12 ଜଃନ୍କଃରି ଇସ୍ୱରାର୍ ଲାଗି ଅଃମିମଃନ୍କେ ଦଃୟାକଃରି ଦିଲାର୍ କଃତାମଃନ୍ ଅଃମିମଃନ୍ ଜାଣୁ ହାରୁ, ଇତାର୍ ଗିନେ ଅଃମିମଃନ୍ ଜଃଗତାର୍ ଆତ୍ମା ନଃହାୟ୍ ଇସ୍ୱରାର୍ ଆତ୍ମା ହାୟ୍ଁ ଆଚୁ ।
13 ଜୁୟ୍ସଃବୁ କଃତା ସିକ୍ୟା ଦେୟ୍ଆଚି ଆତ୍ମିକ୍ କଃତା ଆତ୍ମିକ୍ ଲକ୍ମଃନ୍କେ ସିକ୍ୟା ଦଃୟ୍ଆଚି । ମଃତର୍ ମାନାୟ୍ର୍ ଗିଆନେ ସିକ୍ଲାର୍ କୟ୍ନଃରେଉଁ, ମଃତର୍ ଆତ୍ମାର୍ କଃତାମଃନ୍ ଆତ୍ମାର୍ କଃତାୟ୍ ବୁଜାୟ୍ ଆତ୍ମା ତଃୟ୍ ସିକ୍ଲା କଃତା କଃଉନ୍ଦ୍ । 14 ମଃତର୍ ଜୁୟ୍ଲକାର୍ ତଃୟ୍ ଇସ୍ୱରାର୍ ଆତ୍ମା ନାୟ୍ ସେ ଜଃଗତାର୍ ମାନାୟ୍ ଇସ୍ୱରାର୍ ଆତ୍ମାର୍ କଃତାମଃନ୍ ମାନି ନଃକେରେ, କାୟିତାକ୍ବଃଲେକ୍ ସେ ସଃବୁ ତାର୍ତଃୟ୍ ମଲ୍ ନୟ୍ଲାର୍, ଆରେକ୍ ସେ ସଃବୁ ବୁଜୁ ନାହାରେ, ଜୁୟ୍ରି ସେସଃବୁ ଆତ୍ମାୟ୍ ହଃକା ବୁଜୁକ୍ ନଃଚ୍ତି ।