1 ସେ ଗଃଟ୍ଣା ଅୟ୍ଲା ହଃଚେ ଦର୍ସନ୍ ଦଃୟି ଜିଅବାର୍ ବଃଚନ୍ ଅବ୍ରାହାମାର୍ ଚଃମେ ହଚ୍ଲି,"ଏ ଅବ୍ରାହାମ୍, ଡିର୍ ନାୟ୍, ମୁଁୟ୍ ବିପଦେ ହୁଣି ରକ୍ୟା କଃରିନ୍ଦ୍ ଆର୍ ବଃଡ୍ ପୁରିସ୍କାର୍ ଦଃୟ୍ନ୍ଦ୍।"
2 ସେତାକ୍ ଅବ୍ରାମ୍ କୟ୍ଲା, "ଏ ମାପୁର୍, ତୁୟ୍ ମକେ କାୟିରି ଦେସି? ମୁୟ୍ ତ ହିଲା ନଃରେତା ଲକ୍ ଅୟି ଏଣେତେଣେ ବୁଲୁଲେ, ଆରେକ୍, ଦମେସକାର୍ ଏଲିଏଜର୍ ମର୍ ଗଃରାର୍ ଅଃଦିକାରି।" 3 ଆରେକ୍, ଅବ୍ରାମ୍ କୟ୍ଲା, "ଜାଣ୍, ତୁଇ ମକେ ହିଲା ନଃଦେସି, ଇତାର୍ ଗିନେ ମର୍ ଗଃରେ ରେତା ଦାସ୍ମଃନ୍ ମଃର୍ ହଃଚେ ବଂସାର୍ ଅଃଦିକାରି ଅଃଉତି।"
4 ସଃଡେବଃଳ୍ ଜିଅବାର୍ ଇ କଃତା ତାର୍ ହାକ୍ ହଚ୍ଲି, "ଜାଣ୍, ସେ ଲକ୍ ତର୍ ହଃଚେ ଅଃଦିକାରି ଅୟି ନଃକେରେ; ମଃତର୍ ଜେ ତର୍ ନିଜାର୍ ହୟ୍ଦି ଅୟ୍ଦ୍, ସେ ତର୍ ହଃଚେ ଅଃଦିକାରି ଅୟ୍ଦ୍।" 5 ଇତାର୍ ହଃଚେ ଇସ୍ୱର୍ ତାକେ ହଃଦାୟି ବାର୍କଃରି ଆଣି କୟ୍ଲା, " ତୁୟ୍ ଅଃଗାସ୍ କେଏ ଦଃକି କଃରି ତାରା ସଃବୁକେ ଗଃଣୁ ହାର୍ସି," ତଃବେ ଗଃଣି କଃଉ। ସେ ଆରେକ୍ କୟ୍ଲା "ଇରଃକମ୍ ତର୍ ବଂସ୍ ଅୟ୍ଦ୍,"
6 ସଃଡେବଃଳ୍ ଅବ୍ରାହାମ୍ ମାପୁରାର୍ ତଃୟ୍ ସଃତ୍ କଃଲା, ଆର୍ ଇସ୍ୱର୍ ତାକେ ଦଃର୍ମି ଲକ୍ ବଃଲି ଗଃଣିତା କଃଲା।
7 ଇତାର୍ ହଃଚେ ଜିଅବା ତାକେ କୟ୍ଲା, "ଜେକି ତର୍ ଅଃଦିକାର୍ ଗିନେ ଇ ଦେସ୍ ଦେଉଁକେ କଲଦିୟ ମଃନ୍କାର୍ ଉର୍ ତଃୟ୍ ହୁଣି ଆଣ୍ଲା, ସେ ମାପୁର୍ ମୁୟ୍।" 8 ତଃବେ ଅବ୍ରାହାମ୍ କୟ୍ଲା, "ଏ ମାପୁର୍, ମୁୟ୍ ଜେ ଇ ଦେସାର୍ ଅଃଦିକାରି ଅୟ୍ନ୍ଦ୍, ସେରି ମୁୟ୍ କଃନ୍ କଃରି ଜାଣିନ୍ଦ୍?"
9 ମାପୁର୍ କୟ୍ଲା, "ତୁୟ୍ ତିନି ବଃର୍ସାର୍ ଗଟେକ୍ ବାଚି ଆର୍ ତିନି ବଃର୍ସାର୍ ଗଟେକ୍ ଚେଳି ଆର୍ ତିନି ବଃର୍ସାର୍ ଗଟେକ୍ ମେଣ୍ଡା ଆର୍ ଗଟେକ୍ ହାର୍ଉଆ ଆର୍ ଗଟେକ୍ ହାଣ୍ଡ୍କା ହିଲା ମର୍ ଚଃମେ ଆଣ୍।" 10 ତଃବେ ଅବ୍ରାହାମ୍ ସେ ସଃବୁ ତାର୍ ଚଃମେ ଆଣି ଦୁଇ ଗଃର୍ଣ୍ଡା କଃରି ଗଟେ ଗଃର୍ଣ୍ଡା ନଃୟ୍ ଆର୍ ଗଃଟେକ୍ ଗଃର୍ଣ୍ଡା ସଃଙ୍ଗାୟ୍ଲା, ମଃତର୍ ଚେଳେ ମଃନ୍କେ ଦୁଇ ଗଃର୍ଣ୍ଡା ନଃକେଲା। 11 ଇତାର୍ ହଃଚେ ରାମୁଣ୍ମଃନ୍ ସେ ମଃଲା ମଃଳ୍ ମଃନ୍କାର୍ ଉହ୍ରେ ଡାହି ଅଃଉଁକେ ଦଃର୍ତି ରିଲାୟ୍, ଅବ୍ରାହାମ୍ ସେମଃନକେ କଃଦ୍ଲା।
12 ଆରେକ୍, ବେଳ୍ ବୁଡ୍ତା ବଃଳ୍ ଅବ୍ରାହାମ୍ ବେସି ନିଦାୟ୍କଃରି ଜିଙ୍ଗ୍ଜିଙ୍ଗା ଅଃନ୍ଦାରେ ଡିରୁକେ ଦଃର୍ଲା। 13 ସଃଡେବଃଳ୍ ମାପୁର୍ ଅବ୍ରାମକେ କୟ୍ଲା, "ତର୍ ହିଲାମଃନ୍ ଚାରିସଅ ବଃର୍ସ୍ ହଃର୍ବାସି ଅୟି ଗତିକାମ୍ କଃରି ଦୁକ୍ ବୟ୍ଗ୍ କଃର୍ତି; ଇରି ବାୟ୍ଦ୍ରେ ଜାଣ୍ସି; 14 ମଃତର୍ ସେମଃନ୍ ଜୁଣ୍ ଦେସାର୍ ଲକ୍ ଗତିକାମ୍ କଃର୍ତି, ମୁୟ୍ ସେମଃନ୍କାର୍ ବିଚାର୍ କଃରିନ୍ଦ୍; ସେତାର୍ ହଃଚେ ସେମଃନ୍ ବେସି ଦଃନ୍ ଦଃରିକଃରି ସେ ଦେସେ ହୁଣି ବାରାଉତି। 15 ମଃତର୍ ତୁୟ୍ ସାନ୍ତିଏ ନିଜାର୍ ହୁର୍ବାର୍ ଲକ୍ ମଃନ୍କାର୍ ଚଃମେ ଜାସି ଆର୍ ବୁଡା ଅୟି ମଃଲେକ୍ ତକେ କାଲେ ତହ୍ତି। 16 ଆରେକ୍, ତର୍ ବଃଉଁସାର୍ ଚାରି ଟିକିର୍ ଲକ୍ ଇ ଦେସ୍କେ ବାଉଳି ଆସ୍ତି; କାୟିତାକ୍ ବଃଲେକ୍ ଇମରିୟ୍ ଲକ୍ ମଃନ୍କାର୍ ହାହ୍ ଇ ହଃତେକ୍ ହୁର୍ନ୍ ଅୟି ନଃକେରେ।"
17 ଆରେକ୍, ବେଳ୍ ବୁଡ୍ଲାକେ ଅଃନ୍ଦାର୍ ଅୟ୍ଲି, ଗଟେକ୍ ଦୁଆଁ ବାର୍ତା ଜୟ୍ ଲାଗ୍ତା ଚୁଲି ଡିସ୍ଲି ଆର୍ ସେରି ସେ ହସୁମଃନାର୍ ତଃୟ୍ ଦୁୟ୍ ବାଗ୍ ମଃଜିଏ ଅୟି ଚାଲି ଗଃଲି। 18 ଆରେକ୍, ସେଦିନ୍ ମାପୁର୍ ଅବ୍ରାମାର୍ ସଃଙ୍ଗ୍ ନିୟମ୍ କଃରି କୟ୍ଲା, "ମୁୟ୍ ଇ ମିସରାର୍ ଗାଡ୍ ତଃୟ୍ହୁଣି ପାରତ୍ ନାଉଁଆର୍ ବଃଡ୍ ଗାଡ୍ ହଃତେକ୍ ଇ ଦେସ୍ ତର୍ ବଃଉଁସ୍କେ ଦିଲେ, 19 ଇତାର୍ ସଃଙ୍ଗ୍, କେନିଅ, କନଜିଅ, କଦ୍ମନିଅ, 20 ହିତିଅ, ପିରିଜିଅ, ରପାୟ, 21 ଇମରିଅ, କିଣାନିଅ, ଗିର୍ଗାସିୟ ଆର୍ ଜିବୁସିଅ ମଃନାର୍ ଦେସ୍ ହେଁ ଦିଲେ।"