1 ଇତାର୍ ହଃଚେ ଇସ୍ୱର୍ ଅବ୍ରାମ୍କେ କୟ୍ଲା, "ତୁୟ୍ ନିଜାର୍ ଦେସ୍ ଆର୍ ଜାତିକୁଟୁମ୍ ଆର୍ ଉବାଦିର୍ ଗଃର୍ ଚାଡିକଃରି, ମୁୟ୍ ଜୁଣ୍ ଦେସ୍ ତକେ ଦଃକାୟ୍ନ୍ଦ୍, ସେ ଦେସ୍କେ ଜାଆ," 2 ମୁଁୟ୍ ତର୍ ତଃୟ୍ହୁଣି ଗଟେକ୍ ବଃଡ୍ ଗସ୍ଟି ଉବ୍ଜାଣ୍ କଃରିନ୍ଦ୍; ଆରେକ୍, ମୁଁୟ୍ ତକ୍ ଆସିର୍ବାଦ୍ କଃରି ତର୍ ନାଉ ଡାକେହୁଟା କଃରିନ୍ଦ୍ ତୁୟ୍ ଆର୍ସିବାଦାର୍ ବର୍ ହାଉସି।
3 ଜୁଣ୍ଲକ୍ମଃନ୍ ତକେ ଆର୍ସିବାଦ୍ କଃର୍ତି, ମୁୟ୍ ସେମଃନ୍କେ ଆସିର୍ବାଦ୍ କଃରିନ୍ଦ୍; ଆରେକ୍ ଜୁଣ୍ ଲକ୍ ତକେ ସାୟ୍ପ୍ ଦଃୟ୍ଦ୍, ମୁୟ୍ ତାକେ ସାୟିପ୍ ଦଃୟ୍ନ୍ଦ୍; ଆରେକ୍ ତର୍ ତଃୟ୍ ହୁଣି ହୁର୍ତିବିର୍ ସଃବୁ ବଃଉଁସ୍କେ ଆର୍ସିବାଦ୍ କଃରିନ୍ଦ୍।
4 ଇତାର୍ ହଃଚେ ଅବ୍ରାମ୍ ଜିଅବାର୍ କଃତା ହଃର୍କାରେ ଗଃଲା,ଆରେକ୍ ଲତ ତାର୍ ସଃଙ୍ଗ୍ ଗଃଲା; ହାରଣ ଚାଡି କଃରି ବିନେ ଜାତାବଃଳ୍ ଅବ୍ରାମାର୍ ବଃୟ୍ସ୍ ସଃତୁରି ହାଞ୍ଚ୍ ବଃର୍ସ୍ ଅୟି ରିଲି। 5 ଇହର୍ ଅବ୍ରାହାମ୍ ତାର୍ ଡକୁର୍ସି ସାରିକେ ଆର୍ ତାର୍ ବାୟ୍ସିର୍ ହଃୟ୍ସି ଲତକେ ଆର୍ ହାରଣ୍ ତଃୟ୍ କାମାୟ୍ ରିଲା ଦଃନ୍ ଆର୍ ତାର୍ ସଃବୁ ରିଲା ଜିବ୍ଜଃତ୍ ମଃନ୍କେ ନଃୟ୍କଃରି କିଣାନ୍ ଦେସେ ଜଃଉଁକେ ବାରାୟ୍ କଃରି ସେ ଦେସେ ହଚ୍ଲାୟ୍। 6 ଅବ୍ରାହାମ୍ ସେ ଦେସ୍ ଅୟ୍କଃରି ଜଃଉଁଜଃଉଁ ସିକିମ୍ ଚଃମେ ମରିର୍ ଅଲନ୍ ଗଃଚ୍ ତଃଳେ ହଚ୍ଲାୟ୍। ସେ କାଳେ କିଣାନିୟ୍ ଲକ୍ ସେ ଦେସେ ବାସ୍ କଃର୍ତି ରିଲାୟ୍। 7 ଇତାର୍ ହଃଚେ ମାପୁର୍ ଅବ୍ରାମକେ ଦଃକାୟ୍ଅୟ୍ କୟ୍ଲା, ମୁୟିଁ ତର୍ ବଂସ୍କେ ଇ ଦେସ୍ ଦଃୟ୍ନ୍ଦ୍; ଇତାର୍ ଗିନେ ଅବ୍ରାହାମ୍ ଦଃକାୟ୍ ଅୟ୍ଲା ମାପୁରାର୍ ଗିନେ ସେ ଜଃଗାୟ୍ ବେଦି ହାଜ୍ଲା 8 ଇତାର୍ ହଃଚେ ସେ ଟାଣ୍ ଚାଡି ବେତେଲାର୍ ଉଦ୍ତି ବାଟାର୍ ଡଙ୍ଗ୍ରେ ଜାୟି ନିଜାର୍ ତୁମ୍ ଟାଣି ବାସାକଃଲା; ସେତି ବୁଡ୍ତିବାଟ୍ ବେତେଲ୍ ଆର୍ ଉଦ୍ତିବାଟ୍ ଅୟି ଗଃଳ୍ ରିଲି; ଆରେକ୍, ସେଟାଣେ ଇସ୍ୱର୍ ଗିନେ ଗଃଟେକ୍ ବେଦି ହାଜି କଃରି ମାପୁରାର୍ ନାଉଁଏ ପାର୍ତନା କଃଲା। 9 ଇତାର୍ ହଃଚେ ଅବ୍ରାମ୍ ବୁଲୁ ବୁଲୁ ଆରେକ୍ ସେ ଉତୁର୍ ଦିଗେ ଗଃଲା।
10 ସଃଡେବଃଳ୍ କିଣାନ୍ ଦେସେ କଃତାର୍ ଅୟ୍ଲାକେ ଅବ୍ରାମ୍ ମିସର୍ ଦେସେ ବାସା କଃରୁକେ ଗଃଲା; କାୟିତାକ୍ବଃଲେକ୍ ସେ ଦେସେ ଅଃପର୍ବଳ୍ କଃତାର୍ ଅୟ୍ଲି। 11 ଇତାର୍ ହଃଚେ ମିସର୍ ଦେସେ ଜଃଉଁକେ ମଃନ୍ କଃଲାବଃଳ୍, ଅବ୍ରାହାମ୍ ତାର୍ ଡକୁର୍ସି ସାରିକେ କୟ୍ଲା, "ସୁଣ୍, ତୁୟ୍ ଦଃକୁକେ ସୁନ୍ଦୁର୍, ସେରି ମୁୟ୍ଁ ଜାଣି। 12 ଇତାର୍ ଗିନେ ମିସର୍ ଦେସାର୍ ଲଃକ୍ମଃନ୍ ତକେ ଦଃକି ମଃର୍ ମାୟ୍ଜି ବଃଲି ଜାଣ୍ଲେକ୍, ମକେ ମଃର୍ନେ ମାରି ତକେ ଜିବନେ ଚାଡ୍ତି। 13 ଇତାର୍ ଗିନେ ମୁୟ୍ ତକେ ଗଃଉଆରି କଃରୁଲେ, ତୁୟ୍ ମର୍ ବେଣି ବଃଲି କଃଉସି; ତଃବେ ତର୍ ଗିନେ ମର୍ ଉହ୍କାର୍ ଅୟ୍ଦ୍ ଆର୍ ତର୍ ଗିନେ ମର୍ ଜିବନ୍ ବାଚେଦ୍।" 14 ଇତାର୍ ହଃଚେ ଅବ୍ରାହାମ୍ ମିସର୍ ଦେସ୍ ବିତ୍ରେ ଗଃଲା, ମିସରିୟ ଲଃକ୍ମଃନ୍ ତାର୍ ଡକୁର୍ସିକେ ବେସି ସୁନ୍ଦୁର୍ ଦଃକ୍ଲାୟ୍। 15 ଆରେକ୍, ପାର ରଃଜାର୍ ତଃୟ୍ କାମ୍ କଃର୍ତା ଗୁମୁସ୍ତାମଃନ୍ ତାକେ ଦଃକି ପାର୍ ରଃଜା ଲଃଗେ ତାର୍ ଗୁଣ୍ ଗାୟ୍ଲାକ୍, ସେ ଟକିକେ ପାର ହାକ୍ ଆଣା ଅୟ୍ଲି। 16 ପାର ସେ ମାୟ୍ଜିର୍ ଗିନେ ଅବ୍ରାମକେ ବେସି ଲାଡ୍ କଃରି ତାକେ ଗାଇରାସି, ମାଇ ଗଃଦ, ଆର୍ ଦାସ୍ ଦାସି ଆର୍ ଉଟ୍ ଦିଲା।
17 ମଃତର୍ ଅବ୍ରାମାର୍ ଡକୁର୍ସି ସାରିର୍ ଗିନେ ମାପୁର୍ ପାର୍ ଆର୍ ତାର୍ ଗଃରେ କାମ୍ କଃର୍ତା ଲକ୍ମଃନାର୍ ଗଃର୍ ଉହ୍ରେ ମଃର୍ଡି ଗଃଟାୟ୍ଲା। 18 ଇତାର୍ ଗିନେ ପାର ଅବ୍ରାମକେ କୁଦି କଃରି କୟ୍ଲା, "ତୁୟ୍ ମଃର୍ ସଃଙ୍ଗ୍ କାୟିରି ଇରି କଃଲିସ୍?" 19 ସେ ମାୟ୍ଜି ତର୍ ଡକୁର୍ଦି, ଇ କଃତା ତୁୟ୍ ମକେ କାୟ୍ତାକେ ନଃକୟ୍ଲିସ୍? ତାକେ କାୟ୍ତାକେ ମଃର୍ ବେଣି ବଃଲି କୟ୍ଲିସ୍? ସେତାକ୍ ମୁୟ୍ ବିବା କଃରୁକ୍ ନଃୟ୍ରିଲେ: ଅଃବେ ତର୍ ଡକୁର୍ଦିକେ ଦଃକ୍, ତାକେ ନଃୟ୍ ଜାଆ। 20 ତଃବେ ପାର୍ ଲକ୍ ମଃନ୍କେ ଅବ୍ରାମ୍ ବିସୟେ ଜାଣାୟ୍ଲା, ଆରେକ୍ ସେମଃନ୍ ସଃବୁ ଆସ୍ତିବାଡି ସଃଙ୍ଗ୍ ତାକେ ଆର୍ ତାର୍ ଡକୁର୍ସିକେ ମେଲାଣି କଃଲାୟି।