1 ଇତାର୍ହଃଚ ମାପୁର୍ ମସାକେ କୟ୍ଲା, 2 "ତୁମି ହଃର୍ତୁମ୍ ମାସେ ହଃର୍ତୁମ୍ ଦିନ୍ ପବିତ୍ର-ତୁମ୍ ତାହୁନ୍ କଃରାସ୍।" 3 ଆରେକ୍, ସେ ବିତ୍ରେ ନିୟମ୍ ହେଳି ସଃଙ୍ଗାୟ୍ ବିଚେଦ୍ ବଃସ୍ତର୍ ଅଳାୟ୍ ସେ ହେଳି ଡାହାସ୍। 4 ଇତାର୍ ହଃଚେ ଟେବୁଲ୍ ବିତ୍ରେ ଆଣି ଟେବୁଲ୍ ଉହ୍ରାର୍ ସଃବୁ ସଃମାନ୍ ସଃଜାୟ୍କଃରି ସଃଙ୍ଗାଉଆସ୍; ଆର୍ ଦିହ୍ ରୁକା ବିତ୍ରେ ଆଣି ସେତିର୍ ଦିହ୍ ସଃବୁ ଲାଗାଉଆସ୍। 5 ନିୟମ୍ ହେଳି ମୁଆଟି ସନାର୍ ଦୁହ୍ଣି ହଡାଉତା ବେଦି ସଃଙ୍ଗାଉଆସ୍, ଆରେକ୍, ପର୍ଦାକେ ତୁମ୍ ହୁର୍ତା ବାଟେ ଅଳାଉଆ। 6 ଆର୍ ତୁମ୍ ଦୁଆର୍ ମୁୟେଁ ହମ୍ହୁଜା ବେଦି ସଃଙ୍ଗାଉଆସ୍। 7 ତୁମ୍ ଆର୍ ବେଦି ମଃଜାୟ୍ ଆତ୍-ଗଡ୍ ଦଃଉତା କୁଣ୍ଡ୍ ସଃଙ୍ଗାୟ୍ ସେତି ହାଣି ସଃଙ୍ଗାଉଆସ୍। 8 ଆରେକ୍, ଚାରିବେଳ୍ତ୍ କୁଆଳ୍ ତିଆର୍ କଃରାସ୍ ଆର୍ କୁଆଳ୍ ହୁର୍ତା ବାଟେ ଡାହ୍ତା ବଃସ୍ତର୍ ଅଳାଉଆସ୍। 9 ଇତାର୍ହଃଚ ଅବିସେକ୍ ଚିକଣ୍ ନଃୟ୍ ତମ୍ବୁ ଆର୍ ସେ ବିତ୍ରେରିଲା ସଃବୁ ଆସ୍ତି ଅବିସେକ୍ କଃରି ସେରି ଆର୍ ସେତିର୍ ସଃବୁ ଜିନିସ୍ ପବିତ୍ର କଃରାସ୍; ତଃବେ ତମ୍ବୁ ଆର୍ ତାର୍ ସଃବୁ ଆସ୍ତି ପବିତ୍ର ଅୟ୍ଦ୍। 10 ଆର୍ ତୁମି ହମ୍ହୁଜା ବେଦି ଆର୍ ସେତିରିଲା ସଃବୁ ସଃମାନ୍ ଅବିସେକ୍ କଃରି ପବିତ୍ର କଃରାସ୍; ତଃବେ ସେ ବେଦି ବଃଡେପବିତ୍ର ଅୟ୍ଦ୍। 11 ଆର୍ ତୁମି ଆତ୍-ଗଡ୍ ଦଃଉତା କୁଣ୍ଡ୍ ଆର୍ ତାର୍ ବାଣିହିଣ୍ଡାକେ ଅବିସେକ୍ କଃରି ପବିତ୍ର କଃରାସ୍।
12 ଇତାର୍ହଃଚ ତୁମି ହାରଣକେ ଆର୍ ତାର୍ ହୟ୍ସିମଃନ୍କେ ପବିତ୍ର-ତୁମ୍ ଦୁଆର୍ ଲଃଗେ ଆଣି ଜାଣାୟି ଗଃଦ୍ଳାଉଆ। 13 ଆରେକ୍ ମର୍ ହାୟ୍ଁ ଜାଜକ୍ କାମ୍ ହାୟ୍ଁ ହାରଣକେ ପବିତ୍ର ବଃସ୍ତର୍ ହିନ୍ଦାୟ୍ ଅବିସେକ୍ କଃରି ହଃଦେ ବଃସାଉଆସ୍। 14 ଆର୍ ତାର୍ ହୟ୍ସିମଃନ୍କେ ଆଣି ବଃସ୍ତର୍ ହିନ୍ଦାଉଆସ୍। 15 ଆରେକ୍, ସେମଃନାର୍ ଉବାସିକେ ଜଃନ୍କଃରି ଅବିସେକ୍ କଃଲିସ୍, ସେନ୍କଃରି ସେମଃନ୍କେ ଅବିସେକ୍ କଃର୍ସି, ତଃବେ ସେମଃନ୍ ମର୍ ଜାଜକ୍ କାମ୍ କଃର୍ତି; ସେ ଅବିସେକ୍ ସେମଃନାର୍ ବଃଉଁସ୍ ବଃଉଁସ୍ ହାୟ୍ଁ ସେମଃନାର୍ ସଃବୁବଃଳ୍ ହାୟ୍ଁ ଜାଜକ୍ ହଃଦାର୍ ମୁଳ୍ ଅୟିଦ୍। 16 ମସା ଇରଃକମ୍ କଃଲା; ସେ ମାପୁରାର୍ ଆଦେସ୍ ହଃର୍କାରେ ସଃବୁ କଃଲା। 17 ଇତାର୍ହଃଚ ମସାକେ ମାପୁର୍ କୟ୍ଲା ବଲ୍ ହଃର୍କାରେ ଦୁୟ୍ ବଃର୍ସାର୍ ହଃର୍ତୁମ୍ ମାସାର୍ ହଃର୍ତୁମ୍ ଦିନ୍ ପବିତ୍ର ତୁମ୍ ତାହୁନ୍ ଅୟ୍ଲି। 18 ଆରେକ୍, ମସା ତୁମ୍ ତାହୁନ୍କଃରି, ସେତିର୍ କଟ୍ଲାର୍ ବେଦେ ହାଟା ବଃସାୟ୍ ଗାଳା ଲାଗାୟ୍ ତାର୍ ମୁଣ୍ଡା ଟିଆ କଃଲା। 19 ତଃବେ ମସା ତାର୍ ଉହ୍ରେ ତୁମ୍ ଟାଣ୍ଲା ଆର୍ ତୁମ୍ ଉହ୍ରେ ଚାଉଣି କଃଲା; 20 ଇତାର୍ହଃଚ ମସାକେ ମାପୁର୍ କୟ୍ଲା ଆଦେସ୍ ହଃର୍କାରେ ସେ ସାକିହଃତାର୍ ନଃୟ୍ ନିୟମ୍ ହେଳି ବିତ୍ରେ ସଃଙ୍ଗାୟ୍ଲା ଆର୍ ହେଳାୟ୍ ବଃଉତା ଟେଙ୍ଗା ଲାଗାୟ୍ ହେଳି ଉହ୍ରେ ହାହ୍ ଡାହ୍ତାର୍ ସଃଙ୍ଗାୟ୍ଲା; 21 ତୁମ୍ ବିତ୍ରେ ହେଳି ଆଣ୍ଲା ଆର୍ ଡାହ୍ତା ପର୍ଦା ହଃଚ୍ୟା ଅଳାୟ୍ ମସାକେ ଇସ୍ୱର୍ କୟ୍ଲା ହଃର୍କାରେ ନିୟମ୍ ହେଳିକ୍ ଡାହ୍ଲା। 22 ଇତାର୍ହଃଚ ମସାକେ ମାପୁର୍ କୟ୍ଲା ଆଦେସ୍ ହଃର୍କାରେ ସେ ତୁମ୍ ଉତୁର୍ ହାକ୍ ବାଗ୍କଃର୍ତା ବଃସ୍ତର୍ ହଃଦାବାଟ୍ୟା ଟେବୁଲ୍ ରଃକ୍ଲା; 23 ଆରେକ୍, ସେ ମାପୁରାର୍ ମୁୟେଁ ବିଦି ହଃର୍କାରେ ଟେବୁଲ୍ ଉହ୍ରେ ରୁଟି ସଃଙ୍ଗାୟ୍ଲା। 24 ଇତାର୍ହଃଚ ମସାକେ ମାପୁର୍ କୟ୍ଲା ଆଦେସ୍ ହଃର୍କାରେ ଟେବୁଲ୍ ମୁଆଟି ତୁମ୍ ଉତୁର୍ ବାଟ୍ୟା ପବିତ୍ର ତୁମ୍ ବିତ୍ରେ ଦିହ୍ରୁକା ସଃଙ୍ଗାୟ୍ଲା 25 ଆର୍ ମାପୁରାର୍ ମୁୟେଁ ଉଜାଳ୍ ଦିହ୍ ଲାଗାୟ୍ଲାୟ୍। 26 ଆର୍ ମସାକେ ମାପୁର୍ କୟ୍ଲା ହଃର୍କାରେ ସେ ପବିତ୍ର-ତୁମ୍ ବିତ୍ରେ ପର୍ଦା ବଃସ୍ତର୍ ମୁଆଟି ସନାର୍ ବେଦି ସଃଙ୍ଗାୟ୍ଲା 27 ଆର୍ ଇସ୍ୱର୍ ମସାକେ କୟ୍ଲା ହଃର୍କାରେ ସେ ବେଦି ଉହ୍ରେ ବାସ୍ନା ଦୁହ୍ଣି ହଡାୟ୍ଲାୟ୍। 28 ଆରେକ୍, ସେ ତୁମ୍-ଦୁଆରେ ଡାହ୍ତା ବଃସ୍ତର୍ ଅଳାୟ୍ଲାୟ୍ 29 ଆର୍ ଇସ୍ୱର୍ କୟ୍ଲା ହଃର୍କାରେ ପବିତ୍ର-ତୁମ୍ ଦୁଆର୍ ଚଃମେ ହମ୍ବେଦି ସଃଙ୍ଗାୟ୍ ସେ ବେଦି ଉହ୍ରେ ହମ୍ହୁଜା ଆର୍ ଦାନ୍ ସଃର୍ହି ଦିଲାୟ୍। 30 ସେ ପବିତ୍ର-ତୁମ୍ ଆର୍ ବେଦି ମଃଜାୟ୍ ଆତ୍-ଗଡ୍ ଦଃଉତା କୁଣ୍ଡ୍ ସଃଙ୍ଗାୟ୍ ସେ ବିତ୍ରେ ଦଃଉତା ହାୟ୍ଁ ହାଣି ସଃଙ୍ଗାୟ୍ଲାୟ୍। 31 ସେତି ମସା, ହାରଣ ଆର୍ ତାର୍ ହଃୟ୍ସିମଃନ୍ ନିଜାର୍ ନିଜାର୍ ଆତ୍-ଗଡ୍ ଦୟ୍ଲାୟ୍। 32 ଜଃଡେବଃଳ୍ ଇସ୍ୱର୍ ମସାକେ ଆଦେସ୍ ଦିଲା ହଃର୍କାରେ, ସେମଃନ୍ ତୁମ୍ ବିତ୍ରେ ହୁର୍ତି ରିଲାୟ୍ କି ବେଦି ଚଃମେ ଜାତିରିଲାୟ୍, ସଃଡେବଃଳ୍ ସେମଃନ୍ ଆତ୍-ଗଡ୍ ଦୟ୍ଲାୟ୍। 33 ଇତାର୍ହଃଚ ସେ ତମ୍ବୁର୍ ଆର୍ ବେଦିର୍ ଚାରିବେଳ୍ତ୍ କୁଆଳ୍ ତିଆର୍ କଃଲାୟି ଆର୍ କୁଆଳ୍ ଦୁଆରେ ଡ଼ାହ୍ତା ବଃସ୍ତର୍ ଅଳାୟ୍ଲାୟ୍, ଇ ହଃର୍କାର୍ ମସା ସେସଃବୁ କାମ୍ ହୁରା କଃଲା।
34 ଇତାର୍ହଃଚ ମେଗ୍ ସେ ପବିତ୍ର ତମ୍ବୁକେ ଡାହ୍ଲି ଆର୍ ମାପୁରାର୍ ଜଃଜ୍ମାନ୍ ତୁମ୍କେ ହୁରାହୁରି ହୁର୍ନ୍ କଃଲି। 35 ମସା ପବିତ୍ର-ତୁମ୍ବିତ୍ରେ ହୁରୁକ୍ ନଃହାର୍ଲା, ବଃଲେକ୍ ମେଗ୍ ତାର୍ ଉହ୍ରେ ଡାହିରିଲି ଆର୍ ମାପୁରାର୍ ଜଃଜ୍ମାନ୍ ତମ୍ବୁକେ ହୁର୍ନ୍ କଃରିରିଲି। 36 ଆରେକ୍, ଜଃଡେବଃଳ୍ ମେଗ୍ ପବିତ୍ର ତୁମ୍ ଉହ୍ରେ ହୁଣି ନିଆଅୟ୍ଲି, ସଃଡେବଃଳ୍ ଇସ୍ରାଏଲ୍-ଲକ୍ମଃନ୍ ହେଁ ବାଟ୍ ଦଃର୍ଲାୟ୍। 37 ମଃତର୍ ମେଗ୍ ଜଃଡେବଃଳ୍ ହଃତେକ୍ ତୁମ୍ ଉହ୍ରେ ରିଲି, ସେ ଦିନ୍ ହଃତେକ୍ ସେମଃନ୍ ବାସାବନ୍ଦି ରିଲାୟ୍, ସେମଃନ୍ ତୁମ୍ ଉଟାୟିନଃକେଲାୟ୍। 38 ବଃଲେକ୍ ମାପୁରାର୍ ମେଗ୍ ଦିନ୍ବଃଳ୍ ପବିତ୍ର ତୁମ୍ ଉହ୍ରେ ରିଲି। ରାତି ବଃଳ୍ ସେ ମେଗେ ଅଃଗ୍ନି ଦଃକାଗଃଲି। ତଃବେ ଇସ୍ରାଏଲାର୍ ସଃବୁ ଲକ୍ ଜଃଡେବଃଳ୍ ଇଣ୍ଡ୍ଲାୟ୍, ସେମଃନ୍ ମେଗ୍କେ ଦଃକୁକେ ହାର୍ଲାୟ୍।