1 ଇତାର୍ହଃଚ ଜସେପ୍ ନିଜାର୍ ଗଃରାର୍ ମୁଳିକାକେ କୟ୍ଲା, ଇ ଲକ୍ମଃନାର୍ ବାସ୍ତାୟ୍ ଜଃତେକ୍ କାଦି ବଃଉଁ ହାର୍ତି, ସଃତେକ୍ ବାସ୍ତାୟ୍ ବଃର୍ତି କଃରି ଦିଆସ୍, ଆର୍ ସଃବୁଲକାର୍ ଟଃକା କାଦି ଉହ୍ରେ ସଃଙ୍ଗାଉଆ। 2 ଆରେକ୍, ହଃଣୁଆର୍ ବାଗାର୍ କାଦି ଗେନ୍ତା ଟଃକା ସଃଙ୍ଗ୍ ମର୍ କପା, ସେ ରୁହା କପା ସଃଙ୍ଗାଉଆ। ସେତାକ୍ ଜସେପାର୍ କଃତା ହଃର୍କାରେ କଃଲାୟି। 3 ଆର୍ ସଃକାଳ୍ ଅଃଉଁ ଅଃଉଁ ସେମଃନ୍ ଗଃଦ ସଃଙ୍ଗ୍ ବାଟ୍ ଦଃର୍ଲାୟ୍। 4 ଆରେକ୍, ବଃସ୍ତିଏ ହୁଣି କଃଣ୍ଡେକ୍ ଦୁରି ଗଃଲା ହଃଚେ, ଜସେପ୍ ନିଜାର୍ ଗଃରାର୍ ମୁଳିକାକେ କୟ୍ଲା, ତୁମି ସେ ଲକ୍ମଃନାର୍ ହଃଚେ ହଃଚେ ଦଃବ୍ଳି ଜାୟ୍ ସେମଃନ୍କେ କଃଉଆ, ତୁମିମଃନ୍ ଉହ୍କାର୍ ବାଦୁଲେ କାୟ୍କଃରୁକେ ନଃସ୍ଟ୍ କଃଲାସ୍? 5 ମର୍ ମାଲିକ୍ ଜୁୟ୍ତି ସୁରେଦ୍ ଆର୍ ଜୁୟ୍ତି ଜଗ୍ ଦଃକେଦ୍, ସେ ଗିନା ଇରି ନୟ୍? ଅଃନ୍କା କାମ୍ କଃରି ତୁମି ଦସ୍ କଃରିଆଚାସ୍।
6 ଇତାର୍ହଃଚ ଜସେପାର୍ ଦାସ୍ ଗଳା ଉହ୍ରେ ଚଃଗି ସେମଃନାର୍ ହଃଚେ ହଃଚେ କଃଦି ନଃୟ୍ ବେଟ୍ଅୟ୍ ସେମଃନ୍କେ ଇ ସଃବୁ କଃତା କୟ୍ଲା। 7 ସେତାକେ ସେମଃନ୍ କୟ୍ଲାୟ୍, "ଅଃମାର୍ ମାଲିକ୍ କାୟ୍କଃରୁକେ ଅଃନ୍କା କଃତା କଃଉଁଲିସ୍?" ତର୍ ଦାସ୍ମଃନାର୍ ଅଃନ୍କା କାମ୍ କଃର୍ତାର୍ ଦୁରେ ରେଉଅ। 8 ଦଃକ୍, ନିଜାର୍ ନିଜାର୍ ମଟେ ଗଃଲାତର୍ ଜୁୟି ଟଃକା ହାୟ୍ରିଲୁ; ସେରି କିଣାନ୍ ଦେସେ ହୁଣି ଆରେକ୍ ତର୍ ହାକ୍ ଆଣ୍ଲୁ; ତଃବେ କଃନ୍କଃରି ମାପୁରାର୍ ଗଃରେହୁଣି ସନା କି ରୁହା ଚରି କଃରୁନ୍ଦ୍? 9 ତର୍ ଦାସ୍ମଃନାର୍ ତଃୟ୍ହୁଣି ଜାର୍ତଃୟ୍ ସେରି ମିଳେଦ୍, ସେ ମର୍, ଆର୍ ଅଃମିମଃନ୍ ହେଁ ତର୍ ତଃୟ୍ ଗତି ରେଉଁନ୍ଦ୍।
10 ସେତାକ୍ ସେ କୟ୍ଲା, ଟିକ୍ ଆଚେ, ତୁମାର୍ କଃତା ହଃର୍କାରେ ଅଃଉଅ; ଜାର୍ତଃୟ୍ ହୁଣି ସେରି ମିଳେଦ୍, ସେ ମର୍ ଦାସ୍ ଅୟ୍ଦ୍, ମଃତର୍ ବିନ୍ ଲଃକ୍ମଃନ୍ ନିର୍ଦସି ଅଃଉତି। 11 ସେତାକ୍ ସେମଃନ୍ ନିଜାର୍ ନିଜାର୍ ବାସ୍ତାମଟ୍ ଉତ୍ରାୟ୍ ସଃବୁ ଲକ୍ ନିଜାର୍ ନିଜାର୍ ବାସ୍ତାମଟ୍ ଇଟାୟ୍ଲାୟ୍। 12 ସେ ଗଃରାର୍ ମୁଳିକା ବଃଡ୍ ତଃୟ୍ ହୁଣି ଆରୁମ୍କଃରି ହଃଣୁଆ ହଃତେକ୍ କଜ୍ଲା; ଆର୍ ବିନ୍ୟାବିନ୍ ତଃୟ୍ହୁଣି ସେ କପା ମିଳ୍ଲି। 13 ସଃଡେବଃଳ୍ ସେମଃନ୍ ନିଜାର୍ ନିଜାର୍ ବଃସ୍ତର୍ ଚିର୍ଲାୟ୍, ଆର୍ ସଃବୁ ଗଃଦକେ ବାସ୍ତାମଟ୍ ଲାଦି ଗଃଳେ ବାଉଳ୍ଲାୟ୍।
14 ଆର୍ ଜିହୁଦା ଆର୍ ତାର୍ ବାଇସିମଃନ୍ ଜସେପାର୍ ଗଃରେ ହୁର୍ଲାୟ୍; ଜସେପ୍ ସଃଡେବଃଳ୍ ହଃତେକ୍ ସେତି ରିଲା; ସେତାକ୍ ତାର୍ ମୁୟେଁ ବୁୟେଁ ଡୁଳ୍ଲାୟ୍। 15 ତଃବେ ଜସେପ୍ ସେମଃନ୍କେ କୟ୍ଲା, ତୁମିମଃନ୍ ଅଃନ୍କା କାମ୍ କଃଲାସ୍କି? ଅଃମାର୍ ହର୍ ଲକ୍ ଜେ ଜଗ୍ ଦଃକେଦ୍, ଇରି କାୟି ତୁମି ନଃଜାଣାସ୍?
16 ସେତାକ୍ ଜିହୁଦା କୟ୍ଲା, ଅଃମିମଃନ୍ ସାଉକାର୍ ଲଗେ କାୟି ଉତୁର୍ ଦେଉଁନ୍ଦ୍? ଆର୍ କାୟି କଃତା କାଉଁନ୍ଦ୍? ଆର୍ କଃନ୍କଃରି ଅଃହ୍ଣାମଃନ୍କେ ନିର୍ଦସି କଃରୁନ୍ଦ୍? ଇସ୍ୱର୍ ନିଜାର୍ ଦାସ୍ ମଃନାର୍ ଦସ୍ ଦଃକାୟ୍ ଆଚେ; ଦଃକା ଅଃମିମଃନାର୍ ଜାର୍ ତଃୟ୍ହୁଣି କପା ମିଳିଆଚେ, ସେ ଆରେକ୍ ସଃବୁ ଲକ୍ ମାଲିକାର୍ ଦାସ୍ ଅଃଉଁନ୍ଦ୍। 17 ସେତାକ୍ ଜସେପ୍ କୟ୍ଲା, ଅଃନ୍କାର୍ ଅଃମାର୍ ତଃୟ୍ହୁଣି ଦୁରି ଅଃଉଅ; ଜାର୍ ତଃୟ୍ହୁଣି ଗିନା ମିଳିଆଚେ ସେ ଅଃମାର୍ ଦାସ୍ ଅୟ୍ଦ୍, ମଃତର୍ ତୁମିମଃନ୍ ଉବାଦିର୍ ହାକ୍ ବାଉଳି ଜଃହା।
18 ସେତାକ୍ ଜିହୁଦା ଲଃଗେ ଜାୟ୍ କୟ୍ଲା ସାଉକାର୍ ତର୍ ଇ ଦାସ୍କେ ସାଉକାରାର୍ ଚଃମେ ଗଃଉଆରି କଃରୁକେ ଦେଏ ଆର୍ ନିଜାର୍ ଦାସ୍କେ ରିସା ନଃଉ; କାୟିତାକ୍ବଃଲେକ୍ ତୁୟ୍ ପାର୍ ସଃମାନ୍। 19 ମାଲିକ୍ ନିଜାର୍ ଦାସ୍ ମଃନ୍କେ ହଃଚାର୍ଲା, ତୁମାର୍ ଉବାଦି କି ବାଇଦିମଃନ୍ ଆଚ୍ତି କି? 20 ସେତାକ୍ ଅଃମିମଃନ୍ ସାଉକାର୍କେ ଉତୁର୍ ଦିଲୁ, ଅଃମାର୍ ଉବା ଆଚେ ସେ ବୁଡାଲକ୍; ଆର୍ ତାର୍ ବୁଡା ବଃୟ୍ସାର୍ ଗଟେକ୍ ହୟିସି ଆଚେ; ସେ ହଃକା ହଃଣୁଆଁରି; ମଃତର୍ ତାର୍ ବାଇସି ମଃରି ଆଚେ, ସେ ହଃକା ତାର୍ ଆୟ୍ସିର୍ ବାକି ହୟିସି; ସେତାକ୍ ତାର୍ ଉବାସି ତାକେ ଲାଡ୍ କଃରେଦ୍। 21 ସେତାକ୍ ସେ ଦାସ୍ମଃନ୍କେ କୟ୍ ରିଲିସ୍, ତୁମିମଃନ୍ ତାକେ ମର୍ ହାକ୍ ଆଣା, ମୁୟ୍ ତାକେ ନିଜାର୍ ଆକାୟ୍ ଦଃକିନ୍ଦ୍। 22 ତଃବେ ଅଃମି ସାଉକାର୍କେ କୟ୍ରିଲୁ, ସେ ହିଲା ଉବାସିକେ ଚାଡି ରେଉଁନାହାରେ; ସେ ତାର୍ ଉବାସିକେ ଚାଡ୍ଲେକ୍ ଉବାସି ମଃରି ଜାୟ୍ଦ୍। 23 ସେତାକେ ତୁୟ୍ କୟିଲିସ୍, ତୁମିମଃନ୍ ତୁମାର୍ ସାନ୍ ବାଇଦିକେ ନାଣ୍ଲେକ୍, ତୁମିମଃନ୍ ଆର୍ ମର୍ ମୁଁ ଦଃକୁ ନାହାରାସ୍।
24 ତଃବେ ଅଃମିମଃନ୍ ତର୍ ଦାସ୍ ଅଃମାର୍ ଉବା ତାର୍ ତଃୟ୍ ଜାୟ୍ ତାକେ ସାଉକାରାର୍ ଇ ସଃବୁ କଃତା କୟ୍ଲୁ। 25 ଇତାର୍ହଃଚ ଅଃମାର୍ ଉବା କୟ୍ଲା, "ତୁମିମଃନ୍ ଆରେକ୍ ଜାୟ୍ ଅଃମାର୍ ହାଁୟ୍ କାଦି ଗେନି ଆଣା। 26 ସେତାକ୍ ଅଃମିମଃନ୍ କୟ୍ଲୁ ଜଃଉଁ ନଃହାରୁ; କାୟିତାକ୍ବଃଲେକ୍ ସାନ୍ ବାଇ ଅଃମିମଃନାର୍ ସଃଙ୍ଗ୍ ନଃରିଲେକ୍, ଅଃମିମଃନ୍ ସେ ଲକାର୍ ମୁଉଁକେ ଦଃକୁ ନଃହାରୁ।" 27 ସେତାକ୍ ତର୍ ଦାସ୍ ମର୍ ଉବା, ସେ ଅଃମିମଃନ୍କେ କୟ୍ଲା, ତୁମିମଃନ୍ ଜାଣାସ୍, ମର୍ ମାୟ୍ଜି ରାହେଲ୍ ତଃୟ୍ହୁଣି ଜଳେକ୍ ହଅ ଅୟ୍ରିଲାୟ୍। 28 ସେମଃନାର୍ ବିତ୍ରେ ଗଟେକ୍ ଅଃମାର୍ ତଃୟ୍ହୁଣି ବାରିଗଃଲା, ସେତାକ୍ ମୁୟ୍ କୟିଲେ,"ସେ ବାୟ୍ଦ୍ରେ କଃଣ୍ଡ୍ କଃଣ୍ଡ୍ ଅୟି ନଃସ୍ଟ୍ ଅୟିଆଚେ; ଆର୍ ସେ ଦିନ୍ ହୁଣି ମୁୟ୍ ଆର୍ ତାକେ ନଃଦେକି।" 29 ଅଃବେ ମର୍ ତଃୟ୍ହୁଣି ତାକେ ନଃୟ୍ ଗଃଲେକ୍ ଜଃବେ ତାକେ ବିବ୍ତି ଗଃଟେଦ୍ ତଃବେ ତୁମିମଃନ୍ ମକେ କାନ୍ଦାୟ୍ କଃରି ଇ ବୁଡାବଃଳ୍ ମଃସ୍ଣେ ହଃଟାଉଆସ୍।
30 ଇତାକେ ତର୍ ଦାସ୍ ଜେ ମର୍ ଉବା ତାର୍ ଚମେ ଗଃଲେକ୍, ଅଃମାର୍ ସଃଙ୍ଗ୍ ଜଃବେ ଇ ବେଣ୍ଡ୍ୟା ନଃରେୟ୍ ତଃବେ ଇ ବେଣ୍ଡ୍ୟା ନଃରିଲାର୍ ଦଃକି ସେ ତଃତ୍କାଣ୍ ମଃରେଦ୍। 31 କାୟିତାକ୍ବଃଲେକ୍ ଉବାର୍ ଜିବନ୍ ଇ ମାନାୟ୍ର୍ ଜିବନ୍ ସଃଙ୍ଗ୍ ମିସି ଆଚେ ତଃବେ ତର୍ ଇ ଦାସ୍ମଃନ୍ ଦୁକେ ହାକ୍ଲା ବାଳେ ତର୍ ଦାସ୍ ଅଃମିମଃନାର୍ ଉବାକେ ମଃସୁଣ୍ ହଃଟାଉତି। 32 ଆରେକ୍ ତର୍ ଦାସ୍ ମୁୟ୍ ନିଜାର୍ ଉବାର୍ ହାକ୍ ଇ ବେଣ୍ଡ୍ୟାର୍ ଜଃବ୍ନି ଅୟି କୟ୍ଆଚି, ମୁୟ୍ ଜଃବେ ତାକେ ତର୍ ଚଃମେ ନାଣ୍ଲେକ୍, ଜିବନ୍ଜାକ ଉବାର୍ ତଃୟ୍ ଦସି ଅୟ୍ନ୍ଦ୍। 33 ସେତାକ୍ ଗଃଉଆରି କଃରୁଲେ, ସାଉକାର୍ ତଃୟ୍ ଇ ବେଣ୍ଡ୍ୟାର୍ ବାଦୁଲେ ତର୍ ଦାସ୍ ମୁୟ୍ ତର୍ ଦାସ୍ ଅୟି ରଃୟ୍ନ୍ଦ୍, ମଃତର୍ ଇ ବେଣ୍ଡିଆକେ ବାଇମଃନାର୍ ସଃଙ୍ଗ୍ ଚାଡିଦେସ୍। 34 କାୟିତାକ୍ବଃଲେକ୍ ଇ ବେଣ୍ଡିଆ ମର୍ ସଃଙ୍ଗେ ନଃରିଲେକ୍, ମୁୟ୍ କଃନ୍କଃରି ଉବାର୍ ଚଃମେ ଜଃଉଁହାରି? ଆର୍ ଉବାକେ ଜୁୟି ବିବ୍ତି ଗଃଟେଦ୍, ସେରି କଃନ୍କଃରି ଦଃକୁହାରି।