1 ଇତାର୍ହଃଚ ଇସାକ୍ ବୁଡା ଅୟ୍ଲାକ୍, ଆକିର୍ ଉଜାଳ୍ ସଃର୍ଲାକ୍ ଆର୍ ଦଃକୁ ନଃହାର୍ଲା; ସେଡେବଃଳ୍ ଅଃହ୍ଣାର୍ ବଃଡ୍ ହଅ ଏସାଉକେ କୁଦି କୟ୍ଲା, "ହଅ," ସେତି ସେ ଉତୁର୍ ଦିଲା, "ଦଃକ୍ ମୁୟ୍ ଇତି ଆଚି।"
2 ସେତାକ୍ ସେ କୟ୍ଲା,"ଜାଣ୍ ମୁୟ୍ ବୁଡା" ଅୟିଆଚି, କଃବେ ମର୍ ମଃର୍ନ୍ ଅୟ୍ଦ୍, ସେରି ମୁଁୟ୍ ନଃଜାଣି। 3 ଅଃବେ ଗଃଉଆରି କଃରୁଲେ, "ତୁୟ୍ ଅଃବେ ଦଃଣୁ ଆର୍ କାଣ୍ଡ୍ ଦଃରି ବଃନେ ଜାୟ୍ ମର୍ ଗିନେ କଟ୍ରା ମାରି ଆଣ୍। 4 ଆରେକ୍, ମୁଁୟ୍ ଜଃନ୍କା କାଦି ବଃଲ୍ ହାୟ୍ନ୍ଦ୍, ସେହର୍ ସୁଆଦ୍ କଃରି ରାନ୍ଦିକଃରି କାଉଁକେ ଆଣ୍; ସେରି କାୟ୍କଃରି ମଃର୍ତା ଆଗ୍ତୁ ମୁଁୟ୍ ତକେ ଆସିର୍ବାଦ୍ କଃରିନ୍ଦ୍।"
5 ଇସାକ୍ ଅଃହ୍ଣାର୍ ହଅକେ ଇ କଃତା କଃଉତା ବଃଳ୍ ରିବିକା ସୁଣ୍ଲି। ଇତାର୍ ଗିନେ ଏସାଉ କଟ୍ରା ମାସ୍ ଆଣ୍ତାର୍ ଗିନେ ବଃନେ ଗଃଲାକେ, 6 ରିବିକା ଅଃହ୍ଣାର୍ ହଅ ଜାକୁବକେ କୟ୍ଲି, "ଦଃକ୍, ତର୍ ବାୟ୍ଦି ଏସାଉ ସଃଙ୍ଗ୍ ତର୍ ଉବାଦି କଃତା ବାର୍ତା କଃର୍ତାର୍ ମୁୟଁ ସୁଣ୍ଲେ, 7 ସେ ତାକ୍ କୟ୍ଲା, ତୁୟ୍ କଟ୍ରା ମାସ୍ ଆଣି ମର୍ ଗିନେ ସୁଆଦ୍ କାଦି ରାନ୍ଦ୍, ତଃବେ ମୁଁୟ୍ କାୟ୍କଃରି ମଃର୍ତା ଆଗ୍ତୁ ଜିଅବା ମାପୁରାର୍ ଆଗେ ତକେ ଆସିର୍ବାଦ୍ କଃରିନ୍ଦ୍। 8 ଇତାର୍ଗିନେ, ହଅ, ଅଃବେ ତକେ ଜୁଣ୍ ଆଦେସ୍ ଦଃୟ୍ଆଚି, ମଃର୍ ସେ କଃତା ସୁଣ୍। 9 ତୁୟ୍ ଅଃବେ ମଃନ୍ଦାକେ ଜାୟ୍ ସେତି ହୁଣି ଜଳେକ୍ ନିକ ଚେଳିବଦା ଆଣ୍; ସେତି ତର୍ ଉବାଦି ଜଃନ୍କଃରି ମଃନ୍ କଃରେଦ୍, ସେରଃକମ୍ ସୁଆଦ୍ କାଦି ରାନ୍ଦି ଦଃୟ୍ନ୍ଦ୍। 10 ତୁୟ୍ ସେରି ଦଃରି ଉବାଦିର୍ ଚଃମେ ଜାଆ; ସେତି ସେ ସେରି କାୟ୍କଃରି ମଃର୍ତା ଆଗ୍ତୁ ତକେ ଆସିର୍ବାଦ୍ କଃରେଦ୍।" 11 ସଃଡେବଃଳ୍ ଜାକୁବ ଅଃହ୍ଣାର୍ ଆୟ୍ସି ରିବିକାକେ କୟ୍ଲା, "ଦଃକ୍, ମର୍ ବାୟ୍ ଏସାଉର୍ ରମ୍ ଗଃଗାଳ୍, ମଃତର୍ ମକେ ରମ୍ ନାୟ୍। 12 ଜଦି ଉବା ମକେ ଚୁୟ୍ଦ୍, ତଃବେ ମୁୟ୍ ତାର୍ ତଃୟ୍ ମିଚୁଆ ବଃଲାୟ୍ ଅୟ୍ନ୍ଦ୍, ତଃନ୍ଅୟ୍ଲେକ୍ ମୁୟ୍ ନିଜାର୍ ଉହ୍ରେ ଆସିର୍ବାଦ୍ ଆଣ୍ତା ବାଦୁଲେ ସଃୟ୍ପ୍ ଆଣିନ୍ଦ୍।"
13 ମଃତର୍ ତାର୍ ଆୟ୍ସି କଃୟ୍ଲି, "ହଅ, ସେ ସଃୟ୍ପ୍ ମକେ ଗଃଟ, ତୁୟ୍ ମର୍ କଃତା ମାନ୍ ଆର୍ ଜାୟ୍କଃରି ଜଳେକ୍ ଚେଳି ହିଲା ଆଣ୍।" 14 ତଃବେ ଜାକୁବ ଜାୟ୍ ସେରି ଆଣି ଆୟ୍ସିର୍ ଚଃମେ ଆଣ୍ଲା,ଆୟ୍ସି ତାର୍ ଉବାସିର୍ ମଃନ୍ ହଃର୍କାରେ ସୁଆଦ୍ କଃରି କାଦି ରାନ୍ଦ୍ଲି। 15 ସେତାକ୍ ରିବିକା ଗଃରେ ତାର୍ ଚଃମେ ରିଲାର୍ ବଃଡ୍ ହଅ ଏସାଉର୍ ନିକ୍ ବଃସ୍ତର୍ ଆଣି ସାନ୍ ହୟିସି ଜାକୁବକେ ହିନ୍ଦାୟ୍ଲି। 16 ଆରେକ୍, ଚେଳିବଦାର୍ ଚାଲ୍ ଆଣି ତାର୍ ଆତେ ଆର୍ ଟଟିୟେ ରମ୍ ନଃରିଲା ଜଃଗାୟ୍ ଡାହ୍ଲି। 17 ଆର୍ ରାନ୍ଦ୍ଲା ସୁଆଦ୍ କାଦି ଆର୍ ରୁଟି ଜାକୁବର୍ ଆତେ ଦିଲି। 18 ତଃବେ ଜାକୁବ ଅଃହ୍ଣାର୍ ଉବାସିର୍ ଚଃମେ ଜାୟ୍ କୟ୍ଲା, "ଉବା," ସେ ଉତୁର୍ ଦିଲା, " ମୁୟ୍ ଇତି ଆଚି ତୁୟ୍ କେଏ?"
19 ଜାକୁବ ଅଃହ୍ଣାର୍ ଉବାସିକ୍ କୟ୍ଲା, "ମୁୟ୍ ତର୍ ବଃଡ୍ ହୟ୍ଦି ଏସାଉ ତୁୟ୍ ଜୁୟ୍ରି କୟ୍ ରିଲିସ୍ ସେରି ମୁୟ୍ କଃରିଆଚି," ଅଃବେ ଗଃଉଆରି କଃରୁଲେ, "ତୁୟ୍ ଉଟ୍, ଆର୍,ବଃସି ମୁୟ୍ ଆଣ୍ଲା କଟ୍ରା ମାସ୍ କାଆ, ତାର୍ ହଃଚେ ତୁୟ୍ ମକେ ଆସିର୍ବାଦ୍ କଃର୍।"
20 ସେତାକ୍ ଇସାକ୍ ଅଃହ୍ଣାର୍ ହଅକେ କୟ୍ଲା, "ହଅ, ତୁୟ୍ ଅଃତେକ୍ ବେଗି ସେରି କଃନ୍କଃରି ମିଳାୟ୍ଲିସ୍?" ସେ କୟ୍ଲା, "ତର୍ ମାପୁର୍ ଇସ୍ୱର୍ ମକେ ସେରି ବେଟାୟ୍ ଦିଲା।"
21 ଇସାକ୍ ଜାକୁବକେ ଆରେକ୍ କୟ୍ଲା, " ହଅ ମର୍ ଚଃମେ ଆସ୍, ତୁୟ୍ ସଃତ୍ କଃରି ମର୍ ହଅ ଏସାଉ କି ନାୟ୍, ତକେ ଚୁୟ୍ କଃରି ଜାଣିନ୍ଦ୍।" 22 ତଃବେ ଜାକୁବ ଅଃହ୍ଣାର୍ ଉବାସି ଇସାକାର୍ ଚଃମେ ଗଃଲା, ସେ ତାକେ ଚୁୟ୍ କଃରି କୟ୍ଲା, "ଏ କଃଉତା କଃଟ୍ ଜାକୁବର୍ କଃଟ୍, ମଃତର୍ ଇ ଆତ୍ ଏସାଉର୍ ଆତ୍।" 23 ଇ ରଃକମେ ସେ ତାକେ ଚିନୁ ନଃହାର୍ଲା, କାୟିତାକ୍ ବଃଲେକ୍ ସେ ଅଃହ୍ଣାର୍ ବାୟ୍ ଏସାଉର୍ ହର୍ ରମ୍ କଃରିରିଲା; ଇତାର୍ଗିନେ ସେ ତାକ୍ ଆସିର୍ବାଦ୍ କଃଲା। 24 ଇତାର୍ହଃଚ ସେ କୟ୍ଲା, "ତୁୟ୍ କି ସଃତ୍କଃରି ମର୍ ହଅ ଏସାଉ?" ସେ କୟ୍ଲା, "ହେଁ, ମୁୟ୍ ସେଏ।"
25 ସଃଡେବଃଳ୍ ଇସ୍ହାକ୍ କୟ୍ଲା, "ସେରି ମର୍ ଚଃମେ ଆଣ୍; ମୁୟ୍ ନିଜାର୍ ହଅ ଆଣ୍ଲା କଟ୍ରା ମାସ୍ କାୟ୍ନ୍ଦ୍, ତଃବେ ମୁୟ୍ ତକେ ଆସିର୍ବାଦ୍ କଃରିନ୍ଦ୍।" ସେତାର୍ଗିନେ ସେ ଚଃମେ ଆଣି ଦିଲା, ଇସାକ୍ ସେରି କାୟିଲା; ଆରେକ୍, ଅଙ୍ଗୁର୍ ରଃସ୍ ଆଣି ଦିଲାକ୍ ସେରି ସୁର୍ଲା। 26 ଇତାର୍ ହଃଚେ ତାର୍ ଉବାସି ଇସାକ୍କେ କୟ୍ଲା, "ହଅ, ଅଃବେ ମର୍ ଚଃମେ ଆସି ମକେ ଚୁମ୍।" 27 ସେଡେବଃଳ୍ ସେ ଚଃମେ ଜାୟ୍ ଚୁମ୍ଲା, ଇସାକ୍ ତାର୍ ବଃସ୍ତରାର୍ ଗଃନ୍ଦ୍ ହାୟ୍ଁ ତାକେ ଆସିର୍ବାଦ୍ କଃରି କୟ୍ଲା, "ଦଃକ୍, ମାପୁରାର୍ ଆସିର୍ବାଦ୍ ହାୟ୍ଲା ଜଃମିର୍ ବାସ୍ନା ହର୍ ମର୍ ହଅର୍ ବାସ୍ନା; 28 ଇସ୍ୱର୍ ଅଃଗାସାର୍ ଅସ୍ ହାଣିୟେ ଆର୍ ହୁର୍ତିବିର୍ ଉସାସ୍ ମାଟିୟେ ହୁଣି ଉବ୍ଜାୟ୍ଲା ହଃଳ୍ ଆର୍ ଜଃଜବଳି ତାସ୍ ଆର୍ ଅଃଙ୍ଗୁର୍ ରଃସ୍ ତକେ ଦେଉଅ; 29 ଲକ୍ସଃବୁ ତର୍ ସେବା କଃରତ୍ ଆର୍ ବିନ୍ବିନ୍ ବଃଉଁସ୍ ତକେ ଜୁଆର୍ କଃରତ୍; ତୁୟ୍ ନିଜାର୍ ଜାତିର୍ ଲକାର୍ ସାଉକାର୍ ଅଃଉ, ଆରେକ୍ ତର୍ ଆୟ୍ଦିର୍ ହଃଅମଃନ୍ ତକେ ଜୁଆର୍ କଃରତ୍; ଜେ ତକେ ସଃୟ୍ପ୍ ଦଃୟ୍ଦ୍, ସେ ସାୟ୍ପ୍ ହାଉଅ, ଆରେକ୍, ଜେ ତକେ ଆସିର୍ବାଦ୍ କଃରେଦ୍, ସେ ଆସିର୍ବାଦ୍ ହାଉଅ।"
30 ଇ ରଃକମେ ଜାକୁବକେ ଆସିର୍ବାଦ୍ କଃଲା ହଃଚେ ଜାକୁବ ଅଃହ୍ଣାର୍ ଉବାସି ଇସାକାର୍ ଚଃମେହୁଣି ବାରାୟ୍ ଗଃଲା ବିତ୍ରେ ତାର୍ ବାୟ୍ସି ଏସାଉ ବେଟ୍କେ ଜାୟ୍ରଃୟ୍ ଆୟ୍ଲା। 31 ଆରେକ୍, ସେ ହେଁ ସୁଆଦ୍ କାଦି ରାନ୍ଦିକଃରି ଉବାସିର୍ ଚଃମେ ଆଣ୍ଲା, "ଉବା, ତୁୟ୍ ଉଟି ମୁଁୟ୍ ଆଣ୍ଲା କଟ୍ରା ମାସ୍ କାଆ, ତାର୍ ହଃଚେ ତୁୟ୍ ମକେ ଆସିର୍ବାଦ୍ କଃର୍।" 32 ସେତାକ୍ ଇସାକ୍ କୟ୍ଲା, "ତୁୟ୍ କେଏ?" ତଃବେ ସେତାକ୍ ଏସାଉ ଉତୁର୍ ଦିଲା "ମୁୟ୍ ତର୍ ହଃର୍ତୁ ଜାତ୍ ହୟ୍ଦି।"
33 ସଃଡେବଃଳ୍ ଇସାକ୍ ଅଃପର୍ବଳ୍ ଦଃଲ୍କି ଜାୟ୍ କୟ୍ଲା, ତଃବେ ଜେ ମର୍ ହାକ୍ କଟ୍ରା ମାସ୍ ଆଣିରିଲା, ସେ କେଏ? ତୁୟ୍ ଆସ୍ତା ଆଗ୍ତୁ ମୁୟ୍ ସେରି କାୟ୍କଃରି ତାକେ ଆସିର୍ବାଦ୍ କଃଲେ, ଆରେକ୍ "ସେ ସଃବୁବଃଳାର୍ ଗିନେ ଆସିର୍ବାଦ୍ ହାୟ୍ଁ ଆଚେ।" 34 ଏସାଉ ଉବାସିର୍ ଇ କଃତା ସୁଣ୍ଲା ଦାହ୍ରେ ଅଃଦିକ୍ ମଃନେ ଦୁକ୍କଃରି ବେଲ୍କିଅୟ୍ କାନ୍ଦ୍ଲା, ଆର୍ ଉବାସିକେ କୟ୍ଲା, "ଉବା, ମକେ ହେଁ ଆସିର୍ବାଦ୍ କଃର୍।" 35 ସେତାକ୍ ଇସାକ୍ କୟ୍ଲା, "ତର୍ ବାୟ୍ଦି ଆସି ଚଃଲାକିକଃରି ତୁୟ୍ ହାଉତା ଆସିର୍ବାଦ୍ ଚରିକଃରି ଗୁର୍ନାର୍ ବିସୟ୍ କଃରିଆଚେ।"
36 ସେତାକେ ଏସାଉ କୟ୍ଲା, "ତାର୍ ସଃତ୍ ନାଉ କି ଜାକୁବ ନୟ୍? କାୟ୍ତାର୍ ଗିନେ ବଃଲେକ୍ ସେ ଦୁୟ୍ତର୍ ମକେ ଟକିଆଚେ ସେ ଆଗ୍ତୁ ମର୍ ବଃଡ୍ ଅଃଦିକାର୍ ଚରିକଃରି ରିଲା,ଆରେକ୍, ଅଃବେ ମର୍ ହାଉତା ଆସିର୍ବାଦ୍ ହେଁ ଚରି କଃରିଆଚେ। ସେ ଆରେକ୍ କଃୟ୍ଲା, ତୁୟ୍ ମର୍ ଗିନେ ଗଟେକ୍ ହେଁ ଆସିର୍ବାଦ୍ ସଃଙ୍ଗାୟ୍ ନଃକେର୍ସି?" 37 ତଃବେ ଇସାକ୍ ଏସାଉକ୍ କୟ୍ଲା, "ମୁୟ୍ ତାକେ ତର୍ ମାଲିକ୍ କଃଲେ, ଆରେକ୍,ତାର୍ ଜାତିକୁଟୁମ୍ ସଃବୁ ତାର୍ ତଃଳେ ରେତି, ଆର୍ ତାସ୍ ଆର୍ ଅଙ୍ଗୁର୍ରଃସେ ତାକେ ବଃଡ୍ କଃଲେ; ହଅରେ, ଇତାର୍ଗିନେ ଅଃବେ ତର୍ ହାଁୟ୍ ଆରେକ୍ କାୟିରି ହେଁ କଃରୁନାହାରି" 38 ସେତାକ୍ ଏସାଉ ଆରେକ୍ ତାର୍ ଉବାସିକେ କଃୟ୍ଲା, "ଉବା, ତର୍ ଅଃବ୍କା ଗଃଟେକ୍ ଆସିର୍ବାଦ୍ ରିଲି କି? ଏ ଉବା, ମକେ ହେଁ ଆସିର୍ବାଦ୍ କଃର୍।" ଇରି କୟ୍ ଏସାଉ ବଃଡ୍ ଡାକ୍କଃରି କାନ୍ଦୁକ୍ ଦଃର୍ଲା। 39 ତଃବେ ତାର୍ ଉବାସି ଇସାକ୍ ଉତୁର୍ ଦଃୟି କୟ୍ଲା, "ଜାଣ୍, ତୁୟ୍ ରେତା ହୁର୍ତିବି ଉସାସ୍ ନଃରେତାର୍ ଆର୍ ଉହ୍ରାର୍ ଅଃଗାସାର୍ କାକର୍ ନଃବେସ୍ତାର୍ ଅୟିଦ୍। 40 ତୁୟ୍ କଃଣ୍ଡା ଦଃରି ଜିବ୍କା କଃର୍ସି ଆର୍ ତର୍ ବାୟ୍ଦିର୍ ଗତିକାମ୍ କଃର୍ସି, ମଃତର୍ ଜଃଡେବଃଳ୍ ତୁୟ୍ ବାନ୍ଦୁଣ୍ ଚିଡାଉସି, ସଃଡେବଃଳ୍ ନିଜାର୍ କଃନ୍ଦେ ହୁଣି ତାର୍ ଜିଅଡି ହଃକାଉସି।" 41 ଇ ହର୍ ଜାକୁବ ଅଃହ୍ଣାର୍ ଉବାସି ତଃୟ୍ହୁଣି ଆସିର୍ବାଦ୍ ହାୟ୍ଲାର୍ ଗିନେ ଏସାଉ ତାର୍ ଉହ୍ରେ ଅଃକାର୍ବାବ୍ ମଃନେ ହାଚ୍ଲା, "ମର୍ ଉବାର୍ ମଃର୍ନ୍କାଳ୍ ଚଃମେ ଅୟିଆଚେ, ତାର୍ ହଃଚେ ମୁୟ୍ ମର୍ ବାୟ୍ ଜାକୁବକେ ମଃର୍ନେ ମାରିନ୍ଦ୍।" 42 ମଃତର୍, ବଃଡ୍ ହଅ ଏସାଉର୍ ଇ ରଃକମ୍ କଃତା ରିବିକାର୍ କାନେ ହଃଳ୍ଲି: ତଃବେ ସେ ଲକ୍ ହଃଟାୟ୍ ସାନ୍ ହୟିସି ଜାକୁବକେ କୁଦାୟ୍ କୟ୍ଲି, ଜାଣ୍, ତର୍ ବାୟ୍ ଏସାଉ ତକେ ମଃର୍ନେ ମାରୁକ୍ ମଃନ୍ ହାଚିଆଚେ। 43 ଇତାର୍ଗିନେ, ହଅ, ମର୍ କଃତା ସୁଣ୍; ତୁୟ୍ ହାର୍ଣ ଦେସେ ମର୍ ବାୟ୍ ଲାବନାର୍ ଚଃମେ ଜାଆ। 44 ଆରେକ୍, ଜୁଣ୍ ଦିନ୍ ହଃତେକ୍ ତର୍ ବାୟ୍ଦିର୍ ରିସା ନଃଚାଡେ, ସେ ଦିନ୍ ହଃତେକ୍ ସେତି ରେଏ; 45 ଇତାର୍ହଃଚ ତର୍ ଉହ୍ରେ ତର୍ ବାୟ୍ଦିର୍ ରିସା ଚାଡ୍ଲେକ୍ ଆର୍ ତୁୟ୍ ତାର୍ ଉହ୍ରେ ଜୁଣ୍ରି କଃରି ଆଚ୍ସି, ସେରି ସେ ହାସୁର୍ଲେକ୍, ମୁୟ୍ ଲକ୍ ହଃଟାୟ୍ ସେତି ହୁଣି ତକେ ଆଣାୟ୍ନ୍ଦ୍; ଗଟେ ଦିନ୍ ତୁମି ଦୁୟ୍ଲକେ କାୟିତାକ୍ ଆରାୟ୍ଦ୍?
46 ଇତାର୍ହଃଚ ରିବିକା ଇସାକ୍କେ କୟ୍ଲି, "ଇ ହିତିୟ କଃନ୍ୟାମଃନାର୍ ଗିନେ ମୁୟ୍ ନିଜାର୍ ଜିବନେ ରିସା ଅଃଉଁଲେ; ଜଦି ଜାକୁବ ଇମଃନ୍କାର୍ ହର୍ କୁୟି ହିତିୟ କଃନ୍ୟାକେ,ବଃଲେକ୍, ଇଦେସାର୍ କୁୟି କଃନ୍ୟାକେ ବିବା କଃରେଦ୍, ତଃବେ ମର୍ ଜିବନେ ରେତାର୍ କାୟି ସୁକ୍?"