1 ଅବ୍ରାମାର୍ ଡକୁର୍ସି ସାରିର୍ ହିଲା ନଃରିଲାୟ୍, ଆରେକ୍, ହାଗାର୍ ନାଉଁଆର୍ ତାର୍ ଗଃଟେକ୍ ମିସରାର୍ ଦାସି ରିଲି। 2 ତଃବେ ସାରି ଅବ୍ରାମକେ କୟ୍ଲି, "ଦଃକ୍, ମାପୁର୍ ମକେ ବାଞ୍ଜି କଃରିଆଚେ; ଇତାର୍ଗିନେ ମୁୟ୍ ଗଃଉଆରି କଃରୁଲେ, ତୁୟ୍ ମର୍ ଇ ଦାସିର୍ ସଃଙ୍ଗ୍ ସଃଉଆବଃସା କଃର୍; କେଜାଣ୍ ମୁୟ୍ ଇତାର୍ ଗିନେ ହଃଅ ହାଉଁ ହାରି।" ତଃବେ ଅବ୍ରାହାମ୍ ସାରିର୍ କଃତାୟ୍ ରାଜି ଅୟ୍ଲା। 3 ଅବ୍ରାହାମ୍ କିଣାନ୍ ଦେସେ ଦଃସ୍ ବଃର୍ସ୍ ବାସା କଃଲା ହଃଚେ ତାର୍ ଡକୁର୍ସି ସାରି ଅଃହ୍ଣାର୍ ମିସରାର୍ ଦାସି ହାଗାର୍କେ ନଃୟ୍ ନିଜାର୍ ଡକ୍ରାସି ଅବ୍ରାମାର୍ ସଃଙ୍ଗ୍ ବିବା କଃରାଇଲି। 4 ଇତାର୍ ହଃଚେ ଅବ୍ରାହାମ୍ ହାଗାର୍କେ ସଃଉଆବଃସା କଃଲାକେ,ସେ ଗର୍ବ୍ବାସ୍ ଗଃଲି; ଆରେକ୍, ନିଜେ ଗଃର୍ବ ବାସ୍ ଅୟି ଆଚେ,ଇରିଜାଣି ସେ ନିଜାର୍ ତଳାସିକେ ଇନସ୍ତାକଃରି କଃଉଁକେ ଦଃର୍ଲି। 5 ସେତାର୍ ଗିନେ ସାରି ଅବ୍ରାମକେ କଃୟ୍ଲି, "ମର୍ ଇ ଅନ୍ୟାୟାର୍ ହଃଳ୍ ତର୍ ଅଃଉଅ; ମୁୟ୍ ନିଜାର୍ ଦାସିକେ ତର୍ କଳେ ଦଃୟ୍ଆଚି, ସେ ଅଃବେ ଅଃହ୍ଣାର୍ ଗଃର୍ବ୍ବାସ୍ ଜାଣି ମକେ ଇନସ୍ତା କଃରୁଲି; ଇସ୍ୱର୍ ତର୍ ଆର୍ ମର୍ ବିଚାର୍ କଃର।" 6 ସେତାର୍ ଗିନେ ଅବ୍ରାହାମ୍ ସାରିକେ କଃୟ୍ଲା,"ଦଃକ,ତର୍ ଦାସି ତର୍ ଆତେ ଆଚେ; ତକେ ଜାୟ୍ରି ନିକ ଲାଗୁଲି, ସେରି ତାକେ ତୁୟ୍ କଃର୍।" ସେତାକ୍ ସାରି ହାଗାର୍କେ ଇନସ୍ତା କଃରୁକ୍ ଦଃର୍ଲି, ସେତାର୍ ଗିନେ ସେ ତାର୍ ତଃୟ୍ ହୁଣି ହଃଳାୟ୍ ଗଃଲି 7 ଇତାର୍ ହଃଚେ ଇସ୍ୱରାର୍ ଦୁତ୍ ମରୁବଃଟାୟ୍ ଗଟେକ୍ ଜଃର୍ନିୟା ହାଣି ବାରାଉତା ଚଃମେ,ବଃଲେକ୍, ସୁର ଦେସ୍ ଜାତାବାଟେ ଜୁଣ୍ ଜଃର୍ନିୟା ହାଣି ବାରାଉଁଲି, ସେତାର୍ ଚଃମେ ତାକ୍ ଦଃକି କୟ୍ଲା, 8 "ଏଗା ସାରିର୍ ଦାସି ହାଗାର୍, ତୁୟ୍ କୁୟ୍ତି ହୁଣି ଆୟ୍ଲିସ୍ ଆରେକ୍ ତୁୟ୍ କୁୟ୍ତି ଜାସି" ସେତାକ୍ ସେ କୟ୍ଲି,"ମୁୟିଁ ନିଜାର୍ ତଳା ସାରି ଚଃମେ ହୁଣି ହଃଳାୟ୍ ଜଃଉଁଲେ।" 9 ସେଡେବଃଳ୍ ମାପୁରାର୍ ଦୁତ୍ ତାକେ କୟ୍ଲା, "ତୁୟ୍ ତର୍ ତଳାଦି ଚଃମେ ଲେଉଟିଜାୟ୍ ତିର୍ ବାବେ ରେଏ।" 10 ମାପୁରାର୍ ଦୁତ୍ ଆରେକ୍ କୟ୍ଲା, "ମୁୟ୍ ତର୍ ବଃଉଁସ୍ ଇହର୍ ବାଡାୟିନ୍ଦ୍, ଜେ ଅଲେକାର୍ ଅଃଉତି ସେମଃନ୍କେ ଗଃଣି ହାରିନୟ୍।" 11 ମାପୁରାର୍ ଦୁତ୍ ଆରେକ୍ କୟ୍ଲା, "ଦଃକ୍, ତର୍ ଗଃର୍ବାସ୍ ଅୟି ଆଚେ, ତୁଇ ଅଃଣ୍ଡ୍ରା ହିଲା ଜଃଲମ୍ କଃର୍ସି, ତାର୍ ନାଉ ଇସ୍ମାଏଲ୍ ଦେସି, କାୟିତାକ୍ ବଃଲେକ୍ ମାପୁର୍ ତର୍ ଦୁକ୍ ସୁଣ୍ଲା ଆଚେ। 12 ଆରେକ୍, ସେ ମାନାୟ୍ ମଃନ୍କାର୍ ବିତ୍ରେ ବଃନାର୍ ଗଃଦ ହର୍ ଅୟ୍ଦ୍, ତାର୍ ଆତ୍ ସଃବୁ ଲକାର୍ ବିରୁଦେ ରଃୟ୍ଦ୍, ଆରେକ୍, ସେ ଅଃହ୍ଣାର୍ ବାୟ୍ ମଃନ୍କାର୍ ସଃଙ୍ଗ୍ ସଃତ୍ରୁ ଅୟି ବାସ୍ କଃରେଦ୍।" 13 ଆର୍ ହାଗାର୍ ଅଃହ୍ଣାର୍ ସଃଙ୍ଗ୍ କଃତାବାର୍ତା କାରି ମାପୁରାର୍ ଇ ନାଉ ଦିଲି, ବଃଲେକ୍, "ମଦର୍ସକ ଇସ୍ୱର୍," ବଃଲେକ୍ ତୁୟ୍ ମକେ ଦଃକୁଲିସ୍, "ଜେ ମକେ ଦଃକୁଲା, ସେ ଦଃକ୍ଲା ହଃଚେ ମୁୟ୍ କି ଇତି ଆରେକ୍ ବାଚି ଆଚି" 14 ଇତାର୍ ଗିନେ ସେ କୁଇଁର୍ ନାଉ ବେର୍-ଲହୟ-ରୟ୍ ନାଉ ଅୟ୍ଲି। ସେ କୁଇଁ କାଦେସ୍ ଆର୍ ବେର୍ଦ ମଃଜାୟ୍ ଆଚେ। 15 ଇତାର୍ ହଃଚେ ହାଗାର୍ ଅବ୍ରାମାର୍ ଗିନେ ଅଃଣ୍ଡ୍ରା ହିଲା ଜଃଲମ୍ କଃଲି, ଅବ୍ରାହାମ୍ ହାଗାର୍ ତଃୟ୍ ହୁଣି ଜାତ୍ ଅଃହ୍ଣାର୍ ସେ ହିଲାର୍ ନାଉ ଇସ୍ମାଏଲ୍ ଦିଲା। 16 ଅବ୍ରାମାର୍ ଚାରିକଃଳି ଚଅ ବଃର୍ସ୍ ବଃୟ୍ସେ ହାଗାର୍ ଅବ୍ରାମାର୍ ଗିନେ ଇସ୍ମାଏଲ୍କେ ଜଃଲମ୍ କଃଲି।
Publicidade
Gênesis 16
ହାଗାର୍ ଆର୍ ଇସ୍ମାଏଲ୍
Veja também
Publicidade