1 ଇତାର୍ ହଃଚେ ଲେବି ବଃଉଁସାର୍ ଗଟ୍ଲକ୍ ରିଲା। ସେ ଲେବି ବଃଉଁଁସାର୍ ଗଟେକ୍ କଃନ୍ୟାକେ ବିବା ଅୟ୍ଲା। 2 ସେ ମାୟ୍ଜି ଆଙ୍ଗେ ଅୟି ଗଟେକ୍ ଅଃଣ୍ଡ୍ରାହିଲାକେ ଜଃର୍ନ୍ କଃଲି, ତାର୍ ଆୟ୍ସି ଦଃକ୍ଲି ତାର୍ ସେ ହୟିସି ବେସି ସୁନ୍ଦୁର୍ ଅୟିଆଚେ। ସେତାକ୍ ସେ ତାକ୍ ତିନି ମାସ୍ ହଃତେକ୍ ଲୁକାୟ୍କଃରି ରଃକ୍ଲି। 3 ତାର୍ ହଃଚେ ଆରେକ୍ ଲୁକାଉଁକେ ନଃହାର୍ଲି, ସେ ଗଟେକ୍ ବାସ୍ହେଳି ତିଆର୍କଃରି ମାଟିଆ ଚିକଣ୍ ଆର୍ ଲାକ୍ ଲିହିକଃରି ସେ ହେଳି ବିତ୍ରେ ସେ ହିଲାକେ ହୁରାୟ୍ ନିଳ୍ ଗାଡେ ହାଣିଗାଟେ ସଃର୍ଣ୍ତି ବୁଟା ବିତ୍ରେ ସଃଙ୍ଗାୟ୍ଲି। 4 ସେ ହିଲାର୍ ବେଣ୍ସି ତାକ୍ ଦୁରିକ୍ ହୁଣି ଦଃକ୍ତି ରିଲି, ହିଲାର୍ କାୟିରି ଅୟ୍ଦ୍ ଇରି ଜାଣୁକ୍ ସେ ଜାଗି ରିଲି।
5 ସଃଡେବଃଳ୍ ପାର ରଃଜାର୍ ଜିସି ଗଃଦାଉଁକେ ସେ ଗାଡେ ଆୟ୍ଲି, ତାର୍ ଦଃଙ୍ଗ୍ଳିମଃନ୍ ଗାଡ୍କଃଣ୍ଡାୟ୍ ବୁଲ୍ତି ରିଲାୟ୍, ସଃଡେବଃଳ୍ ସେ ସଃର୍ଣ୍ତି ବଃନେ ଗଟେକ୍ ହେଳି ଦଃକି ସେରି ଆଣୁକେ ତାର୍ ଦଃଙ୍ଗ୍ଳିମଃନ୍କେ ହଃଟାୟ୍ଲି। 6 ତାର୍ ହଃଚେ ସେ ହେଳି ଉଗାଳି ସେ ହିଲାକ୍ ଦଃକ୍ଲି, ଆର୍ ସେ ହିଲା କାନ୍ଦ୍ତି ରିଲା; ସେ ଦୁକ୍କଃରି କୟ୍ଲି, "ଇରି ଗଟେକ୍ ଏବ୍ରିୟ ହିଲା।"
7 ସଃଡେବଃଳ୍ ସେ ହିଲାର୍ ବଃଡ୍ ବେଣ୍ସି ପାରର୍ ଜିସିକେ କୟ୍ଲି, "ମୁୟ୍ ଜାୟ୍କଃରି ତର୍ହାୟ୍ଁ ଇ ହିଲାକେ ଦୁଦ୍ କାଳାଉତା ହାୟ୍ଁ ଏବ୍ରିୟା ମାୟ୍ଜିମଃନାର୍ ବିତ୍ରେ ଗଟେକ୍ ଆୟାକେ କୁଦି ଆଣିନ୍ଦ୍ କି?" 8 ତଃବେ ପାରର୍ ଜିସି କୟ୍ଲି, "ଜାଆ" ତଃବେ ସେ ଟକି ଜାୟ୍ ସେ ହିଲାର୍ ଆୟ୍ସିକେ କୁଦିକଃରି ଆଣ୍ଲି। 9 ତଃବେ ପାରର୍ ଜିସି ତାକେ କୟ୍ଲି, "ତୁୟ୍ ଇ ହିଲାକେ ନଃୟ୍ ମର୍ ଗିନେ ଦୁଦ୍ କାଳାୟ୍ ବାଡାଉ; ମୁୟ୍ ତଃକେ ବଃର୍ତାନ୍ ଦଃୟ୍ନ୍ଦ୍," ସେତାକ୍ ସେ ମାୟ୍ଜି ସେ ହିଲାକେ ନଃୟ୍ ଦୁଦ୍ କାଳାୟ୍ ବାଡାୟ୍ଲି। 10 ତାର୍ ହଃଚେ ସେ ହିଲା ବଃଡ୍ ଅୟ୍ଲାକେ ସେ ତାକ୍ ନଃୟ୍କଃରି ପାରର୍ ଜିସିକେ ଦିଲି। ସେତାକ୍ ସେ ହିଲା ତାର୍ ହୟିସି ଅୟ୍ଲା। ତଃବେ ସେ ତାର୍ ନାଉ ମସା ସଃଙ୍ଗାୟ୍ଲି; ବଃଲେକ୍ ସେ କୟ୍ଲି, ମୁୟ୍ ଜାଣାୟି ହୁଣି ଆକେ ବାର୍କଃରି ଆଣି ଆଚି।
11 ମସା ବଃଡ୍ ଅୟ୍ଲା ହଃଚେ ଗଟ୍ ଦିନ୍ ସେ ଅଃହ୍ଣାର୍ ବାୟ୍ମଃନାର୍ ହାକ୍ ଜାୟ୍ ସେମଃନ୍ ବଜ୍ ବଃଉତି ରିଲାର୍ ଦଃକ୍ଲା; ଆର୍ ଗଟ୍ ଦିନ୍ ଗଟ୍ ମିସ୍ରିୟ, ଏବ୍ରିୟ ଲକ୍କେ ମାର୍ତି ରିଲାର୍ ମସା ଦଃକ୍ଲା। 12 ମସା ଚାରି ହାକ୍ ଦଃକ୍ଲା; କେଏ ହେଁ ନାୟ୍ ସେତାକ୍ ମସା ସେ ମିସ୍ରିୟ ଲକ୍କେ ମଃର୍ନେ ମାରି ବାଲି ହାଟାୟ୍ ତହ୍ଲା। 13 ତାର୍ ହଃଚାର୍ ଦିନ୍ ମସା ଜୁଳେକ୍ ଏବ୍ରିୟ ଲଃକ୍ମଃନ୍ ମାଡ୍ଗଳ୍ ଅଃଉତି ରିଲାର୍ ଦଃକି ଅଃଦଃର୍ମି ଲକ୍କେ କୟ୍ଲା, "ତୁୟ୍ ତର୍ ବାୟ୍କେ କାୟିତାକ୍ ମାରୁଲିସ୍?"
14 ସେ ଲକ୍ କୟ୍ଲା, "କେଏ ତକେ ଅଃମାର୍ ଉହ୍ରେ ରଃଜା ଆର୍ ବିଚାର୍କାରି ଅଃଦିକାର୍ ଦଃୟି ଆଚେ?" ତୁୟ୍ ଜଃନ୍କଃରି ସେ ମିସ୍ରିୟକେ ମଃର୍ନେ ମାର୍ଲିସ୍ ସେନ୍କଃରି କି ମକେ ମାରୁକେ ମଃନ୍ କଃରୁଲିସ୍? ସେତାକ୍ ମସା ବେସି ଡିର୍ଲା, ଆର୍ କୟ୍ଲା ଇ କଃତା ବାୟ୍ଦ୍ରେ ସଃବୁ ଲକ୍ ଜାଣି ଆଚ୍ତି। 15 ତାର୍ହଃଚେ ପାର୍ ଇ କଃତା ସୁଣିକଃରି ମସାକେ ମାରୁକେ ଚେସ୍ଟାକଃଲା। ମଃତର୍ ମସା ପାର ତଃୟ୍ହୁଣି ଲୁକି ମିଦିୟ୍ନ୍ ଦେସେ ହଃଳାୟ୍ଲା। ମସା ଜାୟ୍ ଗଟେକ୍ କୁୟ୍ଁକାଲ୍ ଲଃଗେ ବଃସ୍ଲା। 16 ସେ ମିଦିୟନ୍ ଦେସେ ଜିତ୍ର ନାଉଁଆର୍ ଗଟେକ୍ ଜାଜକ୍ ରିଲା, ତାର୍ ସାତ୍ଗଟ୍ ଜିସି ରିଲାୟ୍, ସେମଃନ୍ ସେ କୁୟ୍ଁକାଲ୍ ଲଃଗେ ଆସି ଉବାସିର୍ ମେଣ୍ତାମଃନ୍ଦା ହାଣି କାଳାଉଁକେ ହାଣି ଜିକି କୁଣ୍ତ୍ ବଃର୍ତି କଃଲାୟି। 17 ସଃଡେବଃଳ୍ ବିନ୍ ମେଣ୍ତା ଗଃଉଳିଆମଃନ୍ ଆସି ସେମଃନ୍କେ ସେତି ହୁଣି କଃଦୁକେ ଦଃର୍ଲାୟ୍, ମଃତର୍ ମସା ସେମଃନାର୍ ମେଣ୍ତା ମଃନ୍ଦାକେ ହାଣି ସୁରାୟ୍ ଉହ୍କାର୍ କଃଲା। 18 ତାର୍ ହଃଚେ ସେମଃନ୍ ଅଃହ୍ଣାର୍ ଉବାସି ରୁଏଲ୍ ହାକ୍ ଗଃଲାୟି, ତାକାର୍ ଉବାସି ସେମଃନ୍କେ କୟ୍ଲା, ତୁମିମଃନ୍ ଆଜି ଅଃଡେକ୍ ବେଳାବେଳି କଃନ୍କଃରି ଆୟ୍ଲାସ୍?
19 ତଃବେ ସେମଃନ୍ ଉବାସିକେ କୟ୍ଲାୟ୍, "ଗଟେକ୍ ମିସରାର୍ ଲକ୍ ମେଣ୍ତା ଗଃଉଳିଆମଃନାର୍ ଆତେ ହୁଣି ଅଃମିମଃନ୍କେ ବାଚାୟ୍ଲା, ଆର୍ ଅଃମାର୍ ହାଁୟ୍ ହାଣି କାଡି ମେଣ୍ତାମଃନ୍କେ ହାଣି କାଳାୟ୍ଲା।"
20 ତଃବେ ସେ ନିଜାର୍ ଜିସିମଃନ୍କେ କୟ୍ଲା, "ସେ ଲକ୍ କୁୟ୍ତି ଆଚେ? ତୁମିମଃନ୍ ତାକେ କାୟ୍କଃରୁକେ ଚାଡି ଆୟ୍ଲାସ୍? ତାକେ କୁଦି ଆଣା; ସେ ଅଃମାର୍ ସଃଙ୍ଗ୍ ଆଜି କାଦି କାୟ୍ଦ୍।"
21 ମସା ଜିତ୍ର ସଃଙ୍ଗ ରେଉଁକେ ରାଜି ଅୟ୍ଲା, ଆର୍ ସେ ତାର୍ ଜିସି ସିପରାକେ ମସାର୍ ସଃଙ୍ଗ୍ ବିବାକଃରି ଦିଲା। 22 ସିପରା ଗଟେକ୍ ଅଃଣ୍ତ୍ରା ହିଲା ଜଃର୍ନ୍ କଃଲି, ମସା ତାର୍ ନାଉ ଗେର୍ସମ୍ ସଃଙ୍ଗାୟ୍ଲା, ବଃଲେକ୍ ସେ କୟ୍ଲା, "ମୁୟ୍ ହର୍ ଦେସେ ହଃର୍ବାସି ଅୟି ଆଚି। 23 କଃତି ବଃର୍ସ୍ ଗଃଲାକ୍ ମିସର୍ ଦେସାର୍ ରଃଜା ମଃଲା, ଆର୍ ଇସ୍ରାଏଲ୍ମଃନ୍ ଗତି କଃଟ୍ତାର୍ ଗିନେ ସେମଃନ୍ କାକୁର୍ତି ଅୟି କାନ୍ଦ୍ଲାୟ୍ ଆର୍ ସେମଃନାର୍ କାନ୍ଦ୍ଣା ଇସ୍ୱର୍ ସୁଣ୍ଲା। 24 ଇସ୍ୱର୍ ସେମଃନାର୍ କାନ୍ଦ୍ତାର୍ ସୁଣ୍ଲା, ଆର୍ ଅବ୍ରାହାମ୍, ଇସାକ୍ ଆର୍ ଜାକୁବାର୍ ସଃଙ୍ଗ୍ କଃରିରିଲା ଅଃହ୍ଣାର୍ ନିୟମ୍ ଏତାୟ୍କଃରି, 25 ଇସ୍ରାଏଲ୍ ଲକ୍ମଃନ୍କେ ଅଃନ୍ୟାୟ୍ଲା ଆର୍ ସେମଃନାର୍ ଦୁକ୍ ବୁଜ୍ଲା।"