1 ଇ ହଃର୍କାରେ ଅଃଗାସ୍ ମଃଣ୍ଡଳ୍ ଆର୍ ହୁର୍ତିବିର୍ ଆରେକ୍ ସେ ଜଃଳେକ୍ ତଃୟ୍ ରେତାର୍ ସଃବୁ ଜିନିସାର୍ ଉବ୍ଜାଣ୍ ସେସ୍ ଅୟ୍ଲି। 2 ଇସ୍ୱର୍ ସାତ୍ ଦିନେ ଅଃହ୍ଣାର୍ କାମ୍ ସେସ୍ କଃରି ସେ ସାତ୍ ଦିନ୍ ଅୟ୍ଲାକ୍ ଅଃହ୍ଣାର୍ କାମ୍ କଃରି ବିସାୟ୍ଲା।
3 ଆରେକ୍ ଇସ୍ୱର୍ ସେ ସାତ୍ ଦିନ୍କେ ଆସିର୍ବାଦ୍ କଃରି ପବିତ୍ର ବଃଲି କୟ୍ଲା। କାୟିତାକ୍ବଃଲେକ୍ ଇସ୍ୱର୍ ଅଃହ୍ଣାର୍ କଃଲା କାମ୍ ତଃୟ୍ହୁଣି ବିସାୟ୍ଲା। 4 ଉବ୍ଜାଣ୍ କଃଲାବଃଳ୍ ଅଃଗାସ୍ ମଃଣ୍ଡଳ୍ ଆର୍ ହୁର୍ତିବି ଇରଃକମ୍ ରିଲି। ଜୁୟ୍ଦିନ୍ ଇସ୍ୱର୍ ଅଃଗାସ୍ ମଃଣ୍ଡଳ୍ ଆର୍ ହୁର୍ତିବି ଉବ୍ଜାୟ୍ଲା, 5 ସେ କାଳେ ବୁୟେଁ କାୟିହେଁ ରଃନ୍ ନଃରିଲି ଆର୍ ବୁୟେଁ କାୟିରି ହେଁ ଡାଳ୍ମାଳ୍ ନଃରିଲି; କାୟିତାକ୍ ବଃଲେକ୍ ଇସ୍ୱର୍ ବଃର୍ସା କଃରାୟ୍ ନଃରିଲା, ଆରେକ୍ ତାସ୍ କାମ୍ କଃରୁକେ ମାନାୟ୍ ହେଁ ନଃରିଲାୟ୍। 6 ଆରେକ୍ ହୁର୍ତିବିୟେ ଗଟେକ୍ ଦୁୟେଁରିକୁଡି ଉଟି ସଃବୁ ବୁୟ୍ଁ ଉହ୍ରେ ଅସ୍ହାଣି ଚିଚ୍ଲି। 7 ଇତାର୍ ହଃଚେ ଜେହବା ବୁୟାଁର୍ ଦୁଳିତଃୟ୍ ମାନାୟ୍କ୍ ହାଜି, ତାର୍ ନାସି କାଣାବାଟ୍ ହୁକିକଃରି ଜିବନ୍ ବାଉ ହୁରାୟ୍ଲା; ସେତାକ୍ ମାନାୟ୍ ଜିବନ୍ ହାୟ୍ଲା। 8 ଆର୍ ଇସ୍ୱର୍ ହୁର୍ବ୍ଦିଗେ ରିଲା ଏଦନ୍ ନାଉଁଆର୍ ଗଟେକ୍ ଟାଣେ ଗଟେକ୍ ବାଳ୍ ହାଜିକଃରି ସେତି ନିଜେ ଗଃଳ୍ଲା ମାନାୟ୍କେ ରଃକ୍ଲା। 9 ଇସ୍ୱର୍ ବୁୟେଁ ହୁଣି ବିନ୍ ବିନ୍ ରଃକମାର୍ ସୁଆଦ୍ ହଃଳ୍ ଗଃଚ୍ମଃନ୍,ଆରେକ୍ ଏଦନ ବାଳାର୍ ମଃଜାୟ୍ ଅଃମର୍ ଗଃଚ୍ ଆର୍ ବଃଲ୍ ମଃନ୍ଦ୍ ଗିଆନ୍ ଦେତା ଗଃଚ୍ ଲାଗାୟ୍ଲା। 10 ବାଳେ ହାଣି ମାଡୁକେ ଏଦନ୍ ତଃୟ୍ହୁଣି ଗଟେକ୍ ଗାଡ୍ ବାରାୟ୍ଲି ସେ ଟାଣେ ହୁଣି ବିନେ ବିନେ ଚାରିବାଗ୍ ଅୟ୍ଲି। 11 ହଃର୍ତୁ ଗାଡାର୍ ନାଉ ପିସନ୍; ସେରି ସନା ରିଲା ହଃବିଲା ଦେସାର୍ ଚାରିବାଟ୍ ବେଳ୍ଲି। 12 ସେ ଦେସାର୍ ସନା ନିକ, ଆରେକ୍ ସେତି ମୁକ୍ତା ଆର୍ ଗମେଦ୍ ମଣି ଆଚେ। 13 ଆରେକ୍ ବିନ୍ ଗାଡାର୍ ନାଉ ଗିହନ୍, ଇରି କୁସ୍ ଦେସ୍କେ ବେଳି ଆଚେ। 14 ତିନି ଲଃମ୍ବର୍ ଗାଡାର୍ ନାଉ ହିଦେକଲ୍, ଇରି ଅଃସୁର୍ ମଃନ୍କାର୍ ଦେସାର୍ ଆଗ୍ ବାଟ୍ ଦଃୟ୍କଃରି ଜଃଉଁଲି। ଚାରି ଲଃମ୍ବର୍ ଗାଡାର୍ ନାଉ ପରାତ୍ 15 ଆରେକ୍ ମାପୁର୍ ସେମଃନ୍କେ ନଃୟ୍କଃରି ଏଦନ ବାଳ୍କେ ସୁନ୍ଦୁର୍ କଃରି ରଃକୁକେ ଆର୍ ରଃକ୍ୟା କଃରୁକେ ଦାୟିତ୍ ଦିଲା। 16 ମଃତର୍ ମାପୁର୍ ସେ ମାନାୟ୍କେ ଆଦେସ୍ କଃରି କୟ୍ଲା, "ତୁମି ବାଳାର୍ ସଃବୁ ଗଃଚାର୍ ହଃଳ୍ ନିଜାର୍ ଇଚାୟ୍ କାଉଁ ହାରାସ୍ 17 ମଃତର୍ ବଃଲ୍ ମଃନ୍ଦ୍ ଗିଆନ୍ ଦେତା ଗଃଚାର୍ ହଃଳ୍ କାହା ନାୟ୍, ତୁମି ଜୁଣ୍ଦିନ୍ ସେରି କାହାସ୍,ସେଦିନ୍ ବାୟ୍ଦ୍ରେ ମଃରାସ୍।"
18 ଇସ୍ୱର୍ କୟ୍ଲା, "ମାନାୟ୍ ଅଃବ୍କା ଗଟେକ୍ ଲକ୍ ରେତାର୍ ନିକ ନାୟ୍, ମୁୟ୍ ତାର୍ ଗିନେ ତାର୍ ରୁହ୍ ହର୍ ସଃଙ୍ଗ୍ଉଆଳି ମାୟ୍ଜି ହାଜିନ୍ଦ୍।" 19 ଆରେକ୍ ଇସ୍ୱର୍ ବୁୟେଁ ଚଃର୍ତା ଜିବ୍ଜଃତୁ ଆର୍ ଅଃଗାସେ ଉଡ୍ତା ଚେଳେମଃନ୍ ହାଜିକଃରି ଆଦମ୍ ସେମଃନ୍କେ ନାଉ ସଃଙ୍ଗାଉଁକେ, ଆର୍ ଜାଣୁକେ ସଃବ୍କେ ତାର୍ ହାକ୍ ଆଣ୍ଲା ସେତାକ୍ ଆଦମ୍ ଜାକେ ଜୁୟି ନାଉ ଦିଲା ସେରି ଅୟ୍ଲି। 20 ଇହର୍ ଆଦମ୍ ହସୁ, ଅଃଗାସେ ଉଡ୍ତା ଚେଳେ ଆର୍ ବୁୟେଁ ଚଃରାବୁଲା କଃର୍ତା ସଃବୁ ଜିବ୍ଜଃତୁମଃନାର୍ ନାଉ ଦିଲା; ମଃତର୍, ମାନାୟ୍ ଗିନେ ତାର୍ ହର୍ ରୁହାର୍ ମାୟ୍ଜିଟକି ଦଃକୁ ନଃହାର୍ଲା 21 ମାପୁର୍ ଆଦମ୍କେ ନିଦ୍କଃରାୟ୍ ନିଦ୍ କଃଲାବଃଳ୍ ତାର୍ ଗଟେକ୍ ହଃଞ୍ଜ୍ରା ଆଡ୍ ନଃୟ୍ ମାସ୍ ସଃଙ୍ଗ୍ ସେ ଜଃଗା ହୁରୁଣ୍ କଃଲା। 22 ଆର୍ ଇସ୍ୱର୍ ଆଦମ୍ ତଃୟ୍ ହୁଣି ଜୁୟି ହଃଞ୍ଜ୍ରା ଆଡ୍ ନିଲା, ସେ ଆଡ୍ ସଃଙ୍ଗ୍ ଗଃଟେକ୍ ମାୟ୍ଜିଟକି ହାଜିକଃରି ଆଦମାର୍ ଚଃମେ ଆଣ୍ଲା। 23 ସେତାକ୍ ଆଦମ୍ କୟ୍ଲା, "ଅଃବେ ଅୟ୍ଲି; ଇରି ମର୍ ଆଡାର୍ ଆଡ୍ ଆର୍ ମାସାର୍ ମାସ୍; ଇତାର୍ ନାଉ ଅୟ୍ଲି ମାୟ୍ଜି,କାୟିତାକ୍ ବଃଲେକ୍ ଅଃଣ୍ଡ୍ରା ମାନାୟ୍ ତଃୟ୍ ହୁଣି ଇରି ଆସି ଆଚେ।" 24 ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି। 25 ଆଦମ୍ ଆର୍ ତାର୍ ଡକୁର୍ସି,ଦୁଇଲକ୍ ନଃଗ୍ଳା ରିଲେକ୍ ହେଁ ସେମଃନ୍ ଲାଜ୍ ବଃଲି ଜାଣି ନଃରିଲାୟ୍।