1 ମସା ଆର୍ ହାରଣ ଇ ସଃବୁ କଃତା କୟ୍ଲା ହଃଚେ ପାର ରଃଜାର୍ ହାକ୍ ଗଃଲାୟି। ସେମଃନ୍ ପାରକେ କୟ୍ଲାୟ୍ ଇସ୍ରାଏଲାର୍ ଇସ୍ୱର୍ କଃଉଁଲା, ମରୁବଃଟାୟ୍ ମର୍ ସେବା କଃରୁକେ ମର୍ ଲକ୍ମଃନ୍କେ ଜଃଉଁକେ ଚାଡି ଦେଏ।
2 ମଃତର୍ ପାର କୟ୍ଲା, "ମାପୁର୍ କେଏ ଜେ, ମୁଁୟ୍ ତାର୍ କଃତା ମାନି ଇସ୍ରାଏଲ୍ ଲକ୍ମଃନ୍କେ ଜଃଉଁକେ ଚାଡି ଦଃୟ୍ନ୍ଦ୍? ମୁୟ୍ ଇସ୍ୱର୍ ମାପୁର୍କେ ନଃଚିନି ଆର୍ ଇସ୍ରାଏଲ୍ ଲକ୍ମଃନ୍କେ ଜଃଉଁକେ ଚାଡି ନଃଦେୟ୍ଁ।" 3 ସେମଃନ୍ କୟ୍ଲାୟ୍, "ଏବ୍ରିୟ ମଃନାର୍ ଇସ୍ୱର୍ ଅଃମିକେ ଇରି କୟ୍ଆଚେ, ସେତାକ୍ ଅଃମିମଃନ୍ ଗଃଉଆରି କଃରୁଲୁ, ଇସ୍ୱରାର୍ ନାଉଁଏ ହୁଜା କଃରୁକେ ଅଃମିମଃନ୍କେ ମଃରୁବଃଟାୟ୍ ତିନି ଦିନାର୍ ବାଟ୍ ଜଃଉଁକେ ଚାଡି ଦେଏ; ନୟ୍ଲେକ୍ ଇସ୍ୱର୍ ଅଃମିମଃନ୍କେ ଜୁଜେ କି ମଃର୍ଡି ହଃଟାୟ୍ ନାସ୍ କଃରେଦ୍।" 4 ମଃତର୍ ପାର କୟ୍ଲା, "ଏ ମସା ଆର୍ ହାରଣ ତୁମିମଃନ୍ ମିସରିୟମଃନ୍କେ କାମ୍ କଃରୁକେ କାୟ୍କଃରୁକେ ବଃନ୍ଦ୍ କଃରୁଲାସ୍। ସେମଃନ୍କେ ସେମଃନାର୍ କାମ୍ କଃରୁକେ ଦିଆସ୍। 5 ପାର ଆରେକ୍ କୟ୍ଲା, ଦଃକା ଅଃବେ ଇ ଦେସେ ଇ ଲଃକ୍ମଃନ୍ ଗାଦେକ୍ ଆଚ୍ତି, ଆରେକ୍ ତୁମିମଃନ୍ ସେମଃନ୍କେ କାମ୍ କଃରୁକେ ବଃନ୍ଦ୍ କଃରୁଲାସ୍।" 6 ଆର୍ ପାର୍ ସେଦିନ୍ ଇସ୍ରାଏଲ୍ ଲକ୍ମଃନାର୍ କାମ୍ କଃରାଉତା ଟିକାଦାର୍ ଆର୍ ଗୁମୁସ୍ତାମଃନ୍କେ ଇ ଆଦେସ୍ ଦିଲା, 7 "ତୁମିମଃନ୍ ଇଟା ହାଜୁକେ ଆଗାର୍ ହର୍ ଇ ଲକ୍ମଃନ୍କେ ଆର୍ ହିରି ଦିଆସ୍ ନାୟ୍; ସେମଃନ୍ ନିଜାର୍ ହାଁୟ୍ ନିଜେ ହିରି ରୁଣ୍ଡାଇ ଆଣି ଇଟା ହାଜତ୍। 8 ଆରେକ୍ ଆଗ୍ତୁ ସେମଃନ୍ ଜଃତେକ୍ ଇଟା ହାଜ୍ତି ରିଲାୟ୍, ଅଃବେ ହେଁ ସଃତେକ୍ ଇଟା କାଟୁକେ ସେମଃନ୍କେ କାମ୍ କଃରାଉଆ ଗଟେକ୍ ଇଟା ହେଁ ଉଣା ନଃଦିବାର୍ ଆଚେ। ସେମଃନ୍ ଅଃଳ୍ସିଆମଃନ୍ ସେତାର୍ ଗିନେ ଅଃମିମଃନ୍କେ ମାପୁରାର୍ ନାଉଁଏ ହୁଜା କଃରୁକେ ଜଃଉଁକେ ଚାଡି ଦେ ବଃଲି ଗଃଉଆରି କଃରୁଲାୟ୍; 9 ଇତାର୍ ଗିନେ ଏମଃନ୍ ଦଃନ୍ଦି ଅୟି କାମେ ଲାଗି ରେଉଅତ୍। ତଃବେ ସେମଃନ୍ ମିଚ୍ କଃତା ସୁଣୁକେ ବେଳ୍ ହାଉଁ ନଃହାର୍ତି।" 10 ତାର୍ ହଃଚେ ଇସ୍ରାଏଲ୍ ଲକ୍ମଃନାର୍ କାମ୍ କଃରାଉ ସାଉକାର୍ ଆର୍ ଗୁମୁସ୍ତାମଃନ୍ ଇସ୍ରାଏଲ୍ ଲକ୍ମଃନ୍କେ କୟ୍ଲାୟ୍, "ପାର ଇ କଃତା କଃଉଁଲା, ଅଃମି ତୁମିମଃନ୍କେ ଅଃବେ ହିରି ନଃଦେଉଁ। 11 ଜାହା ତୁମିମଃନ୍ ନିଜେ ହିରି ଲଳି ଆଣି ଇଟା ହାଜା। ମଃତର୍ ମଃନେ ରଃକା ଆଗ୍ତୁ ତୁମିମଃନ୍ ଜଃତେକ୍ ଇଟା ଦିନ୍କେ ହାଜ୍ତି ରିଲାସ୍ ସଃତେକ୍ ହଃକା ଇଟା ହାଜାସ୍।" 12 ସେତାକ୍ ଲଃକ୍ମଃନ୍ ମିସର୍ ଦେସାର୍ ଚାରିହାକ୍ ଜଃତ୍କଃତ୍ ଅୟି ହିରି ବାଦୁଲେ ଜାଟିକୁଟି ଲଳ୍ଲାୟ୍। 13 କାମ୍ କଃରାଉ ଗୁମୁସ୍ତାମଃନ୍ ବଃଳ୍ମାଡ୍ କଃରି କୟ୍ଲାୟ୍, "ହିରି ତୁମିମଃନ୍କେ ଦିଆ ଅଃଉତିରିଲା ବଃଳ୍ ଜଃନ୍କଃରି କାମ୍ କଃର୍ତିରିଲାସ୍, ସେନ୍କଃରି ହଃକା ଅଃବେ ହେଁ ଦିନ୍କେ ଜଃତିଗଟ୍ ଇଟା କାଟ୍ତା କଃତା ସଃତେକ୍ସେ ଇଟା କାଟା।" 14 ପାର ରଃଜାର୍ ଗୁମୁସ୍ତାମଃନ୍ ଇସ୍ରାଏଲ୍ ବଃଉଁଁସାର୍ ଜୁୟି ଗୁମୁସ୍ତାମଃନ୍କେ ରଃକିରିଲାୟ୍; ସେମଃନ୍କେ କର୍ଡାମାରି କୟ୍ଲାୟ୍, "ତୁମିମଃନ୍ ହୁର୍ବେ ଜଃତେକ୍ ଇଟା ହାଜ୍ତି ରିଲାସ୍, ଆଜିକାଲି ସଃତେକ୍ ଇଟା କାୟ୍କଃରୁକ୍ ହାଜି ନଃକେରୁଲାସ୍? ହୁର୍ବେ ତୁମିମଃନ୍ ଇଟା ହାଜୁ ହାର୍ତିରିଲାସ୍, ଅଃବେ କାୟ୍କଃରୁକେ ନଃହାରୁଲାସ୍।" 15 ତଃବେ ଇସ୍ରାଏଲ୍ ବଃଉଁସାର୍ ଗୁମୁସ୍ତାମଃନ୍ ଆସି ପାର ରଃଜାର୍ ତଃୟ୍ କାନ୍ଦିକଃରି କୟ୍ଲାୟ୍, "ତୁୟ୍ କାୟ୍କଃରୁକେ ତର୍ ଗତିଆର୍ମଃନ୍କେ ଇରଃକମ୍ ବେବାର୍ କଃରୁଲିସ୍?"
16 "ତୁୟ୍ ଅଃମିକେ ହିରି ନଃଦେଉଁଲିସ୍, ମଃତର୍ ଆଗାର୍ ହର୍ ଦିନ୍କେ ଜଃତେକ୍ ଇଟା କାଟ୍ତା କଃତା ସଃତେକ୍ ହଃକା ହଃତି ଦିନ୍ ଇଟା କାଟୁକ୍ କଃଉଁଲିସ୍। ସେତାକ୍ ତୁମାର୍ ଗୁମୁସ୍ତାମଃନ୍ ଅଃମିକେ ମାଡ୍ମାରୁଲାୟ୍, ତର୍ ଲକ୍ମଃନ୍ ଇ ରଃକମ୍ କାମ୍ କଃରି ଅଃମିକେ ଅଃନ୍ୟାୟ୍ କଃରୁଲାୟ୍।"
17 ତଃବେ ପାର ସେମଃନ୍କେ କୟ୍ଲା, "ତୁମିମଃନ୍ ବେସି ଅଃଳ୍ସିଆ ଇତାର୍ଗିନେ ତୁମିମଃନ୍ କଃଉଁଲାସ୍, ମାପୁର୍ ନାଉଁଏ ହୁଜା କଃରୁକେ ଅଃମିକେ ଜଃଉଁକେ ଚାଡି ଦେଏ। 18 ଅଃବେ ଜଃହା ଗତିକାମ୍ କଃରା, ତୁମିମଃନ୍କେ ହିରି ଦିଆ ନଃୟ୍, ଅୟିଲେକ୍ ହେଁ ଆଗାର୍ ହର୍ ତୁମିମଃନ୍କେ ସେ ଇସାବେ ହଃକା ଇଟା କାଟୁକ୍ ହଃଳେଦ୍।" 19 ଇ କଃତା ସୁଣିକଃରି ଇସ୍ରାଏଲ୍ ବଃଉଁସାର୍ ଗୁମୁସ୍ତାମଃନ୍ ଜାଣ୍ଲାୟ୍ ଜେ, ସେମଃନ୍ ବଃଡେ ଅଃଳୁଆୟ୍ ହଃଳିଗଃଲାୟ୍ ଆର୍ ସେମଃନ୍ ଜାଣ୍ଲାୟ୍ ଜେ ସେମଃନ୍ ଆଗାର୍ ଅଃତେକ୍ ଇଟା କାଟୁକେ ନଃହାର୍ତି।
20 ତାର୍ହଃଚେ ସେମଃନ୍ ପାର ତଃୟ୍ହୁଣି ବାଉଳି ଜାତା ବଃଳ୍ ସେମଃନ୍ ମସା ଆର୍ ହାରଣକେ ବେଟ୍ଅୟ୍ଲାୟ୍, ସେମଃନ୍ ବାଟେ ଜାଗିରିଲାୟ୍। 21 ସେମଃନ୍ ମସା ଆର୍ ହାରଣକେ କୟ୍ଲାୟ୍, "ତୁମିମଃନ୍ ଜାୟ୍ରି କଃଲାସ୍, କାବାଅଃଉତାର୍ ଦଃକ୍ ଆର୍ ତୁମିକେ ଦଃଣ୍ତ୍ ଦେଅ। ବଃଲେକ୍ ତୁମିମଃନ୍ ପାର ଆର୍ ତାର୍ ଦଃଙ୍ଗ୍ଳା ଚଃମେ ଅଃମିମଃନ୍କେ ଗିଣ୍ କଃରାୟ୍ ଅଃମିମଃନ୍କେ ଅଃତ୍ୟା କଃରୁକେ ସେମଃନାର୍ ଆତେ କଃଣ୍ତା ଦିଲାସ୍।"
22 ତାର୍ହଃଚେ ମସା ମାପୁର୍ ହାକ୍ ବାଉଳି ଜାୟ୍, କୟ୍ଲା, "ଏ ମାପୁର୍ ତୁୟ୍ କାୟ୍କଃରୁକେ ଇ ଲକ୍ମଃନାର୍ ଅଃନ୍ୟାୟ୍ କଃରୁଲିସ୍? ତୁୟ୍ କାୟ୍କଃରୁକ୍ ମକ୍ ହଃଟାୟ୍ଲିସ୍? 23 ବଃଲେକ୍ ଜୁୟି ଦିନ୍ହୁଣି ମୁୟ୍ ପାର ହାକ୍ ଜାୟ୍ ତୁୟ୍ ଜାୟ୍ରି କଃଉଁକେ ମକ୍ କୟ୍ରିଲିସ୍ ମୁୟ୍ କୟିଲେ, ସେଦିନ୍ହୁଣି ସେ ଇ ଲକ୍ମଃନାର୍ ଅଃନ୍ୟାୟ୍ କଃରୁଲା, ଆରେକ୍ ତୁୟ୍ ତର୍ ଲକ୍ମଃନ୍କେ ଉହ୍କାର୍ ନଃକେର୍ଲିସ୍।"