1 ସଃଡେବଃଳ୍ ହେଁ କିଣାନ୍ ଦେସେ ଅଃପର୍ବଳ୍ କଃତାର୍ ରିଲି। 2 ସେତାର୍ଗିନେ ସେମଃନ୍ ମିସର୍ ଦେସେହୁଣି ଜୁୟି କାଦି ଆଣିରିଲାୟ୍, ସେରି ସଃବୁ ସଃର୍ଲାକେ ସେମଃନାର୍ ଉବାସି ସେମଃନ୍କେ କୟ୍ଲା, ତୁମିମଃନ୍ ଆରେକ୍ ଜାୟ୍ ଅଃମାର୍ ହାଁୟ୍ କାଦି ଗେନି ଆଣା।
3 ସେତାକ୍ ଜିହୁଦା ତାକେ କୟ୍ଲା, ସେ ମାନାୟ୍ ସାୟିପ୍କଃରି କୟ୍ଲା ଆଚେ, ତୁମିମଃନାର୍ ବାଇଦି ତୁମାର୍ ସଃଙ୍ଗ୍ ନଃରିଲେକ୍ ତୁମିମଃନ୍ ମର୍ ମୁଁ ଦଃକୁ ନଃହାରାସ୍। 4 ସେତାକ୍ ଜଃବେ ତୁମି ଅଃମାର୍ ବାୟ୍କେ ମିସ୍ଣେ ହଃଟାଉସି ତଃବେ ଅଃମି ତୁମାର୍ ହାଁୟ୍ କାଦି ଗେନୁକେ ଜଃଉଁନ୍ଦ୍। 5 ମଃତର୍ ଜଃବେ ହଃଟାୟ୍ ନଃକେର୍ସି ତଃବେ ଅଃମି ଜଃଉଁ ନଃଚୁ; କାୟିତାକ୍ବଃଲେକ୍ ସେ ମାନାୟ୍ କୟ୍ଆଚେ, ତୁମିମଃନାର୍ ବାୟ୍ଦି ତୁମାର୍ ସଃଙ୍ଗ୍ ନଃରିଲେକ୍ ତୁମିମଃନ୍ ମର୍ ମୁଉ ଦଃକୁ ନଃହାରାସ୍।
6 ତଃବେ ଜାକୁବ କୟ୍ଲା, "ତୁମିମଃନାର୍ ଆରେକ୍ ଗଟେକ୍ ବାଇ ଆଚେ ଇରି ସେମାନାୟ୍କେ କୟ୍ ମକେ ଇରଃକମ୍ କଃରାପ୍ ବେବାର୍ କାୟ୍କଃରୁକେ କଃଲାସ୍?"
7 ସେମଃନ୍ କୟ୍ଲାୟ୍, "ସେ ଅଃମାର୍ ଆର୍ ଅଃମାର୍ ଲକମଃନାର୍ ବିସୟେ ବିତ୍ରିକଃତା ହଃଚାର୍ଲା, ତୁମିମଃନାର୍ ଉବାଦି ଆଜିହଃତେକ୍ ବାଚିଆଚେ? ତୁମିମଃନାର୍ ଆରେକ୍ କେଏ ବାଇ ଆଚେ କି? ସେ କଃତାର୍ ଉତୁର୍ ଦଃୟି ରିଲୁ; ସେ ଜେ ତୁମିମଃନାର୍ ବାୟ୍କେ ଇତି ଆଣା ବଃଲି କୟ୍ଦ୍ ଇରି ଅଃମିମଃନ୍ କଃନ୍କଃରି ଜାଣୁନ୍ଦ୍?"
8 ଜିହୁଦା ନିଜାର୍ ଉବାସି ଜାକୁବ ଆରେକ୍ କୟ୍ଲା, "ତୁୟ୍ ବିନ୍ୟାମିନ୍କେ ମର୍ ସଃଙ୍ଗ୍ ହଃଟାଉ; ଅଃମିମଃନ୍ ଜଃଉଁନ୍ଦ୍, ତଃବେ ଅଃମି ଆର୍ ତୁୟ୍ ଆର୍ ହିଲାମଃନ୍ ସଃବୁ ଲକ୍ ନଃମେର୍ତି। 9 ମୁୟ୍ ତାର୍ ଲଃଗାହାରିଆ ଅୟ୍ଲେ, ମର୍ ଆତେ ଦାୟିତ୍ ଦେଏ; ମୁଁୟ୍ ଜଦି ତାକେ ତର୍ ହାକ୍ ଆଣି ନଃକେରି ତଃବେ ସେ ଦସ୍ ସଃବୁବଃଳ୍ ମର୍ ଉହ୍ରେ ହଃଳେଦ୍। 10 ଜଦି ଅଃମିମଃନାର୍ ଅଃଡେକ୍ ବିଲମ୍ ଅୟି ନଃରିଲେକ୍, ଅଃମିମଃନ୍ ଆରେଗଟ୍ତର୍ ବାଉଳି ଆୟ୍ଲୁ ହୁଣି।"
11 ସେତାକ୍ ସେମଃନାର୍ ଉବାସି ଜାକୁବ ସେମଃନ୍କେ କୟ୍ଲା, ଜବେ ଅଃନ୍କାର୍ ଅୟ୍ଦ୍, ତଃବେ ଗଟେକ୍ କାମ୍ କଃରା; ତୁମିମଃନ୍ ନିଜାର୍ ନିଜାର୍ ବାସ୍ତାୟ୍ ଇ ଦେସାର୍ ନିକ ଜିନିସ୍, ବଃଲେକ୍ ଗୁଗୁଳ୍, ମଃଉ, ବାସ୍ନା ଜିନିସ୍, ବାସ୍ନା ଚିକଣ୍, ପେସ୍ତା, ଆର୍ ବାଦାମ୍ ନଃୟ୍ ସେ ମାନାୟ୍କେ ବେଟି ଦିଆସ୍। 12 ଆରେକ୍ ନିଜାର୍ ନିଜାର୍ ଆତେ ଦୁଇଗୁଣ୍ ଟଃକା ନିଆଁ ଆର୍ ତୁମିମଃନାର୍ ମଣାୟ୍ ଜୁଇ ଟଃକା ବାଉଡ଼ି ଆସି ଆଚେ, ସେରି ହେଁ ଆତେ ଦଃରି ନଃୟି ଜଃହା; କେଜାଣ୍ ସେରି ବୁଲ୍ ଅୟ୍ରଃୟ୍ଦ୍। 13 ଆର୍ ନିଜାର୍ ବାୟ୍ ବିନ୍ୟାମିନ୍କେ ନଃୟ୍ ଆରେକ୍ ସେ ମାନାୟ୍ ହାକ୍ ଜଃହା। 14 ସଃବ୍କେ ସଃକ୍ତିମାନ୍ ଇସ୍ୱର୍ ତୁମିମଃନ୍କେ ସେଲକାର୍ ଚଃମେ ଇରଃକମ୍ ଦଃୟା ହାୟ୍ଲାର୍ ଲକ୍ କଃର, ଜଃନ୍କଃରି ସେ ତୁମିମଃନାର୍ ବିନ୍ ବାଇକେ ଆର୍ ବିନ୍ୟାବିନ୍କେ ଚାଡି ଦଃୟ୍ଦ୍। ମଃତର୍ ଜଦି ମକ୍ ହିଲା ଆରାଉଁକେ ହଃଳେଦ୍ ତଃବେ ଅୟିଲେକ୍ ହେଁ ଅଃଉଅ।
15 ସେତାକ୍ ସେମଃନ୍ ସେ ବେଟି ଆର୍ ଦୁଇଗୁଣ୍ ଡାବୁ ଆର୍ ବିନ୍ୟାବିନ୍କେ ସଃଙ୍ଗେ ନଃୟ୍ ଜାୟ୍କଃରି ମିସର୍ ଦେସେ ଜସେପାର୍ ମୁଁଏ ଟିଆ ଅୟ୍ଲାୟ୍। 16 ସଃଡେବଃଳ୍ ଜସେପ୍ ସେମଃନାର୍ ସଃଙ୍ଗେ ବିନ୍ୟାବିନ୍କେ ଦଃକି ନିଜାର୍ ଗୁମୁସ୍ତାକେ କୟ୍ଲା, ଇ ଲକ୍ମଃନ୍କେ ଅଃମାର୍ ଗଃରେ ନଃୟ୍ ଜାଆ ଆର୍ ହସୁ ମାରି କାଦି ରାନ୍ଦା; ଏମଃନ୍ ମଃଇଦାନ୍ ବଃଳ୍ ଅଃମାର୍ ସଃଙ୍ଗ୍ କାତି। 17 ଇତାକ୍ ସେମାନାୟ୍ ଜସେପାର୍ କୟ୍ଲା ହଃର୍କାରେ କାମ୍ କଃରି ସେମଃନ୍କେ ଜସେପାର୍ ଗଃରେ ନିଲା।
18 ସେମଃନ୍କେ ଜସେପାର୍ ଗଃରେ ନିଲାକେ ସେମଃନ୍ ଡିରି ଜାୟ୍ କଃଉଆକଃଉଇ ଅୟ୍ଲାୟ୍, ହୁର୍ବେ ଅଃମାର୍ ମଣାୟ୍ ଜୁୟି ଟଃକା ବାଉଡ଼ି ଜାୟ୍ରିଲି, ସେତାର୍ ଗିନେ ଅଃମିମଃନ୍କେ ଇତି ଆଣ୍ଲାୟି ଆଚ୍ତି; ଅଃବେ ସେ ଅଃମିମଃନ୍କେ ମାଡ୍ମାରି ଅଃମାର୍ ଗଃଦମଃନ୍କେ ସଃବୁ ନଃୟ୍ ଅଃମିମଃନ୍କେ ଚାକର୍କଃରି ରଃକେଦ୍। 19 ସେତାକ୍ ସେମଃନ୍ ଜସେପାର୍ ଗଃରାର୍ ଗୁମୁସ୍ତା ହାକ୍ ଜାୟ୍ ଗଃରାର୍ ଦୁଆରେ ତାର୍ ସଃଙ୍ଗ୍ କଃତାବାର୍ତା ଅୟି କଃୟ୍ଲାୟ୍, 20 "ସାଉକାର୍ ହଃର୍ତୁ ଅଃମି କାଦି ଗେନୁକେ ଆସିରିଲୁ; 21 ଆର୍ ବିସାଉଁଣି ଟାଣେ ନିଜାର୍ ନିଜାର୍ ମଟ୍ ଇଟାୟ୍ ଦଃକ୍ଲୁ ଜେ, ହଃତି ଲକାର୍ ମଟ୍ ଉହ୍ରେ ତାର୍ ଟଃକା, ବଃଲେକ୍ ହୁରାହୁରି ଅଃମାର୍ ଟଃକା ଆଚେ; ସେରି ଅଃମିମଃନ୍ ଆରେକ୍ ଆଣି ଆଚୁ। 22 ଆରେକ୍ କାଦି ଗେନୁକେ ଟଃକା ଆଣିଆଚୁ; ମଃତର୍ ସେ ଟଃକା ଅଃମାର୍ ମଟେ କେଏ ସଃଙ୍ଗାୟ୍ ରିଲା, ସେରି ଅଃମିମଃନ୍ ନଃଜାଣୁ।" 23 ସେତାକ୍ ସେ ଗଃରାର୍ ଗୁମୁସ୍ତା କୟ୍ଲା, ତୁମିମଃନାର୍ ବଃଲ୍ ଅଃଉଅ,"ଡିର୍ତାର୍ ନାୟ୍; ତୁମିମଃନାର୍ ଇସ୍ୱର୍ ଆର୍ ତୁମିମଃନାର୍ ଉବାଦିର୍ ଇସ୍ୱର୍ ତୁମିମଃନ୍କେ ଗୁପ୍ତ ଦଃନ୍ ଦଃୟି ଆଚେ; ତୁମିମଃନାର୍ ଟଃକା ମର୍ ତଃୟ୍ ରିଲି।" ସେତାକ୍ ସେ ସିମିୟନ୍କେ ବାର୍ କଃରି ସେମଃନାର୍ ଚଃମେ ଆଣ୍ଲା।
24 ଇତାର୍ହଃଚ ସେ ସେମଃନ୍କେ ଜସେପାର୍ ଗଃର୍ବିତ୍ରେ ନଃୟ୍ ହାଣି ଦିଲାକେ, ସେମଃନ୍ ଗଡ୍ ଦୟ୍ଲାୟ୍; ଆରେକ୍, ସେ ସେମଃନାର୍ ଗଃଦମଃନ୍କେ ଦାନା ଦିଲା। 25 ଆର୍ ଦିନ୍ବଃଳ୍ ଜସେପ୍ ଆସେଦ୍ ବଃଲି ସେମଃନ୍ ବେଟି ଜିନିସ୍ ସଃଜାୟ୍ଲାୟ୍; କାୟିତାକ୍ବଃଲେକ୍ ସେମଃନ୍ ସେତି କାଦି କାତି ବଃଲି ସୁଣିରିଲାୟ୍। 26 ଇତାର୍ ହଃଚେ ଜସେପ୍ ଆୟ୍ଲା ଦାହ୍ରେ, ସେମଃନ୍ ତାକାର୍ ଆତେ ରିଲା ବେଟି ଜିନିସ୍ ଗଃର୍ବିତ୍ରେ ତାର୍ ଲଃଗେ ଆଣି ତାକ୍ ମୁଣ୍ଡିଆ ମାରି ଜୁଆର୍ କଃଲାୟି। 27 ତଃବେ ଜସେପ୍ ସେମଃନ୍କାର୍ ବଃଲ୍ ମଃନ୍ଦ୍ ହଃଚାରି କୟ୍ଲା, ତୁମିମଃନାର୍ ଉବାଦି ନିକ ଆଚେକି? ତୁମିମଃନ୍ ଜୁୟି ବୁଡା ଲକାର୍ କଃତା କଃଉତାର୍ ମୁୟ୍ ସୁଣ୍ତି ରିଲେ, ସେକି ଆଜି ହଃତେକ୍ ବାଚି ଆଚେ?
28 ସେମଃନ୍ କୟ୍ଲାୟ୍, ତର୍ ଦାସ୍ ଅଃମାର୍ ଉବା ନିକ ଆଚେ, ସେ ଆଜି ହଃତେକ୍ ବାଚି ଆଚେ। ସଃଡେବଃଳ୍ ସେତି ସେମଃନ୍ ବୁୟେଁ ଡୁଳି ଜୁଆର୍ କଃଲାୟି।
29 ସଃଡେବଃଳ୍ ଜସେପ୍ ଆକି ଟେକି ତାର୍ ବାୟ୍ସି ବିନ୍ୟାବିନ୍କେ ଦଃକ୍ଲା ଆର୍ କୟ୍ଲା, ତୁମିମଃନ୍ ଜୁୟି ସାନ୍ ବାଇର୍ କଃତା କଃଉତିରିଲାସ୍ ସେ କି ଇ ମାନାୟ? ଆର୍ ସେ କୟ୍ଲା ଏ ମର୍ ହଅ, ଇସ୍ୱର୍ ତକେ ଦଃୟା କଃର। 30 ସଃଡେବଃଳ୍ ବାଇସିର୍ ହାଁୟ୍ ଜସେପାର୍ ଜିବନ୍ ଦୁକ୍ଲାକେ ସେ ବେଗି ରଃଦନ୍ କଃରୁକେ ଟାଣ୍ କଜ୍ଲା; ଆର୍ ସେ ନିଜାର୍ ଗଃରେ ହୁରି ସେତି ସେ କାନ୍ଦ୍ଲା। 31 ଇତାର୍ହଃଚ ସେ ମୁଁ ଦଃୟି ହଃଦାୟି ଆୟ୍ଲା, ଆର୍ ନିଜ୍କେ ସଃମ୍ବାଳି କାତା କାଦି ବାଟା କଃରୁକେ କୟ୍ଲା। 32 ତବେ ଚାକର୍ମଃନ୍ ଜସେପାର୍ ହାଁୟ୍ ଆର୍ ତାର୍ ବାଇସିମଃନାର୍ ହାଁୟ୍, ଆର୍ ତାର୍ ସଃଙ୍ଗ୍ କାତା ମିସ୍ରିୟ ଲକ୍ମଃନାର୍ ଗିନେ ବିନେ ବିନେ ବାଟା କଃଲାୟି, କାୟିତାକ୍ବଃଲେକ୍ ଏବ୍ରିୟମଃନାର୍ ସଃଙ୍ଗ୍ କାଉଁକେ ମିସରିୟମଃନାର୍ ବିଦି ନଃରିଲି; ସେରି ମିସରିୟମଃନାର୍ ଗୁରୁମଃନାର୍ କାମ୍। 33 ସଃଡେବଃଳ୍ ଜସେପାର୍ ମୁୟେଁ ବଃଡ୍ ବଃଡ୍ ଲକ୍ ଗଟେବାଟ୍ ଆର୍ ସାନ୍ ସାନ୍ ଲକ୍ ଗଟେବାଟ୍ ବଃସ୍ଲାୟ୍; ସଃଡେବଃଳ୍ ସେମଃନ୍ କାବା ଅୟ୍ଲାୟ୍। 34 ଆରେକ୍ ସେ ନିଜାର୍ ବାଟାର୍ କାଦି ଉଟାଇ ସେମଃନ୍କେ ବାଟା କଃରୁକେ କୟ୍ଲା ମଃତର୍ ସଃବାର୍ ବାଗେହୁଣି ବିନ୍ୟାମିନାର୍ ବାଗ୍ ହାଞ୍ଚ୍ଗୁଣ୍ ଅଃଦିକ୍ ରିଲି। ଇତାକ୍ ସେମଃନ୍ କାୟି କଃରି ତାର୍ ସଃଙ୍ଗ୍ ସଃର୍ଦା କଃଲାୟି।