1 ଇତାର୍ ହଃଚେ ସିନିୟରାର୍ ଅମ୍ରାପଲ୍ ରଃଜା ଆର୍ ଇଲାସରାର୍ ଅରିୟକ୍ ରଃଜା ଏଲମର୍ କଦର୍ଲାୟମର୍ ରଃଜା ଆର୍ ଗୟ୍ମର୍ ତିଦିୟଲ୍ ରଃଜାର୍ ରାଜ୍ କଃର୍ତାବଃଳ୍, 2 ଇମଃନ୍ ସଦମାର୍ ରଃଜା ବିରା ଆର୍ ହମରାର୍ ରଃଜା ବିର୍ସା ଆର୍ ଅଃଦ୍ମାର୍ ରଃଜା ସିନାବ୍ ଆର୍ ସବୟମର୍ ରଃଜା ସିମେବର ଆର୍ ବେଲା, ବଃଲେକ୍, ସୟରାର୍ ରଃଜା ସଃଙ୍ଗ୍ ଜୁଜ୍ କଃଲାୟି 3 ଇ ସଃବୁଲକ୍ ସିଦିମ ହଃଦାୟି ବଃଲେକ୍, ନଣ୍ ସଃମ୍ନ୍ଦାର୍ ଚଃମେ ଗଟେତଃୟ୍ ଅୟ୍ରିଲାୟ୍। 4 ଜୁୟ୍ତାର୍ ଗିନେ ସେମଃନ୍ ବାର୍ ବଃର୍ସ୍ ହଃତେକ୍ କଦର୍ଲାୟମର୍ ରଃଜାର୍ ଆୟ୍ତେ ରଃୟ୍ ତେର ବଃର୍ସ୍ ଅୟ୍ଲାବଃଳ୍ ତାର୍ ବିରଦି ଅୟ୍ରିଲାୟ୍, 5 ଜୁୟ୍ତାର୍ ଗିନେ ଚଃଉଦ ବଃର୍ସ୍ କଦର୍ଲାୟମର୍ ରଃଜା ଆର୍ ତାର୍ ଉହ୍କାର୍ କାରି ରଃଜାମନ୍ ଆସି ଅସ୍ତରତ କର୍ନିୟମେ ରପାୟ୍ର୍ ଲକ୍ ମଃନ୍କେ ଆର୍ ହମର୍ ଦେସେ ସୁସିୟ ଲକ୍ ମଃନ୍କେ ଆର୍ ସାବି କିରିୟାତମ ତଃୟ୍ ଏମିୟ ଲକ୍ମଃନ୍କେ, 6 ଆର୍ ମରୁବଃଟା ଚଃମାର୍ ଏଲ-ପାରଣ ହଃତେକ୍ ସେରିୟ ହଃର୍ବାତେ ବାସାକାରି ହଃରିୟ ଲକ୍ମଃନ୍କେ ଜିତ୍ଲାୟ୍। 7 ଆରେକ୍, ସେମଃନ୍ ସେ ଜଃଗାୟ୍ ହୁଣି ବାଉଳି ଏନ୍ମିସ୍ପାତ୍, ବଃଲେକ୍ ବିନ୍ ଦେସ୍କେ ଜାୟ୍ ଅମାଲେକିୟ ଲକମଃନ୍କାର୍ ସଃବୁ ଦେସ୍ ଆର୍ ହତ-ତାମର୍ ବାସି ଇମରିୟ ଲକ୍ମଃନ୍କେ ଆରାୟ୍ଲାୟ୍। 8 ଇତାର୍ଗିନେ ସଦମାର୍ ରଃଜା ଆର୍ ହମରାର୍ ରଃଜା ଆର୍ ଅଦ୍ମାର୍ ରଃଜା ଆର୍ ସବୟମର୍ ରଃଜା ଆର୍ ବେଲାର୍,ବଃଲେକ୍, ସୟରାର୍ ରଃଜା,ଇ ହାଞ୍ଚ୍ ରଃଜା ମିସି କଃରି, 9 ଏଲମାର୍ କଦର୍ଲାୟମର୍ ରଃଜା ଆର୍ ଗୟ୍ମରାର୍ ରଃଜା ଆର୍ ସିନିୟରାର୍ ଅମ୍ରାପଲ୍ ରଃଜା ଆର୍ ଇଲାସରାର୍ ଅରିୟକ୍ ରଃଜା, ଇ ଚାରି ରଃଜାମଃନାର୍ ବିରୁଦେ ସିଦିମ୍ ହଃଦାୟି ଜୁଜ୍ କଃରୁକ୍ ଦଃର୍ଲାୟ୍। 10 ସେ ସିଦିମ୍ ହଃଦାୟି ଚିକ୍ଟା ମାଟିର୍ ହଃଦାୟି ଗାଦା କାଲ୍ ରିଲି; ସଦମାର୍ ଆର୍ ହମରାର୍ ରଃଜାମଃନ୍ ହଃଳାୟ୍ ଜଃଉଁଜଃଉଁ ସେ ବିତ୍ରେ ଅଦୁର୍ଲାୟ୍, ଆରେକ୍, ଜୁଣ୍ଲକ୍ମଃନ୍ ରିଲାୟ୍, ସେମଃନ୍ ଡଙ୍ଗୁର୍ ବାଟ୍ୟା ଦଃବ୍ଳି ଗଃଲାୟି। 11 ଇହର୍ ସେମଃନ୍ ସଦମ୍ ଆର୍ ହମରାର୍ ସଃବୁ ଦଃନ୍ବିତ୍ ଆର୍ କାଦିକଣ୍ଡା ଜିକି ହଃଳାୟ୍ଲାୟ୍। 12 ଆରେକ୍, ଅବ୍ରାମାର୍ ପୁତ୍ରା ସଦମେ ବାସା କଃର୍ତା ଲତକେ ଆର୍ ତାର୍ ସଃବୁ ଦଃନ୍ ବିତ୍ ନଃୟ୍ ହଃଳାୟ୍ଲାୟ୍। 13 ସଃଡେବଃଳ୍ ଗଃଟେକ୍ ଦେସ୍ ବୁଲୁ ଏବ୍ରିୟ ଅବ୍ରାମକେ ଇ କବୁର୍ ଜାଣାୟ୍ଲା; ସଃଡେବଃଳ୍ ଅବ୍ରାହାମ୍ ଇସ୍କଲାର୍ ଆର୍ ଆନେରାର୍ ବାୟ୍ସି ଇମରିୟ ମମ୍ରିର୍ ଅଲନ୍ ଗଃଚ୍ ତଃଳେ ବାସା କଃର୍ତି ରିଲାୟ୍, ଆରେକ୍ ସେମଃନ୍ ଅବ୍ରାମାର୍ ଉହ୍କାର୍ କାରି ରିଲାୟ୍ 14 ସଃଡେବଃଳ୍ ଅବ୍ରାହାମ୍ ଅଃହ୍ଣାର୍ ଗଃର୍କୁଟୁମାର୍ ଲକ୍ ଦଃରାହଃଳ୍ଲାର୍ କଃବୁର୍ ସୁଣ୍ଲା ଦାହ୍ରେ ଜୁଜ୍ ବିଦ୍ୟା ସିକିରିଲା ନିଜାର୍ ତିନିସଅ ଅଃଟ୍ର ଲକ୍କେ ସଃଙ୍ଗେ ନଃୟ୍ କଃରି ସଃତ୍ରୁ ମଃନାର୍ ହଃଚେ ହଃଚେ ଦଃବ୍ଳି ଦାନ୍ ଗଃଳ୍ ହଃତେକ୍ ଗଃଲାୟି। 15 ଇତାର୍ ହଃଚେ ସେ ନିଜାର୍ ସେବାକାରି ମଃନ୍କେ ଦୁଇ ଦଃଳ୍ କଃରି ରାତି ବଃଳ୍ ସଃତ୍ରୁ ମଃନ୍କେ ମାରୁକ୍ ସଃମ୍ରତ୍ ଅୟ୍ଲାୟ୍, ଆରେକ୍ ସେମଃନ୍କେ ଆରାଉତା ହଃତେକ୍, ଦମେସକାର୍ ଉତୁର୍ ବାଟ୍ୟା ହବ ହଃତେକ୍ ସେମଃନାର୍ ହଃଚେ ହଃଚେ କଃଦିନିଲାୟ୍। 16 ଆରେକ୍, ଜିକି ନଃୟ୍ରିଲା ସଃବୁ ଦଃନ୍ ଆର୍ ନିଜାର୍ ପୁତ୍ରା ଲତ ଆର୍ ତାର୍ ଦଃନ୍ବିତ୍, ଆର୍, ଟକିହିଲାମଃନ୍କେ ଆର୍ ସଃବୁ ଲକ୍ମଃନ୍କେ ବାଉଳାୟ୍ ଆଣ୍ଲାୟି।
17 ଇ ହର୍ ଅବ୍ରାହାମ୍ କଦର୍ଲାୟମକେ ଆର୍ ତାର୍ ସଂଙ୍ଗ୍ ରିଲା ରଃଜା ମଃନ୍କେ ଜୁଜେ ଅଃତ୍ୟାକଃରି ବାଉଳ୍ଲା ହଃଚେ, ସଦମାର୍ ରଃଜା ତାର୍ ସଃଙ୍ଗ୍ ମିସୁକେ ସାବି ହଃଦା, ବଃଲେଲ୍, ରଃଜାର୍ ହଃଦାକେ ଗଃଲା। 18 ଆରେକ୍, ସାଲମ୍ ତଃୟିର୍ ରଃଜା ମଲକିସେଦକ୍ ରୁଟି ଆର୍ ଅଙ୍ଗୁର୍ ରଃସ୍ ଦଃରି ଆସ୍ଲା; ସେ ସଃବ୍କେ ଉଟ୍ୟା ଇସ୍ୱରାର୍ ଜାଜକ୍; 19 ସେ ଅବ୍ରାମକେ ଆସିର୍ବାଦ୍ କଃରି କୟ୍ଲା, "ଅବ୍ରାହାମ୍ ସଃର୍ଗ୍ ଆର୍ ହୁର୍ତିବିର୍ ଅଃଦିକାରି ସଃବ୍କେ ଉଟ୍ୟା ଇସ୍ୱରାର୍ ଆସିର୍ବାଦାର୍ ଲକ୍ ଅଃଉ; 20 ସଃବ୍କେ ଉଟ୍ୟା ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ସେ ତର୍ ସଃତ୍ରୁମଃନ୍କେ ତର୍ ଆତେ ସଃହ୍ରି ଦିଲା।" ସଃଡେବଃଳ୍ ଅବ୍ରାହାମ୍ ସଃବୁ ଜିନିସାର୍ ଦଃସ୍ ବାଗେ ହୁଣି ବାଗେକ୍ ମଲ୍କିସେଦକ୍କେ ଦିଲା। 21 ଇତାର୍ ହଃଚେ ସଦମାର୍ ରଃଜା ଅବ୍ରାମକେ କୟ୍ଲା, "ତୁୟ୍ ସଃବୁ ଦଃନ୍ ବିତ୍ ନେଏ, ମଃତର୍ ସଃବୁ ମାନାୟ୍କେ ମକେ ଦେଏ।" 22 ତଃବେ ଅବ୍ରାହାମ୍ ସଦମାର୍ ରଃଜାକେ ଉତୁର୍ ଦିଲା, "ମୁୟ୍ ସଃର୍ଗ୍ ଆର୍ ହୁର୍ତିବିର୍ ଅଃଦିକାରି ମାପୁର୍ ଜିଅବାର୍ ଗିନେ ସାୟିପ୍ କଃରି କଃଉଁଲେ, 23 ମୁୟ୍ ତର୍ କାୟିରି ହେଁ ନେଉଁ ନଃଚି, କଃଣ୍ଡେକ୍ ସୁତା କି, ହାଣ୍ଡାୟର୍ ବାନ୍ଦୁଣ୍ ହେଁ ନେଉଁ ନଃଚି; ହଃଚେ ତୁମି କଃଉଆସ୍, ମୁୟ୍ ଅବ୍ରାମକେ ମାଜନ୍ କଃରି ଆଚୁ। 24 ମଃତର୍ ମର୍ ଦଃଙ୍ଗ୍ଳା ଲଃକ୍ମଃନ୍ ଜୁୟ୍ରି ଜାୟ୍ଆଚ୍ତି, ସେରି ନଃୟ୍ନ୍ଦ୍, ଆରେକ୍, ମଃର୍ ଜୁଣ୍ ଉହ୍କାର୍କାରି ସଃଙ୍ଗେ ଜାୟ୍ରିଲାୟ୍, ସେମଃନ୍, ବଃଲେକ୍, ଆନେର୍ ଆର୍ ଇସ୍କଲ ଆର୍ ମମ୍ରି ନିଜାର୍ ନିଜାର୍ ହାଉତା ବାଗ୍ ନେଉଅତ୍।"