1 ଇ ସଃବୁ ଗଃଟ୍ଣା ଗଃଟ୍ଲା ହଃଚେ ଇସ୍ୱର୍ ଅବ୍ରାହାମ୍କେ ବିସ୍ୱାସାର୍ ପରିକ୍ୟା କଃଲା। ଇସ୍ୱର୍ କଃୟ୍ଲା, "ଏ ଅବ୍ରାହାମ୍। ସେତି ସେ ଉତୁର୍ ଦିଲା, ମୁୟ୍ ଇତି ଆଚି।"
2 ସଃଡେବଃଳ୍ ଇସ୍ୱର୍ କୟ୍ଲା, "ତୁୟ୍ ଅଃବେ ନିଜାର୍ ହଃଅକେ, ତର୍ ଗଃଟେକ୍ ବଃଲି ହଃଅକେ, ବଃଲେକ୍, ତୁୟ୍ ଜାକେ ଲାଡ୍ କଃର୍ସି, ସେ ଇସାକ୍କେ ନଃୟ୍ ମରିୟା ଦେସ୍କେ ଜାଆ; ଆରେକ୍ ମୁୟ୍ ସେ ଦେସେ ଜୁୟି ଡଙ୍ଗୁର୍ ଦଃକାୟ୍ନ୍ଦ୍, ସେ ଡଙ୍ଗୁର୍ ଉହ୍ରେ ତାକେ ହମ୍ହୁଜା କଃର୍।"
3 ସେତାର୍ଗିନେ ଅବ୍ରାହାମ୍ ସଃକାଳିୟା ଉଟି ଗଃଦ ଉହ୍ରେ ଜିନିସ୍ ହଃତାର୍ ଲାଦିକଃରି ଜଃଳେକ୍ ଦାସ୍ ଆର୍ ଅଃହ୍ଣାର୍ ହଃୟ୍ସି ଇସାକ୍କେ ସଃଙ୍ଗେନିଲା, ଆର୍ ହମ୍ହୁଜା କଃରୁକେ ଦାରୁ ନଃୟ୍ ଇସ୍ୱର୍ କୟ୍ଲା ଜଃଗାକେ ଗଃଲାୟି। 4 ଇତାର୍ ହଃଚେ ତିନ୍ ଦିନେ ଅବ୍ରାହାମ୍ ଦୁରି ହୁଣି ସେ ଜଃଗା ଦଃକ୍ଲା। 5 ସଃଡେ ବଃଳ୍ ଅବ୍ରାହାମ୍ ସେ ଦାସ୍ ମଃନ୍କେ କୟ୍ଲା, "ତୁମିମଃନ୍ ଇ ଜଃଗାୟ୍ ଗଃଦ ସଃଙ୍ଗ୍ ରିଆ, ମୁୟ୍ ଆର୍ ହିଲା ଦୁଇ ଲକ୍ ସେ ଜଃଗାକେ ଜାୟ୍ ହୁଜା କଃରି ତୁମିମଃନାର୍ ହାକ୍ ଲେଉଟି ଆସୁନ୍ଦ୍।"
6 ତଃବେ ଅବ୍ରାହାମ୍ କାଟ୍ ଦଃରି ଅଃହ୍ଣାର୍ ହଅ ଇସାକ୍ କେଏ କଃନ୍ଦେ ବଃଳାୟ୍ ନିଜାର୍ ଆତେ ଜୟ୍ ଦଃରି ଆର୍ କଃଟ୍ରା ନଃୟ୍କଃରି ଗଃଲା, ଆରେକ୍, ଦୁୟ୍ ଲକ୍ ଅଃକାସଃଙ୍ଗ୍ ଇଣ୍ଡ୍ଲାୟ୍। 7 ଆରେକ୍ ଇସ୍ହାକ୍ ତାର୍ ଉବାସି ଅବ୍ରାହାମ୍କେ କଃୟ୍ଲା, "ଏ ଉବା।" ସେତି ଉବାସି ଉତୁର୍ ଦିଲା, "ହଅ, କଃଉ, ମୁୟ୍ ଇତି ଆଚି।" ସଃଡେବଃଳ୍ ଇସାକ୍ ହଃଚାର୍ଲା, "ଇରି ଦଃକ୍, ଜଃୟ୍ ଆର୍ କାଟ୍, ମଃତର୍ ହମ୍ହୁଜାର୍ ଗିନେ ମେଣ୍ଡାହିଲା କେଣେ?" 8 ସେତାକ୍ ଅବ୍ରାହାମ୍ କଃୟ୍ଲା, "ହଅ, ଇସ୍ୱର୍ ନିଜେ ହମ୍ହୁଜା ଗିନେ ମେଣ୍ଡା ହିଲା ଜାଗାୟ୍ ଦଃୟ୍ଦ୍।" ତଃବେ ଦୁୟ୍ ଲକ୍ ସଃଙ୍ଗେ ଗଃଲାୟି।
9 ଆରେକ୍ ଇସ୍ୱର୍ ବାଚ୍ଲା ଜଃଗାୟ୍ ହଚ୍ଲାୟ୍, ଅବ୍ରାହାମ୍ ସେତି ଗଃଟେକ୍ ହୁଜା ବେଦି ହାଜି କଃରି ତାର୍ ଉହ୍ରେ କାଟ୍ ଲାଦି ଅଃହ୍ଣାର୍ ହଃଅ ଇସାକ୍କେ ବାନ୍ଦି ବେଦିର୍ କାଟ୍ ଉହ୍ରେ ସଃଙ୍ଗ୍ୟ୍ଲା। 10 ଇତାର୍ ହଃଚେ ଅବ୍ରାହାମ୍ ଆତ୍ ଟେକି ହଃୟ୍ସିକେ ମାରୁକ୍ କଃଟ୍ରା ଦଃର୍ଲା। 11 ସଃଡେବଃଳ୍ ଅଃଗାସେ ହୁଣି ମାପୁରାର୍ ଦୁତ୍ ତାକ୍ କୁଦି କୟ୍ଲା, "ଏ ଅବ୍ରାହାମ, ଅବ୍ରାହାମ" ସେତାକ୍ ଅବ୍ରାହାମ୍ କୟ୍ଲା, "ହେଁ, ମୁୟ୍ ଇତିଆଚି।"
12 ତଃବେ ସେ କୟ୍ଲା, "ତୁୟ୍ ସେ ହିଲାର୍ ଉହ୍ରେ ଆତ୍ ଉଟାଉ ନାୟ୍ ଆର୍ ତାକେ କାୟିହେଁ କଃର୍ ନାୟ୍ ; କାୟିତାକ୍ ବଃଲେକ୍ ଇସ୍ୱରାର୍ ତଃୟ୍ ତର୍ ଡିର୍ ଆଚେ, ଇରି ଅଃବେ ମୁୟ୍ ଜାଣ୍ଲେ; ଜୁୟ୍ତାର୍ଗିନେ ତୁୟ୍ ମକେ ନିଜାର୍ ଗଃଟେକ୍ ବଃଲି ହୟ୍ଦିକେ ହେଁ ଦେଉଁକ୍ ନାୟ୍ ନଃବେଲ୍ଲିସ୍।"
13 ସଃଡେବଃଳ୍ ଅବ୍ରାହାମ୍ ଦଃକ୍ଲା ନିଜାର୍ ହଃଚ୍ବାଟ୍ ବୁଟାୟ୍ ସିଙ୍ଗ୍ ଅଃଲ୍ଟି ଅୟ୍ରିଲା ମେଣ୍ଡା ଗଃଟେକ୍ ବାନ୍ଦା ଅୟ୍ରିଲି; ସେତାକ୍ ଅବ୍ରାହାମ୍ ଜାୟ୍ ସେ ମେଣ୍ଡାକେ ଆଣି ନିଜାର୍ ହଃଅ ବାଦୁଲେ ତାକେ ହମ୍ହୁଜା ଦିଲା। 14 ଆରେକ୍, ଅବ୍ରାହାମ୍ ସେ ଜଃଗାର୍ ନାଉ "ଜିଅବାଜିରି" ସଃଙ୍ଗାୟ୍ଲା। ବଃଲେକ୍ ଇସ୍ୱରାର୍ "ଡଙ୍ଗ୍ରେ ସେ ଦଃୟ୍ଦ୍।"
15 ମାପୁରାର୍ ଦୁତ୍ ଆରେକ୍ ଗଟ୍ତର୍ ଅଃଗାସେ ହୁଣି ଅବ୍ରାହାମ୍କେ କୁଦି କଃୟ୍ଲା, 16 "ମାପୁର୍ କଃଉଁଲା, ତୁୟ୍ ମକେ ନିଜାର୍ ଗଃଟେକ୍ ବଃଲି ହୟ୍ଦିକେ ଦେଉଁକେ ନାୟ୍ ନଃବେଲ୍ଲିସ୍; 17 ତର୍ ଇ କାମାର୍ ଗିନେ ମୁୟ୍ ମଃର୍ ନିଜାର୍ ନାଉଁଏ ସାୟିପ୍ କଃରି କଃଉଁଲେ,ମୁୟ୍ ତକେ ଆସିର୍ବାଦ୍ କଃରି ଅଃଗାସାର୍ ତାରା ହର୍ ଆର୍ ସଃମୁନ୍ଦାର୍ ବାଲିହର୍ ତର୍ ବଃଉଁସ୍ ଅଃପର୍ବଳ୍ କଃରିନ୍ଦ୍; ତର୍ ବଃଉଁସ୍ ସଃତ୍ରୁମଃନାର୍ ଗଃଳ୍ ଅଃଦିକାର୍ କଃର୍ତି। 18 ଆରେକ୍, ହୁର୍ତିବିର୍ ସଃବୁ ଜାତି ତର୍ ବଃଉଁସ୍ ଦଃୟି ଆସିର୍ବାଦ୍ ହାଉତି; କାୟିତାକ୍ବଃଲେକ୍ ତୁୟ୍ ମର୍ ବଃଚନ୍ ମାନି ଆଚ୍ସି।" 19 ଇତାର୍ହଃଚ ଅବ୍ରାହାମ୍ ସେ ଦାସ୍ମଃନ୍କାର୍ ତଃୟ୍ ବାଉଳିଗଃଲା; ଆରେକ୍ ସେମଃନ୍ ସଃବୁ ଗଟେକ୍ ଅୟି ବେର୍ସେବାକେ ବାଉଳ୍ଲାୟ୍ ଆର୍ ଅବ୍ରାହାମ୍ ବେର୍ସେବାୟ୍ ବାସାକଃଲା।
20 ସେ ଗଃଟ୍ଣା ହଃଚେ ଅବ୍ରାହାମ୍ ଇ କବୁର୍ ସୁଣ୍ଲା, " ମିଲ୍କା ହେଁ ତାର୍ ବାୟ୍ ନାହର୍ ଗିନେ ଆଟ୍ଗଟ୍ ହିଲା ଜଃଲମ୍ କଃରିଆଚେ। 21 ତାର୍ ବଃଡ୍ ହଃୟ୍ସି ଉସ୍ ଆର୍ ତାର୍ ବାୟ୍ ବୁସ୍ ଆର୍ ଅରାମର୍ ଉବାସି କମୁୟେଲ।" 22 ଆରେକ୍, କେସଦ୍ ଆର୍ ହସ ଆର୍ ପିଲଦସ୍ ଆର୍ ଜିଦ୍ଲପ୍ ଆର୍ ବତୁୟେଲ୍। 23 ସେ ବତୁୟେଲାର୍ ଜିସି ରିବିକା। ମିଲ୍କା ଇ ଆଟ୍ଗଟ୍ ହିଲାମଃନ୍କେ ନାହର୍ ଗିନେ ଜଃଲମ୍ କଃଲି। 24 ଆରେକ୍, ନାହରାର୍ ରୁହା ନାଉଁଆର୍ ସାନ୍ଲିମାୟ୍ଜି ତଃୟ୍ ହୁଣି ଟେହବ, ଗାହମ୍, ତହସ୍ ଆର୍ ମାକା, ଏମଃନ୍ ଜଃଲମ୍ ଅୟ୍ଲାୟ୍।