1 ଇତାର୍ ହଃଚେ ସଃଞ୍ଜ୍ ବେଳା ଜଃଳେକ୍ ସ୍ୱର୍ଗ୍ଦୁତ୍ ସଦମେ ହଚ୍ଲାୟ୍; ସଃଡେବଃଳ୍ ଲତ ସଦମ୍ ଗଃଳ୍ ଦୁଆରେ ବଃସି ରିଲା ଦୁତ୍ମଃନ୍କେ ଦଃକି ସେମଃନାର୍ ସଃଙ୍ଗ୍ କଃତା ବାର୍ତା କଃରୁକେ ଉଟି ଗଃଲା ଆରେକ୍ ଗଡେ ଡୁଳି ଜୁଆର୍ କଃରି କୟ୍ଲା 2 "ଏ ମର୍ ମାପ୍ରୁମଃନ୍ ମୁୟ୍ ଗଃଉଆରି କଃରୁଲେ, ଆଜି ରାତି ତୁମିମଃନ୍ ଇ ଦାସ୍ ଗଃରେ ଆସି ବାସା କଃରା ଆର୍ ଗଡ୍ ଦଃଉଆ; ଆରେକ୍ ବର୍ ସଃକାଳ୍ ଉଟି ଜାହାତଃନ୍।" ସେତାକ୍ ସେମଃନ୍ କୟ୍ଲାୟ୍, "ନାୟ୍; ଅଃମି ସଃବୁ ରାତି ଡଣ୍ଡେ ରେଉଁନ୍ଦ୍।"
3 ମଃତର୍ ଲତ ଆରେକ୍ ଗଃଉଆରି କଃଲାକ୍ ସେମଃନ୍ ଗଃର୍ ବିତ୍ରେ ଗଃଲାୟି ; ତଃବେ ସେ ସେମଃନାର୍ ଗିନେ କମିର୍ ନଃମିସ୍ଲା ରୁଟି ଆର୍ କାତା କାଦିମଃନ୍ , ସେମଃନ୍କେ ଦିଲାକ୍ କାୟ୍ଲାୟ୍।
4 ମଃତର୍ ସେମଃନ୍ ସଃଉତା ଆଗ୍ତୁ ସେ ବଃସ୍ତିର୍ ଲଃକ୍ମଃନ୍, ବଃଲେକ୍, ସଦମାର୍ ଦଃଙ୍ଗ୍ଳା ବୁଡା ସଃବୁ ଲକ୍ ଆସି ତାର୍ ଗଃର୍ ଚାରିବାଟ୍ ବେଳ୍ଲାୟ୍। 5 ଆରେକ୍, ଲତକେ କୁଦି କୟ୍ଲାୟ୍, "ଆଜି ରାତି ଜୁଣ୍ ମାନାୟ୍ମଃନ୍ ତର୍ ଗଃରେ ଆସ୍ଲାୟ୍, ସେମଃନ୍ କେଣେ ଗଃଲାୟି? ସେମଃନ୍କେ ବାର୍କଃରି ଅଃମାର୍ ଚଃମେ ଆଣ୍। ଅଃମି ସେମଃନାର୍ ସଃଙ୍ଗ୍ ସଃଉନ୍ଦ୍।"
6 ସେତାକ୍ ଲତ୍ ହଃଦାୟି ଆସି ଦୁଆର୍ ବଃନ୍ଦ୍ କଃରି କୟ୍ଲା, 7 "ଏ ବାୟ୍ମଃନ୍, ଗଃଉଆରି କଃରୁଲେ, ଇରଃକମ୍ ବେବାର୍ କଃରାନାୟ୍। 8 ଦଃକା, ଅଃଣ୍ଡ୍ରାର୍ ବାସ୍ନା ନଃହାଉତାର୍ ମର୍ ଜଳେକ୍ ଜିଇମଃନ୍ ଆଚ୍ତି, ସେମଃନକେ ତୁମାର୍ ଚଃମେ ଆଣୁଲେ, ତୁମିମଃନାର୍ ଆକିୟେ ଜୁୟ୍ରି ନିକ, ସେରି ତାକ୍ମଃନ୍କେ କଃରା, ମଃତର୍ ସେ ମାନାୟ୍ ମଃନ୍କେ କାୟି କଃରାନାୟ୍, କାୟିତାକ୍ବଃଲେକ୍ ସେମଃନ୍ ମଃର୍ ଗତ୍ୟାମଃନ୍ ଆର୍ ମର୍ ଚାନି ତଃଳେ ଆସ୍ର ନଃୟ୍ ଆଚ୍ତି।"
9 ସଃଡେବଃଳ୍ ସେମଃନ୍ କୟ୍ଲାୟ୍, "ଗୁଚିଜା।" ଆରେକ୍ କୟ୍ଲାୟ୍, "ଇ ଲକ୍ ଅଃମାର୍ ବିତ୍ରେ ବାସା କଃରୁକେ ଆସି ଅଃମାର୍ ବିଚାର୍ କଃର୍ତା ଲକ୍ ଅଃଉଁଲା; ଅଃବେ ସେମଃନ୍କାର୍ ତଃୟ୍ହୁଣି ତକେ କଃରାପ୍ ବେବାର୍ କଃରୁନ୍ଦ୍।" ତଃବେ ସେମଃନ୍ ଲତକେ ବଃଳ୍ମାଡ୍ କଃରି କଃହାଟ୍ ବାଙ୍ଗୁକ୍ ଗଃଲାୟି। 10 ମଃତର୍ ସେ ଦୁଇ ଲକ୍ ଆତେ ଦଃରି ଲତକେ ଗଃର୍ ବିତ୍ରେ ଅଃହ୍ଣାମଃନାର୍ ଚଃମେ ଜିକି ନଃୟ୍ କଃହାଟ୍ ଡାହ୍ଲାୟ୍। 11 ଆରେକ୍, ବାଟ୍ଦୁଆର୍ ଚଃମେ ରିଲାର୍ ସାନ୍ ଆର୍ ବଃଡ୍ ସଃବୁଲକେ ଆକି ଅଃନ୍ଦ୍ କଃଲାୟି; ତଃବେ ସେମଃନ୍ ବାଟ୍ ଦୁଆର୍ କଜି କଜି ତାକି ଗଃଲାୟି।
12 ଇତାର୍ ହଃଚେ ସେ ଲଃକ୍ମଃନ୍ ଲତକେ କୟ୍ଲାୟ୍, "ଇ ଜଃଗାୟ୍ ଆର୍ ତର୍ ଜେମଃନ୍ ଆଚ୍ତି? ହଃୟ୍ଦି, ଜିଦି, ଜାଉଁଆୟ୍ଦି ଜଃତେକ୍ ଲକ୍ ଇ ଗଃଳେ ଆଚ୍ତି, ସେ ସଃବୁ ଲକ୍କେ ଇଜଃଗାୟ୍ ହୁଣି ନଃୟ୍ଜା; 13 ଜୁୟ୍ତାର୍ଗିନେ ଅଃମି ଇ ଜଃଗାକେ ବଃସମ କଃରୁନ୍ଦ୍। ମାପୁର୍ ଚଃମେ ଇ ଗଃଡାର୍ ବିରୁଦେ ବେସି କାନ୍ଦ୍ଣା ଅୟିଆଚେ, ଇତାର୍ଗିନେ ଇ ଗଃଳ୍କେ ବଃସମ୍ କଃରୁକେ ଅଃମିକେ ଇସ୍ୱର୍ ହଃଟାୟ୍ ଆଚେ।"
14 ତଃବେ ଲତ ବାରାୟ୍ ଜାୟ୍ ତାର୍ ଜିସିମଃନ୍କେ ଆର୍ ବିବା କଃରୁକ୍ ଇଚା ରେତା ଜାଉଁଆୟ୍ ମଃନ୍କେ କୟ୍ଲା, "ସୁଣା, ଇ ଜଃଗା ଚାଡି ବାରାଉଆ, ଇସ୍ୱର୍ ଇ ଜଃଗାକେ ବଃସମ୍ କଃରେଦ୍, ମଃତର୍ ଜାଉଁଆୟ୍ମଃନ୍ ଟାହ୍ରା ବଃଲି ବାବ୍ଲାୟ୍।"
15 ଆର୍କ ଦିନ୍ ସଃକାଳିଆ, ଦୁତ୍ମଃନ୍ ଲତକେ ଜଃଗ୍ରାତ୍ କଃରାୟ୍ କୟ୍ଲାୟ୍, "ସୁଣ୍, ତର୍ ଡକୁର୍ଦି ଆର୍ ଇ ଜୁଣ୍ ଜଃଳେକ୍ ଜିଦି ଇତି ଆଚ୍ତି, ସେମଃନ୍କେ ନଃୟ୍ ଜାଆ, ନୟ୍ଲେକ୍ ଗଃଳ୍ ଅଃବେ ନାସ୍ ଅୟ୍ଦ୍।" 16 ନୟ୍ଲେକ୍ ହେଁ ସେ ବିଲମ୍ କଃଲା; ସେତି ତାର୍ ଉହ୍ରେ ମାପୁରାର୍ ଦଃୟାର୍ ଗିନେ ସେମଃନ୍ ତାର୍ ଆର୍ ତାର୍ ଡକୁର୍ସିର୍ ଆର୍ ଜଃଳେକ୍ ଜିସିର୍ ଆତେ ଦଃରି ସେମଃନ୍କେ ଗଃଳେ ହୁଣି ବାର୍କଃରି ଦୁରିକେ ନିଲାୟ୍। 17 ଇହର୍ ସେମଃନ୍କେ ବାର୍କଃରି ଆଣ୍ଲା ହଃଚେ ସେମଃନାର୍ ବିତ୍ରେ ଗଟ୍ ଦୁତ୍ ଲତକେ କୟ୍ଲା, "ଜିବନ୍ ବାଚାଉଁକେ ହଃଳାଉଆ; ହଃଚ୍ବାଟ୍ ଦଃକାନାୟ୍ ଆର୍ ଇ ସଃବୁ ବଃଟାୟ୍ ହେଁ ରିଆନାୟ୍; ଡଙ୍ଗୁର୍ ଉହ୍ରେ ଦଃବ୍ଳି ଜଃହା; ନୟ୍ଲେକ୍ ମଃରାସ୍।"
18 ସେତାକ୍ ଲତ କୟ୍ଲା, "ଏ ମର୍ ମାପୁର୍, ଇହର୍ ଅଃଉଅ ନାୟ୍, 19 ଅଃବେ ଇ ଦାସ୍ ଉହ୍ରେ କେମା ଆର୍ ଦଃୟା କଃରି ଜିବନ୍ ରଃକ୍ୟା କଃର୍; ମୁୟ୍ ଡଙ୍ଗୁର୍ ବାଟ୍ ଦଃବଳି ଜଃଉଁ ନାହାରି; କେଜାଣ୍ ବିବ୍ତି ଆୟ୍ଲେକ୍ ମଃରିଜାୟ୍ନ୍ଦ୍। 20 ସୁଣା, ହଃଳାୟ୍ ଜଃଉଁକେ ସେ ଗଃଳ୍ ଚମେ, ସେରି ସାନ୍ ବଃସ୍ତି ଜଃଗାକେ ହଃଳାୟ୍ ଜଃଉଁକେ ଆଦେସ୍ ଦେଏ,ସେତି ମର୍ ଜିବନ୍ ବାଚେଦ୍; ସେରି କାୟି ସାନ୍ ଟାଣ୍ ଆର୍ ସେତି ବାଚିନ୍ଦ୍?"
21 ସେତାକ୍ ସେ କୟ୍ଲା, " ନିକ, ମୁୟ୍ ଇ ବିସୟେ ତର୍ ଉହ୍ରେ ଦଃୟା କଃରି,ସେ ଜୁଣ୍ ଗଃଳ୍ କଃତା ତୁୟ୍ କୟ୍ଲିସ୍, ସେରି ନଃସ୍ଟ୍ ନଃକେରି। 22 ତୁମି ବେଗି ସେ ଜଃଗାକେ, ହଃଳାଉଆ କାୟିତାକ୍ ବଃଲେକ୍ ତୁମି ସେତି ନଃହଚ୍ଲେକ୍ ମୁୟ୍ କାୟିରି ହେଁ କଃରୁ ନଃହାରି।" ଇତାର୍ଗିନେ ସେ ଜଃଗାର୍ ନାଉ ସୟର୍ ଅୟ୍ଲି।
23 ଇତାର୍ହଃଚ ଦେସେ ବେଳ୍ ଉଦ୍ତା ବଃଳ୍, ଲତ ସୟର୍ ବିତ୍ରେ ଗଃଲା। 24 ତଃବେ ମାପୁର୍ ଅଃଗାସେ ହୁଣି ସଦମ୍ ଆର୍ ହମରା ଉହ୍ରେ ଗଃନ୍ଦକ ଆର୍ ଜୟ୍ ବଃର୍ସା କଃରି 25 ସେ ସଃବୁ ଗଃଳ୍ ଆର୍ ବଃଟା ଆର୍ ସେତି ରେତା ଲକ୍ ଆର୍ ସେ ବୁୟେଁ ଜାତ୍ ଅୟ୍ଲାର୍ ସଃବୁ ଜିନିସ୍ ବଃସମ୍ କଃଲା। 26 ମଃତର୍ ଲତର୍ ଡକୁର୍ସି ହଃଚ୍ ବାଟ୍ୟା ଦଃକ୍ଲାକେ ସେ ନଣ୍ ମୁଣ୍ଡା ହାସୁଲ୍ଲି।
27 ଆରେକ୍ ଅବ୍ରାହାମ୍ ସଃକାଳିଆ ଉଟି ଆଗ୍ତୁ ଜୁୟ୍ତି ମାପୁରାର୍ ଚଃମେ ଟିଆ ଅୟ୍ରିଲା, ସେ ଟାଣେ ଆୟ୍ଲା 28 ସଦମ ଆର୍ ଗମ୍ରା ଆର୍ ବଃଟା ସଃବୁ ବାଟ୍ୟା ଦଃକ୍ଲା, ସେ ଦେସେ ହୁଣି ବଃଟିଚୁଲିର୍ ଦୁଆଁ ହର୍ ଦୁଆଁ ବାର୍ତି ରିଲାର୍ ଦୁଆଁ ଦଃକ୍ଲା। 29 ଇରଃକମେ ସେ ବଃଟାୟ୍ ରେତା ସଃବୁ ଗଃଳ୍ ନାସ୍ ବଃଳ୍ ଇସ୍ୱର୍ ଅବ୍ରାହାମ୍କେ ମଃନେ ଏତାୟ୍ଲା, ଆରେକ୍, ଲତ ଜୁଣ୍ ଜୁଣ୍ ଗଃଳେ ବାସା କଃରି ରିଲା, ସେ ସେ ଗଃଳ୍ ନାସ୍ ଅଃଉତା ବଃଳ୍ ନାସ୍ ତଃୟ୍ହୁଣି ଲତକେ ବାର୍ କଃଲା।
30 ଇତାର୍ ହଃଚେ ଲତ ସୟର୍ ଦେସେ ବାସା କଃରୁକେ ଡିରି କଃରି ସେତି ହୁଣି ବାରି ତାର୍ ଜଃଳେକ୍ ଜିସିକେ ନଃୟ୍ ଡଙ୍ଗ୍ରେ ବାସା କଃଲା; ସେତାକ୍ ସେ ଆର୍ ତାର୍ ଜୁଳେକ୍ ଜିସି ସଃଙ୍ଗ୍ ଡଙ୍ଗ୍ରାର୍ ହାରେ ବାସା କଃଲାୟି। 31 ଇତାର୍ହଃଚ ତାର୍ ବଃଡ୍ ଜିସି ସାନ୍କେ କୟ୍ଲି, "ଅଃମାର୍ ଉବା ବୁଡା, ଆରେକ୍, ସଂସାରାର୍ ବେବାର୍ ହଃର୍କାରେ ଅଃମାର୍ ସଃଙ୍ଗ ସଃଉଆବଃସା କଃରୁକେ ଇ ଦେସେ ତ କେହେଁ ଅଃଣ୍ଡ୍ରା ନାୟ୍। 32 ଆରେକ୍, ଅଃମି ଉବାକେ ଅଙ୍ଗୁର୍ ରଃସ୍ ସୁରାୟ୍ କଃରି ଉବାର୍ ବଃଉଁସ୍ ରଃକ୍ୟା ଗିନେ ତାର୍ ସଃଙ୍ଗ୍ ସଃଉ।" 33 ତଃବେ ସେ ରାତିଏ ସେମଃନ୍ ଅଃହ୍ଣାର୍ ଉବାସିକେ ଅଙ୍ଗୁର୍ ରଃସ୍ ସୁରାୟ୍ କଃରି, ବଃଡ୍ ଜିସି ଉଟି ଜାୟ୍ ଉବାସିର୍ ସଃଙ୍ଗ୍ ସୟ୍ଲି: ମଃତର୍ ତାର୍ ସୟ୍ଲାର୍ ଆର୍ ଉଟି ଗଃଲାର୍ ଲତ ଜାଣୁ ନଃହାର୍ଲା।
34 ଆର୍କ ଦିନ୍ ସେ ବଃଡ୍ ଜିସି ସାନ୍କେ କୟ୍ଲି, "ଜାଣ୍, ମୁୟ୍ ଗଃଲା ରାତି ଉବାର୍ ସଃଙ୍ଗ୍ ସୟ୍ଲେ, ଆଉ ଆଜି ରାତି ହେଁ ଉବାକେ ଅଙ୍ଗୁର୍ ରଃସ୍ ସୁରାଉଁ; ତଃବେ ତୁୟ୍ ଜା ଉବାର୍ ବଃଉଁସ୍ ବାଚାଉଁକେ ତାର୍ ସଃଙ୍ଗ୍ ସଃଉ।" 35 ସେତାକ୍ ସେମଃନ୍ ସେ ରାତିଏ ହେଁ ଉବାସିକେ ଅଙ୍ଗୁର୍ ରଃସ୍ ସୁରାୟ୍ କଃରି, ସାନ୍ ଜିସି ଜାୟ୍ ତାର୍ ସଃଙ୍ଗ୍ ସୟ୍ଲି; ମଃତର୍ ତାର୍ ସଃଉତାର୍ ଆର୍ ଉଟି ଜାତାର୍ ଲତ ଜାଣୁ ନଃହାର୍ଲା। 36 ଇହର୍ ଲତର୍ ଦୁଇ ଜିସି ନିଜାର୍ ଉବାସିର୍ ବାଟାର୍ ଗଃର୍ବ୍ବାସ୍ ଗଃଲାୟି। 37 ଇତାର୍ ହଃଚେ ବଃଡ୍ଜିସି ଅଃଣ୍ଡ୍ରାହିଲା ଜଃଲମ୍ କଃରି ତାର୍ ନାଉ ମୟାବ ଦିଲି; ସେ ଅଃବାର୍ ଜୁଗାର୍ ମୟାବିୟ୍ ଲକ୍ ମଃନ୍କାର୍ ଦାଦି। 38 ଆରେକ୍, ସାନ୍ ଜିସି ଅଃଣ୍ଡ୍ରା ହିଲା ଜଃଲମ୍ କଃରି ତାର୍ ନାଉ ବିନ-ଅମ୍ମି ଦିଲି; ସେ ଅଃବାର୍ ଜୁଗାର୍ ଅମିନିୟ ଲକ୍ମଃନାର୍ ଦାଦି।