1 ତଃବେ ଜାକୁବ ତାର୍ ବାଟେ ଜାତାବଃଳ୍, ଇସ୍ୱରାର୍ ଦୁତ୍ମଃନ୍ ତାକେ ବେଟୁକେ ଆୟ୍ଲାୟ୍। 2 ସେତାର୍ଗିନେ ଜାକୁବ ସେମଃନ୍କେ ଦଃକି କୟ୍ଲା, "ଇମଃନ୍ ଇସ୍ୱରାର୍ ଦଃଳ୍;" ଇତାର୍ଗିନେ ସେଟାଣାର୍ ନାଉ ମହନୟିମ୍ ବଃଲେକ୍ ଦୁଇ ଦଃଳ୍ ବଃଲି ରଃକ୍ଲା।
3 ତାର୍ ହଃଚେ ଜାକୁବ ନିଜାର୍ ଆଗ୍ତୁ ସେରିୟ ଦେସେ ରିଲା ଇଦମ୍ ହଲିଏ ବାୟ୍ସି ଏସାଉ ହାକ୍ ଲକ୍ମଃନ୍କେ ହଃଟାୟ୍ଲା। 4 ଆର୍ ସେ ସେମଃନ୍କେ ଇରି କୟ୍ ହଃଟାୟ୍ଲା, "ତୁମିମଃନ୍ ମର୍ ସାଉକାର୍ ଏସାଉକେ କଃଉଆସ୍, ତର୍ ଦାସ୍ ତକେ କୟ୍ଲା , ମୁୟ୍ ଲାବଣ୍ ଚଃମେ ବାସା କଃର୍ତିରିଲେ, ଆଜିହଃତେକ୍ ମର୍ ବେସିଦିନ୍ ଅୟ୍ଲି। 5 ମର୍ ଗରୁ, ଗଃଦ, ମେଣ୍ଡାମଃନ୍ଦା, ଦାସ୍ଦାସି ଆଚ୍ତି, ଆର୍ ମୁୟ୍ ତର୍ତଃୟ୍ ହୁଣି ଦଃୟା ହାଉଁକେ ତର୍ତଃୟ୍ କବୁର୍ ହଃଟାୟ୍ଲେ।"
6 ଇତାର୍ହଃଚ ଲଃକ୍ମଃନ୍ ବାଉଡ଼ି ଆସି ଜାକୁବକେ କୟ୍ଲାୟ୍, "ଅଃମିମଃନ୍ ତର୍ ବାୟ୍ ଏସାଉ ହାକ୍ ଜାୟ୍ରିଲୁ, ସେ ଚାରିସ ଲକେ ଦଃରି ତକେ ମିସୁକେ ତର୍ ହାକ୍ ଆସୁଲା।" 7 ଜାକୁବ ବେସି ଡିରିଜାୟ୍ ବେସି ଦଃନ୍ଦା ଅୟ୍ଲା, ଆରେକ୍ ସଃଙ୍ଗାର୍ ଲଃକ୍ମଃନ୍ ଆର୍ ଗାଇ ଗରୁମଃନ୍କେ ଆର୍ ଉଟ୍ମଃନ୍କେ ଦୁଇ ଦଃଳ୍ କଃଲା। 8 "ଏସାଉ ଆସି ଜଃବେ ଗଟ୍ ଦଃଳ୍କେ ମାରେଦ୍, ଅୟିଲେକ୍ ହେଁ ବିନ୍ ଦଃଳ୍ ବାଚି କଃରି ହଃଳାୟ୍ ଜାତି।" 9 ସଃଡେବଃଳ୍ ଜାକୁବ କୟ୍ଲା, "ଏ ମର୍ ଉବା ଅବ୍ରାହାମାର୍ ଇସ୍ୱର୍, ଏ ମର୍ ଉବା ଇସାକ୍ ଇସ୍ୱର୍, ଏ ଜୁଗ୍ ଜୁଗାର୍ ମାପୁର୍, ତୁୟ୍ ନିଜେ ମକେ କୟ୍ରିଲିସ୍, ତୁୟ୍ ନିଜାର୍ ଦେସ୍ ଆର୍ ଜାତିମଃନାର୍ ତଃୟ୍ ବାଉଡ଼ି ଜାଆ, ମୁଁୟ୍ ତର୍ ଉହ୍କାର୍ କଃରିନ୍ଦ୍। 10 ତୁଇ ଇ ଦାସ୍କେ ଜୁୟ୍ସଃବୁ ଦଃୟା ଆର୍ ଜୁୟ୍ସଃବୁ ମାନିମଃର୍ଜିଦା କଃରିଆଚ୍ସି, ମୁୟ୍ ସେତିର୍ ଅଃଳକ୍ ହେଁ ହାଉତାର୍ ଜୟ୍ଗ୍ ନାୟ୍, ବଃଲେକ୍ ମୁୟ୍ ଅଃବ୍କା ଡାଙ୍ଗ୍ ଦଃରି ଜଃର୍ଦନ୍ ଲିଙ୍ଗି ଆସିରିଲେ, ମଃତର୍ ମୁୟ୍ ଅଃବେ ଦୁଇ ଦଃଳ୍ ଅୟି ଆଚି। 11 ଗଃଉଆରି କଃରୁଲେ, ମର୍ ବାଇର୍ ଆତେହୁଣି ବାଚାଉ, କାୟିତାକ୍ବଃଲେକ୍ ମୁୟ୍ ତାକେ ଡିରୁଲେ, କେଜାଣ୍ ସେ ଆସି ମକେ ଆର୍ ଆୟ୍ସିମଃନ୍କେ ଆର୍ ହିଲାମଃନ୍କେ ଅଃତ୍ୟା କଃରେଦ୍। 12 ତୁୟ୍ତ କୟ୍ଆଚ୍ସି, ମୁଁୟ୍ ତର୍ ଉହ୍କାର୍ କଃରିନ୍ଦ୍, ଆର୍ ସଃମ୍ନ୍ଦାର୍ ବାଲିହର୍ ଅଲେକାର୍ ତର୍ ବଃଉଁସ୍ ବାଡାୟିନ୍ଦ୍।" 13 ଆର୍ ଜାକୁବ ସେରାତି ସେତି ରଃୟ୍ଗଃଲା; ଆର୍ ତାର୍ ତଃୟ୍ ଜାୟ୍ରି ରିଲି ସେରି ନିଜାର୍ ବାୟ୍ସି ଏସାଉର୍ ହାଁୟ୍ ବେଟି ତିଆର୍ କଃଲା। 14 ବଃଲେକ୍, ଦୁଇସଅ ମାଇ ଚେଳି ଆର୍ କଳେ ଗଟ୍ ଅଃଣ୍ଡ୍ରା ଚେଳି, ଦୁଇସଅ ମାଇ ମେଣ୍ଡା ଆର୍ କଳେ ଗଟ୍ ଅଃଣ୍ଡ୍ରା ମେଣ୍ଡା, 15 ଆରେକ୍ ହିଲାସଃଙ୍ଗ୍ ଦୁଦୁଆଳି ତିରିସ୍ ଗଟ୍ ଉଟ୍, ଚାଲିସ୍ଗଟ୍ ଗାଇ ଆର୍ ଦଃସ୍ଗଟ୍ ସଃଣ୍ଡ୍, ଆରେକ୍, କଳେଗଟ୍ ଅଃଣ୍ଡ୍ରାଗଃଦ ଆର୍ ଦଃସ୍ଗଟ୍ ଅଃଣ୍ଡ୍ରା ଗଃଦ ଜଗାଳ୍ କଃଲା। 16 ଇତାର୍ହଃଚ ମଃନ୍ଦା ସଃବୁ ବିନେ ବିନେ କଃରି ନିଜାର୍ ଦାସ୍ମଃନ୍କେ ଦଃୟି ସେମଃନ୍କେ କୟ୍ଲା, "ତୁମିମଃନ୍ ମର୍ ଆଗେ ଆଗେ ଜଃହା, ମଃଜାୟ୍ ମଃଜାୟ୍ ଜଃଗା ଚାଡି ସଃବୁ ମଃନ୍ଦାକେ ଅଃଲ୍ଗା କଃରା।" 17 ଆରେକ୍ ସଃବାର୍ ଆଗ୍ତୁ ଅୟ୍ଲା ଦାସ୍କେ ଇ କଃତା କୟ୍ଲା, "ମର୍ ବାୟ୍ ଏସାଉ ସଃଙ୍ଗ୍ ବେଟ୍ ଆୟ୍ଲେକ୍, ସେ ଜଃଡେବଃଳ୍ ହଃଚାରେଦ୍, ତୁୟ୍ କାର୍ ଦାସ୍ କଃୟ୍ ଜଃଉଁଲିସ୍, ତର୍ ଆଗାର୍ ଇ ସବୁ କାର୍? 18 ତଃବେ ତୁୟ୍ ଉତୁର୍ ଦେସ୍ ଇରିମଃନ୍ ତର୍ ଦାସ୍ ଜାକୁବର୍,ଇ ସବୁ ବେଟି ଅଃମାର୍ ମାଲିକ୍ ଏସାଉର୍ ଗିନେ ହଃଟାୟ୍ଲାର୍; ଦଃକ୍ ସେ ହେଁ ହଃଚେ ହଃଚେ ଆସୁଲା।" 19 ଇ ହଃର୍କାରେ ସେ ହଃଚାର୍ ଜଳେକ୍ ହଃଚେ ଜାତା ଦାସ୍ ମଃନ୍କେ କଃୟ୍ଲା, "ଏସାଉ ସଃଙ୍ଗ୍ ବେଟ୍ ଅୟିଲେକ୍, ତୁମିମଃନ୍ ଇରଃକମ୍ କଃତା କଃଉଆ।" 20 ଆରେକ୍ କଃଉଆସ୍,ଦଃକ୍, ତର୍ ଦାସ୍ ଜାକୁବ ଅଃମାର୍ ହଃଚେ ହଃଚେ ଆସୁଲା; କାୟିତାକ୍ବଃଲେକ୍ ସେ ମଃନ୍କଃଲା, "ଆଗେ ବେଟି ହଃଟାୟ୍ ହଃଚେ ତାକେ ବେଟ୍ ଅୟିଲେକ୍ ସେ ଅଃମିମଃନ୍କେ ସୁସ୍ତା କଃରୁହାରେ।" 21 ଇ ହଃର୍କାରେ ତାର୍ ବେଟି ଜିନିସ୍ ହଃଟାୟ୍ଲା; ମଃତର୍ ସେ ନିଜେ ସେ ରାତି ନିଜାର୍ ଦଃଳ୍ ବିତ୍ରେ ରିଲା।
22 ସେ ରାତି ଉଟି ନିଜାର୍ ଦୁଇ ମାଇଜିକେ ଆର୍ ଦୁଇ ଦାସିକେ ଆର୍ ଏଗାର୍ଗଟ୍ ହିଲାମଃନ୍କେ ଜବକ ଗାଟେ ଲିଙ୍ଗାଉଁକେ ମିସ୍ଣେ ନିଲା। 23 ଆର୍ ସେମଃନ୍କେ ଗାଡ୍ ଲଃଙ୍ଗାୟ୍ ନିଜାର୍ ସଃବୁ ଜିନିସ୍ ସେହାଟି ହଃଟାୟ୍ଲା। 24 ସଃଡେବଃଳ୍ ଜାକୁବ ଏକ୍ଲା ସେତି ରିଲା; ସଃଡେବଃଳ୍ ଗଟ୍ ମାନାୟ୍ ସଃକାଳ୍ ଅଃଉତା ହଃତେକ୍ ଜାକୁବ ସଃଙ୍ଗ୍ ଜୁଜ୍ କଃଲା। 25 ମଃତର୍ ତାକେ ଜିଣୁ ନଃହାର୍ଲା ଇରି ଦଃକି ଜାକୁବର୍ ଅଃଟା ସଃନ୍ଦିଏ ମାର୍ଲା; ତାର୍ ସଃଙ୍ଗ୍ ଇରଃକମ୍ ଜୁଜ୍ କଃଲାକେ ଜାକୁବର୍ ଜଃଙ୍ଗାର୍ ସଃନ୍ଦି ଚାଡ୍ଲି। 26 ସେ ମାନାୟ୍ କୟ୍ଲା, "ମକେ ଚାଡ୍, ବଃଲେକ୍ ସକାଳ୍ ଅୟ୍ଲିବେ।" ସଃଡେବଃଳ୍ ଜାକୁବ କୟ୍ଲା, "ତୁୟ୍ ମକେ ଆସିର୍ବାଦ୍ ନଃକେଲେକ୍, ମୁୟ୍ ତକେ ନଃଚାଡି।" 27 ଆରେକ୍ ସେ ମାନାୟ୍ କୟ୍ଲା, "ତର୍ ନାଉ କାୟ୍ ନାଉ?" ସେ କୟ୍ଲା "ଜାକୁବ।" 28 ସେ କୟ୍ଲା "ତର୍ନାଉ ଆର୍ ଜାକୁବ ବଃଲି ନାଉ ନଃହୁଟେନି, ମଃତର୍ ଇସ୍ରାଏଲ୍ ନାଉଁଏ ଡାକ୍ହୁଟା ଅଃଉସି; କାୟିତାକ୍ବଃଲେକ୍ ଇସ୍ୱର୍ ଆର୍ ମାନାୟ୍ ସଃଙ୍ଗ୍ ଜୁଜ୍କଃରି ଜିତି ଆଚ୍ସି।" 29 ସଃଡେବଃଳ୍ ଜାକୁବ ହଃଚାରି କୟ୍ଲା, "ମୁଁୟ୍ ଗଃଉଆରି କଃରୁଲେ, ତର୍ ନାଉ କଃଉ।" ସେ ତାକେ କୟ୍ଲା କାୟ୍କଃରୁକେ ମର୍ ନାଉ ହଃଚାରୁଲିସ୍? ସେତାକେ ସେତି ଜାକୁବକେ ଆସିର୍ ବାଦ୍ କଃଲା। 30 ସଃଡେବଃଳ୍ ସେ ଟାଣାର୍ ନାଉ ପିନୁଏଲ୍ ସଃଙ୍ଗାୟ୍ଲା; ବଃଲେକ୍ ସେ କୟ୍ଲା, "ମୁୟ୍ ଇସ୍ୱର୍କେ ମୁଁଏ ଦଃକ୍ଲେକ୍ହେଁ ମର୍ ଜିବନ୍ ବାଚ୍ଲି।" 31 ସେ ପନୁଏଲ୍ ଜିଣି ଗଃଲାକେ, ବେଳ୍ ଉଦ୍ଲି; ମଃତର୍ ଜଃଙ୍ଗ୍ ସଃନ୍ଦିର୍ ଗିନେ ଚଟା ଅୟି ଇଣ୍ଡ୍ଲା। 32 ସେତାକ୍ ଇସ୍ରାଏଲାର୍ ଲଃକ୍ମଃନ୍ ଆଜି ହଃତେକ୍ ଜଃଙ୍ଗାର୍ ଉହ୍ରେରିଲା ସଃନ୍ଦିଚିରାର୍ ମାସ୍ ନଃକାତି, କାୟିତାକ୍ବଃଲେକ୍ ଇସ୍ୱର୍ ଜାକୁବର୍ ଜଃଙ୍ଗ୍ସଃନ୍ଦିର୍ ସଃନ୍ଦିଚିର୍ ଚୁୟ୍ରିଲା।