1 ଇସ୍ୱର୍ ହାଜ୍ଲା ବୁୟେଁ ଇଣ୍ଡ୍ତା ଜିବ୍ଜଃତୁମଃନ୍କାର୍ ବିତ୍ରେ ସାହ୍ ବେସି ଦୁସ୍ଟ୍ ରିଲି। ଗଟେ ଦିନ୍ ସାହ୍ ମାୟ୍ଜିକେ କୟ୍ଲି; "ଏଗା, ଇରି କାୟି ସଃତ୍କି, ବାଳାର୍ କୁୟି ଗଃଚାର୍ ହଃଳ୍ କାଉଁକେ ମାପୁର୍ ତୁମିକେ ମଃନା କଃରିଆଚେ?" 2 ମାୟ୍ଜି ସାହ୍କେ ଉତୁର୍ ଦିଲି, "ଅଃମି ବାଳାର୍ ସଃବୁ ଗଃଚାର୍ ହଃଳ୍ କାଉଁ ହାରୁ," 3 ମଃତର୍ ବାଳାର୍ ମଃଜିୟେ ରିଲା ଗଃଚାର୍ ହଃଳ୍ ବିସୟେ ଇସ୍ୱର୍ କୟ୍ ଆଚେ,ତୁମି ମଃନ୍ ସେରି କାହାନାୟ୍ କି ଚିଉଆ ନାୟ୍, ସେରି କଃଲେକ୍ ମଃରାସ୍।
4 ସାହ୍ ମାୟ୍ଜି କେଏ କୟ୍ଲି,"ତୁମି କଃବେ ନଃମେରାସ୍," 5 ମଃତର୍ ଇସ୍ୱର୍ ଜାଣି ଆଚେ, ତୁମିମଃନ୍ ଜୁଣ୍ ଦିନ୍ ସେରି କାହାସ୍, ସେଦିନ୍ ତୁମିମଃନାର୍ ଆକି ଉଗାଳି ଅୟ୍ଦ୍ ସେତାର୍ ହାଇଁ ତୁମିମଃନ୍ ଇସ୍ୱରାର୍ ହର୍ ବଃଲ୍ ଆର୍ ମଃନ୍ଦ୍ ଗିଆନ୍ ହାଉଆସ୍।
6 ଇ କଃତାୟ୍ ମାୟ୍ଜି ସେ ଗଃଚେ ହୁଣି ବଃଲ୍ କାଦି ହାଉଁକେ ଆର୍ ଆକିର୍ ସୁନ୍ଦୁରାର୍ ଗିନେ ଆର୍ ଗିଆନ୍ ହାଉତା ଲଃବାର୍ ଗିନେ ନିଜାର୍ ଇଚା ହଃର୍କାରେ ସେ ଗଃଚେ ହୁଣି ହଃଳ୍ କଳି କାୟ୍ଲି, ଆରେକ୍, ଅଃହ୍ଣାର୍ ସଃଙ୍ଗାର୍ ସଃଙ୍ଗୁଆଡ଼ିକେ ହେଁ ଦିଲି, ଆର୍ ସେ ହେଁ କାୟିଲା। 7 ସେମଃନ୍ କାଉଁକାଉଁ ସେମଃନାର୍ ଆକି ଉଗାଡିଅୟ୍ଲି, ସେମଃନ୍ ନିଜାର୍ ନଃଗ୍ଳା ଜାଣିକଃରି ଡୁମ୍ବୁର୍ ଗଃଚାର୍ ହଃତାର୍ ତୁନିକଃରି ନଃଗ୍ଳା ଲୁକାଉଁକେ ହିନ୍ଦ୍ଲାୟ୍। 8 ବେଳ୍ ବୁଡି ଆସ୍ତାବଃଳ୍ ବାଳେ ବୁଲାବୁଲି କଃର୍ତା ମାପୁରାର୍ ଡାକ୍ ସୁଣି ଆଦମ୍ ଆର୍ ତାର୍ ଡକୁର୍ସି ମାପୁର୍କେ ଦଃକାୟ୍ ନୟ୍ ବାଳେରିଲା ଗଃଚେ ଆଡୁକା ଅୟି ଲୁକ୍ଲାୟ୍। 9 ଇସ୍ୱର୍ ଆଦମ୍କେ ଡାକ୍ ହଃକାୟ୍ କୟ୍ଲା, "ତୁମି କୁୟ୍ତି ଆଚାସ୍?"
10 ସେ ଉତୁର୍ ଦିଲା, "ମୁୟ୍ ବାଳ୍ ମଃଜିଏ ତର୍ ଡାକ୍ ସୁଣି ମୁଁୟ୍ ନଃଗ୍ଳା ଆଚି ଇରି ଜାଣି ଡିରିକଃରି ଲୁକି ଆଚି।"
11 ଇସ୍ୱର୍ କୟ୍ଲା, "ତୁମି ନଃଗ୍ଳା ଆଚାସ୍, ଇରି ତୁମିକେ କେଏ ଜାଣାୟ୍ଲା? ମୁଁୟ୍ ଜୁୟି ଗଃଚାର୍ ହଃଳ୍ କାଉଁକେ ମଃନା କଃରିରିଲେ, ସେରି ତୁମି କାୟି ଆଚାସ୍?"
12 ଅଦମ୍ କଃୟ୍ଲା, "ତୁଇ ଜୁଣ୍ ଟକିକେ ମଃର୍ ସଃଙ୍ଗ୍ ରେଉଁକେ ଦଃୟି ଆଚ୍ସି, ସେ ମକେ ସେଗଃଚାର୍ ହଃଳ୍ ଦିଲି, ସେତାକ୍ ମୁୟଁ କାୟ୍ଲେ।" 13 ସଃଡେବଃଳ୍ ଇସ୍ୱର୍ ଟକିକେ କୟ୍ଲା, "ଇରି କାୟିରି କଃଲିସ୍?" ମାୟ୍ଜି କୟ୍ଲି, "ସାହ୍ ମକ୍ ଜଃଟ୍ଲି ତଃବେ ମୁୟଁ କାୟ୍ଲେ।"
14 ସେତାକ୍ ଇସ୍ୱର୍ ସାହ୍କେ କୟ୍ଲା, "ଇ କାମ୍ କଃଲାର୍ ଗିନେ ତୁୟ୍ ସଃବୁ ଗାଉଁଆର୍ ଆର୍ ଜିବ୍ଜଃତୁ ମଃନ୍କାର୍ ତଃୟ୍ହୁଣି ଅଃଦିକ୍ ସାୟିପ୍ ହାଇଲିସ୍, ତୁଇ ତର୍ ନିଜାର୍ ହେଟେ ରାଙ୍ଗ୍ସି ଆର୍ ଜିବନ୍ କାଳ୍ ହଃତେକ୍ ଦୁଳି କାସି।" 15 ଆରେକ୍ ମୁୟ୍ ତର୍ ଆର୍ ମାୟ୍ଜି ତଃୟ୍ ହୁଣି, ତର୍ ବଃଉଁସ୍ ଆର୍ ତାର୍ ବଃଉଁସ୍ ବିତ୍ରେ ବିର୍ଦବାବ୍ କଃରିନ୍ଦ୍; ସେ ତର୍ ମୁଣ୍ଡେ ମାରେଦ୍ ଆର୍ ତୁଇ ତାର୍ ଗଃଟିୟେ ମାର୍ସି। 16 ତଃବେ ସେ ଟକିକେ କୟ୍ଲା, "ମୁୟିଁ ତର୍ ହିଲାହାଉତା ଦୁକା ଅଃଦିକ୍ କଃରି ବାଡାୟିନ୍ଦ୍, ତୁଇ ଦୁକାୟ୍ ହିଲା ଜଃଲମ୍ କଃର୍ସି;" ଆର୍ ଅଃଣ୍ଡ୍ରାର୍ ଉହ୍ରେ ତର୍ ଇଚା ରଃୟ୍ଦ୍, ସେ ତର୍ ଉହ୍ରେ ଅଃଦିକାର୍ କଃରେଦ୍। 17 ଆରେକ୍ ସେ ଆଦମ୍କେ କୟ୍ଲା,"ଜୁଣ୍ ଗଃଚାର୍ ହଃଳ୍ ନଃକାଉଁକେ ମୁୟ୍ କୟ୍ ରିଲେ, ତୁୟ୍ ତର୍ ଡକୁର୍ଦିର୍ କଃତା ମାନି ସେରି କାୟି ଆଚ୍ସି; ଇତାର୍ ଗିନେ ବୁୟ୍ଁ ସାୟିପ୍ ହାୟ୍ଲି; ତୁୟ୍ ଜିବନ୍ ଜାକ କଃସ୍ଟ୍କଃରି ସେତି ହୁଣି କାଦି ହାଉସି।" 18 ସେତି କାଟା ଗଃଚ୍ମଃନ୍ ଆର୍ ବଃନ୍ ଗଃଚ୍ ଜାତ୍ ଅୟ୍ଦ୍ ଆର୍ ବୁୟାଁର୍ ସାଗ୍ କାସି। 19 "ତୁୟ୍ ଜୁଣ୍ ଦୁଳି ତଃୟ୍ହୁଣି ତିଆର୍ ଅୟ୍ରିଲିସ୍, ସେତି ମିସ୍ତା ହଃତେକ୍ କଃସ୍ଟ କଃରି କାମାୟ୍ କାସି; କାୟିତାକ୍ ବଃଲେକ୍ ତୁୟ୍ ଦୁଳି ଆରେକ୍ ଦୁଳାୟ୍ ମିସିଜାସି।"
20 ଇତାର୍ ହଃଚେ ଆଦମ୍ ନିଜାର୍ ଡକୁର୍ସିର୍ ନାଉ ହବା ଦିଲା, କାୟିତାକ୍ ବଃଲେକ୍ ସେ ସଃବୁ ଜିବନ୍ ରିଲା ଲକାର୍ ଆୟ୍ସି ଅୟ୍ଦ୍। 21 ଆରେକ୍ ଇସ୍ୱର୍ ହସୁ ଚାମାର୍ ବଃସ୍ତର୍ ହାଜିକଃରି ଆଦମ୍ ଆର୍ ତାର୍ ଡକୁସିକେ ହିନ୍ଦାୟ୍ଲା।
22 ମାପୁର୍ କୟ୍ଲା, "ଦଃକା ମାନାୟ୍ ବଃଲ୍ମଃନ୍ଦ୍ ଗିଆନ୍ ହାୟ୍ଁ, ଅଃମାର୍ ହର୍ ଅୟିଆଚେ, ଆରେକ୍ ଅଃବେ ସେ ଜଃନ୍ କଃରି ଆତ୍ ଲାଗାୟ୍ ଅଃମର୍ ଗଃଚାର୍ ହଃଳ୍ କଳି କାୟି ଅମର୍ ଜିବନ୍ ଜଃନ୍ କଃରି ନଃହାୟ୍ ସେତାକ୍" 23 ଇସ୍ୱର୍ ଏଦନ୍ ତଃୟ୍ ହୁଣି ତାକେ ବାର୍ କଃଲା ସେ ଜୁୟି ମାଟିଏ ଜାତ୍ ଅୟ୍ରିଲା ତାକେ ସେତି ତାସ୍ କାମ୍ କଃରୁକେ କୟ୍ଲା। 24 ଇରଃକମେ ସେ ଆଦମ୍କେ କଃଦ୍ଲା; ଆରେକ୍ ଅଃମର୍ ଗଃଚାର୍ ବାଟ୍ ରଃକ୍ୟା କଃରୁକେ ଏଦନ୍ ବାଡ଼ାର୍ ହୁର୍ବ ଦିଗେ କିରୁବ୍ ଦୁତ୍ ମଃନ୍କେ ଆର୍ ଚାରିଦିଗେ ଗିଞ୍ଜୁର୍ତା ଚିକ୍ଚିକା କଃଣ୍ଡା ସଃଙ୍ଗାୟ୍ଲା।