1 ଜାକୁବ ନିଜାର୍ ହୟ୍ସିମଃନ୍କେ କୁଦି କୟ୍ଲା, ତୁମିମଃନ୍ ଗଟେତଃୟ୍ ଅଃଉଆ; ସେସ୍ କାଳେ ତୁମିମଃନ୍କେ ଜାୟ୍ରି ଗଃଟେଦ୍ ସେରି ତୁମିମଃନ୍କେ କଃଉଁଲେ। 2 ଜାକୁବର୍ ହଃୟ୍ସିମଃନ୍ ଗଟେକ୍ତଃୟ୍ ଅୟି ସୁଣା ଆର୍ ତୁମିମଃନାର୍ ଉବାଦି ଜାକୁବର୍ କଃତା ସୁଣା। 3 ଏ ରୁବେନ୍, ତୁଇ ମର୍ ହଣୁଆଁ ହିଲା ମର୍ ବଃଳ୍ ଆର୍ ମର୍ ହଃର୍ତୁ ହଃଳ୍; ଆରେକ୍, ଜଃଜ୍ମାନେ ମୁଳିକା ଆର୍ ସଃକ୍ତିଏ ମୁଳିକା। 4 ତୁୟ୍ ଉଚୁଳ୍ତାର୍ ହାଣି ହର୍, ତର୍ ବଃଡ୍ ନଃରେୟ୍; କୟିତାକ୍ବଃଲେକ୍ ତୁୟ୍ ତର୍ ଉବାଦି ସଃଉତା ତଃୟ୍ ଗଃଲିସ୍; ତଃବେ ସେରି ବିଟାଳ୍ କଃଲିସ୍। 5 ସିମିୟନ୍ ଆର୍ ଲେବି ଦୁଇ ବାୟ୍; ସେମଃନାର୍ ଅଃସ୍ତର୍ ଜୁଜାର୍ ଅଃସ୍ତର୍। 6 ଏ ମର୍ ମଃନ୍, ସେମଃନାର୍ କୁଟ୍ କଃତାୟ୍ ହୁର୍ ନାୟ୍ ; ଏ ମର୍ ଜଃଜ୍ମାନ୍, ତୁୟ୍ ସେମଃନାର କୁଟୁମେ ଜାନାୟ୍ କାୟିତାକ୍ ବଃଲେକ୍ ସେମଃନ୍ ରିସା ଅୟି ଅଃତ୍ୟା କଃଲାୟି ନିଜାର୍ ଇଚାୟ୍ ବଃୟ୍ଲ୍ମଃନାର୍ ଲେଞ୍ଜ୍ କାଟ୍ଲାୟ୍। 7 ସେମଃନାର୍ ରିସା, ସାୟ୍ପ୍ ହାଉଅ, କାୟିତାକ୍ବଃଲେକ୍ ସେରି ଜଃବର୍ ରିଲି; ସେମଃନାର୍ ରିସା ସାୟିପ୍ ଅଃଉଅ କାୟିତାକ୍ବଃଲେକ୍ ସେରି ନିସ୍ଟୁର୍ ରିଲି; ମୁଁୟ୍ ଜାକୁବାର୍ ବଃଉଁସ୍ ବିତ୍ରେ ସେମଃନ୍କେ ବାଗ୍ କଃରିନ୍ଦ୍ ଆର୍ ଇସ୍ରାଏଲ୍ ବିତ୍ରେ ଚିନା ବିନ୍ କଃରିନ୍ଦ୍। 8 ଏ ଜିହୁଦା, ତର୍ ବାଇଦିମଃନ୍ ତକେ ଗୁଣ୍ କଃଉତି; ତର୍ ଆତ୍ ତର୍ ସଃତ୍ରୁମଃନାର୍ ଗଃଳା ଉହ୍ରେ ରଃୟ୍ଦ୍; ତର୍ ଉବାଦିର୍ ହଃୟ୍ସିମଃନ୍ ତକେ ଜୁଆର୍ କଃର୍ତି। 9 ଜିହୁଦା ଜୁବା ସିମାବାଗ୍ ହର୍; ଏ ହଅ, ତୁୟ୍ ସିକାର୍ କଃରି ଉଟି ଆୟ୍ଲିସ୍; ସେ ଚଃହୁଳ୍ଲା, ସେ ସିମାବାଗ୍ ଆର୍ ମାୟ୍ ସିମାବାଗ୍ ହର୍ ସୟ୍ଲା, କେଏ ତାକେ ଉଟାୟିଦ୍? 10 ସିଲର୍ ବଃଲେକ୍ ସାନ୍ତି କାରିର୍ ଆସ୍ତା ହଃତେକ୍ ଜିହୁଦା ହୁଣି ରଃଜାର୍ ଦଃଣ୍ଡ୍ ଆର୍ ତାର୍ ହାଦେ ହୁଣି ବିଚାର୍ କାରିର୍ ଡାଙ୍ଗ୍ ନଃଜାୟ୍; ତାର୍ ତଃୟ୍ ମାନି କଃରି ଲଃକ୍ମଃନ୍ ତାର୍ ତଃଳେ ରେତି। 11 ସେ ଅଃଙ୍ଗୁର୍ ମାଳେ ନିଜାର୍ ବାଚିକେ ଆର୍ ନିକ ଅଙ୍ଗୁର୍ ମାଳ୍ ଲଃଗେ ନିଜାର୍ ଗଃଦ ହିଲାକେ ବାନ୍ଦେଦ୍; ସେ ଅଙ୍ଗୁର୍ ରଃସେ ନିଜାର୍ ବଃସ୍ତର୍ ଆର୍ ଅଙ୍ଗୁର୍ ବଃନିଏ ନିଜାର୍ ହିନ୍ଦ୍ଲା ବଃସ୍ତର୍ ଦୟ୍ଦ୍। 12 ତାର୍ ଆକି ଅଙ୍ଗୁର୍ରଃସେ ବଃନି ରଃଙ୍ଗାର୍ ଅୟ୍ଦ୍, ଆର୍ ତାର୍ ଦାତ୍ ଦୁଦେ ଦବ୍ ଅୟ୍ଦ୍। 13 ସବୁଲୁନ୍ ସଃମ୍ନ୍ଦ୍ କଃଣ୍ଡାୟ୍ ବାସ୍ କଃରେଦ୍ ଆର୍ ତାର୍ ବାଲିହାଟା ଜାଜ୍ ରେତା ଜଃଗା ଅୟ୍ଦ୍; ଆର୍ ସିଦନ୍ ହଃତେକ୍ ତାର୍ ଅଃଦିକାରାର୍ ସଃନ୍ଦି ଅୟ୍ଦ୍। 14 ଇସାକାର୍ ଗଃଦ ହର୍, ସେ ମେଣ୍ଡା କୁଆଳେ ସୟ୍ଦ୍ 15 ସେ ବିସାଉତା ନିକ ଟାଣ୍ ଆର୍ ଦେସ୍କେ ସଃର୍ଦା କଃର୍ତା ଜଃଗା ଦଃକ୍ଲା; ସେତାକେ ବଜ୍ ବଃଉଁକେ କଃନ୍ଦ୍ ଲଃସାୟ୍ଲା, ବେଟିକାମ୍ କଃରୁକେ ଗତି ଅୟ୍ଲା। 16 ଦାନ୍ ଇସ୍ରାଏଲାର୍ ବିନ୍ ବିନ୍ ବଂସ୍ ହର୍ ଅୟି ନିଜାର୍ ଲକ୍ମଃନ୍କେ ବିଚାର୍ କଃରେଦ୍। 17 ଦାନ୍ ବାଟେ ରିଲା ବିସ୍ ସାହ୍ ହର୍ ଆର୍ ବାଟ୍ ହାଳିର୍ ନାଗ୍ ସାହ୍ ହର୍; ସେ ହାଦେ ଟକ୍ଲେକ୍ ତାର୍ ଉହ୍ରେ ଚଗିରିଲା ଲକ୍ ହଃଚ୍ବାଟ୍ ଅଦ୍ରେଦ୍। 18 ଏ ଜିଅବା, ମୁୟ୍ ତର୍ ତଃୟ୍ହୁଣି ମୁକ୍ତି ହାଉଁକେ ଜାଗି ଆଚି। 19 ଚର୍ମଃନ୍ ଗାଦ୍କେ ମାଡି ଆସ୍ତି; ମଃତର୍ ସେ ହଃଚେ ଆସି ସେମଃନ୍କେ ମାରେଦ୍। 20 ଆସେର୍ ତଃୟ୍ହୁଣି ଅଃଦିକ୍ ନିକ କାଦି ହାକେଦ୍; ସେ ରଃଜା କାତା କାଦି ଜାଗାୟ୍ଦ୍। 21 ନପ୍ତାଲି ଉଲାସେ ଦଃବ୍ଳି ବୁଲ୍ତା କଟ୍ରାହର୍, ସେ ମଃନ୍ଟାଣ୍ତା କଃତା କୟ୍ଦ୍। 22 ଜସେପ୍ ହଃଳ୍ ଦେତା ଗଃଚାର୍ ହାଲିମ୍ କଃନ୍ଦା ହର୍; ସେ ଚିଉଆ ଲଗେ ରିଲା ହାଲିମ୍ ଗଃଚ୍ ହର୍; ତାର୍ କଃନ୍ଦାମଃନ୍ କଃତି ଜିଣି ଜାୟ୍ଦ୍। 23 ଦଃଣୁ ଦଃରୁମଃନ୍ ତାକେ ବେସି କଃସ୍ଟ ଦିଲାୟ୍ ଆଚ୍ତି, ଆର୍ ତାକେ କାଣ୍ଡ୍ ବିନ୍ଦି ତାକେ କଃସ୍ଟ ଦଃୟି ଆଚ୍ତି। 24 ମଃତର୍ ତାର୍ ଦଃଣୁ ଅଃଟୁଆ ଅୟି ରିଲି, ଆରେକ୍, ଜେ ଜାକୁବାର୍ ବଃଳ୍କାରି, ସେତାର୍ଗିନେ ଇସ୍ରାଏଲାର୍ ରଃକ୍ୟାକାରି ଗଃଉଡ଼ିଆ ଆର୍ ଟେଳା ବଃଲି ଡାକ୍ହୁଟା ଅୟ୍ଦ୍। 25 ବଃଲେକ୍, ଦାଦିର୍ ଇସ୍ୱର୍, ଜେ ତର୍ ଉହ୍କାର୍ କଃରେଦ୍ ଆର୍ ସଃବ୍କେ ଉଟ୍ୟା ସଃକ୍ତିମାନ୍, ଜେ ଉହ୍ରେ ରିଲା ଅଃଗାସେ ହୁଣି ବଃର୍ସା, ମାଟି ବିତ୍ରେ ରିଲା ହାଣିଏ ହୁଣି ଉହ୍କାର୍, ଦୁଦ୍ ଆର୍ ଗଃର୍ବେହୁଣି ଆସିର୍ବାଦ୍ ଦଃୟି ଉହ୍କାର୍ କଃରେଦ୍, ତାର୍ଗିନେ ତାର୍ ଡେଣାର୍ ବଃଳ୍ ଅଃଦିକ୍ ଅୟ୍ଲି। 26 ମର୍ ହୁର୍ବାର୍ ଲକ୍ମଃନାର୍ ଆସିର୍ବାଦ୍ ତଃୟ୍ହୁଣି ତର୍ ଉବାଦିର୍ ଆସିର୍ବାଦ୍ ଅଃଦିକ୍, ତାର୍ ସଃନ୍ଦି ନାୟ୍ ହଃର୍ବାତାର୍ ସଃନ୍ଦି ହଃତେକ୍ ଲଃମି ରଃୟ୍ଦ୍, ସେରି ଜସେପାର୍ ମୁଣ୍ଡେ ବଃଲେକ୍ ନିଜାର୍ ବାୟ୍ମଃନାର୍ ତଃୟ୍ହୁଣି ଅଃଲ୍ଗା ରେତା ଲକାର୍ ମୁଣ୍ଡେ ହଃଳେଦ୍। 27 ବିନ୍ୟାବିନ୍ ଚିର୍ବୁର୍ କଃର୍ତା ଗଃଦ୍ୟାବାଗ୍ ହର୍; ଉଟ୍ଲା ସଃକାଳ୍ ଆର୍ ସଃଞ୍ଜ୍ ବଃଳ୍ ସେ ବେଟ୍ କଃରି କାୟ୍ଦ୍। 28 ଏମଃନ୍ ଇସ୍ରାଏଲାର୍ ବାର ଗସ୍ଟି; ଏମଃନାର୍ ଉବାସି ଆସିର୍ବାଦ୍ କଃର୍ତାବଃଳ୍ ଇ କଃତା କୟ୍ ହଃତି ଲକେ ଆସିର୍ବାଦ୍ କଃଲା।
29 ଇତାର୍ହଃଚ ଜାକୁବ ତାର୍ ହୟ୍ସିମଃନ୍କେ ଆଦେସ୍ ଦଃୟି କୟ୍ଲା, "ଅଃବେ ମୁଁୟ୍ ନିଜାର୍ ଲକ୍ମଃନାର୍ ସଃଙ୍ଗ୍ ଗଟେତଃୟ୍ ମିସୁକ୍ ଜଃଉଁଲେ ମୁୟ୍ ଜଃଡେବଃଳ୍ ମଃରିନ୍ଦ୍, ମର୍ ଦାଦିବାବୁମଃନାର୍ ସଃଙ୍ଗ୍ ଇପ୍ରଣର୍ ହିତିୟ ହଃଦାୟି ମକ୍ ତହାସ୍।" 30 ଇତାର୍ଗିନେ ଅବ୍ରାହାମ୍ ମସୁଣ୍ ଅଃଦିକାର୍ ଗିନେ କିଣାନ୍ ଦେସେ ମମ୍ରି ମୁଁଆଟି ଜୁୟି ମକ୍ପେଲାର୍ ହଃଦା ହିତିୟ ଇପ୍ରଣ୍ ତଃୟ୍ହୁଣି ଗେନିରିଲା ସେ ହିତିୟ ଇପ୍ରଣାର୍ ହଃଦାୟି ମର୍ ହୁର୍ବ ହୁରୁସ୍ ମଃନାର୍ ଚମେ ମକେ ତହା। 31 ସେଟାଣେ ଅବ୍ରାହାମାର୍ ଆର୍ ତାର୍ ଡକୁର୍ସିର୍ ସାରାର୍ ମଃସୁଣ୍ ଆଚେ, ଆର୍ ସେ ଟାଣେ ଇସାକ୍ ଆର୍ ତାର୍ ଡକୁର୍ସି ରିବିକାର୍ ମଃସୁଣ୍ ଆଚେ, ଆର୍ ସେଟାଣେ ମୁଁୟ୍ ହେଁ ଲେୟାକେ ତହ୍ଲେ ଆଚି। 32 ସେ ହଃଦା ଆର୍ ସେତି ରିଲା ହାର୍ ହେତିୟର୍ ହିଲାମଃନାର୍ ତଃୟ୍ହୁଣି ଗେନା ଅୟିଆଚେ ସେତି ମକେ ତହା। 33 ଇ ହଃର୍କାରେ ଜାକୁବ ନିଜାର୍ ହୟ୍ସିମଃନ୍କେ କଃଉଁକେ ସେସ୍ କଃଲାକେ ସୟ୍ଲାତଃୟ୍ ଜଳେକ୍ ଗଡ୍ ମିସାୟ୍ ମଃଲା ଆର୍ ନିଜାର୍ ଲକ୍ମଃନାର୍ ସଃଙ୍ଗ୍ ମିସ୍ଲା।