1 ଆରେକ୍, ଜାକୁବ ଲାବଣର୍ ହଃୟ୍ସିମଃନ୍ ଇରି କଃଉତାର୍ ସୁଣ୍ଲା, ଜାକୁବ ଅଃମାର୍ ଉବା ଅଃର୍ଜ୍ଲାର୍ ସଃବୁ ଦଃନ୍ବିତ୍ ନଃୟ୍ଗଃଲା ଆର୍ ସାଉକାର୍ ଅୟିଆଚେ; 2 ଆରେକ୍, ଲାବଣ୍ ଆଗାର୍ ହର୍ ମିସାଣ୍ ନାୟ୍, ଇରି ଜାକୁବ ତାର୍ ମୁଁ ଦଃକି ବୁଜ୍ଲା। 3 ସେତାକ୍ ଜିଅବା ତାକେ କୟ୍ଲା, "ତୁୟ୍ ତର୍ ଉବାଦି ଆର୍ ତର୍ ନିଜାର୍ ଲକ୍ମଃନାର୍ ହାକ୍ ବାଉଡ଼ି ଜା, ମୁଁୟ୍ ତର୍ ସଃଙ୍ଗ୍ ରଃୟନ୍ଦ୍।" 4 ସେତାକ୍ ଜାକୁବ ହଃଦାୟି ହସୁମଃନ୍ଦାୟ୍ ରାହେଲ୍ ଆର୍ ଲେୟାକେ ଡାକାୟ୍ କୟ୍ଲା, 5 "ମୁଁୟ୍ ଦଃକୁଲେ, ତର୍ ଉବାଦି ମୁଉଁ ଆଗାର୍ ହର୍ ମର୍ ହାୟଁ ଲାଡ୍ମୁଁଆସ୍ ନାୟ୍" ସେରି ମୁୟ୍ ଜାଣୁଲେ, "ମଃତର୍ ମର୍ ଉବାର୍ ଇସ୍ୱର୍ ମର୍ ବାଟ୍ୟା ସଃହା ଆଚେ।" 6 ମୁୟ୍ ସଃବୁ ବଃଳ୍ ଦଃୟି କଃରି ତୁମିମଃନାର୍ ଉବାଦିର୍ ଗତିକାମ୍ କଃରିଆଚି, ଇରି ତୁମିମଃନ୍ ଜାଣିଆଚାସ୍। 7 ଅୟିଲେକ୍ ହେଁ ତର୍ ଉବାଦି ମକେ ଟକ୍ଲା ଆଚେ ଆର୍ ଦଃସ୍ ତର୍ ମର୍ ବୁତି ଟକ୍ଲା ଆଚେ; ଅୟ୍ଲେକ୍ହେଁ ଇସ୍ୱର୍ ତାକେ ମର୍ ନଃସ୍ଟ୍ କଃରୁକେ ନଃଦେୟ୍ ଆଚେ। 8 କାୟିତାକ୍ବଃଲେକ୍ କାବ୍ରାଚିତ୍ରା ହସୁମଃନ୍ ତର୍ ବଃର୍ତାନ୍ ହର୍ ଅୟ୍ଦ୍, ସେ ଜଃଡେବଃଳ୍ ଇ କଃତା କୟ୍ଲା, ସଃଡେବଃଳ୍ ସଃବୁ ହସୁମଃନ୍ କାବ୍ରାଚିତ୍ରା ହିଲା ହଃକାୟ୍ଲାୟ୍; ଆର୍ ଗାର୍ ରିଲା ହସୁମଃନ୍ ତର୍ ବଃର୍ତାନ୍ ହର୍ ଅଃଉତି, ସେ ଜଡ୍ବଃଳ୍ କୟ୍ଲା, ସଃଡେବଃଳ୍ ସଃବୁ ହସୁମଃନ୍ ସେନ୍କା ହିଲା ହଃକାୟ୍ଲାୟ୍। 9 ଇରଃକମ୍ ଇସ୍ୱର୍ ତୁମାର୍ ଉବାଦିର୍ ହସୁଦଃନ୍ ନଃୟ୍ ମକେ ଦିଲା।
10 କାୟିତାକ୍ବଃଲେକ୍ ହସୁମଃନ୍ ଗଃର୍ବେଣା ଗଃଲାବଃଳ୍ ମୁୟ୍ ଚଃହ୍ନେ ଦଃକ୍ଲେ, ମାୟ୍ଲାଗା ଗଃଡ୍ରାମଃନ୍ କାବ୍ରାଚିତ୍ରା, ଚିତା ଆର୍ ଗାର୍ଗାର୍ ଡିସ୍ତି ରିଲାୟ୍। 11 ସଃଡେବଃଳ୍ ଇସ୍ୱରାର୍ ଦୁଦ୍ ଚଃହ୍ନେ ମକେ ଜାକୁବ ବଃଲି କୁଦ୍ଲାକେ, ମୁୟ୍ କୟିଲେ, "ମୁୟ୍ ଇତି ଆଚି।" 12 ସେତାକ୍ ମକେ କୟ୍ଲା, ଅଃବେ ଦଃକ୍, ମାୟ୍ଲାଗା ସଃବୁ ଚେଳିମଃନ୍ ସଃବୁ ଗାର୍ ରିଲାର୍, କାବ୍ରାଚିତ୍ରା ଆର୍ ଚିତାରିଲାର୍, ବଃଲେକ୍ ତକେ ଲାବଣ୍ ଜୁୟି ରଃକମ୍ ବେବାର୍ କଃଲା ମୁୟ୍ ସେରି ଦଃକ୍ଲେ। 13 ଜୁୟ୍ତି ତୁୟ୍ ଗଟ୍ ମୁଣ୍ଡା ଗାଡିଆଚ୍ସି ଆର୍ ମର୍ ତଃୟ୍ ମାନତ୍ କଃରିଆଚ୍ସି, ସେ ବେତେଲାର୍ ଇସ୍ୱର୍ ମୁୟ୍; "ଅଃବେ ଉଟି ଇ ଦେସ୍ ଚାଡି ନିଜାର୍ ଜାତିକୁଟୁମାର୍ ଦେସେ ବାଉଡ଼ି ଜାଆ।"
14 ସେତାକ୍ ରାହେଲ୍ ଆର୍ ଲେୟା କୟ୍ଲାୟ୍ ଉବାର୍ ଗଃରେ ଅଃମାର୍ "ଆରେକ୍ କାୟିରି ବାଗ୍ବାଟା ଆଚେକି? 15 ଅଃମିମଃନ୍ କାୟି ତାର୍ ତଃୟ୍ ହର୍ଦେସି ବଃଲି ଗଃଣିତା ନଃଉଁ? ବଃଲେକ୍ ସେ ଅଃମିମଃନ୍କେ ବିକି ଅଃମାର୍ ମଲ୍ ସେ ସଃବୁ ବଗ୍ କଃରିଆଚେ। 16 ଇତାର୍ ଗିନେ ଇସ୍ୱର୍ ଅଃମାର୍ ଉବାର୍ ତଃୟ୍ହୁଣି ଜୁୟି ଦଃନ୍ ସଃବୁ ନେୟ୍ ଆଚେ, ସେରିମଃନ୍ ଅଃମାର୍ ଆର୍ ଅଃମିମଃନାର୍ ହିଲାମଃନାର୍।" ଇତାକେ ଇସ୍ୱର୍ ତକ୍ ଜାୟ୍ରି କୟ୍ଲା, ତୁୟ୍ ସେରି କଃର୍।
17 ସେତାକ୍ ଜାକୁବ ଉଟି ନିଜାର୍ ହିଲାମଃନ୍କେ ଆର୍ ଡକୁର୍ସି ମଃନ୍କେ ଉଟ୍ ଉହ୍ରେ ବଃସାୟ୍ଲା। 18 ଆରେକ୍ ନିଜାର୍ ଅଃର୍ଜ୍ଲା ଦଃନ୍ ଆର୍ ହସୁମଃନ୍ ବଃଲେକ୍ ପଦନ୍ ଅରାମ ଜଃଗାୟ୍ ଜୁୟି ହସୁ ଆର୍ ଜୁୟି ଦନ୍ବିତ୍ ଅଃର୍ଜିରିଲା, ସେରି ନଃୟ୍ କିଣାନ୍ ଦେସେ ନିଜାର୍ ଉବାସି ଇସାକ୍ ହାକ୍ ବାଉଡ଼ି ଗଃଲା। 19 ସଃଡେବଃଳ୍ ଲାବଣ୍ ମେଣ୍ଡା ରମ୍ କାଟୁକେ ଜାୟ୍ରିଲି; ଆରେକ୍, ରାହେଲ୍ ନିଜାର୍ ଉବାସିର୍ ଗଃରାର୍ ଦେବ୍ତାମଃନ୍କେ ଚର୍ଲି। 20 ଆର୍ ଜାକୁବ ତାର୍ ନିଜେ ହଳାୟ୍ ଜାତାର୍ କଃବୁର୍ ନଃଜାଣାୟ୍ କଃରି ଅରାମିୟ ଲାବଣ୍କେ ଜଃଟ୍ଲା। 21 ଇ ରଃକମେ ସେ ନିଜାର୍ ସଃବୁ ଦଃନ୍ ନଃୟ୍ ହଃଳାୟ୍ଲା, ଆରେକ୍, ଉଟି ପରାତ୍ ଗାଡ୍ ଲଃଙ୍ଗି ଗିଲିୟଦ୍ ବାଟ୍ ମୁଁକଃରି ସେ ଇଣ୍ଡ୍ଲା।
22 ଇତାର୍ହଃଚ ତିନିଦିନାର୍ ତଃଳେ ଜାକୁବ ହଃଳାୟ୍ ଗଃଲାର୍ କବୁର୍ ଲାବଣ୍କେ କଃଉଆ ଅୟ୍ଲି। 23 ସେତାକ୍ ସେ ନିଜାର୍ କୁଟୁମ୍ମଃନ୍କେ ନଃୟ୍ ତାର୍ ହଃଚେ ହଃଚେ ସାତ୍ ଦିନାର୍ ବାଟ୍ ଦଃବ୍ଳିଜାୟ୍ ଗିଲିୟଦ୍ ହର୍ବାତ୍ ଚଃମେ ତାର୍ ଚଃମେ ହଚ୍ଲା। 24 ମଃତର୍ ଇସ୍ୱର୍ ରାତିଆ ଚଃହ୍ନେ ଆରାମିୟା ଲାବଣ୍ ହାକ୍ ଆସି ତାକେ କୟ୍ଲା, "ଜଃଗ୍ରାତ୍, ଜାକୁବକେ ବଃଲ୍ ମଃନ୍ଦ୍ କାୟିରିହେଁ କଃଉନାୟ୍।" 25 ଇତାର୍ହଃଚ ଲାବଣ୍ ଜାକୁବାର୍ ସଃଙ୍ଗ୍ ଗଃଲାବଃଳ୍ ଜାକୁବର୍ ତୁମ୍ ହର୍ବାତ୍ ଉହ୍ରେ କଃରିରିଲା; ତାର୍ ହଃଚେ ଲାବଣ୍ ନିଜାର୍ କୁଟୁମ୍ ସଃଙ୍ଗ୍ ଗିଲିୟଦ୍ ହଃର୍ବାତେ ତୁମ୍ କଃଲା।
26 ଆର୍ ଲାବଣ୍ ଜାକୁବକେ କୟ୍ଲା "ତୁୟ୍ କାୟ୍କଃରୁକେ ଅଃନ୍ କଃଲିସ୍? ମକେ ଜଃଟ୍ଲିସ୍, ଆର୍ ମର୍ ଜିମଃନ୍କେ ଜୁଜେ ଦଃରିକଃରି ନିଲା ହର୍ ଦଃରି ଆୟ୍ଲିସ୍।" 27 ତୁୟ୍ ଜଃଟିକଃରି କାୟ୍କଃରୁକେ ଲୁକିକଃରି ହଳାୟ୍ ଆୟ୍ଲିସ୍? କାୟ୍କଃରୁକେ ମକେ କବୁର୍ ନଃକୟ୍ଲିସ୍? କୟ୍ରିଲେକ୍, ହଃଟଳିକଃରି, ଗିତ୍ କୟ୍ ବାଜା ବାଜାୟ୍ କଃରି ଚାଡିଦିଲେ ହୁଣି। 28 ତୁୟ୍ ମକେ ମର୍ ନାତି ନାତ୍ଣିମଃନ୍କେ ଚୁମୁକେ ମକେ ନଃଦିଲିସ୍ ଇରି ସବୁ ବିରଦ୍ କାମ୍। 29 ମର୍ ତୁମାର୍ ଉହ୍ରେ ରିସା ଅଃଉତା ବିଦି, ମଃତର୍ ଗଃଲାରାତି ତର୍ ଉବାଦିର୍ ଇସ୍ୱର୍ ମକେ କୟ୍ଲା ଜଃଗ୍ରାତ୍ ଜାକୁବକେ କାୟିହେଁ ବଃଲ୍-ମଃନ୍ଦ୍ କଃଉନାୟ୍। 30 ଆର୍ ତଃର୍ବଃର୍ ଅୟି ଉବାଦିର୍ ଗଃରେ ଜଃଉଁକେ ଅଃଡେକ୍ ଲଳାରିଲି, ତଃବେ ମର୍ ଦେବ୍ତାମଃନ୍କେ କାୟ୍କଃରୁକେ ଚର୍ଲିସ୍।
31 ସେତାକ୍ ଜାକୁବ ଲାବଣ୍କେ ଉତୁର୍ ଦିଲା, ବଃଲେକ୍ କେଜାଣ୍ "ମର୍ ତଃୟ୍ହୁଣି ନିଜାର୍ ଜିଦିମଃନ୍କେ ବଃଳ୍ମାଡ୍ କଃରି ଚାଡାୟ୍ ନଃୟ୍ଦ୍ ବଃଲି ଇରଃକମ୍ ବାବ୍ଲେ।" 32 ମଃତର୍ ତର୍ ଦେବ୍ତା ମଃନ୍କେ ଜାର୍ ତଃୟ୍ ହାଉସି, ସେ ବାଚୁନଃହାରେ, ମର୍ ତଃୟ୍ ତର୍ ଜାୟ୍ରି ଆଚେ, ସେରି ମର୍ କୁଟୁମାର୍ ମୁୟେଁ ସେନ୍କଃରି ନେ, ବଲେକ୍ ଜାକୁବ ରାହେଲାର୍ ସେରି ଚରିକଃର୍ତାର୍ ଜାଣି ନଃରିଲା। 33 ସେତାକ୍ ଜାକୁବର୍ ତୁମ୍, ଲେୟାର୍ ତୁମ୍ ଗଃର୍, ଆର୍ ଜଳେକ୍ ଦାସିର୍ ତୁମ୍ଗଃର୍କେ ଜାୟ୍ କଜ୍ଲା; ମଃତର୍ ହାଉଁ ନାହାର୍ଲା। ସେତାକ୍ ସେ ଲେୟାର୍ ତୁମ୍ ଗଃର୍ ଚାଡି ରାହେଲାର୍ ତୁମ୍ ଗଃରେ ହୁର୍ଲା। 34 ମଃତର୍ ରାହେଲ୍ ସେ ଦେବ୍ତା ମଃନ୍କେ ନଃୟ୍ ଉଟ୍ ହିଟିର୍ ଗଣି ବିତ୍ରେ ସଃଙ୍ଗାୟ୍ ତାର୍ ଉହ୍ରେ ବଃସିରିଲି। ସେତାକ୍ ଲାବଣ୍ ତାର୍ ତୁମ୍ଗଃରାର୍ ସଃବୁ ଟାଣେ କଜ୍ଲେକ୍ ହେଁ ସେରି ହାଉଁ ନାହାର୍ଲି। 35 ସଃଡେବଃଳ୍ ରାହେଲ୍ ଉବାସିକେ କୟ୍ଲି, "ମୁୟ୍ ତର୍ ମୁୟେଁ ଉଟୁ ନଃହାର୍ଲେ ବଃଲି ମର୍ ମାଲିକ୍ ରିସା ନଃଉ, କାୟିତାକ୍ବଃଲେକ୍ ମୁୟ୍ ଅଚୁଆ ଅୟିଆଚି।" ଅଃନ୍କଃରି ସେ କଜ୍ଲେକ୍ ହେଁ ଦେବ୍ତାମଃନ୍କେ ମିଳାଉଁ ନଃହାର୍ଲା। 36 ସେତାକ୍ ଜାକୁବ ରିସା ଅୟି ଲାବନ୍କେ ଉଳ୍ଲା; ଆରେକ୍ ଜାକୁବ ଲାବଣ୍କେ କୟ୍ଲା, "ମର୍ କାୟି ଦସ୍କି ହାହ୍ ଅୟ୍ଲି ଜେ, ତଃବେ, ତୁୟ୍ ଅଃମାନ୍ୟା ଅୟ୍ ମର୍ ହଃଚେ ହଃଚେ ଦଃବ୍ଳି ଆୟ୍ଲିସ୍?" 37 ତୁୟ୍ତ ମର୍ ସଃବୁ ବାଟ୍ ଲଳ୍ଲିସ୍, ତର୍ ଗଃରାର୍ କାୟି ଜିନିସ୍ ହେଁ ହାୟ୍ଲିସ୍କି? ସେରି ମର୍ ଆର୍ ତୁମାର୍ ଇ କୁଟୁମାର୍ ମୁୟେଁ ସଃଙ୍ଗାଉ, ଏମଃନ୍ ଅଃମାର୍ ଦୁଇଲକାର୍ ବିଚାର୍ କଃରତ୍। 38 ଇ କଳେ ବଃର୍ସ୍ ଅୟ୍ଲି ମୁୟ୍ ତର୍ ସଃଙ୍ଗ୍ ରିଲେ। ତର୍ ଚେଳି ଆର୍ ମେଣ୍ଡାମଃନାର୍ ଗଃର୍ବ୍ବାସ୍ ନଃସ୍ଟ୍ ଅୟ୍ନଃକେରେ, କି ତୁମାର୍ ମଃନ୍ଦାର୍ ମେଣ୍ଡା ମୁୟ୍ କାୟି ନଃକେରି। 39 ବଃନାର୍ ବାଗ୍ ଜାକେ କର୍ତା କଃଲି, ସେରି ହେଁ ତର୍ହାକ୍ ଆଣି ନଃକେଲେ; ସେରି ମୁୟ୍ ନିଜେ ସେତି କେତି ବୟ୍ଲେ; ଦିନେ ଚରି ଜଃଉଅ କି ରାତି ଚରି ଜଃଉଅ ସେରି ତୁୟ୍ ମର୍ ଆତେ ହୁଣି ନିଲିସ୍। 40 ଦିନେ କଃରା ଆର୍ ରାତିଏ କାକର୍ ବଗ୍ କଃଲେ; ମର୍ ଆକାୟ୍ ହୁଣି ନିଦ୍ ଗଃଲି; ଇରଃକମ୍ ମୁୟ୍ ରିଲେ। 41 ମୁୟ୍ କଳେବଃର୍ସ୍ ହଃତେକ୍ ତୁମାର୍ ଗଃରେ ରିଲେ; ତୁମାର୍ ଜଳେକ୍ ଜିଦିର୍ ଗିନେ ଚଃଉଦ ବଃର୍ସ୍ ଆର୍ ହସୁ ମଃନାର୍ ଗିନେ ଚଅ ବଃର୍ସ୍ ଗତି କଃଟ୍ଲେ; ଇବିତ୍ରେ ତୁୟ୍ ଚଅ ତର୍ ମର୍ ବଃର୍ତାନ୍ ବାଦ୍ଲାୟ୍ଲିସ୍। 42 ମର୍ ଉବାର୍ ଇସ୍ୱର୍, ଅବ୍ରାହାମାର୍ ଇସ୍ୱର୍ ଆର୍ ଇସାକାର୍ ଇସ୍ୱର୍ ଜଃବେ ମର୍ ସାହା ନୟ୍ଲେକ୍, ତଃବେ ତୁୟ୍ ମକ୍ ଚୁଚା ଆତେ ଚାଡି ଦିଲିସ୍ ହୁଣି, ଇସ୍ୱର୍ ମର୍ କଃସ୍ଟ ଆର୍ କଃଲା କାମ୍ ଦଃକିଆଚେ; ସେତାକ୍ ଗଃଲା ରାତି ତକେ ଦଃମ୍କାୟ୍ଲା।
43 ସେତାକ୍ ଲାବଣ୍ ଜାକୁବକେ ଉତୁର୍ ଦିଲା, "ଇ ଟକିମଃନ୍ ମର୍ ଜିଇମଃନ୍ ଆର୍ ଇ ହିଲାମଃନ୍ ମର୍ ହିଲାଲାମଃନ୍ ଆର୍ ଇ ହସୁମଃନ୍ ମର୍ ହସୁମଃନ୍, ଆରେକ୍, ଜାୟ୍ଜାୟ୍ରି ଦଃକୁଲିସ୍ ସେରିମଃନ୍ ମର୍ ଇତାର୍ଗିନେ ଇ ଜିଇମଃନ୍କେ ଆର୍ ଇ ହିଲାମଃନକେ ମୁୟ୍ କାୟି କଃରିନ୍ଦ୍? 44 ଆଉ ଅଃମି ଦୁୟ୍ଲକ୍ ନିୟମ୍ କଃରୁ, ସେରି ଅଃମାର୍ ସାକି ଅୟ୍ଦ୍।"
45 ସେଡେବଃଳ୍ ଜାକୁବ ଗଟ୍ ଟେଳା ନଃୟ୍ ମୁଣ୍ଡା ଗାଡ୍ଲା। 46 ଆର୍ ଜାକୁବ ନିଜାର୍ କୁଟୁମ୍କେ କୟ୍ଲା, "ତୁମିମଃନ୍ ଟେଳା ରୁଣ୍ଡାଉଆ; ସେତାକ୍ ସେମଃନ୍ ଟେଳାମଃନ୍ ଆଣି ଗଟେଟାଣେ ଗାଦା କଃଲାୟି;" ସଃବୁଲକ୍ ସେ ଟେଳା ଗାଦା ଉହ୍ରେ ବଃସି କାଦି କାୟ୍ଲାୟ୍। 47 ଆର୍ ଲାବଣ୍ ସେ ଟାଣାର୍ ନାଉ ଜିଗର୍ ସାହ୍ଦୁତା ନାଉ ଦିଲା, ମଃତର୍ ଜାକୁବ ତାର୍ ନାଉ ଗଲଦ୍ ରଃକ୍ଲା। 48 "ବଃଲେକ୍ ସେ କୟ୍ଲା ଅଃମିମଃନ୍ ନିଜେ ନିଜେ ଅଃଲ୍ଗା ଅଃଲ୍ଗା ଅୟିଲେକ୍, ଇସ୍ୱର୍ ତର୍ ଆର୍ ମର୍ ଜାଗୁଉଆଳି ରଃୟ୍ଦ୍।" 49 ସଃଡେବଃଳ୍ ଲାବଣ୍ କୟ୍ଲା, ଇ ଟେଳାଗାଦା ଆଜିହୁଣି ତର୍ ଆର୍ ମର୍ ସାକି ଅୟି ରଃୟ୍ଦ୍ ; ଇତାର୍ଗିନେ ତାର୍ ନାଉ ଗଲ୍ୟଦ୍ ଆର୍ ମିସ୍ପା ବଃଲେକ୍ ଜାଗୁଉଆଳି ଟାଣ୍ ବଃଲି ସଃଙ୍ଗାୟ୍ଲାୟ୍। 50 ତୁୟ୍ ଜଃବେ ମର୍ ଜିମଃନ୍କେ ଦୁକ୍ ଦେସି, କି ମର୍ ଜିମଃନ୍ ରେଉଁ ରେଉଁ ବିନ୍ ମାୟ୍ଜିମଃନ୍କେ ବିବା ଅଃଉସି, ତଃବେ ସଃଡେବଃଳ୍ କୁୟି ମାନାୟ୍ ଅଃମାର୍ ଚଃମେ ନଃରେୟ୍, ମଃତର୍ ଦଃକ୍, ଇସ୍ୱର୍ ତର୍ ଆର୍ ମର୍ ବିତ୍ରେ ସାକି ଅୟ୍ଦ୍। 51 ଆର୍ ଲାବଣ୍ ଜାକୁବକେ କୟ୍ଲା, "ଇ ଟେଳାଗାଦା ଦଃକ୍, ଆରେକ୍ ଅଃମାର୍ ଦୁଇଲକାର୍ ମଃଜିର୍ ଟିଆକଃଲା ମର୍ କଃମ୍ ଟେଳା ଦଃକ୍। 52 ମୁୟ୍ ଅଃନ୍ୟାୟ୍ କଃରୁକେ ଇ କଃମ୍ ଟେଳା ଜିଣିକଃରି ମୁୟ୍ ତର୍ ହାକ୍ ନଃଜାୟ୍, ତୁୟ୍ହେଁ ଇ ଟେଳା ଗାଦି ଆର୍ କଃମ୍ ଟେଳା ଜିଣି ମର୍ ହାକ୍ ଆସ୍ ନାୟ୍; ଇତିର୍ ସାକି ଇ ଟେଳାଗାଦା ଆର୍ ଇ ଟେଳା କଃମ୍। 53 ଇ ବିସୟେ ଅବ୍ରାହାମାର୍ ଇସ୍ୱର୍, ନାହରାର୍ ଇସ୍ୱର୍ ଆର୍ ସେମଃନାର୍ ଉବାସିର୍ ଇସ୍ୱର୍ ମର୍ ଆର୍ ତର୍ ବିଚାର୍ କଃରେଦ୍।" ସଃଡେବଃଳ୍ ଜାକୁବ ନିଜାର୍ ଉବାସି ଇସାକ୍ ଡିର୍ତା ମାପୁର୍ ନାଉଁଏ ସଃୟ୍ତ୍ କଃଲା। 54 ଇତାର୍ହଃଚ ସେ ସେ ହଃର୍ବାତେ ହୁଜାକଃରି କାଉଁକେ ନିଜାର୍ କୁଟୁମାର୍ ଲକ୍ମଃନ୍କେ କୁଦ୍ଲା, ସେତି ସେମଃନ୍ ବଜିକାୟ୍ ରାତିଜାକ ସେ ହଃର୍ବାତେ ରାତି କାଟାୟ୍ଲାୟ୍। 55 ତାର୍ହଃଚେ ଲାବଣ୍ ସଃକାଳ୍ୟା ଉଟି ନିଜାର୍ ନାତି ଆର୍ ନାତୁଣ୍ସିମଃନ୍କେ ଚୁମିକଃରି ଆସିର୍ବାଦ୍ କଃଲା; ଇ ହଃର୍କାରେ ଲାବଣ୍ ନିଜାର୍ ଟାଣେ ବାଉଡ଼ି ଗଃଲା।