1 ଆରେକ୍, ମିସର୍ ଦେସେ କାଦି ଆଚେ, ଇ କଃତା ସୁଣି ଜାକୁବ ନିଜାର୍ ହୟ୍ସିମଃନ୍କେ କୟ୍ଲା,"ତୁମିମଃନ୍ କାୟ୍କଃରୁକ୍ ଏକ୍ଆରେକାର୍ ମୁଁଏ ଦଃକାଦଃକି ଅୟି ରେଉଁଲାସ୍?" 2 ସେ ଆରେକ୍, କୟ୍ଲା, "ଦଃକା ମୁୟ୍ ସୁଣ୍ଲେ, ମିସର୍ ଦେସେ କାଦି ଆଚେ; ସେତାକ୍ ତୁମିମଃନ୍ ଜାୟ୍ ଅଃମାର୍ ହାଁୟ୍ କାଦି ଗେନି ଆଣା; ତଃବେ ଅଃମିମଃନ୍ ନଃମେରି ବଚୁହାରୁଆଁ," 3 ଇତାର୍ହଃଚ ଜସେପାର୍ ଦଃସ୍ଗଟ୍ ବାୟ୍ସିମଃନ୍ କାଦି ଗେନୁକେ ମିସର୍ ଦେସେ ଗଃଲାୟି। 4 ମଃତର୍ ଜାକୁବ ଜସେପାର୍ ବାଇ ବିନ୍ୟାମିନ୍କେ ବାୟ୍ସି ମଃନାର୍ ସଃଙ୍ଗ୍ ନଃହଃଟାୟ୍ଲା; କାୟିତାକ୍ବଃଲେକ୍ ସେ କୟ୍ଲା, "କେଜାଣ୍ ଆକେ ବିବ୍ତି ଗଃଟେଦ୍।" 5 ସଃଡେବଃଳ୍ ସେତି ଜାତା ଲକ୍ମଃନାର୍ ବିତ୍ରେ ଜାକୁବାର୍ ହଃୟ୍ସିମଃନ୍ କାଦି ଗେନୁକେ ଗଃଲାୟି; ବଃଲେକ୍ କିଣାନ୍ ଦେସେ ହେଁ କଃତାର୍ ରିଲି। 6 ସଃଡେବଃଳ୍ ଜସେପ୍ ସେ ଦେସାର୍ ଗର୍ନର୍ ଅୟ୍ରିଲାକେ ଦେସାର୍ ସଃବୁ ଲକ୍ମଃନ୍କେ କାଦି ବିକ୍ତି ରିଲା; ସେତାକ୍ ଜସେପାର୍ ବାୟ୍ସିମଃନ୍ ଆସି ତାକେ ହାଦେହଃଳି ଜୁଆର୍ କଃଲାୟି। 7 ସଃଡେବଃଳ୍ ଜସେପ୍ ନିଜାର୍ ବାୟ୍ସିମଃମନ୍କେ ଦଃକି ଚିନ୍ଲା, ମଃତର୍ ସେମଃନ୍କେ ନଃଚିନ୍ଲା ଲକ୍ ହର୍ ବେବାର୍ କଃରି ଟାଣ୍କଃତା କୟ୍ଲା, "ତୁମିମଃନ୍ କୁୟ୍ତିହୁଣି ଆସି ଆଚାସ୍?" ସେମଃନ୍ କୟ୍ଲାୟ୍, "କିଣାନ୍ ଦେସେହୁଣି କାଦି ଗେନୁକେ ଆସି ଆଚୁ।"
8 ମଃତର୍ ଜସେପ୍ ନିଜାର୍ ବାୟ୍ସି ମଃନ୍କେ ଚିନ୍ଲେକ୍ ହେଁ ସେମଃନ୍ ତାକ୍ ଚିନୁ ନଃହାର୍ ଲାୟ୍। 9 ତଃବେ ଜସେପ୍ ସେମଃନାର୍ ବିସୟେ ଜୁୟି ସଃବୁ ଚଃହୁନ୍ ଦଃକିରିଲା, ସେରି ଏତାୟ୍ କଃରି ସେମଃନ୍କେ କୟ୍ଲା, "ତୁମିମଃନ୍ ଚର୍ ଲକ୍; ଦେସାର୍ ଦୁର୍ବଳ୍ କଜୁକ୍ ତୁମିମଃନ୍ ଆସି ଆଚାସ୍।"
10 ସେମଃନ୍ କୟ୍ଲାୟ୍, "ନାୟ୍, ସାଉକାର୍ ସେନ୍କାର୍ ନୟ୍, ତର୍ ଇ ଦାସ୍ମଃନ୍ କାଦିକଣ୍ଡା ଗେନୁକେ ଆସିଆଚୁ।" 11 ଅଃମିମଃନ୍ ସଃବୁଲକ୍ ଗଟେକ୍ ଲକାର୍ ହୟିସି, ଅଃମିମଃନ୍ ସଃତ୍ ଲଃକ୍ମଃନ୍ ତର୍ ଇ ଦାସ୍ମଃନ୍ ଚର୍ ନୟ୍।
12 ତଃବେ ସେ ସେମଃନ୍କେ କୟ୍ଲା, "ନାୟ୍ ନାୟ୍ ତୁମିମଃନ୍ ଦେସାର୍ ବେଦ୍ କଜୁକ୍ ଆସିଆଚାସ୍।"
13 ସେମଃନ୍ କୟ୍ଲାୟ୍, "ତର୍ ଇ ଦାସ୍ମଃନ୍ ବାର୍ ବାଇ, କିଣାନ୍ ଦେସେ ବାସ୍କଃର୍ତା ଗଟେ ଲକାର୍ ହଃୟ୍ସିମଃନ୍; ଆର୍ ଦଃକ୍, ଅଃମାର୍ ସଃବକେ ସାନ୍ ବାୟ୍ ଉବାର୍ ସଃଙ୍ଗ୍ ଆଚେ, ଆରେକ୍, ଏକ୍ଲା ନାୟ୍।"
14 ସେତାକ୍ ଜସେପ୍ ସେମଃନ୍କେ କୟ୍ଲା, ମୁୟ୍ ତୁମିମଃନ୍କେ ଚର୍ ବଃଲି ଜୁୟ୍ରି କୟିଲେ, ତୁମିମଃନ୍ ସେରି ହଃକା ସାକି। 15 ଇତାର୍ଗିନେ ତୁମିମଃନ୍କେ ପରିକ୍ୟା ବୁଜୁକେ ଅୟ୍ଦ୍, ମୁୟ୍ ପାରର୍ ନାଉଁଏ ସାୟିପ୍ କଃରି କଃଉଁଲେ, ତୁମାର୍ ସାନ୍ ବାୟ୍ଦି ଇତି ନାୟ୍ଲେକ୍ ତୁମିମଃନ୍ ଇତିହୁଣି ଜଃଉଁ ନାହାରାସ୍। 16 ତୁମାର୍ ବିତ୍ରେ ଏକ୍ଲାକେ ହଃଟାଉଆ, ସେ ତୁମାର୍ ବାୟ୍ଦିକେ ଆଣ, ତୁମିମଃନ୍ ଜଃୟ୍ଲେ ରିଆ; ତୁମିମଃନାର୍ କଃତା ସଃତ୍କି ନାୟ୍, ପରିକ୍ୟା ଅୟିଲେକ୍ ଜାଣାହଃଳେଦ୍; ନୟ୍ଲେକ୍ ମୁୟ୍ ପାରର୍ ନାଉଁଏ ସାୟିପ୍ କଃରି କଃଉଁଲେ, ତୁମିମଃନ୍ ବାୟ୍ଦ୍ରେ ଚର୍। 17 ସେତାକ୍ ଜସେପ୍ ସେମଃନ୍କେ ତିନି ଦିନ୍ ଜଃୟ୍ଲ୍ ଗଃରେ ରଃକ୍ଲା।
18 ଆରେକ୍, ତିନି ଦିନ୍ ଅୟ୍ଲାକେ ଜସେପ୍ ସେମଃନ୍କେ କୟ୍ଲା, "ଇସ୍ୱର୍କେ ମର୍ ଡିର୍ ଆଚେ; ସେତାକ୍ ଇ କାମ୍ କଃରା ତଃବେ ବାଚାସ୍। 19 ତୁମିମଃନ୍ ଜଦି ସଃତ୍ ଲକ୍, ତଃବେ ନିଜାର୍ ବିତ୍ରେ ଗଟେକ୍ ବାୟ୍କେ କାକେ ଅଲେ ଜଃୟ୍ଲେ ବଃନ୍ଦ୍କଃରି ରଃକି କଃତାର୍ ଗିନେ ଗଃରେ କାଦି ନଃୟ୍ ଜାହା। 20 ମଃତର୍ ତୁମାର୍ ସାନ୍ ବାୟ୍କେ ମର୍ହାକ୍ ଆଣା, ତଃବେ ତୁମାର୍ କଃତାର୍ ହଃର୍ମାଣ୍ ସଃତ୍ ଅୟିଲେକ୍, ତୁମିମଃନ୍ ନଃମେରାସ୍।" ସେତାକ୍ ସେମଃନ୍ ସେରଃକମ୍ କଃଲାୟି।
21 ତାର୍ହଃଚେ ସେମଃନ୍ କଃଉଆକଃଉଇ ଅୟ୍ଲାୟ୍, "ଅଃମିମଃନ୍ ଅଃମାର୍ ବାୟ୍ ବିସୟେ ବାୟ୍ଦ୍ରେ ଦସି; ସେ ଅଃମିମଃନ୍କେ ଗଃଉଆରି କଃଲାକେ ହେଁ ତାର୍ ଜିବନ୍ କାକୁର୍ତି ଦଃକିକଃରି ହେଁ ତାର୍ ଦଃୟାନଃକେରୁଲୁ।" 22 ସଃଡେବଃଳ୍ ରୁବେନ୍ ସେମଃନ୍କେ କୟ୍ଲା, "ତୁମିମଃନ୍ ସେ ହିଲା ବିସୟେ ହାହ୍ କଃରାନାୟ୍, ଇ କଃତା କାୟି ତୁମିମଃନ୍କେ କୟ୍ ନଃକେରି? ଅୟ୍ଲେକ୍ହେଁ ତୁମିମଃନ୍ ନଃସୁଣ୍ଲାସ୍ ; ଇତାର୍ ଗିନେ ଦଃକା ଅଃବେ ଅଃମାର୍ ହାହ୍ କଃଲା ଦଃସା ଉଲ୍ଟା ହଃଳୁଲି।" 23 ମଃତର୍ ଜସେପ୍ ଜେ ସେମଃନାର୍ କଃତାବାର୍ତା ବୁଜ୍ଲା, ଇରି ସେମଃନ୍ ଜାଣୁ ନଃହାର୍ଲାୟ୍ ; କାୟିତାକ୍ବଃଲେକ୍ ସେ ଜୁଳେକ୍ ବାସାୟ୍ କଃତା ଅଃଉତା ଲକ୍ ସଃଙ୍ଗ୍ ସେମଃନ୍କେ କଃତା ଅଃଉତି ରିଲା। 24 ଜସେପ୍ ସେମଃନାର୍ ତଃୟ୍ହୁଣି ଜାୟ୍ କାନ୍ଦ୍ଲା; ଆରେକ୍ ଆସି ସେମଃନ୍କେ ସେମଃନାର୍ ସଃଙ୍ଗ୍ କଃତାବାର୍ତା କଃରି ସେମଃନାର୍ ବିତ୍ରେ ସିମନ୍କେ ଦଃରି ସେମଃନାର୍ ମୁୟେଁ ବାନ୍ଦ୍ଲା।
25 ସେତାକ୍ ଜସେପ୍ ସେମଃନାର୍ ବାସ୍ତାୟ୍ କାଦି ବଃର୍ତି କଃରି ସଃବୁଲକାର୍ ଟଃକା ବାଉଳାୟ୍ଲା ଆର୍ ସେମଃନାର୍ ହାଉତା କାଦି ଦେଉଁକେ ଆଦେସ୍ ଦିଲା; ସେତାକ୍ ସେନ୍ କଃରା ଅୟ୍ଲି। 26 ସେତାକ୍ ନିଜାର୍ ନିଜାର୍ ଗଃଦ ଉହ୍ରେ କାଦି ଲାଦି ସେତି ହୁଣି ବାଉଳ୍ଲାୟ୍। 27 ମଃତର୍ ରାତି ବିସାଉତା ଟାଣେ ଏକ୍ଲା ଗଃଦକେ କାଦିକାଡ଼ାଉଁକେ ମଟ୍ ଇଟାୟ୍ଲାକେ ନିଜାର୍ ଟଃକା ଦଃକ୍ଲା; କାୟିତାକ୍ବଃଲେକ୍ ମଟ୍ ମୁୟେ ଟକା ରିଲି 28 ସେତାକେ ସେ ତାର୍ ବାୟ୍ସିମଃନ୍କେ କୟ୍ଲା, "ମର୍ ଟଃକା ବାଉଡ଼ି ଆସିଆଚେ; ଇରି ଦଃକା ସେରି ମର୍ ମଣାୟ୍ ଆଚେ। ସେତାକ୍ ସେମଃନ୍ କାବା ଜିବନ୍ ଉଡିଗଃଲି, ଆର୍ ସେମଃନ୍ ଡିରିଜାୟ୍ ମୁୟେ ଦଃକାଦଃକି ଅୟି କୟ୍ଲାୟ୍ ଇସ୍ୱର୍ ଅଃମାର୍ ଗିନେ ଇ କାୟି କାମ୍ କଃଲା?"
29 ସେମଃନ୍ କିଣାନ୍ ଦେସେ ନିଜାର୍ ଉବାସି ଜାକୁବର୍ ତଃୟ୍ ଜାୟ୍ ନିଜାର୍ ଗିନେ ଜାୟ୍ରି ଗଃଟିରିଲି, ସେରିମଃନ୍ ଜାଣାୟ୍ଲାୟ୍। 30 ଜୁୟି ମାନାୟ୍ ସେଦେସାର୍ ଅଃଦିକାରି ସେ ଅଃମିମଃନ୍କେ ଦେସାର୍ ଚର୍ ବଃଲି ହିତା କଃତା କୟ୍ଲା। 31 ସେତାକ୍ ଅଃମିମଃନ୍ କୟ୍ଲୁ, "ଅଃମିମଃନ୍ ସଃତ୍ ଲକ୍ ଚର୍ ନୟ୍, 32 ଅଃମିମଃନ୍ ବାର୍ ବାଇ,ସଃବୁଲକ୍ ଗଟେକ୍ ଉବାର୍ ହିଲାମଃନ୍; ଅଃମାର୍ ବିତ୍ରେ ଏକ୍ଲା ନାୟ୍ ଆର୍ କିଣାନ୍ ଦେସେ ଉବାର୍ ହାକ୍ ଆରେକ୍ ଏକ୍ଲା ସାନ୍ ବାଇ ଆଚେ।" 33 ସଃଡେବଃଳ୍ ସେମାନାୟ୍ ଅଃମିମଃନ୍କେ କୟ୍ଲା, ଇରି କଃଲେକ୍ ଅଃମି ତୁମିମଃନ୍କେ ସଃତ୍ବଃଲି ବୁଜୁହାରୁ; ତୁମିମଃନ୍ ନିଜାର୍ ବାୟ୍କେ ଅଃମାର୍ ହାକ୍ ଚାଡି ନିଜାର୍ ଗଃରାର୍ କଃତାର୍ ଗିନେ କାଦି ନଃୟ୍କଃରି ଜଃହା। 34 ଆରେକ୍, ତୁମାର୍ ସାନ୍ ବାଇକେ ମର୍ ତଃୟ୍ ଆଣା, ତଃବେ ତୁମିମଃନ୍ ସଃତ୍ ଲକ୍, ଚର୍ ନୟ୍ ଇରି ବୁଜୁକେ ଅୟ୍ଦ୍; ସେତାକ୍ ତୁମାର୍ ବାଇଦିକେ ଚାଡ଼ି ଦଃଇନ୍ଦ୍, ଆର୍ ତୁମିମଃନ୍ ଇଦେସେ ବେପାର୍ କଃରୁକେ ହାରାସ୍।
35 ସେମଃନ୍ ମଟ୍ ଚୁଚା କଃଲାକେ ସଃବୁଲକାର୍ ମଟେ ହୁଣି ଟଃକାର୍ ମଟ୍ ହାୟ୍ଲାୟ୍। ତଃବେ ସେ ସଃବୁ ଟଃକାର୍ ମଟ୍ ସେମଃନ୍ ଦଃକିକଃରି ସେମଃନ୍ ଆର୍ ସେମଃନାର୍ ଉବାସି ଡିରିଗଃଲାୟ୍। 36 ସେତାକ୍ ସେମଃନାର୍ ଉବାସି ଜାକୁବ କୟ୍ଲା, ତୁମିମଃନ୍ ମକେ ନିଜାର୍ ହିଲା ନୟ୍ଲାର୍ କଃରୁଲାସ୍; ଜସେପ୍ ନାୟ୍ ସିମନ୍ ନାୟ୍, ଆରେକ୍ ବିନ୍ୟାବିନ୍କେ ହେଁ ନେଉଁକେ ମଃନ୍ ହାଚୁଲାସ୍, ଇରିମଃନ୍ ସଃବୁ ମର୍ ବିରୁଦେ ଅଃଉଁଲି।
37 ସେତାକ୍ ରୁବେନ୍ ଉବାସିକେ କୟ୍ଲା, ମୁୟ୍ ଜଃବେ ବିନ୍ୟାମିନ୍କେ ତର୍ ହାକ୍ ନାଣି ତଃବେ ତୁଇ ମର୍ ଦୁଇ ହଅକେ ଅଃତ୍ୟା କଃର୍ସି; ମର୍ ଆତେ ତାକେ ସଃର୍ହ୍ରି ଦେ, ମୁୟ୍ ତାକେ ଆରେକ୍ ତର୍ ହାକ୍ ଆଣି ଦଃୟ୍ନ୍ଦ୍।
38 ତଃବେ ସେ କୟ୍ଲା, "ମର୍ ହଅ ତୁମିମଃନାର୍ ସଃଙ୍ଗ୍ ନଃଜାୟ୍, ତାର୍ ବାଇସି ମଃରିଆଚେ ସେହଃକା ବଚି ଆଚେ; ତୁମିମଃନ୍ ଜୁୟି ବାଟ୍ ଜଃଉଁଲାସ୍ ସେତି ଆକେ ଜଦି କାୟି ବିବ୍ତି ଗଃଟେଦ୍, ତଃବେ ତୁମିମଃନ୍ ମକେ କାନ୍ଦାୟ୍କଃରି ଇ ବୁଡାବଃଳ୍ ମକେ ମଃସ୍ଣେ ହଃଟାଉଆସ୍।"