1 ଜଦି କେଏ ଗରୁ କି ମେଣ୍ତା ଚରି ନଃୟ୍ ମାରି କାୟ୍ଦ୍ କି ବିକେଦ୍, ତଃବେ ସେ ଗଟେକ୍ ଗରୁ ବାଦ୍ଲା ହାଞ୍ଚ୍ଗଟ୍ ଗରୁ ଆର୍ ଗଟେକ୍ ମେଣ୍ତା ବାଦ୍ଲା ଚାରିଗଟ୍ ମେଣ୍ତା ଦଃୟ୍ଦ୍। 2 ଆର୍ ଚର୍ ସିନ୍ଦ୍ମାର୍ତା ବଃଳ୍ ଦଃରାହଃଳ୍ଲେକ୍, ଜଦି ତାକ୍ ମାଡ୍ ମାରୁମାରୁ ସେ ମଃରେଦ୍, ତଃବେ ତାର୍ ମଃର୍ନ୍ ହାଁୟ୍ କେଏ ଦାୟ୍ ନଃୟ୍। 3 ମଃତର୍ ଜଦି ବେଳ୍ ଉଦ୍ଲା ହଃଚେ ତାକ୍ ମାର୍ଲେକ୍, ତବେ ସେ ମାରୁ ମାନାୟ୍ ଦସି ଅୟ୍ଦ୍; ଆର୍ ଚର୍ଲା ଜିନିସ୍ ଚର୍ ସୁଜେଦ୍; ଜଦି ତାର୍ ସୁଜୁକେ କାୟିରି ନଃରେୟ୍, ତଃବେ ଚର୍ଲାର୍ ଗିନେ ସେ ବିକି ଅୟ୍ଦ୍। 4 ଗରୁ କି ଗଃଦ କି ମେଣ୍ତା ଚର୍ଲା ହସୁ ଜଦି ଚରାର୍ ଆତେ ଜିଉତା ମିଳେଦ୍, ତଃବେ ସେ ଚର୍ ସେତିର୍ ଦୁୟ୍ ଗୁଣ୍ ଦଃୟ୍ଦ୍। 5 ଆର୍ କେଏ ଜଦି ବିନ୍ ଲକାର୍ ହଃଦାୟି କି ଅଙ୍ଗୁର୍ ବାଳେ ଗରୁ ଚଃରାୟ୍ଦ୍, କି ତାର୍ ହସୁକେ ଚାଡି ଦିଲେକ୍ ଜଦି ସେ ବିନ୍ ଲକାର୍ ବାଳେ ଚଃରେଦ୍, ତଃବେ ସେ ଲକ୍ ତାର୍ ବାଦ୍ଲା ତାକ୍ ତାର୍ ହଃଦାର୍ ବଃଲ୍ ତାସ୍ ଆର୍ ନିଜାର୍ ଅଙ୍ଗୁର୍ ବାଳାର୍ ବଃଲ୍ ହଃଳ୍ ଦଃୟ୍ଦ୍।
6 ଜଦି କୁୟି ଲକ୍ କାଟା ବଃନେ ଜୟ୍ ଡଃସାୟ୍ଦ୍ ଆର୍ ସେ ଜୟେ ଜଦି କାର୍ ହଃଦାର୍ ନଃକାତା ତାସ୍ କି କୁଳାୟ୍ଲା ତାସ୍ କି ତାସ୍ ହଃଦା ହଡି ଜାୟ୍ଦ୍, ତଃବେ ସେ ଜୟ୍ ଡଃସାଉ ମାନାୟ୍ ସେ କେତି ଅୟିରିଲା ଲକାର୍ ସେତିର୍ ବଃର୍ନା ବାୟ୍ଦ୍ରେ ବଃରେଦ୍। 7 ଆର୍ କେଏ ଜଦି ତାର୍ ହଃଳ୍ସା ଗଃରେ ଟକା କି କାୟି ଜିନିସ୍ ହେଁ ସଃଙ୍ଗାଉତା ହାଁୟ୍ ସଃହ୍ରି ଦଃୟ୍ଦ୍, ସେରି ଜଦି କେଏ ସେ ମାନାୟ୍ର୍ ଗଃରେ ହୁଣି ଚରି ନଃୟ୍ଦ୍ ଆର୍ ସେ ଚର୍ ଦଃରାହଃଳେଦ୍, ତଃବେ ସେ ଚର୍ ଦୁୟ୍ ଗୁଣ୍ ଦଃୟ୍ଦ୍। 8 ଜଦି ଚର୍ ଦଃରା ନଃହେଳେ, ତଃବେ ଗଃରାର୍ ମାଲିକ୍ ହଃଳ୍ସା ଗଃରାର୍ ଦଃନ୍ ଉହ୍ରେ ଆତ୍ ଦଃୟି ଆଚେ କି ନାୟ୍, ଇରି ଜାଣା ହଃଳ୍ତାର୍ ଗିନେ ସେ ମାପୁରାର୍ ଚଃମେ ହଚେଦ୍। 9 ଆରେକ୍ ସଃବୁହଃର୍କାର୍ ଅଃଦଃର୍ମ୍ ବିସୟେ, ବଃଲେକ୍, ଗରୁ, ଗଃଦ, ମେଣ୍ତା, କି ବଃସ୍ତର୍ ଜାୟ୍ରିହେଁ ଆଜ୍ଲା ଜିନିସ୍ ବିସୟେ ଜଦି କେ କୟିଦ୍ ଇରି ସେ ଜିନିସ୍ ଆର୍ ବିନ୍ ଲକ୍ କୟିଦ୍, ନାୟ୍ ତଃବେ ଦୁୟ୍ ବାଟାର୍ କଃତା ମାପୁରାର୍ ନୟ୍ଲେକ୍ ବିଚାର୍ କଃରୁର୍ ଚଃମେ ଆଣା ଅୟିଦ୍; ତଃବେ ମାପୁର୍ ଜାକେ ଦସି କଃରେଦ୍, ସେ ତାର୍ ହଃଳ୍ସାକେ ଦୁୟ୍ ଗୁଣ୍ ଦଃୟ୍ଦ୍। 10 ଆର୍ ଜଦି କେଏ କାର୍ ଗଃଦ, କି ଗରୁ, ମେଣ୍ତା କି କାୟିହେଁ ହସୁ ଅଃଦିବାଡାଉଁକେ ରଃକିରଃୟ୍ଦ୍, ଜଦି କେଏ ନଃଦେକ୍ତେ ସେ ହସୁ ମଃରେଦ୍, କି ତାର୍ କାୟିରି ବାଙ୍ଗେଦ୍ କି କଃଦି ନିଆ ଜାୟ୍ଦ୍, 11 ତଃବେ ସେ ହଃଳ୍ସାର୍ ସଃମ୍ପତିୟେ ଆତ୍ ଦଃୟ୍ଆଚେ କି ନାୟ୍, ଇ ବିସୟେ ଦୁୟ୍ ଲକାର୍ ବିତ୍ରେ ମାପୁରାର୍ ହଃର୍ମାଣ୍ ଅୟ୍ଦ୍; ହସୁର୍ ମାଲିକ୍ ହଃର୍ମାଣ୍ କଃରେଦ୍, ଆରେକ୍ ସେ ନଃସୁଜେ। 12 ମଃତର୍ ଜଦି ସେରି ତାର୍ ତଃୟ୍ହୁଣି ଚରି ଅୟ୍ରଃୟ୍ଦ୍, ତଃବେ ସେ ସଃମ୍ପତିର୍ ସାଉକାର୍କେ ତାର୍ ମଲ୍ ଦଃୟ୍ଦ୍। 13 ଜଦି ସେ ହସୁକେ ବଃନାର୍ ବାଗ୍ କି କାୟି ଜଃତୁ ଦଃରି ରଃୟ୍ଦ୍, ତଃବେ ସେ ସାକି ହାଁୟ୍ ସେରି ଆଣେଦ୍; ତଃବେ ତାକ୍ ସେ ହସୁର୍ ମଲ୍ ଦେଉଁକେ ନଃହେଳେ। 14 କେଏ ଜଦି ବିନ୍ ଲକାର୍ ହସୁ ମାଗି ନେୟ୍ ରଃୟ୍ଦ୍ ଆର୍ ତାର୍ ମାଲିକ୍ ତାର୍ ସଃଙ୍ଗ୍ ନଃରିଲା ବଃଳ୍ କାଣା-ଚଟା ଅୟ୍ଦ୍, କି ମଃରେଦ୍, ତଃବେ ସେ ବାୟ୍ଦ୍ରେ ତାର୍ ମଲ୍ ଦଃୟ୍ଦ୍ 15 ମଃତର୍ ତାର୍ ସାଉକାର୍ ତାର୍ ଲଃଗେ ରଃୟ୍ଦ୍, ତଃବେ ତାର୍ ମଲ୍ ସେ ନଃଦେୟ୍; ଜଦି ସେ ହସୁ ବାଳା ଆଣାଜାୟ୍ ରଃୟଦ୍, ତଃବେ ସେ ତାର୍ ବାଳା ଦଃୟ୍ଦ୍।
16 ଆର୍ ଜଦି କେଏ ଡିଣ୍ତା ଟକିକେ ଆସାଦଃକାୟ୍ ତାର୍ ସଃଙ୍ଗ୍ ସୟ୍ଦ୍, ତଃବେ ସେ ତାର୍ ଉବାସିକେ ଟକିର୍ ମଲ୍ ଦଃୟି ବାୟ୍ଦ୍ରେ ସେ ବିବା ଅୟ୍ଦ୍। 17 ଜଦି ଟକିର୍ ଉବାସି ତାର୍ ସଃଙ୍ଗ୍ ତାର୍ ଜିସିକେ ବିବା କଃରୁକେ ମଃନା କଃରେଦ୍, ତଃବେ ସେ କଃନ୍ୟାର୍ ମଃଲ୍ ଇସାବେ ରୁହା ଟକା ଦେଉଁକ୍ ଅୟ୍ଦ୍। 18 ତୁମି ହଃଙ୍ଗ୍ଣିଆଣିକେ ଜିବନେ ରଃକା ନାୟ୍। 19 ଜୁୟି ଲକ୍ ହସୁ ସଃଙ୍ଗ୍ ସୟ୍ଦ୍, ତାର୍ ବାୟ୍ଦ୍ରେ ହଃରାଣ୍ ଦଃଣ୍ତ୍ ଅୟ୍ଦ୍। 20 ଜୁୟି ଲକ୍ ମାପୁର୍କେ ଚାଡି ବିନ୍ କୁୟି ଦେଉତାକେ ହୁଜା ଦଃୟ୍ଦ୍, ସେ କୁଳୁପ୍ ନାସ୍ ଅୟ୍ଦ୍। 21 ତୁମି ବିଦେସିକେ ଅଃନ୍ୟାୟ୍ କଃରାନାୟ୍ କି ଗତି କଃଟାଉଆ ନାୟ୍, ବଃଲେକ୍ ତୁମିମଃନ୍ ମିସର୍ ଦେସେ ବିଦେସି ରିଲାସ୍। 22 ତୁମିମଃନ୍ କୁୟି ରାଣ୍ତିକେ କି ଟୁରାଟୁରିକେ କଃସ୍ଟ ଦିଆସ୍ ନାୟ୍। 23 ଜଦି ତୁମି ସେମଃନ୍କେ କାୟି ଦୁକ୍ ଦିଆସ୍, ସେମଃନ୍ ଜଦି ମର୍ ତଃୟ୍ ଡାକ୍ ହଃକାୟ୍ଲେକ୍, ତଃବେ ମୁୟ୍ ବାୟ୍ଦ୍ରେ ସେମଃନାର୍ ଡାକ୍ ସୁଣିନ୍ଦ୍। 24 ଆରେକ୍, ମର୍ ରିସା ବେସି ଅୟିଲେକ୍, ମୁୟ୍ ତୁମିକେ କଃଣ୍ତା ସଃଙ୍ଗ୍ ମାରିନ୍ଦ୍; ତଃବେ ତୁମାର୍ ଡକୁର୍ଦିମଃନ୍ ରାଣ୍ତି ଅଃଉତି ଆର୍ ହିଲାମଃନ୍ ଟୁରାଟୁରି ଅଃଉତି। 25 ତୁମି ଜଦି ମର୍ ଲକ୍ମଃନାର୍ ବିତ୍ରେ ତୁମାର୍ ହଃଳ୍ସା ଲକେ କାକ୍ ଡାବୁ ରିଣ୍ ଦିଆସ୍, ତଃବେ ତାକେ ସାଉକାର୍ ହର୍ ବେବାର୍ କଃରାନାୟ୍ ଆର୍ ତାର୍ତଃୟ୍ହୁଣି କଃଣ୍ତର୍ ନିଆ ନାୟ୍। 26 ଜଦି ତୁମି ତୁମାର୍ ହଃଳ୍ସା ଲକାର୍ ବଃସ୍ତର୍ ବଃନ୍ଦା ରଃକାସ୍, ତଃବେ ତୁମି ବେଳ୍ବୁଡ୍ତା ଆଗ୍ତୁ ସେରି ତାକେ ବାଉଳାୟ୍ ଦିଆସ୍। 27 ବଃଲେକ୍ ସେରି ତାର୍ ଗଟେକ୍ ହଃକା ଅଡ୍ଣା ଆର୍ ଗଃଗାଳ୍ ଡାହ୍ତା ବଃସ୍ତର୍; ସେ କୁୟ୍ତି ସୟ୍ଦ୍? ଆରେକ୍, ସେ ଜଦି ମର୍ତଃୟ୍ ଡାକ୍ ହଃକାୟ୍ଦ୍, ତଃବେ ମୁୟ୍ ସେରି ସୁଣିନ୍ଦ୍, ବଃଲେକ୍ ମୁୟ୍ ଅଃଉଁଲେ ଦଃୟାକାରି,
28 ତୁମି ତୁମାର୍ ଇସ୍ୱର୍କେ ଅଃମାନ୍ୟା କଃରା ନାୟ୍। ଆରେକ୍ ତୁମାର୍ ଲକ୍ମଃନାର୍ ମୁଳିକାମଃନ୍କେ ସଃୟ୍ପ୍ ଦିଆସ୍ ନାୟ୍।
29 ତୁମି ନିଜାର୍ ତାସାର୍ ହଃର୍ତୁ ହଃଳ୍ ଆର୍ ହଃର୍ତୁ ହଃଳାର୍ ରଃସ୍ ଦେଉଁକେ ବିଲମ୍ କଃରା ନାୟ୍। ତୁମି ତୁମାର୍ ହଃର୍ତୁଜାତ୍ ହିଲାମଃନ୍କେ ମକେ ଦିଆସ୍।
30 ଆରେକ୍ ତୁମାର୍ ଗରୁ ଆର୍ ଚେଳିମେଣ୍ତା ହେଁ ସେ ରଃକମ୍ କଃରାସ୍; ସେ ସାତ୍ ଦିନ୍ ତାର୍ ଆୟ୍ସି ସଃଙ୍ଗ୍ ରଃୟ୍ଦ୍, ଆଟ୍ ଦିନ୍ ଅୟିଲେକ୍ ତୁମି ସେରି ମକ୍ ଦିଆସ୍।
31 ତୁମିମଃନ୍ ମର୍ ହାୟ୍ଁ ପବିତ୍ର ଲକ୍ ଅଃଉଆସ୍; ଇତାର୍ ଗିନେ କୁୟି ହସୁ ଚାବିକଃରି ମଃରାୟ୍ଲା ହସୁର୍ ମାସ୍ କାହା ନାୟ୍; ତୁମିମଃନ୍ ସେରି କୁକୁର୍ମଃନ୍କେ କାଉଁକେ ଦିଆସ୍।