1 ଇତାର୍ହଃଚ ଇସାକ୍ ଜାକୁବକେ କୁଦାୟ୍ ଆସିର୍ବାଦ୍ କଃଲା ଆର୍ ଇ କଃତା ତାକ୍ କୟ୍ଲା, "ତୁୟ୍ କିଣାନ୍ ଦେସାର୍ କୁୟି କଃନ୍ୟାକେ ବିବା କଃର୍ନାୟ୍। 2 ଜାଆ, ପଦନ୍ ଅରାମେ ତର୍ ଆୟ୍ଦିର୍ ଉବାସି ବତୁୟେଲାର୍ ଗଃର୍କେ ଜାୟ୍ ସେତି ତର୍ ମାମୁଁ ଲାବନାର୍ କୁୟି ଅଲେ ଜିସିକେ ବିବା କଃର୍। 3 ସଃବୁ ଉଟ୍ୟା ସଃକ୍ତିର୍ ଏଲ୍ ସାଦାୟି ଇସ୍ୱର୍ ଆସିର୍ବାଦ୍ କଃରି ତକେ ବଂସ୍ ବାଡାୟ୍ ଅଲେକାର୍ କଃରୁକେ ହଃଳ୍ ଅଃଉଅ ଆର୍ ଅଲେକାର୍ ବଃଉଁସ୍ ଅଃଉଅତ୍। 4 ଆରେକ୍ ଅବ୍ରାହାମାର୍ ଉହ୍ରେ ଦଃୟି ରେତା ଆସିର୍ବାଦ୍ ତର୍ତଃୟ୍ ଆର୍ ତର୍ ବଃଉଁସ୍କେ ହୁରୁଣ୍ ଅଃଉଅ; ସେତାକ୍ ଇସ୍ୱର୍ ତର୍ ବାସ୍ କଃଲା ଇ ଜୁଣ୍ ଦେସ୍ ଅବ୍ରାହାମ୍କେ ଦଃୟ୍ଆଚେ, ସେ ଦେସେ ତର୍ ଅଃଦିକାର୍ ଅଃଉଅ।" 5 ଇତାର୍ହଃଚ ଇସାକ୍ ଜାକୁବକେ ସେଲ ଦିଲା, ସେ ପଦନ୍ ଅରାମେ ଅରାମିୟ ବତୁୟେଲାର୍ ହଃୟ୍ସି ଲାବନାର୍, ବଃଲେକ୍ ଜାକୁବ ଆର୍ ଏସାଉର୍ ଆୟ୍ସି ରିବିକାର୍ ବାୟ୍ସି ଚଃମେ ଗଃଲା।
6 ଇତାର୍ ହଃଚେ ଇସାକ୍ ଜାକୁବକେ ଆସିର୍ବାଦ୍ କଃରି ବିବା କଃରୁକେ ପଦନ୍ ଅରାମକେ ସେଲ ଦିଲା, ଆରେକ୍, ଜାକୁବକେ ଆସିର୍ବାଦ୍ କଃର୍ତା ବଃଳ୍ ତାକେ ଆଦେସ୍ ଦଃୟି କୟ୍ଲା, "ତୁୟ୍ କିଣାନ୍ ଦେସାର୍ କୁଣ୍ କଃନ୍ୟା ବିବା କଃର୍ ନାୟ୍।" 7 ଆର୍ ଜାକୁବ ଅଃହ୍ଣାର୍ ଉବାସି ଆୟ୍ସିର୍ କଃତା ମାନି ପଦନ୍ ଅରାମକେ ଗଃଲା, 8 ଇରି ଦଃକି ଏସାଉ ଅଃହ୍ଣାର୍ ଉବାସି ଇସାକ୍ କିଣାନ୍ ଦେସାର୍ କଃନ୍ୟା ମଃନ୍କାର୍ ଉହ୍ରେ ସଃଲ୍ମତ୍ ନଃରିଲାର୍ ଜାଣ୍ଲାୟ୍ 9 ସେତାର୍ଗିନେ ନିଜାର୍ ଡକୁର୍ସି ମଃନ୍ ରିଲେକ୍ ହେଁ ଇସ୍ମାଏଲାର୍ ଚଃମେ ଜାୟ୍ ଅବ୍ରାହାମାର୍ ନାତୁଣ୍ସି ଇସ୍ମାଏଲାର୍ ଜିସି ନବାୟେତାର୍ ବେଣ୍ସି ମହଲତ୍ ନାଉଁଆର୍ ଟକିକେ ବିବା କଃଲା।
10 ଇତାର୍ ହଃଚେ ଜାକୁବ ବେର୍ସେବାୟ୍ ହୁଣି ବାରାୟ୍ ହାରଣ୍ ଗଃଲା। 11 ଆରେକ୍, ବେଳ୍ ବୁଡ୍ଲାକେ ସେ ଗଟେକ୍ ଜଃଗାୟ୍ ରାତି କଃଟାୟ୍ଲା; ଆରେକ୍ ସେ ସେତାଣାର୍ ଗଟେକ୍ ସିଳ୍ ନଃୟ୍ ମୁଣ୍ଡ୍ ଅଚ୍ନାକଃରି ସେଟାଣେ ସୟ୍ ନିଦାୟ୍ଲା। 12 ସେତାକ୍ ସେ ଚଃହ୍ନେ ଦଃକ୍ଲା ହୁର୍ତିବିୟେ ବଃନାୟ୍ଲା ଗଟେକ୍ ହାଉଜ୍ ଦଃକ୍ଲା, ସେରି ମୁଣ୍ଡେ ହୁଣି ଅଃଗାସ୍ ଚୁଇଁଲାର୍; ଆରେକ୍, ଦଃକ୍କା, ସେବାଟ୍ ଅୟି ଇସ୍ୱରାର୍ ଦୁତ୍ମଃନ୍ ଉହ୍ରେ ଜଃଉଁଲାୟ୍ ଆର୍ ତଃଳେ ଉତ୍ରୁଲାୟ୍। 13 ଆରେକ୍, ମାପୁର୍ ସେ ଉହ୍ରେ ଟିଆଅୟ୍ କୟ୍ଲା, "ମୁୟ୍ ମାପୁର୍ ତର୍ ହୁର୍ବାର୍ ଦାଦି ଅବ୍ରାହାମାର୍ ଇସ୍ୱର୍ ଆର୍ ଇସାକାର୍ ଇସ୍ୱର୍; ତୁୟ୍ ଇ ଜୁଣ୍ ଦେସେ ସଃୟ୍ ଆଚ୍ସି, ସେରି ମୁୟ୍ ତକେ ଆର୍ ତର୍ ବଃଉଁସ୍କେ ଦଃୟ୍ନ୍ଦ୍। 14 ତର୍ ବଃଉଁସ୍ ହୁର୍ତିବିର୍ ଦୁଳି ହଃର୍ ଅଲେକାର୍ ଅଃଉତି, ଆରେକ୍, ତୁମି ହୁର୍ବ୍ ଆର୍ ପଚିମ୍ ଆର୍ ଉତୁର୍ ଆର୍ ଦକିଣ୍, ଚାରିବାଟ୍ ଅଲେକାର୍ ଅଃଉତି, ଆରେକ୍ ତର୍ତଃୟ୍ ହୁଣି ଆର୍ ତର୍ ବଃଉଁସ୍ ତଃୟ୍ହୁଣି ହୁର୍ତିବିର୍ ବିନ୍ ବିନ୍ ବଃଉଁସ୍ ଆସିର୍ବାଦ୍ ହାଉତି। 15 ଆରେକ୍, ଦଃକ୍, ମୁୟ୍ ତର୍ ସାହା ଆଚି, ଆର୍ ତୁୟ୍ ଜୁଣ୍ ଜୁୟି ଜୁୟି ଟାଣେ ଜାସି, ସେ ସେ ଜଃଗାୟ୍ ମୁୟ୍ ତକେ ରଃକ୍ୟା କଃରିନ୍ଦ୍ ଆରେକ୍ ତକେ ଇ ଦେସେ ଆଣିନ୍ଦ୍; କାୟିତାକ୍ବଃଲେକ୍ ମୁୟ୍ ଜାୟ୍ରି ତକେ କଃୟ୍ ଆଚି, ସେରି ହୁର୍ନ୍ ନଃକେର୍ତା ହଃତେକ୍ ମୁୟ୍ ତକେ ନଃଚାଡି।"
16 ଇତାର୍ହଃଚ ନିଦ୍ ବାଙ୍ଗ୍ଲାକେ, ଜାକୁବ ଚେତ୍ନା ଅୟି କୟ୍ଲା, "ବାୟ୍ଦ୍ରେ ଇ ଜଃଗାୟ୍ ମାପୁର୍ ଆଚେ, ମଃତର୍ ମୁୟ୍ ସେରି ଜାଣୁ ନଃହାର୍ଲେ। 17 ଆରେକ୍, ସେ ଡିରି କଃରି କୟ୍ଲା, ଇରି କଃନ୍କା ବିପ୍ତି ଜଃଗା? ଇରି ତ ନିଜ୍କଃରି ଇସ୍ୱରାର୍ ଗଃର୍, ଆର୍ ସଃର୍ଗାର୍ ବାଟ୍।"
18 ଇତାର୍ ହଃଚେ ଜାକୁବ ସଃକାଳ୍ ଉଟି ଜୁଣ୍ ଟେଳା ମୁଣ୍ଡ୍ ଅଦିରିଲା, ସେରି ନଃୟ୍ କଃମ୍ମୁଣ୍ଡା ହର୍ ଗାଡିକଃରି ସେ ଉହ୍ରେ ଚିକଣ୍ ଡାଳ୍ଲା। 19 ଆରେକ୍, ସେ ଜଃଗାର୍ ନାଉ ବେତେଲ୍ ସଃଙ୍ଗାୟ୍ଲା; ମଃତର୍ ଆଗ୍ତୁ ସେ ଗଃଳାର୍ ନାଉ ଲୁସ୍ ରିଲି। 20 ଆରେକ୍ ଜାକୁବ ସାୟିପ୍କଃରି କୟ୍ଲା, "ଜଦି ଇସ୍ୱର୍ ମର୍ ସଃହା ଅୟ୍ଦ୍ ଆର୍ ମର୍ ଇ ଜାତା ବାଟେ ମକେ ରଃକ୍ୟା କଃରେଦ୍, ଆରେକ୍, କାତାର୍ ଗିନେ ଅଃର୍ନ୍ ଆର୍ ହିନ୍ଦୁକେ ବଃସ୍ତର୍ ଦଃୟ୍ଦ୍, 21 ଆର୍ ଜଦି ମୁୟ୍ ସାନ୍ତିଏ ଉବାର୍ ଗଃର୍କେ ଆରେକ୍ ଆସିନ୍ଦ୍, ତଃବେ ମାପୁର୍ ମର୍ ଇସ୍ୱର୍ ଅୟ୍ଦ୍, 22 ଆରେକ୍, ମୁଁୟ୍ ଇ ଜୁଣ୍ ଟେଳାକେ କଃମ୍ ହର୍ ତାହୁନ୍ କଃରିଆଚି, ସେରି ମାପୁର୍ ଗଃର୍ ଅୟ୍ଦ୍, ଆର୍ ତୁୟ୍ ମକେ ଜାୟ୍ରି ହେଁ ଦେସି, ସେତିର୍ ଦଃସ୍ବାଗେ ହୁଣି ବାଗେକ୍ ମୁଁୟ୍ ତକେ ବାୟ୍ଦ୍ରେ ଦଃୟ୍ନ୍ଦ୍।"