1 ଇତାର୍ ହଃଚେ ଜସେପ୍ ନିଜ୍କେ ସଃମ୍ୱାଳୁ ନାହାରି ନିଜାର୍ ଚଃମେ ଟିଆ ଅୟ୍ରିଲା ଲକ୍ମଃନାର୍ ଚଃମେ ବେଲ୍କିଅୟ୍ କୟ୍ଲା, ମର୍ ମୁୟେଁ ହୁଣି ସଃବୁ ଲକ୍ମଃନ୍କେ ବାର୍କଃରା। ସେତାକ୍ କେଏ ହେଁ ସେତି ନଃରିଲାକେ ଜସେପ୍ ବାଇସିମଃନାର୍ ମୁୟେଁ ସେ ନିଜେ ତାକାର୍ ବାଇସି ବଃଲି କୟ୍ଲା। 2 ସେ ଜଃବର୍କଃରି କାନ୍ଦୁକେ ଦଃର୍ଲା ଜେ, ମିସ୍ରିୟମଃନ୍ ଆର୍ ପାର୍ର୍ ଗଃରାର୍ ଲଃକ୍ମଃନ୍ ସେରି ସୁଣୁକେ ହାର୍ଲାୟ୍। 3 ଜସେପ୍ ନିଜାର୍ ବାୟ୍ସିମଃନ୍କେ କଃଉଁକେ ଦଃର୍ଲା, ମୁୟ୍ ଜସେପ୍; ମର୍ ଉବା କି ଆଜି ହଃତେକ୍ ବଚି ଆଚେ? ସେତାକ୍ ତାର୍ ବାଇସିମଃନ୍ ତାର୍ ମୁୟେଁ ଡିର୍ଲାକେ କାୟି ଉତୁର୍ ଦେଉଁ ନଃହାର୍ଲାୟ୍। 4 ଜସେପ୍ ନିଜାର୍ ବାଇସିମଃନ୍କେ କୟ୍ଲା, ଗଃଉଆରି କଃରୁଲେ ମର୍ଲଃଗେ ଆସା; ସେତାକ୍ ସେମଃନ୍ ଗଃଲାକେ, ସେ କୟ୍ଲା, ମୁୟ୍ ତୁମିମଃନାର୍ ବାଇଦି ଜସେପ୍, ଜାକେ ତୁମିମଃନ୍ ମିସର୍ ଜାତା ଲକ୍ମଃନ୍କେ ବିକି ରିଲାସ୍। 5 ମଃତର୍ ତୁମିମଃନ୍ ମକେ ଇତି ଆସୁକ୍ ବିକ୍ଲୁ ବଃଲି ଅଃବେ ଦଃକିକଃରି ନିଜେନିଜେ ଦୁକ୍ କି ଗାବ୍ରା ଅଃଉଆନାୟ୍; କାୟିତାକ୍ବଃଲେକ୍ ଇସ୍ୱର୍ ଜିବନ୍ ବାଚାଉଁକେ ତୁମିମଃନାର୍ ଆଗ୍ତୁ ହଃଟାୟ୍ଲା। 6 ଦଃକା ଅଃବ୍କା ଦୁଇ ବଃର୍ସ୍ ଅୟ୍ଲି ଆରେକ୍ ହାଞ୍ଚ୍ ବଃର୍ସ୍ ବାକି ଆଚେ, ସେତାକ୍ ତାସ୍ କି କାଟାବେଟା ନଃହୟ୍। 7 ସେତାକେ ଇସ୍ୱର୍ ହୁର୍ତିଏ ତୁମିମଃନ୍କେ ବାଚାଉଁକେ ଆର୍ ରକ୍ୟା କଃରୁକେ ତୁମିମଃନାର୍ ଆଗେ ମକେ ହଃଟାୟ୍ ଆଚେ। 8 ଇତାର୍ଗିନେ ତୁମିମଃନ୍ ମକେ ଇତି ହଃଟାୟ୍ ଆଚାସ୍ ସେରି ନୟ୍, ଇସ୍ୱର୍ ହଃଟାୟ୍ ଆଚେ; ଆରେକ୍ ସେ ମକେ ପାରର୍ ଗଃରାର୍ ମୁଳିକା ଆର୍ ରାଜିର୍ ମାଲିକ୍ ଆର୍ ସଃବୁ ମିସର୍ ଦେସାର୍ ମୁଳିକା କଃରିଆଚେ।
9 ଇତାକେ ତୁମିମଃନ୍ ବେଗି ମର୍ ଉବାର୍ ହାକ୍ ଜାୟ୍ କଃଉଆ, ତର୍ ହୟ୍ଦି ଜସେପ୍ ଇରଃକମ୍ କୟ୍ ଆଚେ, ଇସ୍ୱର୍ ମକେ ସଃବୁ ମିସର୍ ଦେସାର୍ ସାଉକାର୍ କଃରି ଆଚେ; ତୁମି ମର୍ ହାକ୍ ଅସା ବିଲମ୍ କଃରାନାୟ୍। 10 ତୁମି ହଅ ଆର୍ ନାତି ଆର୍ ଗାଇ ଗରୁ ସଃଙ୍ଗ୍ ଗସନ୍ ଦେସେ ବାସାକଃରି ମର୍ ଚଃମ୍ ରିଆସ୍। 11 ସେ ଟାଣେ ମୁଁୟ୍ ତୁମିକେ ହସିନ୍ଦ୍; କାୟିତାକ୍ବଃଲେକ୍ ଆରେକ୍ ହାଞ୍ଚ୍ ବଃର୍ସ୍ କଃତାର୍ ଆଚେ; ନୟ୍ଲେକ୍ ତୁମାର୍ ଆର୍ ତୁମାର୍ ଗଃରାର୍ ସଃବାର୍ ବୁକେ ମଃର୍ତା ଦଃସା ଗଃଟେଦ୍।
12 ଦଃକା ମର୍ ଟଣ୍ଡ୍ ଇ କଃତା କଃଉଁଲି, ଇରି ତୁମିମଃନାର୍ ଆକି ଆର୍ ମର୍ ବାଇ ବିନ୍ୟାବିନ୍ ଆକି ଦଃକୁଲି। 13 ଇତାକେ ତୁମିମଃନ୍ ଇ ମିସର୍ ଦେସେ ମର୍ ସଃକ୍ତିର୍ କାମ୍ ଜୁୟି ଜୁୟ୍ରି ଦଃକୁଲାସ୍, ସେରିମଃନ୍ ମର୍ ଉବାକେ ଜାଣାଇ ତାକେ ବେଗି ଇତି ଆଣାସ୍।
14 ଇତାର୍ହଃଚ ସେ ନିଜାର୍ ବାଇସି ବିନ୍ୟାବିନ୍କେ ହଃଟଳି କାନ୍ଦ୍ଲା, ଆର୍ ବିନ୍ୟାବିନ୍ ତାକେ ହଃଟଳି କାନ୍ଦ୍ଲା। 15 ଆରେକ୍, ଜସେପ୍ ବିନ୍ ବାଇସିମଃନ୍କେ ଚୁମ୍ଲା ଆର୍ ସେମଃନ୍କେ ଦଃରି କାନ୍ଦ୍ଲା। ଇତାର୍ହଃଚ ତାର୍ ବାଇସିମଃନ୍ ତାର୍ ସଃଙ୍ଗ୍ କଃତାବାର୍ତା ଅଃଉଁକେ ଦଃର୍ଲାୟ୍।
16 ଆର୍ ଜସେପାର୍ ବାଇସିମଃନ୍ ଆସି ଆଚ୍ତି ବଃଲି ହାଲା ଅୟ୍ଲି ସେରି ପାର ସୁଣ୍ଲାକେ, ପାର୍ ଆର୍ ତାର୍ ଦାସ୍ମଃନ୍ ସଃର୍ଦା ଅୟ୍ଲାୟ୍। 17 ଆରେକ୍, ପାର ଜସେପ୍କେ କୟ୍ଲା, "ତୁୟ୍ ନିଜାର୍ ବାଇଦି ମଃନ୍କେ କଃଉ, ତୁମିମଃନ୍ ଇ କାମ୍ କଃରା, ନିଜାର୍ ନିଜାର୍ ହସୁ ଉହ୍ରେ କାଦି ଲାଦି କିଣାନ୍ ଦେସେ ଜଃହା। 18 ଆରେକ୍, ଉବାଦିକେ ଆର୍ ନିଜାର୍ ନିଜାର୍ ସଃବୁ ଗଃରାର୍ ଲକେ ଦଃରି ଅଃମାର୍ ହାକ୍ ଆସା; ଅଃମି ତୁମିମଃନ୍କେ ମିସର୍ ଦେସାର୍ ନିକ ଜିନିସ୍ ଦେଉଁନ୍ଦ୍, ଆର୍ ତୁମିମଃନ୍ ଦେସାର୍ ସଃବ୍କେ ଅଃଦିକ୍ ନିକ ବିସୟ୍ ବଗ୍ କଃରାସ୍। 19 ଅଃବେ ମର୍ କୟ୍ଲା ହଃର୍କାରେ କାମ୍ କଃରା, ତୁମିମଃନ୍ ନିଜାର୍ ନିଜାର୍ ହୟ୍ଦିମଃନାର୍ ଆର୍ ଡକୁର୍ଦିମଃନାର୍ ଗିନେ ମିସର୍ ଦେସେ ହୁଣି ସଃଗୁଳ୍ ନିଆଁ, ଆର୍ ନିଜାର୍ ଉବାଦିକେ ଆଣା। 20 ଆର୍ ନିଜେ ନିଜେ ବାଚୁକେ ଚିତା କଃରା ନାୟ୍ ଦେସାର୍ ସଃବୁ ମିସର୍ ଦେସ୍ ଆର୍ ବୁୟ୍ବାଡା ତୁମାର୍।"
21 ସେତାକ୍ ଜାକୁବାର୍ ହୟିସିମଃନ୍ ସେ ହଃର୍କାର୍ କଃଲାୟି, ଆର୍ ଜସେପ୍କେ ପାରର୍ କୟ୍ଲା ହଃର୍କାରେ ସେମଃନ୍କେ ସଃଗୁଳ୍ ଆର୍ କାତା ଜିନିସ୍ ଦିଲା। 22 ଆର୍ ହଃତି ଲକେ ଗଟେ ଗଟେକ୍ ଜଳା ଲେକା ବଃସ୍ତର୍ ଦିଲା, ମଃତର୍ ବିନ୍ୟାବିନ୍କେ ତିନି ସଅ ସେକଲ୍ ରୁହା ଟଃକା ଆର୍ ହାଞ୍ଚ୍ ଜଳା ବଃସ୍ତର୍ ଦିଲା। 23 ଆର୍ ଉବାସିର୍ ଗିନେ ମିସର୍ ଦେସାର୍ ନିକ ନିକ ଜିନିସେ ଲାଦ୍ଲାର୍ ଦଃସ୍ଗଟ୍ ଗଃଦ ଆର୍ ଉବାସି କାଉଁକେ କାଦି ଆର୍ ରୁଟି ଦଃସ୍ଗଟ୍ ଗଃଦ ଉହ୍ରେ ଲାଦି ହଃଟାୟ୍ଲା। 24 ଇ ହଃର୍କାରେ ଜସେପ୍ ନିଜାର୍ ବାଇସିମଃନ୍କେ ସେଲ ଚାଡି ଦିଲାକେ, ସେମଃନ୍ ଗଃଲାୟି; ଆର୍ ସେମଃନ୍କେ କୟ୍ଲା, "ଜଃଗ୍ରାତ୍, ବାଟେ ଗଣ୍ଡ୍ଗଳ୍ ଅଃଉଆ ନାୟ୍।"
25 ଇତାର୍ହଃଚ ସେମଃନ୍ ମିସର୍ ଦେସେହୁଣି ଜାୟ୍କଃରି କିଣାନ୍ ଦେସେ ନିଜାର୍ ଉବାସି ହାକ୍ ହଚ୍ଲାୟ୍। 26 ଆରେକ୍, ସେମଃନ୍ ତାକେ କୟ୍ଲାୟ୍, ଜସେପ୍ ଆଜିହଃତେକ୍ ବାଚି ଆଚେ, ଆର୍ ସେ ମିସର୍ ଦେସାର୍ ମାଲିକ୍ ଅୟି ଆଚେ। ଇତାକେ ଜାକୁବର୍ ମଃନ୍ ଅୟ୍ଲି , କାୟିତାକ୍ ବଃଲେକ୍ ସେମଃନ୍କେ ସଃତ୍ ନଃକେଲା। 27 ଆର୍ ଜସେପ୍ ଜଃତେକ୍ କଃତା ସେମଃନ୍କେ କୟ୍ରିଲା ସେ ସଃବୁ କଃତା ସେମଃନ୍ ତାକେ କୟ୍ଲାୟ୍। ମଃତର୍ ତାକେ ନେଉଁକେ ଜସେପ୍ ହଃଟାୟ୍ ରିଲା ଜସେପାର୍ ସଃଗୁଳ୍ ଦଃକ୍ଲା ସଃଡେବଃଳ୍ ତାର୍ ଉବାସି ଜାକୁବର୍ ଜିବନେ ଜିଉ ଆୟ୍ଲି। 28 ସେତାକ୍ ଜାକୁବ କୟ୍ଲା, "ବେସି ଅୟ୍ଲି; ମର୍ ହଅ ଜସେପ୍ ଆଜି ହଃତେକ୍ ବଚି ଆଚେ; ମୁଁୟ୍ ଜାୟ୍ନ୍ଦ୍ ମଃର୍ତା ଆଗ୍ତୁ ତାକେ ଦଃକିନ୍ଦ୍।"