1 ଇତାର୍ ହଃଚେ ଅବ୍ରାହାମ୍ ତାର୍ ଡକୁର୍ସି ଆର୍ ତାର୍ ସଃବୁ ଦଃନ୍ବିତ୍ ଦଃରିକଃରି ଲତ ସଃଙ୍ଗ୍ ମିସର୍ ଦେସେ ହୁଣି ବାରାୟ୍ କଃରି ଉତୁର୍ ରାଜିକେ କିଣାନ୍କେ ଗଃଲା। 2 ଅବ୍ରାହାମ୍ ହସୁ ଆର୍ ସନା ରୁହାୟ୍ ଅଃପର୍ବଳ୍ ମାଜନ୍ ରିଲା। 3 ଆରେକ୍, ସେ ଆଗ୍ତୁ ଗଃଲା ହଃର୍କାରେ ଉତୁର୍ ଦିଗେ ହୁଣି ବେତେଲ୍ ବାଟ୍ୟା ଜଃଉଁ ଜଃଉଁ ବେତେଲ୍ ଅୟି ଦେସାର୍ ମଃଜିୟେ ଜୁଣ୍ ଜଃଗାୟ୍ ଆଗେ ତାର୍ ତୁମ୍ ବାନ୍ଦିରିଲା, 4 ସେ ଟାଣେ ହଚି ନିଜେ ଆଗେ ହାଜିରିଲା ବେଦିୟେ ଜିଅବାର୍ ନାଉଁଏ ପାର୍ତନା କଃଲା।
5 ଆରେକ୍, ଅବ୍ରାମାର୍ ସଃଙ୍ଗ୍ଉଆଳି ଲତର୍ ହେଁ ଗାଦେକ୍ ଗାଇରାସି ରିଲାୟ୍, ଗରୁ ଆର୍ ତୁମ୍ ରିଲି। 6 ଇତାର୍ ଗିନେ ସେ ଦେସେ ସେମଃନାର୍ ଗିନେ ଗଃଟେକ୍ ତଃୟ୍ ରେଉଁକେ ସୁବିଦା ନୟ୍ଲି, କାୟିତାକ୍ ବଃଲେକ୍ ସେମଃନାର୍ ବେସି ହସୁ ଦଃନ୍ ରିଲି ସେତାକ୍ ସେମଃନ୍ ଗଟେ ତଃୟ୍ ବାସା କଃରି ରେଉଁକେ ନଃହାର୍ଲାୟ୍। 7 ଆରେକ୍,ଅବ୍ରାମାର୍ ହସୁ ଗଃଉଳିଆ ଆର୍ ଲତର୍ ହସୁ ଗଃଉଡ଼ିଆ ମଃନ୍କାର୍ ବିତ୍ରେ ଗଃଣ୍ଡ୍ଗଳ୍ ଲାଗିରେତିରିଲି। ସେ କାଳେ ସେ ଦେସେ କିଣାନିୟ୍ ଆର୍ ପିରିଜିଅ ଲଃକ୍ମଃନ୍ ବାସା କଃର୍ତି ରିଲାୟ୍।
8 ଇତାର୍ ଗିନେ ଅବ୍ରାହାମ୍ ଲତକେ କୟ୍ଲା, "ମୁୟ୍ ଗଃଉଆରି କଃରି କଃଉଁଲେ, ତର୍ ମଃର୍ ବିତ୍ରେ, ଆର୍, ତର୍ ହସୁ ଗଃଉଳିଆ ଆର୍ ମଃର୍ ହସୁ ଗଃଉଳିଆ ମଃନ୍କାର୍ ବିତ୍ରେ ଗଃଣ୍ଡ୍ଗଳ୍ ନଃଉଅ, କାଇତାକ୍ବଃଲେକ୍ ଅଃମିମଃନ୍ ନିଜାର୍ ଲକ୍।" 9 ତର୍ ଆକି ଆଗେ କାୟି ଇ ସଃବୁ ଦେସ୍ ନାୟ୍? ଇତାର୍ ଗିନେ ତକେ ଗଃଉଆରି କଃରୁଲେ, ତୁୟ୍ ଆର୍ ମୁଁୟ୍ ବିନେ ଅଃଉଁ; ତଃବେ ତୁୟ୍ ଡେବ୍ରି ବାଟ୍କେ ଜାଆ, ମୁୟ୍ କାତାବାଟ୍ ଜାୟ୍ନ୍ଦ୍; ତୁୟ୍ ଜୁୟି ଦିଗେ ଜାସି ମୁଁୟ୍ ବିନ୍ ଦିଗେ ଜାୟ୍ନ୍ଦ୍।
10 ସଃଡେବଃଳ୍ ଲତ ଦଃକ୍ଲା, ସୟର୍ ତଃୟ୍ହୁଣି ଜର୍ଦନାର୍ ସଃବୁବାଟ୍ ହାଣି ରଃୟ୍ ଜିଅବାର୍ ବଗିଚା ହର୍ ସଃବୁ ଟାଣେ ସୁନ୍ଦୁର୍ ଆର୍ ମିସର୍ ଦେସ୍ ହର୍ ଡିସ୍ତି ରିଲି; କାୟିତାକ୍ବଃଲେକ୍ ସଃଡେବଃଳ୍ ସଦମ୍ ଆର୍ ହମରାକେ ମାପୁର୍ କୁର୍ପ୍ନାସ୍ କଃରି ନଃରିଲା। 11 ଇତାର୍ ଗିନେ ଲତ ନିଜାର୍ ଗିନେ ଜର୍ଦନାର୍ ସଃବୁ ହଃଦା ବୁୟିଁ ବାଚିକଃରି ଉଦ୍ତିବାଟ୍ ଗଃଲା; ଇ ହଃର୍କାରେ ସେମଃନ୍ ବିନେ ଅୟ୍ଲାୟ୍। 12 ତଃବେ ଅବ୍ରାହାମ୍ କିଣାନ୍ ଦେସେ ବାସ୍ କଃଲା, ଆରେକ୍ ଲତ ବଃଟାୟ୍ ରେତା ସଃବୁ ବଃଡ୍ ଗଃଳ୍ ବିତ୍ରେ ବାସାକଃରି ସଦମ ହଃତେକ୍ ତୁମ୍ ବାନ୍ଦୁକେ ଲାଗ୍ଲାୟ୍। 13 ସେ ସଦମାର୍ ଲଃକ୍ମଃନ୍ ବଃଡେ ଦୁସ୍ଟ୍ ଆର୍ ଜିଅବାର୍ ତଃୟ୍ ବେସି ହାହି ରିଲାୟ୍।
14 ଇତାର୍ ହଃଚେ ଅବ୍ରାହାମ୍ ତଃୟ୍ ହୁଣି ଲତ ବିନେ ଅୟ୍ଲା ମାପୁର୍ ଅବ୍ରାମକେ କୟ୍ଲା, "ଅଃବେ ତୁୟ୍ ଜୁୟ୍ତି ଆଚ୍ସି; ସେତିହୁଣି, ଚାରିଦିଗ୍କେ ଦଃକ୍; 15 କାୟିତାକ୍ ବଃଲେକ୍, ଇ ଜୁଣ୍ ସଃବୁ ଦେସ୍ ତୁୟ୍ ଦଃକୁଲିସ୍, ସେରି ମୁୟ୍ ତକେ ଆର୍ ଜୁଗ୍ ଜୁଗ୍ ହଃତେକ୍ ତର୍ ବଃଉଁସ୍କେ ଦଃୟ୍ନ୍ଦ୍। 16 ଆରେକ୍, ହୁର୍ତିବିର୍ ଦୁଳି ହର୍ ମୁୟ୍ ତର୍ ବଃଉଁସ୍କେ ବାଡାୟିନ୍ଦ୍; କେଏ ଜଦି ହୁର୍ତିବିର୍ ଦୁଳି ଗଃଣୁହାରେ, ତଃବେ ତର୍ ବଃଉଁସ୍ ଗଃଣାଅୟ୍ଦ୍। 17 ଜାଆ, ଇ ଦେସାର୍ ଲଃମତି ବାଟ୍ ଆର୍ ଅସାର୍ବାଟ୍ ବୁଲ୍; ସେରି ମୁୟ୍ ତକେ ଦଃୟ୍ନ୍ଦ୍।" 18 ସଃଡେବଃଳ୍ ଅବ୍ରାହାମ୍ ତୁମ୍ ଗୁଚାୟ୍ ନଃୟ୍ ହିବ୍ରଣ୍ ଚଃମାର୍ ମମ୍ରିର୍ ଅଲନ୍ ଗଃଚ୍ ତଃଳେ ଜାୟ୍ ବାସା କଃଲା, ଆରେକ୍ ସେତି ଜିଅବାର୍ ଗିନେ ଗଃଟେକ୍ ବେଦି ହାଜ୍ଲା।