1 ଆର୍ ତୁମି ସିଟିମ୍ ଗଃଚାର୍ କାଟ୍ ସଃଙ୍ଗ୍ ହାଞ୍ଚ୍ ଆତ୍ ଲଃମା ଆର୍ ହାଞ୍ଚ୍ ଆତ୍ ଅସାରାର୍ ଗଟେକ୍ ବେଦି ତିଆର୍ କଃରାସ୍, ସେ ବେଦି ଚାରି କନିଆ ଅୟ୍ଦ୍; ତାର୍ ଉଚ୍ ତିନି ଆତ୍ ଅଃଉଅ। 2 ଆରେକ୍ ତାର୍ ଚାରି କଃନ୍ ଉହ୍ରେ ସିଙ୍ଗ୍ ତିଆର୍ କଃରାସ୍, ଆର୍ ସେ ସିଙ୍ଗ୍ ବେଦିର୍ ଗଟେକ୍ ବାଗ୍ ଅୟ୍ଦ୍ ଆର୍ ସେରି ହିତୁଳ୍ ଡାଳା ଅୟ୍ଦ୍। 3 ଆର୍ ସେତିର୍ ଚାର୍ କାଡି ନେତା ହାଁୟ୍ ଚାର୍ ଡକା ଚାର୍ ଚଃଟୁ, କୁଣ୍ଡ୍, ଇଙ୍ଗ୍ରା ଅଃକର୍ତା ଆକଳି ଆର୍ ଜଃୟ୍ ଚଃଟୁ ସେ ସଃବୁ ଆସ୍ତି ହିତୁଳେ ତିଆର୍ କଃରାସ୍। 4 ଆରେକ୍ ହିତୁଳାର୍ ଗଟେକ୍ ଜାଲି ତିଆର୍ କଃରାସ୍ ଆର୍ ତାର୍ ଉହ୍ରେ ଚାରି କନେ ହିତୁଳାର୍ ଚାରି ଗଟ୍ ମଃଣ୍ଡଳା ତିଆର୍ କଃରାସ୍। 5 ଆର୍ ଇ ଜାଲି ବେଦି-ବାଳ୍ ତଃଳେ ରଃକାସ୍; ଇରି ଜାଲି ବେଦିର୍ ମଃଜାବଗ୍ ହଃତେକ୍ ହଚେଦ୍। 6 ଆର୍ ବେଦିର୍ ଟେଙ୍ଗା ସିଟିମ୍ କାଟେ ତିଆର୍ କଃରାସ୍ ଆର୍ ସେରି ହିତୁଳ୍ ଡାଳାଉଆସ୍। 7 ଆରେକ୍ ସେ ବେଦିକ୍ ବଃଉତା ବଃଳ୍ ବେଦିର୍ ଦୁୟ୍ ବାଟାର୍ ମଃଣ୍ଡଳା ବିତ୍ରେ ସେ ଟେଙ୍ଗା ରଃକାସ୍। 8 ତୁମି ହଲ୍କା କଃରି ହାଟା ଲଃଗେ ସେରି ତିଆର୍ କଃରା, ହର୍ବାତ୍ ଉହ୍ରେ ତକେ ଜଃନ୍କଃରି ଦଃକାୟ୍ ଆଚି, ସେନ୍କଃରି ଲଃକ୍ମଃନ୍ ତିଆର୍ କଃରତ୍।
9 ଇତାର୍ ହଃଚେ ତୁମି ପବିତ୍ର ତମ୍ବୁର୍ କୁଆଳ୍ କଃରାସ୍ ସେ କୁଆଳାର୍ ଉତୁର୍ ଦିଗେ ଦବ୍ଳା ମଃସ୍ଣି ସୁତାୟ୍ ବୁଣା ଅୟ୍ଲା ପର୍ଦା ହଃଚ୍ୟା ରଃକାସ୍; ତାର୍ ଗଟେବାଟାର୍ ଲଃମା ସୟେ ଆତ୍ ଅୟ୍ଦ୍। 10 ତାର୍ କଳେ ଗଟ୍ କଃମ୍ମୁଣ୍ଡା ଆର୍ କଳେଗଟ୍ ବେଦ୍ ହିତୁଳାର୍ ଅୟ୍ଦ୍, ଆରେକ୍ ମୁଣ୍ଡାର୍ ଆକଳି ଆର୍ ବାନ୍ଦୁକେ ରୁହାର୍ ତିଗା ଅୟିଦ୍। 11 ସେରଃକମ୍ ଉତୁର୍ ଦିଗ୍ବାଟ୍ୟା ସୟେ ଆତ୍ ଲଃମାର୍ ପର୍ଦା ହଃଚ୍ୟା ଅୟ୍ଦ୍, ତାର୍ କଳେଗଟ୍ କଃମ୍ ଆର୍ କଳେଗଟ୍ ଆକଳି ହିତୁଳାର୍ ଅୟ୍ଦ୍; ଆରେକ୍ କଃମ୍ ଲଃଗାର୍ ଆକଳି ଆର୍ ଡାଙ୍ଗ୍ ରୁହାର୍ ଅୟ୍ଦ୍। 12 ଆର୍ ବୁଡ୍ତି ଦିଗେ କୁଆଳାର୍ ଅଃସାର୍ ହାଁୟ୍ ପଚାସ୍ ଆତ୍ ପର୍ଦା ହଃଚ୍ୟା ତାର୍ ଦଃସ୍ ଗଟ୍ କଃମ୍ ଆର୍ ଦଃସ୍ ଗଟ୍ ବେଦ୍ସାମା ଅୟ୍ଦ୍। 13 ଆରେକ୍ ଉଦ୍ତି ଦିଗେ କୁଆଳାର୍ ଅସାର୍ ପଚାସ୍ ଆତ୍ ଅୟ୍ଦ୍। 14 ଉଦ୍ତି ଦିଗ୍ ବାଟ୍ୟା ହୁର୍ତା ବାଟେ ହଃନ୍ଦ୍ର ଆତ୍ ପର୍ଦା ହଃଚ୍ୟା ଆର୍ ତିନି ଗଟ୍ କଃମ୍ ଆର୍ ତିନିଗଟ୍ ବେଦ୍ ରିଲା କଟାଲା ରଃୟିଦ୍। 15 ଆର୍ ବିନ୍ ବାଟ୍ୟା ହଃନ୍ଦ୍ର ଆତ୍ ପର୍ଦା ହଃଚ୍ୟା ଆର୍ ତିନିଗଟ୍ କଃମ୍ ଆର୍ ତିନିଗଟ୍ ବେଦ୍ ରିଲା କଟ୍ଲା ଅୟ୍ଦ୍। 16 କୁଆଳାର୍ ହୁର୍ତା ବାଟ୍ ହାଁୟ୍ କଳେ ଆତ୍ ଲଃମାର୍ ପର୍ଦା ହଃଚ୍ୟା ଅୟ୍ଦ୍। ସେ ପର୍ଦା ହଃଚ୍ୟା ମଃସ୍ଣି ସୁତାୟ୍ ତିଆର୍ କଃରାସ୍ ସେରି ନିଳି ରଃଙ୍ଗ୍, ବେଜା ରଃଙ୍ଗ୍, ରଃତା ରଃଙ୍ଗାର୍ ଆର୍ ବଃଳ୍ଲାର୍ ଦବ୍ ସୁତାୟ୍ ଗୁତିକଃରି ବୁଣ୍ଲା ଡାହ୍ତା ବଃସ୍ତର୍ ଚରିଗଟ୍ ମୁଣ୍ଡା ଚାରିଗଟ୍ ବେଦ୍ ରଃୟିଦ୍। 17 ଆରେକ୍ କୁଆଳାର୍ ଚାରିବେଳ୍ତାର୍ ମୁଣ୍ଡା ସଃବୁ ରୁହା ତିଗା ବାନ୍ଦୁଣ୍ ସଃଙ୍ଗ୍ ବଃନ୍ଦ୍ ଅୟ୍ଦ୍। ଆର୍ ତାର୍ ଆକଳି ରୁହାର୍ ଅୟ୍ଦ୍ ଆର୍ ବେଦ୍ ହିତୁଳାର୍ ଅୟ୍ଦ୍। 18 କୁଆଳ୍ ସୟେ ଆତ୍ ଲଃମା ଆର୍ ସଃବୁ ହାକ୍ ପଚାସ୍ ଆତ୍ ଅଃସାର୍ ଆର୍ ହାଞ୍ଚ୍ ଆତ୍ ଉଚ୍ ଅୟ୍ଦ୍, ଆରେକ୍, ସଃବୁ ଦବ୍ଳା ବଃଳ୍ଲା ମଃସ୍ଣି ସୁତାୟ୍ ତିଆର୍ ଅୟ୍ଦ୍ ଆର୍ ତାର୍ ହିତୁଳାର୍ ବେଦ୍ ଅୟ୍ଦ୍। 19 ଆର୍ ପବିତ୍ର ବାସ୍ତଃୟିର୍ ସଃବୁ କାମ୍ ବିସୟାର୍ ସଃମାନ୍ ଆସ୍ତି ଆର୍ କୁଆଳାର୍ ସଃବୁ ତୁମ୍କୁଟା ଲଃଗେ ତିଆର୍ ଅୟ୍ଦ୍।
20 ଆର୍ ସଃବୁଦିନ୍ ଦିପ୍ ଲାଗାୟ୍ ଉଜାଳ୍ କଃରୁକେ ହିଳ୍ଲା ନିର୍ମୁଳ୍ ଜିତ୍ ଚିକଣ୍ ତର୍ ହାକ୍ ଆଣୁକେ ଇସ୍ରାଏଲ୍-ଲକ୍ମଃନ୍କେ କଃଉସି।
21 ଆରେକ୍ ପବିତ୍ର ତୁମ୍ ଲଃଗେ ନିୟମ୍ ହେଳି ମୁଆଟି ରିଲା ପର୍ଦାର୍ ହଃଦାବାଟ୍ ହାରଣ ଆର୍ ତାର୍ ହଃୟ୍ସିମଃନ୍ ସଃଞ୍ଜ୍ ବେଳାହୁଣି ସଃକାଳ୍ ହଃତେକ୍ ମାପୁରାର୍ ମୁଉଁ ଚଃମେ ସେରି ଲାଗାୟ୍ ସଃଙ୍ଗାଉଅତ୍; ଇରି ଇସ୍ରାଏଲ୍-ଲକ୍ମଃନାର୍ ସଃବୁବଃଳ୍ ବଃଉଁସ୍ ବଃଉଁସ୍ ହଃତେକ୍ ମାନ୍ତାର୍ ସଃବୁ ଦିନାର୍ ବିଦି ଅୟ୍ଦ୍।