1 ଇତାର୍ଗିନେ ମାପୁରାର୍ ସଃବୁ ଆଦେସ୍ ହଃର୍କାରେ ପବିତ୍ର ଟାଣାର୍ ସଃବୁ କାମ୍ କଃରୁକେ ମାପୁର୍ ବତ୍ସଲେଲ୍ ଆର୍ ଅହଲିୟାବ୍ ଆର୍ ସଃବୁ ବୁଦିକାରି ଜୁୟି ଲକ୍ମଃନ୍କେ ଗିଆନ୍ ଆର୍ ବୁଦି ଦଃୟ୍ଆଚେ, ସେସଃବୁ ଜାଣ୍ତା ଲଃକ୍ମଃନ୍ କାମ୍ କଃର୍ତି।
2 ଇତାର୍ହଃଚ ମସା ସେ ବତ୍ସଲେଲ୍, ଅହଲିୟାବ୍କେ, ମାପୁରାର୍ ତଃୟ୍ହୁଣି ମଃନେ ଗିଆନ୍ ହାୟ୍ଲା ବିନ୍ସଃବୁ ଗିଆନ୍ ହାୟ୍ଲା ଲକ୍ମଃନ୍କେ ଆର୍ ସେ କାମ୍ କଃର୍ତା ହାଁୟ୍ ମଃନେ ସଃର୍ଦା ହାୟ୍ଲା ଲକ୍ମଃନ୍କେ କୁଦ୍ଲା। 3 ସେତାକ୍ ସେମଃନ୍ ପବିତ୍ର ଟାଣାର୍ କାମ୍ ତିଆର୍ କଃର୍ତା ଗିନେ ଇସ୍ରାଏଲ୍-ଲକ୍ମଃନ୍ ଆଣ୍ଲା ଦାନ୍ ସଃବୁ ମସାର୍ ଆତେହୁଣି ନିଲାୟ୍; ଅୟିଲେକ୍ ହେଁ ଲଃକ୍ମଃନ୍ ହଃତି ଦିନ୍ ତାର୍ ହାକ୍ ନିଜାର୍ ଇଚାୟ୍ ଆଣ୍ତି ରିଲାୟ୍। 4 ତଃବେ ଜଃତେକ୍ ବୁଦି ହାୟ୍ଲା ଲଃକ୍ମଃନ୍ ପବିତ୍ର ଟାଣାର୍ କାମ୍ କଃର୍ତି ରିଲାୟ୍ ସେ ସଃବୁଲକ୍ ନିଜାର୍ ନିଜାର୍ କାମ୍ ଚାଡିକଃରି ମସାର୍ ହାକ୍ ଆସି କୟ୍ଲାୟ୍, 5 ସେମଃନ୍ କଃଲାୟି "ମାପୁର୍ ମସାକେ ଜାୟ୍ରି ତିଆର୍ କଃରୁକେ ଆଦେସ୍ ଦଃୟ୍ଆଚେ, ଲଃକ୍ମଃନ୍ ସେ କାମ୍ ହାଁୟ୍ ଦଃର୍କାର୍ ତଃୟ୍ହୁଣି ଅଃଦିକ୍ ଆଣୁଲାୟ୍।" 6 ସେତାକ୍ ମସା ଚାଉଁଣିର୍ ସଃବୁ ହାକ୍ ଇ ଆଦେସ୍ ପର୍ଚାର୍ କଃରାୟ୍ଲା, ଅଃଣ୍ଡ୍ରା କି ମାୟ୍ଜି ପବିତ୍ର ଟାଣ୍ ହାଁୟ୍ ଆରେକ୍ ଦାନ୍ ଦେତାର୍ ନାଣତ୍; ତଃବେ ଲଃକ୍ମଃନ୍ ଦାନ୍ ଆଣ୍ତାର୍ ବଃନ୍ଦ୍ କଃଲାୟି। 7 ବଃଲେକ୍ ସଃବୁ କାମ୍ କଃରୁକେ ସେମଃନାର୍ ଜିନିସ୍ ଜଃବର୍ ଆର୍ ତାର୍ତଃୟ୍ ହୁଣି ଅଃଦିକ୍ ରିଲି।
8 ଇତାର୍ହଃଚ କାମ୍କଃରୁ ଲକ୍ମଃନାର୍ ବିତ୍ରେ ଜଃତେକ୍ ବୁଦିକାରି ଲକ୍ ରିଲାୟ୍, ବଃଳ୍ଲା ଦବ୍ଳା ମଃସ୍ଣି ସୁତା, ନିଳିଆ, ବେଜା ରଃଙ୍ଗାର୍ ଆର୍ ରଃତା ବଃର୍ନାର୍ ସୁତାୟ୍ ପବିତ୍ର ତମ୍ବୁ ହାଁୟ୍ ଦସ୍ଜବନିକା ତିଆର୍ କଃଲାୟି; ଆରେକ୍, ସେତି କିରୁବ ଦୁତାର୍ ବାନା କାଚ୍ଲାୟ୍। 9 ଗଟେକ୍ ଗଟେକ୍ ପର୍ଦାର୍ ଲଃମ୍ କଳେଆଟ୍ ଆତ୍, ଆର୍ ଚାରି ଆତ୍ ଅଃସାର୍ ଅୟ୍ଦ୍, ସଃବୁ ପର୍ଦା ହଃଚ୍ୟା ଗଟେ ସଃମାନ୍ ରିଲି। 10 ଆରେକ୍ ସେ ହାଞ୍ଚ୍ଗଟ୍ ପର୍ଦାକେ ଗଟେତଃୟ୍ ଜଳ୍ଲାୟ୍; ବିନ୍ ହାଞ୍ଚ୍ ଗଟ୍ ପର୍ଦାକେ ଗଟେତଃୟ୍ ଜଳ୍ଲାୟ୍। 11 ଆର୍ ସେ ଜଳ୍ଲା ଟାଣେ ହଃର୍ତୁମ୍ ସଃରାସଃରି ପର୍ଦାର୍ ଅଟିଲଃଗେ ନିଳିଆ ସୁତାର୍ ହାସ୍ କଃଲାୟି; ସାନ୍ଦୁଣାର୍ ବିନ୍ ସଃରାସଃରି ପର୍ଦାର୍ ଅଟିଲଃଗେ ସେରଃକମ୍ କଃଲାୟି। 12 ସେ ହଃର୍ତୁମ୍ ପର୍ଦାର୍ ଅଟିର୍ ଦାଳିୟେ ପଚାସ୍ ଗଟ୍ ହାସ୍ ଆର୍ ସାନ୍ଦୁଣାର୍ ଆରେଗଟେକାର୍ ତଃୟ୍ ଅଟିଏ ପଚାସ୍ ଗଟ୍ ହାସ୍ କଃଲାୟି; ସେ ହାସ୍ ସଃବୁ ଏକ୍ଆରେକ୍ ମୁକାମୁକି ରିଲି। 13 ଆର୍ ସେ ପଚାସ୍ ଗଟ୍ ସନାର୍ ଆକଳି ତିଆର୍କଃରି ଆକଳି ସଃଙ୍ଗ୍ ପର୍ଦା ସଃବୁ ଏକ୍ଆରେକ୍ ସଃଙ୍ଗ୍ ଜଳ୍ଲାୟ୍; ତଃବେ ଗଟେକ୍ ତୁମ୍ ଅୟ୍ଲି।
14 ଇତାର୍ହଃଚ ସେ ପବିତ୍ର ବାସ୍ଟାଣ୍ ଟାହୁକେ ଚେଳି ରମାର୍ ଏଗାର ଗଟ୍ ପର୍ଦା ତିଆର୍ କଃଲାୟି। 15 ହଃତି ପର୍ଦାର୍ ଲଃମ୍ ତିରିସ୍ ଆତ୍ ଆର୍ ଅଃସାର୍ ଚାରି ଆତ୍ ରିଲି, ସେ ଏଗାର ଗଟ୍ ପର୍ଦା ଗଟେ ସଃମାନ୍ ରିଲି। 16 ଆରେକ୍ ସେ ହାଞ୍ଚ୍ଗଟ୍ ପର୍ଦା ଏକ୍ଆରେକ୍ ଜଃଳି ଅଃଲ୍ଗା ରଃକ୍ଲାୟ୍ ଆର୍ ବିନ୍ ଚଅଗଟ୍ ପର୍ଦା ଜଃଳି ଅଃଲ୍ଗା ରଃକ୍ଲାୟ୍। 17 ଜଳ୍ତା ଟାଣାର୍ ହଃର୍ତୁମାର୍ ସଃରାସଃରି ପର୍ଦାର୍ ଅଟି ହାଳିୟେ ପଚାସ୍ଗଟ୍ ହାସ୍ କଃଲାୟି ଆର୍ ବିନ୍ ପର୍ଦାର୍ ଜଳ୍ତା ଟାଣାର୍ ଅଟିୟେ ପଚାସ୍ଗଟ୍ ହାସ୍ କଃଲାୟି। 18 ଆର୍ ସେରି ଜଃଳି କଃରି ଗଟେକ୍ ତମ୍ବୁ କଃରୁକେ ହିତୁଳାର୍ ପଚାସ୍ଗଟ୍ ଆକଳି କଃଲାୟି। 19 ଆରେକ୍ ସେ ବଃନି ବଃର୍ନାର୍ ମେଣ୍ଡା ଚାଲେ ତମ୍ବୁ ହାୟ୍ଁ ଗଟେକ୍ ଚାଉଣି ଆର୍ ତାର୍ ଉହ୍ରେ ହାଣିସୁଣା ଚାଲାର୍ ଗଟେକ୍ ଚାଉଣି ତିଆର୍ କଃଲାୟି।
20 ଇତାର୍ହଃଚ ସେ ପବିତ୍ର ତମ୍ବୁ ହାୟ୍ଁ ସିଟିମ୍ କାଟାର୍ ଟିଆ ହାଟା ତିଆର୍ କଃଲାୟି। 21 ଗଟେକ୍ ଗଟେକ୍ ହାଟା ଦଃସ୍ ଆତ୍ ଲଃମ୍ ଆର୍ ଡେଡ୍ଆତ୍ ଅଃସାର୍ ରିଲି। 22 ହଃତି ହାଟାର୍ ଏକ୍ଆରେକ୍ ସଃମାନ୍ ଜୁଳେକ୍ ଜୁଳେକ୍ ରିଲି; ଇରଃକମ୍ ସେ ପବିତ୍ର ତୁମାର୍ ସଃବୁ ହାଟା ହାୟ୍ଁ ତିଆର୍ କଃଲାୟି। 23 ଆର୍ ସେ ତୁମ୍ ହାୟ୍ଁ ଉତୁର୍ ଦିଗେରିଲା ଉତୁର୍ ବାଟ୍ୟା ହାୟ୍ଁ କଳେଗଟ୍ ହାଟା ତିଆର୍ କଃଲାୟି। 24 ଆରେକ୍, ସେ କଳେଗଟ୍ ହାଟା ତଃଳେ ଚାଲିସଗଟ୍ ରୁହାର୍ ବେଦ୍ ରିଲା କଳ୍ ହାଜ୍ଲାୟ୍; ଗଟେକ୍ ହାଟା ତଃଳେ ତାର୍ ଜୁଳେକ୍ କୁଟି ହାୟ୍ଁ ଦୁୟ୍ ଆତ୍ ଚାଡି ଆରେକ୍ ବେଦ୍ କଃଲାୟି ଆର୍ ବିନ୍ ସଃବୁ ହାଟା ତଃଳେ ସେମଃନାର୍ ଜୁଳେକ୍ ଜୁଳେକ୍ କୁଟି ହାୟ୍ଁ ଜୁଳେକ୍ ଜୁଳେକ୍ ବେଦ୍ କଃଲାୟି। 25 ଆରେକ୍ ତୁମ୍ ବିନ୍ ବାଟ୍ୟା ହାୟ୍ଁ ଉତୁର୍ ଦିଗେ କଳେଗଟ୍ ହାଟା କଃଲାୟି। 26 ଗଟେକ୍ ହାଟା ତଃଳେ ଜୁଳେକ୍ ବେଦ୍ ଆର୍ ବିନ୍ ସଃବୁ ହାଟା ତଃଳେ ଦୁଇଜଳା ବେଦ୍ ଇ ରଃକମ୍ ରୁହାର୍ ଚାଳିସ୍ଗଟ୍ ବେଦ୍ କଃଲାୟି। 27 ସେ ତମ୍ବୁ ବୁଡ୍ତି ଦିଗେ ରିଲା ହଃଚ୍ ବାଟ୍ୟାର୍ ହାୟ୍ଁ ଚଅକଃଣ୍ଡ୍ ହାଟା କଃଲାୟି। 28 ଆରେକ୍, ତମ୍ବୁ ସେ ହଃଚ୍ ବାଗାର୍ ଦୁୟ୍ କନ୍ ହାୟ୍ଁ ଦୁୟ୍ କଃଣ୍ଡ୍ ହାଟା କଃଲାୟି। 29 ଆରେକ୍ ଇ ହାଟାମଃନ୍ ତଃଳେ ଗଟେତଃୟ୍ କଃରି ଜଃଳା ଅୟ୍ଲି, ଆର୍ ସେହଃର୍କାରେ ତାର୍ ଉହ୍ରିମୁଣ୍ଡେ ଗଟେକ୍ ବଃଳା ସଃଙ୍ଗ୍ ସାନ୍ଦୁଣ୍ ରିଲି; ଇ ହଃର୍କାରେ ସେ ଜୁଳେକ୍ କନାର୍ ହାଟା ଜଳ୍ଲାୟ୍। 30 ସେ ତମ୍ବୁ ବୁଡ୍ତିବାଟ୍ ସଃବୁ ଆଟ୍ ଗଟ୍ ହାଟା ରିଲି, ଆରେକ୍ ଗଟେକ୍ ଗଟେକ୍ ହାଟା ତଃଳେ ଜୁଳେକ୍ ଲେକା ବେଦ୍ ରିଲି, ଇରଃକମ୍ ସଅଳଗଟ୍ ରୁହାର୍ ବେଦ୍ କଃଲାୟି। 31 ଆର୍ ସେ ସିଟିମ୍ କାଟେ ବାଦା ତିଆର୍ କଃରି ତମ୍ବୁର୍ କୁଚି ବାଟେ ହାଞ୍ଚ୍ଗଟ୍ ବାଦା ତିଆର୍ କଃଲାୟି 32 ଆର୍ ବିନ୍ବାଟ୍ ରିଲା ହାଟାୟ୍ ହାଞ୍ଚ୍ଗଟ୍ ଗାଳା, ଆରେକ୍, ତୁମ୍ ବୁଡ୍ତି ଦିଗେ ରିଲା ହଃଚ୍ ବାଟାର୍ ହାଟାୟ୍ ହାଞ୍ଚ୍ଗଟ୍ ବାଦାହାଟା ତିଆର୍ କଃଲାୟି। 33 ଆରେକ୍, ମଃଜାୟ୍ ରିଲା ବାଦା, ହାଟାର୍ ମଃଜାୟ୍ ଇମୁଣ୍ଡେ ହୁଣି ସେମୁଣ୍ଡ୍ ହଃତେକ୍ ହଚ୍ଲି। 34 ଆର୍, ସେ ସେସଃବୁ ହାଟା ସନା ଡାଳାୟ୍ଲାୟ୍ ଆର୍ ଗାଳାର୍ ହାୟ୍ଁ ସନାର୍ ମଃଣ୍ଡଳା କଃଲାୟି, ଗାଳା ସଃବୁ ସନାୟ୍ ଡାଳାୟ୍ଲାୟ୍।
35 ଇତାର୍ହଃଚ ସେ ନିଳି, ବେଜା ରଃଙ୍ଗାର୍, ରଃତା ରଃଙ୍ଗାର୍, ବଃଳ୍ଲା ଦବ୍ଳା ମଃସ୍ଣି ସୁତାୟ୍ ତିଆର୍ ଅୟ୍ଲା ଆର୍ କିରୁବ୍ ଦୁତ୍ ହର୍ ବାନା କଃଲାର୍ ଗଟେକ୍ ଦୁଇବାଗ୍ କଃର୍ତା ପର୍ଦା ହଃଚ୍ୟା ତିଆର୍ କଃଲାୟି।
36 ଆରେକ୍, ସେ ତାର୍ ହାୟ୍ଁ ସିଟିମ୍ କାଟାର୍ ଚାରିଗଟ୍ କଃମ୍ କଃରି ସନା ଡାଳାୟ୍ଲାୟ୍ ଆର୍ ସେ ସଃବୁର୍ ଆକଳି ସନାର୍ ତିଆର୍ କଃଲାୟି ଆର୍ ତାର୍ ହାୟ୍ଁ ରୁହାର୍ ଚାରିଗଟ୍ ବେଦ୍ ରିଲା କଳ୍ ତିଆର୍ କଃଲାୟି।
37 ଆର୍ ସେ ତୁମ୍ ଦୁଆର୍ ହାୟ୍ଁ ନିଳିଆ, ଜଃଗୁଳିଆ, ବେଜା ରଃଙ୍ଗ୍ ଆର୍ ବଃଳ୍ଲା ଦବ୍ଳା ମଃସ୍ଣି ସୁତାୟ୍ ତିଆର୍ ଅୟ୍ଲା ଗଟେକ୍ ଡାହ୍ତା କାବ୍ରା ଚିତ୍ରା ଡହ୍ତା ବଃସ୍ତର୍ ତିଆର୍ କଃଲାୟି।
38 ତାର୍ ହାଞ୍ଚ୍ଗଟ୍ କଃମ୍ ଆର୍ ସେସଃବୁର୍ ଆକଳି କଃଲାୟି; ଆରେକ୍, ସେ ସଃବୁର୍ ମୁଣ୍ଡ୍ ଆର୍ ବନ୍ଦ୍ନିୟେ ସନା ଡାଳାୟ୍ଲାୟ୍, ମଃତର୍ ସେମଃନାର୍ ହାଞ୍ଚ୍ଗଟ୍ ବେଦ୍ ରିଲା ହିତୁଳାର୍ କଳ୍ ରିଲି।