1 ଇତାର୍ହଃଚ ଜାକୁବ ନିଜାର୍ ସଃବୁ ଦଃରି ଜଃଉଁକେ ଆରୁମ୍ କଃଲା, ଆରେକ୍, ସେ ବେର୍ସେବାୟ୍ ଜାୟ୍ ସେତି ନିଜାର୍ ଉବାସି ଇସାକାର୍ ଇସ୍ୱର୍କେ ହୁଜା ଦିଲା। 2 ସେତାକେ ଇସ୍ୱର୍ ଜାକୁବକେ ରାତି ଦଃକାୟ୍ଅୟ୍ କୟ୍ଲା, "ଏ ଜାକୁବ, ଏ ଜାକୁବ।" ସେ ଉତୁର୍ ଦଃୟି କୟ୍ଲା, "ମାପୁର୍ ମୁଁୟ୍ ଇତି ଆଚି।"
3 ସଃଡେବଃଳ୍ ସେ କୟ୍ଲା, ମୁୟ୍ ଇସ୍ୱର୍, ତର୍ ଉବାଦିର୍ ଇସ୍ୱର୍; ତୁୟ୍ ମିସର୍ ଜଃଉଁକେ ଡିର୍ ନାୟ୍, କୟିତାକ୍ବଃଲେକ୍ ମୁଁୟ୍ ସେତି ତକେ ଗଟେକ୍ ବଃଡ୍ ଗସ୍ଟି କଃରିନ୍ଦ୍। 4 ମୁୟ୍ ତର୍ ସଃଙ୍ଗ୍ ମିସର୍ ଦେସେ ଜାୟ୍ନ୍ଦ୍; ଆରେକ୍, ହେଁ ମୁୟ୍ ତକେ ସେତି ହୁଣି ବାୟ୍ଦ୍ରେ ବାଉଳାୟ୍ ଆଣିନ୍ଦ୍; ଆରେକ୍, ଜସେପ୍ ତର୍ ମଃର୍ତାବଃଳ୍ ତର୍ ଚଃମେ ରଃୟ୍ଦ୍।
5 ଇତାର୍ହଃଚ ଜାକୁବ ବେରସେବାୟ୍ ହୁଣି ବାଟ୍ ଦଃର୍ଲା; ଆରେକ୍, ତାକେ ନେଉଁକେ ପାର ଜୁୟି ସଃଗୁଳ୍ ହଃଟାୟ୍ ରିଲା, ସେତାକ୍ ଜାକୁବାର୍ ହଃୟ୍ସିମଃନ୍ ନିଜାର୍ ଉବାସି ଜାକୁବକେ ଆର୍ ହୟ୍ସିମଃନ୍କେ ଡକୁର୍ସିମଃନ୍କେ ନିଲାୟ୍। 6 ଇତାର୍ହଃଚ ସେମଃନ୍, ବଃଲେକ୍, ଜାକୁବ ଆର୍ ସଃବୁ ବଃଉଁସ୍ ନିଜାର୍ ହସୁମଃନ୍କେ ଆର୍ କିଣାନ୍ ଦେସେ ଅଃର୍ଜ୍ଲାର୍ ସଃବୁ ଦଃନ୍ ନଃୟ୍ ମିସର୍ ଦେସେ ହଚ୍ଲାୟ୍। 7 ଇ ହଃର୍କାରେ ଜାକୁବ ନିଜାର୍ ହୟିସି ନାତି ନାତ୍ଣି ଆର୍ ତାର୍ ଜିସିର୍ ନାତି ନାତ୍ଣି ସଃବୁ ଗଃରାର୍ କୁଟୁମ୍କେ ନଃୟ୍ ମିସର୍ ଦେସେ ଗଃଲା।
8 ମିସର୍ ଦେସେ ଆୟ୍ଲା ଇସ୍ରାଏଲ୍ ବଃଉଁସ୍, ବଃଲେକ୍ ଜାକୁବ, ଆର୍ ତାର୍ ହିଲାମଃନାର୍ ନାଉ ଜସେପାର୍ ବଃଡ୍ ହୟସି ରୁବେନ୍। 9 ରୁବେନାର୍ ହୟିସି ହନକ, ପଲୁ ଆର୍ ହିସ୍ରନ୍ ଆର୍ କର୍ମି। 10 ସିମନାର୍ ହୟିସି ଜିମୁଏଲ୍ ଆର୍ ଜାମିନ୍ ଆର୍ ଅହଦ୍ ଆର୍ ଜାକିନ୍ ଆର୍ ଜେହର୍ ତାର୍ କିଣାନ୍ ମାୟ୍ଜି ତଃୟ୍ହୁଣି ଜାତ୍ ହୟିସି ସଇଲ। 11 ଲେବିର୍ ହୟିସି ଗେର୍ସନ୍ ଆର୍ କହାତ୍ ଆର୍ ମରାରି। 12 ଜିହୁଦାର୍ ହୟସି ଏର ଆର୍ ଅଃଜନ୍ ଆର୍ ସେଲା ଆର୍ ପେରସ୍ ଆର୍ ସେରହ; ମଃତର୍ ଏର ଆର୍ ଅନନ୍ କିଣାନ୍ ଦେସେ ମଃରି ରିଲାୟ୍। ପେରସାର୍ ହୟିସି ହିସ୍ରନ୍ ଆର୍ ହାମୁଲ୍। 13 ଇସାକରାର୍ ହୟିସି ଟଲା ଆର୍ ପୁୟ ଆର୍ ସିମ୍ରନ୍। 14 ସବୁଲୁନାର୍ ହୟିସି ସେରଦ ଆର୍ ଏଲନ୍ ଆର୍ ଜହଲେଲ। 15 ଏମଃନ୍ ଆର୍ ଜିସି ଦିଣା ପଦନ୍ ଅରାମେ ଜାକୁବର୍ ତଃୟ୍ହୁଣି ଜାତ୍ ଲେୟାର୍ ହିଲା। ଏମଃନ୍ ଅଃଣ୍ଡ୍ରା ହିଲା ଆର୍ ଟକି ଦିଣା ମିସି ତେତିସ୍ ଲକ୍ ରିଲାୟ୍।
16 ଗାଦର୍ ହୟସି ସିପନ୍ ଆର୍ ହଗି ଆର୍ ସୁନି ଆର୍ ଇସ୍ବେନ୍ ଆର୍ ଏରି ଆରଦି ଆର୍ ଅରେଲି। 17 ଆସେରାର୍ ହୟିସି ଜିମ୍ନା ଆର୍ ଜିସ୍ବା ଆର୍ ଜିସ୍ବି ଆର୍ ବରିୟ ଆର୍ ସେମଃନାର୍ ବେଣ୍ସି ସେରହ ଆର୍ ବରିୟର୍ ହୟିସି ହେବର୍ ଆର୍ ମଲ୍କିଏଲ୍। 18 ଲାବଣ୍ ନିଜାର୍ ଜିସି ଲେୟାକେ ସିଲ୍ପା ନାଉଁଆର୍ ଜୁଇ ଦାସି ଦଃୟ୍ରିଲା ସେ ଜାକୁବର୍ ଇ ହିଲାମଃନ୍କେ ଜଃଲମ୍ କଃରିରିଲା ଏମଃନ୍ ସଅଳ ଲକ୍ ରିଲାୟ୍।
19 ଆରେକ୍, ଜାକୁବର୍ ଡକୁର୍ସି ରାହେଲାର୍ ହୟିସି ଜସେପ୍ ଆର୍ ବିନ୍ୟାବିନ୍। 20 ଜସେପାର୍ ହୟିସି ମନସି ଆର୍ ଇପ୍ରୟିମ୍ ମିସର୍ ଦେସେ ଜଃଲମ୍ ଅୟ୍ରିଲା; ଅନ୍ ଗଃଳାର୍ ପଟିପେର୍ ଜାଜକାର୍ ଆସନତ୍ ନାଉଁଆର୍ ଜିସି ସେମଃନ୍କେ ଜଃଲମ୍ ଦଃୟ୍ରିଲି। 21 ଆର୍ ବିନ୍ୟାବିନାର୍ ହିଲା ବେଲା ଆର୍ ବେକର୍ ଆର୍ ଅସ୍ବେଲ୍ ଆର୍ ଗେରା ଆର୍ ନାମନ୍ ଆର୍ ଏହି ଆର୍ ରସ ଆର୍ ମୁପିମ୍ ଆର୍ ହୁପିମ୍ ଆର୍ ଅର୍ଦ। 22 ଇ ଚଃଉଦ ଲକ୍ ଜାକୁବ ତଃୟ୍ହୁଣି ଜାତ୍ ଅୟ୍ଲାର୍ ରାହେଲାର୍ ହିଲାମଃନ୍।
23 ଆରେକ୍, ଦାନର୍ ହିଲା ହୁସିମ। 24 ନପ୍ତାଲିର୍ ହୟିସି ଜିହସିୟେଲ୍ ଆର୍ ଗୁନି ଆର୍ ସେୟର୍ ଆର୍ ସିଲେମ୍। 25 ଲାବଣ୍ ନିଜାର୍ ଜିସି ରାହେଲ୍କେ ବିଲ୍ହା ନାଉଁଆର୍ ଜୁୟି ଦାସି ରିଲି, ସେ ଜାକୁବର୍ ଇ ହିଲା ମଃନ୍କେ ଜଃଲମ୍ କଃରି ରିଲି; ଏମଃନ୍ ସଃବୁଲକ୍ ସାତ୍ ଲକ୍ ରିଲାୟ୍। 26 ଜାକୁବର୍ ଗଃର୍ବେ ଜାତ୍ ଅୟ୍ଲାର୍ ଜୁୟି ଲଃକ୍ମଃନ୍ ତାର୍ ସଃଙ୍ଗ୍ ମିସରେ ଗଃଲାୟି, ଜାକୁବର୍ ହୟିସି ବୁଆର୍ସିମଃନ୍କେ ଚାଡି ସେମଃନ୍ ସଃବୁ ମିସି ସାଟେ ଚଅ ଲକ୍ ରିଲାୟ୍। 27 ମିସରେ ଜସେପାର୍ ଜୁୟି ହୟିସିମଃନ୍ ଜାତ୍ ଅୟ୍ରିଲାୟ୍ , ସେମଃନ୍ ଦୁଇ ଲକ୍। ମିସର୍କେ ଆୟ୍ଲା ଜାକୁବର୍ ନିଜାର୍ ଲକ୍ ସଃବୁ ମିସି ସତୁରି ଲକ୍ ରିଲାୟ୍।
28 ଇତାର୍ହଃଚ ଜସେପ୍ ଗସନ୍ ଦେସେ ଜାତାର୍ ବାଟ୍ ଜଃନ୍କଃରି ଦଃକାୟ୍ଦ୍, ସେତାକେ ଜାକୁବ ନିଜାର୍ ଆଗେ ଜଃଉଁକେ ତାର୍ ହାକ୍ ଜିଉଦାକେ ହଃଟାୟ୍ଲା; ଇତାର୍ ହଃଚେ ସେମଃନ୍ ଗସନ୍ ଦେସେ ହଚ୍ଲାୟ୍। 29 ସେତାକ୍ ଜସେପ୍ ନିଜାର୍ ଉବାସି ଜାକୁବ ସଃଙ୍ଗେ ବେଟ୍ ଅଃଉଁକେ ରଃତ୍ ଜଃତୁନ୍ କଃରି ଗସନ୍ ଦେସ୍କେ ଗଃଲା; ଆର୍ ତାକ୍ ଦଃକିକଃରି ତାକେ ହଃଟଳି ବୁତେକ୍ ଗଃଡ଼ି ହଃତେକ୍ କାନ୍ଦି କାନ୍ଦ୍ଲା। 30 ସଃଡେବଃଳ୍ ଜାକୁବ ଜସେପ୍କେ କୟ୍ଲା; "ଅଃବେ ମର୍ ମଃର୍ନ୍ ଅଃଉଅ, ମୁୟ୍ ତର୍ ମୁଁଉ ଦଃକ୍ଲେ, ତୁୟ୍ ତ ଆଜି ହଃତେକ୍ ବାଚି ଆଚ୍ସି।"
31 ଜସେପ୍ ନିଜାର୍ ବାୟ୍ସିମଃନ୍କେ ଆର୍ ଉବାସିର୍ କୁଟୁମ୍କେ କୟ୍ଲା, "ମୁଁୟ୍ ଜାୟ୍ ପାରକେ କବୁର୍ କୟ୍ନ୍ଦ୍, କିଣାନ୍ ଦେସେହୁଣି ମର୍ ବାୟ୍ ଆର୍ ଉବାର୍ କୁଟୁମ୍ ମର୍ ହାକ୍ ଆସି ଆଚ୍ତି।" 32 ସେମଃନ୍ ହସୁ ବାଡାଉ ଆର୍ ହସୁ ବେବାରି, ଇତାକେ ସେମଃନ୍ ଅଃହ୍ଣାମଃନାର୍ ଗାଇଗରୁମଃନ୍ ଆଣି ଆଚ୍ତି। 33 ସେତାକେ ପାର ତୁମିମଃନ୍କେ କୁଦାୟ୍ ତୁମିମଃନାର୍ କୁୟି ବେପାର୍ ବଃଲି ଜଃଡେବଃଳ୍ ଇ କଃତା ହଃଚାରେଦ୍, 34 ସଃଡେବଃଳ୍ ତୁମିମଃନ୍ କଃଉଆସ୍ ଜେ, "ତର୍ ଇ ଦାସ୍ମଃନ୍ ହିଲାଦିନେ ହୁଣି ଅଃବେ ହଃତେକ୍ ଦାଦି କାଳେହୁଣି ହସୁ ବେବାରି; ତଃବେ ତୁମିମଃନ୍ ଗସନ୍ ଦେସେ ବାସ୍ କଃରୁ ହାରାସ୍; କାୟିତାକ୍ବଃଲେକ୍ ହସୁ ବାଡାଉମଃନ୍କେ ମିସ୍ରିୟମଃନ୍ ଗୁର୍ନା କଃର୍ତି ରିଲାୟ୍।"