1 ଇତାର୍ହଃଚ ଇସ୍ୱର୍ ଜାକୁବକେ କୟ୍ଲା, "ତୁୟ୍ ଉଟି ବେତେଲ୍ ଜାୟ୍ ସେତି ବାସା କଃର୍; ତର୍ ବାୟ୍ଦି ଏସାଉଆର୍ ମୁୟେ ହୁଣି ହଃଳାଉତା ବଃଳ୍ ଜୁୟି ଇସ୍ୱର୍ ତକେ ଦଃକାୟ୍ ଅୟ୍ରିଲା, ତାର୍ ଗିନେ ଗଟେକ୍ ହୁଜାବେଦି ତିଆର୍ କଃର୍।"
2 ଇତାର୍ହଃଚ ଜାକୁବ ନିଜାର୍ ଲକ୍ମଃନ୍କେ ଆର୍ ସଃଙ୍ଗ୍ଉଆଳି ମଃନ୍କେ କୟ୍ଲା, "ତୁମିମଃନାର୍ ହାକ୍ ଜୁୟ୍ସଃବୁ ହଃର୍ଦେସାର୍ ଦେଉତାମଃନ୍ ଆଚ୍ତି, ସେମଃନ୍କେ ଚାଡିଦିଆସ୍, ନିଜ୍ନିଜ୍କେ ନିର୍ମୁଳ୍ କଃରା, ନିଜାର୍ ନିଜାର୍ ବଃସ୍ତର୍ ବାଦ୍ଲାଉଆ। 3 ଆରେକ୍, ଆସା, ଅଃମିମଃନ୍ ଇତିହୁଣି ବେତେଲ୍କେ ଜୁଆଁ, ଜୁୟି ଇସ୍ୱର୍ ମକେ କଃସ୍ଟାର୍ ଦିନ୍ ମର୍ ପାର୍ତ୍ନାର୍ ଉତୁର୍ ଦିଲା ଆର୍ ମର୍ ଇଣ୍ଡ୍ତା ବାଟେ ମର୍ ସଃହା ଅୟ୍ରିଲା, ତାର୍ ହାୟ୍ଁ ମୁୟ୍ ସେଟାଣେ ଗଟେକ୍ ହୁଜା ବେଦି ତିଆର୍ କଃରିନ୍ଦ୍।" 4 ସେତାକ୍ ସେମଃନ୍ ସେମଃନାର୍ ତଃୟ୍ ରିଲା ହଃର୍ଦେସି ଦେବ୍ତା ଆର୍ କାନାର୍ ମୁର୍ମିମଃନ୍ ଜାକୁବକେ ଦିଲାୟ୍, ଆର୍ ସେରିମଃନ୍ ନଃୟ୍ ସିକିମ୍ ଚଃମାର୍ ଆଲନ୍ ଗଃଚ୍ ତଃଳେ ନଃୟ୍ ଲୁକାୟ୍ଲାୟ୍। 5 ଜଃଡେବଃଳ୍ ଜାକୁବ ଆର୍ ତାର୍ ହଃୟ୍ସିମଃନ୍ ଜଃଉଁକେ ବାରୟ୍ଲାୟ୍ ଗଃଳାର୍ ସଃବୁ ଲଃକ୍ମଃନ୍ ଡିରିଗଃଲାୟ୍ ଆର୍ କେହେଁ ତାକାର୍ ହଃଚେ କଃଦି ନଃଲେଲାୟ୍। 6 ଜାକୁବ ଆର୍ ତାକାର୍ ଲକ୍ମଃନାର୍ ସଃଙ୍ଗ୍ କିଣାନ୍ ଦେସାର୍ ଲୁସ୍ ନାଉଁର୍ ଟାଣେ ହଚ୍ଲାୟ୍, ଆଜିକାଲି ବେତେଲ୍ ବଃଲି ଜାଣାସୁଣା। 7 ସେତି ଗଟ୍ ହୁଜାବେଦି ହାଜି ସେଟାଣାର୍ ନାଉ ଏଲ୍-ବେତେଲ୍ ନାଉ ସଃଙ୍ଗାୟ୍ଲା,କାୟିତାକ୍ବଃଲେକ୍ ଜାକୁବ ତାର୍ ବାୟ୍ସିର୍ ଡିରେ ହଃଳାଉତାବଃଳ୍ ଇସ୍ୱର୍ ସେଟାଣେ ତାକେ ଦଃକାୟ୍ ଅୟ୍ରିଲା। 8 ଆରେକ୍ ସେଟାଣେ ରିବିକାର୍ ସେବାକାରିଣି ଦବରା ମଃଲାକେ ବେତେଲାର୍ ମଃଜାୟ୍ ଅଲନ୍ ଗଃଚ୍ ତଃଳେ ତାକ୍ ତହା ଅୟ୍ଲି, ଆର୍ ସେଟାଣାର୍ ନାଉ ଅଲନ୍ ବାକୁତ୍ ବଃଲେକ୍ କାନ୍ଦ୍ଣା ଅୟ୍ଲି।
9 ଜଃଡେବଃଳ୍ ଜାକୁବ ପାଦାନ୍ ଆରାମ୍ ତଃୟ୍ ହୁଣି ବାଉଡ଼ି ଆୟ୍ଲା ଇସ୍ୱର୍ ଆରେଗଟ୍ତର୍ ଦଃକାୟ୍ଅୟ୍ ତାକେ ଆସିର୍ବାଦ୍ କଃଲା। 10 ଆରେକ୍, ଇସ୍ୱର୍ ତାକେ କୟ୍ଲା, "ତର୍ ନାଉ ଜାକୁବ; ମଃତର୍ ତର୍ ନାଉ ଅଃବେ ହୁଣି ଜାକୁବ ନୟ୍, ତର୍ ନାଉ ଇସ୍ରାଏଲ୍ ଅୟ୍ଦ୍।" ଆର୍ ତାର୍ ନାଉ ଇସ୍ରାଏଲ୍ ବଃଲି ନାଉ ଦିଲା। 11 ଇସ୍ୱର୍ ତାକେ ଆରେକ୍ କୟ୍ଲା, "ମୁୟିଁ ସଃକ୍ତିମାନ୍ ଇସ୍ୱର୍; ତୁୟ୍ ଅଲେକାର୍ ବଃଉଁସାର୍ ମୁଳ୍ ଅଃଉ; ତର୍ତଃୟ୍ ହୁଣି ଗଟ୍ ବଃଡ୍ ଗସ୍ଟି ଜାତ୍ ଅଃଉଅ; ଆର୍ ତର୍ତଃୟ୍ ହୁଣି ରଃଜାମଃନ୍ ଜାତ୍ ଅଃଉତି। 12 ଆର୍ ମୁୟ୍ ଅବ୍ରାହାମ୍ ଆର୍ ଇସାକ୍କେ ଜୁୟି ଦେସ୍ ଦଃୟି ଆଚି ସେ ଦେସ୍ ତକେ ଆର୍ ତର୍ ଆସ୍ତା କୁଳ୍ ବଃଉଁସ୍କେ ଦଃୟ୍ନ୍ଦ୍।" 13 ସେଟାଣେ ଇସ୍ୱର୍ ଇରଃକମ୍ ତାର୍ ସଃଙ୍ଗ୍ କଃତାବାର୍ତା କଃରି ଇସ୍ୱର୍ ତାର୍ ତଃୟ୍ହୁଣି ଉହ୍ରେ ଗଃଲା। 14 ତଃବେ ଜାକୁବ କଃତାବାର୍ତା ଅଃଉତା ଟାଣେ ଗଟ୍ ମୁଣ୍ଡା, ବଃଲେକ୍ , ଟେଳା ମୁଣ୍ଡା ଗାଡି ଅଃଙ୍ଗୁର୍ ରଃସ୍ ଦିଲା ଆର୍ ଚିକଣ୍ ଡାଳ୍ଲା। 15 ଆରେକ୍ ଜାକୁବ ଇସ୍ୱର୍ ସଃଙ୍ଗ୍ କଃତାବାର୍ତା ଅଃଉତା ଟାଣାର୍ ନାଉ ବେତେଲ୍ ସଃଙ୍ଗାୟ୍ଲା।
16 ଜାକୁବ ଆର୍ ତାର୍ ଗଃରାର୍ ଲଃକ୍ମଃନ୍ ବେତେଲ୍ ହୁଣି ଜଃଉଁକେ ଦଃର୍ଲାୟ୍, ମଃତର୍ ଇପ୍ରାତା ତଃୟ୍ ଆସୁକ୍ କଃଣ୍ଡେକ୍ ଦୁରି ରିଲାବଃଳ୍ ରାହେଲାର୍ ଗଃର୍ବ୍ ଦୁକା ଆରୁମ୍ ଅୟ୍ଲି, ଆର୍ ତାର୍ ହିଲା ଜଃର୍ନ୍ କଃରୁକେ ବେସି କଃସ୍ଟ ହାୟ୍ଲି। 17 ଆର୍ ଗଃର୍ବ୍ ବେଦ୍ନା ଜଃବର୍ ଅୟ୍ଲାକେ, ବଣ୍ଡ୍କିବୁଡି ତାକେ କୟ୍ଲି, "ଡିର୍ନାୟ୍, ତୁୟ୍ ଅଃବେ ହେଁ ଅଃଣ୍ଡ୍ରା ହିଲା ହାଉସି।" 18 ମଃତର୍ ସେ ମଃଲି, ଆର୍ ମଃର୍ତାବଃଳ୍ ହିଲାର୍ ନାଉ ବିନନି ସଃଙ୍ଗାୟ୍ଲି; ମଃତର୍ ତାର୍ ଉବାସି ତାର୍ ନାଉ ବିନ୍ୟାମିନ୍ ସଃଙ୍ଗାୟ୍ଲା। 19 ଇରଃକମେ ରାହେଲ୍ ମଃଲାକେ, ଇପ୍ରାତା, ବଃଲେକ୍ ବେତ୍ଲିହିମ୍ ଜାତା ବାଟ୍ ଚଃମେ ତାକେ ତହ୍ଲାୟ୍। 20 ଇତାର୍ହଃଚ ଜାକୁବ ସେ ମଃସୁଣ୍ ଉହ୍ରେ ଗଟ୍ କଃମ୍ ଟେଳା ଗାଡ୍ଲା; ରାହେଲାର୍ ମଃସୁଣାର୍ କଃମ୍ ଟେଳା ଅଃବେ ହଃତେକ୍ ଆଚେ। 21 ଇତାର୍ହଃଚ ଇସ୍ରାଏଲ୍ ସେତିହୁଣି ଜାୟ୍ ଏଦର୍ ଗଃଳ୍ ଜିଣିକଃରି ସେତି ଗଟ୍ ତୁମ୍ ଗଃର୍ ତିଆର୍ କଃଲା।
22 ସେ ଦେସେ ଇସ୍ରାଏଲ୍ ବାସା କଃର୍ତା ବଃଳ୍ ରୁବେନ୍ ଜାୟ୍ ନିଜାର୍ ଉବାସିର୍ ଡକୁର୍ସି ବିଲ୍ହା ନାଉଁଆର୍ କୁଡ୍ ଆୟ୍ସି ସଃଙ୍ଗ୍ ସୟ୍ଲା ଆର୍ ଇରି ଇସ୍ରାଏଲ୍ ସୁଣ୍ଲା ଆର୍ ରିସା ଅୟ୍ଲା। 23 ଜାକୁବର୍ ବାରଗଟ୍ ହଃୟ୍ସିମଃନ୍ ରିଲାୟ୍; ସେମଃନାର୍ ବିତ୍ରେ ରୁବେନ୍ ଜାକୁବର୍ ବଃଡ୍ହୟ୍ସି, ଆର୍ ସିମିୟ୍ନ୍ ଆର୍ ଲେବି ଆର୍ ଜିହୁଦା, ଇସାକର୍, ଆର୍ ସବୁଲୁନ୍, ଏମଃନ୍ ଲେୟାର୍ ହିଲାମଃନ୍। 24 ଆରେକ୍, ଜସେପ୍ ଆର୍ ବିନ୍ୟାମିନ୍ ରାହେଲାର୍ ହିଲା; 25 ଆରେକ୍, ଦାନ୍ ଆର୍ ନପ୍ତାଲି ରାହେଲାର୍ ଦାସି ବିଲ୍ହାର୍ ହିଲା; 26 ଆରେକ୍, ଗାଦ୍ ଆର୍ ଆସେର୍ ଲେୟାର୍ ଦାସି ସିଲ୍ପାର୍ ହିଲା। ଜାକୁବର୍ ଇ ସଃବୁ ହିଲାମଃନ୍ ପଦନ୍ ଆରାମ୍ ତଃୟ୍ ଜଲମ୍ ଅୟ୍ରିଲାୟ୍।
27 ଇତାର୍ହଃଚ କିରିୟତ, ବଃଲେକ୍ ହିବ୍ରଣ୍ ଗଃଳ୍ ଚଃମାର୍ ମମ୍ରି ନାଉଁରା ଜୁୟ୍ତିକି ତାର୍ ଉବାସି ଜାକୁବ ଆର୍ ଅବ୍ରାହାମ୍ ବାସ୍କଃର୍ତିରିଲା ସେତି ଗଃଲା, 28 ଇସାକ୍ ବୁଡା ଅଃଉତା ହଃତେକ୍ ସୟେ ଅସେ ବଃର୍ସ୍ ହଃତେକ୍ ବାଚ୍ଲା। 29 ତାର୍ହଃଚେ ଇସାକ୍ ହୁରାହୁରି ବୁଡା ଅୟି ମଃଲା, ଆର୍ ତାର୍ ହଃୟ୍ସିମଃନ୍ ଏସାଉ ଆର୍ ଜାକୁବ ତାକେ ବେଟି ଦାନ୍ ଦିଲାୟ୍।