1 ସଃଡେବଃଳ୍ ଜିଉଦା ନିଜାର୍ ବାଇମଃନାର୍ ତଃୟ୍ହୁଣି ଅଦୁଲ୍ମିୟ ହିରା ନାଉଁଆର୍ ଗଟ୍ ଲକ୍ ହାକ୍ ଗଃଲା। 2 ସେତି ସୁୟ ନାଉଁଆର୍ କିଣାନିୟ ଲକାର୍ ଗଟେକ୍ ମାୟ୍ଜିକେ ଦଃକି ତାକେ ବିବା ଅୟି ତାର୍ ସଃଙ୍ଗ୍ ସଃଉଆବଃସା କଃଲା। 3 ସେତାକ୍ ସେ ଗଃର୍ବ୍ବାସ୍ ଅୟି ହିଲା ହାୟ୍ଲାକେ, ତାର୍ ନାଉ ଏର ଦିଲା। 4 ଆରେଗଟ୍ତର୍ ଗଃର୍ବାସ୍ ଗଃଲାକେ, ସେ ହିଲା ହାୟ୍ଲାକେ ତାର୍ ନାଉ ଅନନ୍ ଦିଲା। 5 ଆରେକ୍ ତାର୍ ଗଃର୍ବ୍ବାସ୍ ଅୟି, ହିଲା ହାୟ୍ଲି ତାର୍ ନାଉ ସେଲା ଦିଲା, ଇତାର୍ ଜଃଲମ୍ ବଃଳ୍ ଜିହୁଦା କସିବ୍ ନାଉଁଆର୍ ଟାଣେ ରିଲା।
6 ଇତାର୍ହଃଚ ଜିହୁଦା ତାମର୍ ନାଉଁଆର୍ ଗଟ୍ ଟକିକେ ଆଣି ତାର୍ ବଃଡ୍ହୟ୍ସି ଏର ସଃଙ୍ଗ୍ ତାକେ ବିବା କଃରିଦିଲା। 7 ମଃତର୍ ବଃଡ୍ହୟ୍ସି ଏର ଇସ୍ୱରାର୍ ମୁୟେଁ ଦୁସ୍ଟ୍ ରିଲା; ସେତାକ୍ ଇସ୍ୱର୍ ତାକେ ନାସ୍ କଃଲା। 8 ସେତାକ୍ ଜିହୁଦା ଅନନ୍କେ କୟ୍ଲା, "ତୁୟ୍ ବାୟ୍ଦିର୍ ଡକୁର୍ସି ସଃଙ୍ଗ୍ ସଃଉ ତାର୍ ହାଇଁ ଦେଉରାର୍ କାମ୍ କଃର୍ ଆର୍ ବାଇଦିର୍ ବଃଉଁସ୍ ବାଡାଉ।" 9 ମଃତର୍ ସେବଃଉଁସ୍ ତର୍ ନଃହୟ୍, ଇରି ଜାଣି ଅନନ୍ ବାଇସିର୍ ଡକୁର୍ସି ସଃଙ୍ଗ୍ ମିସ୍ତା ବଃଳ୍ ବାଇସିର୍ ବଃଉଁସ୍ ବାଡାଉଁକେ ମଃନ୍ ନଃକେରି ବୁୟେଁ ବିର୍ଜ୍ ହଃକାୟ୍ଲା। 10 ତାର୍ ଇରଃକମ୍ କାମ୍ ଇସ୍ୱରାର୍ ଆକାୟ୍ କଃରାପ୍ ରିଲି; ସେତାକେ ତାକେ ହେଁ ନାସ୍ କଃଲା। 11 ସଃଡେବଃଳ୍ ଜିହୁଦା ନିଜାର୍ ବୁଆର୍ସି ତାମର୍କେ କୟ୍ଲା, "ମର୍ ହଅ ସେଲା ବଃଡ୍ ନଃଉତା ହଃତେକ୍ ତୁୟ୍ ରାଣ୍ଡି ଅୟି ନିଜାର୍ ଉବାଦିର୍ ଗଃରେ ଜାୟ୍ ରେଏ; ସେ ବାବ୍ଲା କେଜାଣ୍ ବାୟ୍ସିମଃନାର୍ ହର୍ ସେଲା ହେଁ ମଃରେଦ୍।" ସେତାକ୍ ତାମର୍ ତାର୍ ଉବାସି ଗଃରେ ଜାୟ୍ ବାସ୍କଃଲି। 12 ଅଃନେକ୍ ଦିନ୍ ଗଃଲାକେ, ସୁୟର୍ ଜିସି ଜିହୁଦାର୍ ଡକୁର୍ସି ମଃଲି; ତାର୍ହଃଚେ ଜିହୁଦା ଦୁକ୍ ହାସ୍ରି ଅଦୁଲ୍ମିୟ ହିରା ନାଉଁଆର୍ ସଃଙ୍ଗୁଆଳି ସଃଙ୍ଗ୍ ତିମ୍ନାୟ୍ ନିଜାର୍ ମେଣ୍ଡା ରମ୍ କାଟୁମଃନାର୍ ହାକ୍ ଗଃଲା। 13 ସଃଡେବଃଳ୍ କେଏ ଗଟ୍ ଲକ୍ ତାମର୍କେ କବୁର୍ ଦିଲା, "ଦକ୍, ତର୍ ସଃତ୍ରାଦି ନିଜାର୍ ମେଣ୍ଡା ରମ୍ କାଟୁକେ ତିମ୍ନାୟ୍ ଜଃଉଁଲା।" 14 ସେତାକେ ତାମର୍ ରାଣ୍ଡିହଃଚ୍ୟା ଚାଡି ବିନ୍ ହଃଚ୍ୟା ନିଜେ ହଃଜି ତିମ୍ନାୟ୍ ବାଟ୍ ଚଃମେ ରିଲା ଏନମର୍ ହୁର୍ତା ଟାଣେ ବଃସି ରିଲି; କାୟିତାକ୍ବଃଲେକ୍ ସେ ଦଃକ୍ଲି, ସେଲା ବଃଡ୍ ଅୟ୍ଲେକ୍ହେଁ ତାର୍ ସଃଙ୍ଗ୍ ତାର୍ ବିବା ନୟ୍ଲି। 15 ସଃଡେବଃଳ୍ ଜିହୁଦା ତାକେ ଦଃକି ଦାରି ମାୟ୍ଜି ବଃଲି ବାବ୍ଲା, କାୟିତାକ୍ବଃଲେକ୍ ସେ ମୁୟେଁ ଡାହି ଅୟ୍ରିଲି। 16 ଇତାର୍ଗିନେ ସେ ବାଟ୍ହାକ୍ ଜାୟ୍ ବୁଆର୍ସିକେ ଚିନୁ ନାହାରି କୟ୍ଲା, "ଗଃଉଆରି କଃରୁଲେ ତର୍ ହାକ୍ ଜଃଉଁକେ ଦେଏ।" ସେତାକେ ତାମର୍ କୟ୍ଲି, "ତୁୟ୍ ମର୍ ହାକ୍ ଆସୁକ୍ କାୟିରି ଦେସି?" 17 ସେ କୟ୍ଲା, "ମଃନ୍ଦାର୍ ଗଟେକ୍ ଚେଳିବଦା ହଃଟାୟ୍ ଦଃୟ୍ନ୍ଦ୍।" ତାମର୍ କୟ୍ଲି, "ସେରି ହଃଟାଉତା ହଃତେକ୍ କାୟିରି ବଃନ୍ଦା ଦେସି?" 18 ଜିହୁଦା କୟ୍ଲା, "କାୟିରି ବଃନ୍ଦା ଦଃୟ୍ନ୍ଦ୍?" ତାମର୍ କୟ୍ଲି, "ତର୍ ଇ ହାଜେର୍ ଆର୍ ସୁତା, ଆର୍ ଆତ୍ ଡାଙ୍ଗ୍।" ସେତାକ୍ ଜିହୁଦା ସଃବୁ ଦଃୟି ତାର୍ ହାକ୍ ଗଃଲା, ସେତାକ୍ ସେ ଆଙ୍ଗେ ଅୟ୍ଲି। 19 ହଃଚେ ତାମର୍ ଉଟି ଗଃଲି, ଆର୍ ନିଜାର୍ ହଃଚ୍ୟା ଇଟାୟ୍ ରାଣ୍ଡି ହଃଚ୍ୟା ହଃଜ୍ଲି। 20 ଇତାର୍ହଃଚ ଜିହୁଦା ସେ ମାଇଜି ତୟ୍ହୁଣି ବଃନ୍ଦା ଦିଲା ଜିନିସ୍ ନେଉଁକେ ନିଜାର୍ ଅଦୁଲ୍ମିୟ ହିରା ନାଉଁଆର୍ ସଃଙ୍ଗାର୍ ମାନାୟ୍କେ ଚେଳିବଦା ହଃଟାୟ୍ଲା, ମଃତର୍ ସେ ତାକ୍ ମିଳାଉଁକ୍ ନଃର୍ହାଲା। 21 ସେତାକ୍ ସେ ସେତିର୍ ଲକ୍ମଃନ୍କେ ହଃଚାର୍ଲା, "ଏମନ୍ ବାଟ୍ଚଃମେ ଜୁୟି ଦାରି ମାୟ୍ଜି ରିଲି, ସେ କଃୟ୍?" ସେମଃନ୍ କୟ୍ଲାୟ୍, "ଇତି କୁୟି ଦାରି ନଃରେତି।"
22 ସେ ଜିହୁଦା ହାକ୍ ବାଉଡ଼ି ଜାୟ୍ କୟ୍ଲା, "ମୁୟିଁ ତାକେ ଦଃକୁ ନଃହାର୍ଲେ," ଆର୍ ସେତିର୍ ଲଃକ୍ମଃନ୍ ହେଁ କୟ୍ଲାୟ୍, ଇତି କୁୟି ବେସ୍ୟାଣି ହେଁ ନଃରେତି। 23 ତବେ ଜିହୁଦା କୟ୍ଲା, "ତାର୍ ହାକ୍ ଜାୟ୍ରି ଆଚେ ସେରି ସେ ନେଉଅ, ଅଃମିମଃନ୍ କାୟ୍କଃରୁକେ ଲାଜ୍ ହାଉଁଆ? ଦଃକ୍, ମୁୟ୍ ଇ ଚେଳିବଦା ହଃଟାୟ୍ଲେ, ମଃତର୍ ତୁୟ୍ ତାକ୍ ବେଟ୍ ନୟ୍ଲିସ୍।" 24 ଆର୍ ହାକାହାକି ତିନିମାସାର୍ ତଃଳେ କେଏ ଗଟ୍ ଲକ୍ ଜିଉଦାକେ କୟ୍ଲା, "ତୁମାର୍ ବୁଆର୍ଦି ତାମର୍ ଦାରିଆଣି ଅୟି ଆଚେ; ଆର୍ ଦାରି କଃରି ତାର୍ ଆଙ୍ଗେ ଆଚେ।" ସେତାକେ ଜିହୁଦା କୟ୍ଲା, "ତାକେ ହଃଦାୟି ଆଣି ଜୟେ ହଡାଉଆ।" 25 ସେତାକେ ତାକେ ହଃଦାୟି ଆଣ୍ଲାକେ, "ନିଜାର୍ ସଃତ୍ରାସିକେ କୟ୍ ହଃଟାୟ୍ଲି, ଇ ଜିନିସ୍ମଃନ୍ ଜାର୍, ସେ ଅଃଣ୍ଡ୍ରା ତଃୟ୍ ହୁଣି ଇ ଆଙ୍ଗେ ଆଚି।" ଆରେକ୍ "କୟ୍ଲି, ଇ ହାଜେର୍ ଆର୍ ସୁତା ଆର୍ ଡାଙ୍ଗ୍ କାର୍? ସେରି ଚିନି ଦଃକା।" 26 ସେତାକ୍ ଜିହୁଦା ସେସଃବୁ ଜିନିସ୍ ମର୍ ନିଜାର୍ ବଃଲି କୟ୍ଲା, "ସେ ମର୍ ତଃୟ୍ହୁଣି ସେ ଅଃଦିକ୍ ନିର୍ଦସି, କାୟିତାକ୍ବଃଲେକ୍ ମୁୟିଁ ମର୍ ହଅ ସେଲାକେ ନଃଦିଲେ।" ମଃତର୍ ଜିହୁଦା ଆର୍ ତାର୍ ହାକ୍ ନଃଗେଲା। 27 ଆର୍ ତାମରାର୍ ହିଲା ହାଉତାର୍ ଦିନ୍ ଆୟ୍ଲାକେ, ତାର୍ ହେଟେ ଜଃଉଁଣା ହିଲା ଆଚେ ବଃଲି ଜାଣାହଃଳ୍ଲି। 28 ଆର୍ ହିଲା ହାଉତାବଃଳ୍ ଗଟ୍ ଅଃଣ୍ଡ୍ରା ହିଲାର୍ ଆତ୍ ବାରୟ୍ଲି; ସଃଡେବଃଳ୍ ବଣ୍ଡକିବୁଡି ତାର୍ ଆତେ ରଃତା ସୁତା ବାନ୍ଦି କୟ୍ଲି, "ଏ ହଃର୍ତୁ ହିଲା।" 29 ମଃତର୍ ସେ ନିଜାର୍ ଆତ୍ ଜିକି ନିଲାକେ, ଦଃକା, ତାର୍ ବାଇସି ଜଃଲମ୍ ଅୟ୍ଲା; ସେତାକେ ବଣ୍ଡ୍କିବୁଡି କୟ୍ଲି, "ତୁୟ୍ କଃନ୍କଃରି ନିଜାର୍ ଗିନେ ବିନ୍କଃରି ଆୟ୍ଲିସ୍?" ତୁମାର୍ ତଃୟ୍ ଇ ବିନ୍ ଅଃଉଅ। ସେତାକେ ତାର୍ ନାଉ ପେରସ୍ ଅୟ୍ଲି। 30 ଇତାର୍ହଃଚ ଆତେ ରଃତାସୁତା ବାନ୍ଦ୍ଲା ହିଲା ଜଃଲମ୍ ଅୟ୍ଲାକେ ତାର୍ ନାଉ ସେରହ ଦିଲାୟ୍।