1 ଇତାର୍ ହଃଚେ ଅବ୍ରାହାମ୍ ସେତି ହୁଣି ଉତୁର୍ ଦେସ୍କେ ଜାୟ୍ କାଦେସ୍ ଆର୍ ସୁରର୍ ମଃଜି ଟାଣେ ରଃୟ୍ ଗରାର୍ ଦେସେ ବାସା କଃଲା। 2 ଆରେକ୍,ଅବ୍ରାହାମ୍ ତାର୍ ଡକୁର୍ସି ସାରାର୍ ବିସୟେ କୟ୍ଲା, " ସେ ମର୍ ବେଣି; ଇତାର୍ ଗିନେ ଗରାର୍ ଦେସାର୍ ରଃଜା ଅବିମେଲକ୍ ଲକ୍ ହଃଟାୟ୍ ସାରାକେ ନିଲା।" 3 ତଃବେ ରାତି ସୟ୍ଲା ବଃଳ୍ ଇସ୍ୱର୍ ରଃଜା ଅବିମେଲକ୍ କେଏ ଚଃହ୍ନେ ଆସି କୟ୍ଲା, "ଜାଣ୍; ତୁୟ୍ ମଃରୁକ୍ ଜଃଉଁଲିସ୍, କାୟିତାକ୍ ବଃଲେକ୍ ଜୁଣ୍ ମାୟ୍ଜିକେ ତୁୟ୍ ଆଣି ଆଚ୍ସି, ତାର୍ ଡକ୍ରାସି ଆଚେ।"
4 ମଃତର୍ ଅବିମେଲକ୍ ତାର୍ ସଃଙ୍ଗ୍ ସଃଉଆବଃସା କଃରି ନଃରିଲାକେ କୟ୍ଲା, "ଏ ମାପୁର୍, ଜୁଣ୍ ଲକ୍ ଦସି ନୟ୍, ସେମଃନ୍କେ ହେଁ କି ତୁୟ୍ ମଃର୍ନେ ମାର୍ସି?" 5 ସେ ଲକ୍ ନିଜେ ମକେ କୟ୍ରିଲା, ସେ ମର୍ ବେଣି, ଆରେକ୍, ସେ ମାୟ୍ଜି ନିଜେ କୟ୍ଲି ସେ ମର୍ ବାୟ୍ ମଃନ୍ ବିତ୍ରାର୍ ଦଃର୍ମ ଆର୍ ଆତାର୍ ଦସି ନାୟ୍ଲାର୍ ଗିନେ ମୁୟ୍ ଇ କାମ୍ କଃରିଆଚି।
6 ତଃବେ ଇସ୍ୱର୍ ଚଃହ୍ନେ ଅବିମେଲକ୍କେ କୟ୍ଲା,"ତୁୟ୍ ମଃନାର୍ ଦଃର୍ମେ ଇକାମ୍ କଃରି ଆଚ୍ସି; ଇରି ମୁୟ୍ ଜାଣି; ଆରେକ୍, ମୁୟ୍ ହେଁ ମର୍ ବିରୁଦେ ହାହ୍ କଃରୁକେ ତକେ ମଃନା କଃଲେ: ଇତାର୍ ଗିନେ ତାକେ ଚିଉଁକେ ତଃକେ ନଃଦିଲେ। 7 ଇତାର୍ ଗିନେ ଅଃବେ ଅବ୍ରାହାମାର୍ ଡକୁର୍ସିକେ ବାଉଳାୟ୍ ଦେସ୍; କାୟିତାକ୍ ବଃଲେକ୍ ସେ ବାବ୍ବାଦି, ସେ ତର୍ ଗିନେ ପାର୍ତନା କଃରେଦ୍, ସେତାକ୍ ତୁୟ୍ ବାଚ୍ସି; ମଃତର୍ ଜଦି ତାକେ ବାଉଳାୟ୍ ନଃଦେସି, ତଃବେ ଅଃଉଁହାରେ ତର୍ ଗଃର୍ କୁଟୁମାର୍ ଲକ୍ ମଃରାସ୍,ଇରି ଜାଣିରେ।"
8 ଇତାର୍ ହଃଚେ ଅବିମେଲକ୍ ବଃର୍ ସଃକାଳିଆ ଉଟି ଦାସ୍ମଃନ୍ କୁଦି ଇ ସଃବୁ କଃତା ସେମଃନ୍କେ ଜାଣାୟ୍ଲା, ସେମଃନ୍ ଅଃପର୍ବଳ୍ ଡିର୍ଲାୟ୍ 9 ସେତାକ୍ ଅବିମେଲକ୍ ଅବ୍ରାହାମ୍କେ କୁଦି କୟ୍ଲା, "ତୁୟ୍ ମଃର୍ ସଃଙ୍ଗ୍ ଇ କାୟି କଃତା କଃଲିସ୍? ତୁୟ୍ ଜେ ମକେ ଆର୍ ମଃର୍ ରାୟ୍ଜ୍କେ ବଃଡ୍ ହାହ୍ କାମେ ବୁଡାୟ୍ଲିସ୍, ମୁୟ୍ ତର୍ ବିରୁଦେ ଇହର୍ କାୟି ଦଃସ୍ କଃରିଆଚି? ତୁୟ୍ ମଃର୍ ଉହ୍ରେ ନଃକେର୍ତା କାମ୍ କଃଲିସ୍।" 10 ଅବିମେଲକ୍ ଅବ୍ରାହାମ୍କେ କୟ୍ଲା, "ତୁୟ୍ କାୟିରି ଦଃକି ଇହର୍ କାମ୍ କଃଲିସ୍?" 11 ସଃଡେବଃଳ୍ ଅବ୍ରାହାମ୍ କୟ୍ଲା, "ଇଦେସେ ଇସ୍ୱର୍ ଉହ୍ରେ ଅଃଳକ୍ ହେଁ ଡିର୍ ନାୟ୍; ଇତାର୍ ଗିନେ ମୁୟ୍ ବାବ୍ଲେ, ଏମଃନ୍ ମଃର୍ ମାୟ୍ଜିକ୍ ସଃଙ୍ଗାଉଁନ୍ଦ୍ ବଃଲି ମକେ ମଃର୍ନେ ମାର୍ତି। 12 ସେ ମଃର୍ ବେଣି, ଇରି ସଃତ୍, କାୟିତାକ୍ ବଃଲେକ୍ ସେ ମଃର୍ ଉବାର୍ ବିନ୍ ଡକୁର୍ସିର୍ ଜିସି, ମଃର୍ ଆୟାର୍ ଜିସି ନୟ୍,ଆରେକ୍, ମର୍ ମାୟ୍ଜି ଅୟ୍ଲି। 13 ଜଃଡେବଃଳ୍ ଇସ୍ୱର୍ ମକେ ଉବାର୍ ଗଃରେ ହୁଣି ଦେସ୍ ବୁଲାୟ୍ଲା, ସଃଡେବଃଳ୍ ମୁୟ୍ ତାକେ କୟିଲେ, ତୁୟ୍ ମକ୍ ଦଃୟା କଃର୍ସି, ଅଃମି ଜୁଣ୍ ଜୁଣ୍ ଜଃଗାକେ ଜଃଉଁନ୍ଦ୍, ସେ ଜଃଗାୟ୍ ତୁୟ୍ ମକେ ବାୟ୍ ବଃଲି କଃଉସି।"
14 ସଃଡେବଃଳ୍ ଅବିମେଲକ୍ ଅବ୍ରାହାମାର୍ ଡକୁର୍ସିକେ ବାଉଳାୟ୍ ଦଃୟି ଗରୁ,ମେଣ୍ଡା ଆର୍ ଦାସ୍ଦାସି ମଃନ୍କେ ଦିଲା। 15 ଅବିମେଲକ୍ ଅବ୍ରାହାମ୍କେ କୟ୍ଲା, "ଜାଣ୍, ମଃର୍ ସଃବୁ ଦେସ୍ ତର୍ ମୁଉଁ ଆଗେ ଆଚେ, ତର୍ ଜୁୟ୍ତି ମଃନ୍, ସେତି ବାସା କଃର୍।" 16 ଆରେକ୍, ସେ ସାରାକେ କୟ୍ଲା, "ଜାଣ୍,ମୁୟ୍ ତର୍ ବାଇକେ ଅଃଜାର୍ ଗଟ୍ ରୁହା ଦିଲେ; ଜାଣ୍, ସେରି ତର୍ ଉହ୍ରେ ଗଃଟି ରେତାର୍ ସଃବୁ କଃତାର୍ ଗିନେ ସଃବୁ ଲକାର୍ ସାକିୟେ ଆକିର୍ ଡାହିଅଃଉତା ଚାମ୍ ହର୍; ସଃବୁ ବିସୟେ ତର୍ ଉହ୍ରେ ନ୍ୟାୟ୍ ବିଚାର୍ ଅୟ୍ଲି।"
17 ଇତାର୍ହଃଚ ଅବ୍ରାହାମ୍ ଇସ୍ୱରାର୍ ତଃୟ୍ ପାର୍ତନା କଃଲାକେ, ଇସ୍ୱର୍ ଅବିମେଲକ୍ କେଏ ଆର୍ ତାର୍ ଡକୁର୍ସିକେ ଆର୍ ତାର୍ ଦାସିମଃନ୍କେ ଉଜ୍ କଃଲା; ସେତାକ୍ ସେମଃନାର୍ ହିଲାମଃନ୍ ଜଃଲମ୍ ଅୟ୍ଲାୟ୍।
18 ମାପୁର୍ ଜୁଣ୍ତାର୍ ଗିନେ ଅବ୍ରାହାମାର୍ ଡକୁର୍ସି ସାରାର୍ ହାଁୟ୍ ଅବିମେଲକାର୍ ଗଃରେ ରେତା ମାୟ୍ଜି ମଃନ୍କାର୍ ଗଃର୍ବବାସ୍ ବଃନ୍ଦ୍ କଃରିରିଲା।