1 ହୁର୍ବେ ହୁର୍ତିବି ଜାକ ଗଟେ ବାସା ଆର୍ ଗଟେ ରଃକମ୍ କଃଉତା ରୁହ୍ ରିଲି। 2 ଆରେକ୍ ଲଃକ୍ମଃନ୍ ଗଃଟ୍ଣା ହଃର୍କାରେ ହୁର୍ବ ଦିଗେ ବୁଲୁବୁଲୁ ସିନିୟର୍ ଦେସେ ଗଟେକ୍ ବଃଟା ହାୟ୍ଲାୟ୍ ଆର୍ ସେ ଟାଣେ ବାସା ବାନ୍ଦିରିଲାୟ୍ 3 ଇତାର୍ ହଃଚେ ସେମଃନ୍ ତାକାର୍ ତାକାର୍ ବିତ୍ରେ କଃତା ଅୟ୍ଲାୟ୍, "ଆସା" ଅଃମିମଃନ୍ ଇଟା କାଟିକଃରି ନିକାକଃରି ହଡାଉଁଆଁ। ତଃବେ ଇଟା ସେମଃନାର୍ ସିଳ୍ ହର୍ ଆର୍ ମାଟିଆ ଚିକଣ୍ ସେମଃନାର୍ ଚିମିଟ୍ ହର୍ ଅୟ୍ଲି। 4 ଆରେକ୍ ସେମଃନ୍ କଃତା ଅୟ୍ଲାୟ୍, "ଆସା" ଅଃମି ନିଜାର୍ ଗିନେ ବଃସ୍ତି ଆର୍ ଗଃଟେକ୍ ଅଃଗାସେ ଚୁଉଁତାର୍ ଉଚ୍ଚା ମେଳ୍ ବଃନାଉଁଆ; ଇତାର୍ ଗିନେ ଅଃମିମଃନ୍କାର୍ ନାଉ ଡାକ୍ହୁଟେଦ୍, ଆରେକ୍ ଅଃମିମଃନ୍ ହୁର୍ତିବି ଜାକ ଏଣେ ତେଣେ ଅୟି ନଃକେରୁ। 5 ଇତାର୍ ହଃଚେ ଲଃକ୍ମଃନ୍ ଜୁୟି ଗଃଳ୍ ଆର୍ ମେଳ୍ ହାଜ୍ତି ରିଲାୟ୍, ସେରି ଦଃକୁକେ ମାପୁର୍ ଉତ୍ରି ଆୟ୍ଲା। 6 ଆରେକ୍ ମାପୁର୍ କୟ୍ଲା, "ଜାଣା, ଇ ଲଃକ୍ମଃନ୍ ସଃବୁ ଲକ୍ ଏକ୍ ଆର୍ ସେମଃନାର୍ ବାସା ହେଁ ଏକ୍, ଆରେକ୍ ଅଃବେ ଇମଃନ୍ କାମ୍ କଃରୁକେ ମଃନ୍ ଦେଉଁଲାୟ୍; ସେମଃନ୍ ଜୁଣ୍ ଜୁଣ୍ରି କଃରୁକେ ମଃନ୍କଃରୁଲାୟ୍ ସେରି କଃରୁକେ ନଃଚାଡ୍ତି।" 7 ଇତାର୍ ଗିନେ ସେମଃନ୍ ଜଃନ୍କଃରି ତାକାର୍ ତାକାର୍ ବିତ୍ରେ ବାସା ବୁଜୁ ନାହାର୍ତି, ଇତାର୍ ଗିନେ, ମୁଁୟ୍ ଉତ୍ରି ଜାୟ୍ ସେ ଜଃଗାୟ୍ ସେମଃନାର୍ ବିତ୍ରେ ବିନ୍ବିନ୍ ବାସା ଉବ୍ଜାୟ୍ନ୍ଦ୍। 8 ଇ ହଃର୍କାରେ ମାପୁର୍ ସେଟାଣେ ହୁଣି ସେମଃନ୍କେ ହୁର୍ତିବିର୍ ସଃବୁହାକ୍ ଜଃତ୍କଃତ୍ କଃଲା; ତଃବେ ସେମଃନ୍ ମେଳ୍ ବଃନାଉଁକେ ଚାଡ୍ଲାୟ୍। 9 ସେତାର୍ଗିନେ ସେ ଗଃଳାର୍ ନାଉ ବାବିଲ୍ ଅୟ୍ଲି; ଜୁଣ୍ତାର୍ ଗିନେ ମାପୁର୍ ସେଟାଣେ ହୁଣି ସଃବୁ ହୁର୍ତିବିର୍ ବିନ୍ବିନ୍ ବାସାମଃନ୍ ଉବ୍ଜାଣ୍ କଃଲା, ଆରେକ୍, ସେଟାଣେ ହୁଣି ସେମଃନ୍କେ ହୁର୍ତିଜାକ ଚିନ୍ବିନ୍ କଃଲା।
10 ସେମର୍ କୁଳ୍ବଂସାର୍ ଇରି। ହୁର୍ତିବି ବୁଡା ହାଣି ମାର୍ଲା ଦୁଇ ବଃର୍ସ୍ ହଃଚେ ସେମ ସଏ ବଃର୍ସ୍ ବଃୟ୍ସେ ଅର୍ପକସଦ୍କେ ଜଃଲମ୍ କଃଲା। 11 ଅର୍ପକସଦ୍ ଜଃଲମ୍ ଅୟ୍ଲା ହଃଚେ ସେମର୍ ହାଞ୍ଚ୍ସଅ ବଃର୍ସ୍ବଃଳ୍ ଆରେକ୍ ହିଲାମଃନ୍କେ ଜଃଲମ୍ କଃଲା।
12 ଆରେକ୍ ଅର୍ପକସଦ୍ ତିରିସ୍ ହାଞ୍ଚ୍ ବଃର୍ସ୍ ବଃୟ୍ସେ ସେଲହକେ ଜଃଲମ୍ କଃଲା 13 ସେଲହର୍ ଜଃଲମ୍ ଉତାରେ ଅର୍ପକସଦ୍ ଚାରିସଃଅ ତିନି ବଃର୍ସ୍ ଜିବନ୍ରଃୟ୍ ଆରେକ୍ ହଃୟ୍ସି ଜିସିମଃନ୍କେ ଜଃଲମ୍ କଃଲା 14 ଆରେକ୍, ସେଲହ ତିରିସ୍ ବଃର୍ସ୍ ବଃୟ୍ସେ ଏବରକେ ଜଃଲମ୍ କଃଲା। 15 ଏବରାର୍ ଜଃଲମ୍ ହଃଚେ ସେଲହ ଚାରିସଃଅ ତିନି ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସିମଃନ୍କେ ଜଃଲମ୍ କଃଲା। 16 ଆରେକ୍,ଏବର ତିରିସ୍ ଚାରି ବଃର୍ସ୍ ବଃୟ୍ସେ ପେଲଗ୍କେ ଜଃଲମ୍ କଃଲା। 17 ପେଲଗର୍ ଜଃଲମ୍ ଉତାରେ ଏବର ଚାରିସଅ ତିରିସି ବଃର୍ସ୍ ବାଚି ଆରେକ୍ ହୟିସି ଜିସିମଃନ୍କେ ଜଃଲମ୍ କଃଲା।
18 ପେଲଗ ତିରିସି ବଃର୍ସ୍ ବଃୟ୍ସେ ରିୟୁକେ ଜଃଲମ୍ କଃଲା। 19 ରିୟର୍ ଜଃଲମ୍ ହଃଚେ ପେଲଗ ଦୁଇସଅ ନଃଅ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସି ମଃନ୍କେ ଜଃଲମ୍ କଃଲା 20 ରିୟୁ ତିରିସ୍ ଦୁୟ୍ ବଃର୍ସ୍ ବଃୟ୍ସେ ସରୁଗକେ ଜଃଲମ୍ କଃଲା 21 ସରୁଗରାର୍ ଜଃଲମ୍ ହଃଚେ ରିୟୁ ଦୁଇସ ସାତ୍ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସି ମଃନ୍କେ ଜାତ୍ କଃଲା।
22 ଆରେକ୍,ସରୁଗ ତିରିସ୍ ବଃର୍ସ୍ ବଃୟ୍ସେ ନାହର୍କେ ଜଃଲମ୍ କଃଲା। 23 ନାହରାର୍ ଜଃଲମ୍ ହଃଚେ ସରୁଗ ଦୁଇସଅ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସିମଃନ୍କେ ଜଃଲମ୍ କଃଲା।
24 ଆରେକ୍, ନାହର୍ କଳେ ନଃଅ ବଃର୍ସ୍ ବଃୟ୍ସେ ତେରହକେ ଜଃଲମ୍ କଃଲା। 25 ତେରହର୍ ଜଃଲମ୍ ଉତାରେ ନାହର ସଏ ଅଣିସି ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସିମଃନ୍କେ ଜଃଲମ୍ କଃଲା। 26 ଆରେକ୍, ତେରହକେ ତିନିକଳିଦଃସ୍ ବଃର୍ସ୍ ଅୟ୍ଲି। ସେ ଅବ୍ରାମ୍ ଆର୍ ନାହର୍ ଆର୍ ହାରଣ, ଇମଃନ୍କେ ଜଃଲମ୍ କଃଲା।
27 ତେରହର୍ ବଃଉଁସାର୍ ଟିକି। ତେରହ, ଅବ୍ରାମ୍ ଆର୍ ନାହର୍ ଆର୍ ହାରଣକେ ଜଃଲମ୍ କଃଲା। ଆରେକ୍, ସେ ହାରଣ ଲତକେ ଜଃଲମ୍ କଃଲା; 28 ମଃତର୍ ହାରଣ ନିଜାର୍ ଉବାସି ତେରହର୍ ଚଃମେ କଲଦିୟମଃନାର୍ ଉର୍ ନାଉଁଆର୍ ନିଜାର୍ ଜଃଲମ୍ ଦେସେ ମଃଲା। 29 ଇତାର୍ ହଃଚେ ଅବ୍ରାହାମ୍ ସାରି ଆର୍ ନାହର୍ ମିଲକାକେ ବିବା ଅୟ୍ଲା; ସେମଃନ୍ ହାରଣାର୍ ଜିସିମଃନ୍ ସେ ହାରଣ୍ ଇସାକାର୍ ଉବାସି ଅୟ୍ଦ୍। 30 ସାରି ବାଞ୍ଜି ରିଲି ହିଲା ହାଉତା ସକ୍ତି ହାୟ୍ଁ ନଃରିଲି। 31 ତେରହ ତାର୍ ହୟିସି ଅବ୍ରାମ୍, ଆର୍ ହାରଣାର୍ ହୟିସି ଲତ ନାଉଁଆର୍ ନାତି ତାର୍ ବୁଆର୍ସି ସାରି, ଅବ୍ରାହାମାର୍ ଡକୁର୍ସି ଇମଃନ୍କେ ଦଃରି କିଣାନ୍ ଜଃଉଁକେ ଉର୍ ବଃସ୍ତି ଚାଡି ବାରୟ୍ଲା ସେମଃନ୍ ହାରଣେ ବାସା ବାନ୍ଦ୍ତା ହଃତେକ୍ ଗଃଲାୟି। 32 ଆରେକ୍, ତେରହ ହାରଣାର୍ ଦେସେ ରଃୟ୍ ଦୁଇସଅ ହାଞ୍ଚ୍ ବଃର୍ସ୍ ବଃୟ୍ସେ ମଃଲା।