର୍ ହଃଚିଆ ବୁଣ୍ତା ହାଁୟ୍, ବଃଲେକ୍ ସଃବୁ ବାଡ଼ାୟ୍ କାମ୍ ଆର୍ ବାନା କାଟ୍ତାର୍ କାମ୍ କଃର୍ତା ହାଁୟ୍ ସେମଃନାର୍ ମଃନ୍କେ ନାନା ଗିଆନେ ହୁର୍ନ୍ କଃରିଆଚେ।