1 ମୁୟ୍ଁ ପାଉଲ୍ ଗଟେକ୍ ପେରିତ୍ । ମାନାୟ୍ ହୁଣି ନାୟ୍ କି ମାନାୟ୍ର୍ ଦଃୟ୍କଃରି ନାୟ୍, ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଆର୍ ଜୁୟି ଇସ୍ୱର୍ ଉବା ତାକେ ମଃଲା ଲକ୍ମଃନାର୍ ତଃୟ୍ହୁଣି ଉଟାୟ୍ଲା ତାର୍ ତଃୟ୍ହୁଣି ହାୟ୍ଁ ଆଚି । 2 ଆର୍ ମର୍ ସଃଙ୍ଗେ ରିଲା ସଃବୁ ବିସ୍ୱାସି ବାୟ୍ମଃନ୍ ଗାଲାତି ମଣ୍ଡ୍ଳିର୍ ବାୟ୍ବେଣିମଃନ୍କେ ଜୁଆର୍ ଜାଣାଉଁଲୁ ।
3 ଅଃମିମଃନାର୍ ଇସ୍ୱର୍ ଉବା ଆର୍ ମାପୁର୍ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଅ ।
4 ସେ ଅଃମାର୍ ଇସ୍ୱର୍ ଉବାର୍ ଇଚା ହଃର୍କାରେ ଇ ଅଃବାର୍ ଜଃଗତେ ହୁଣି ଅଃମିମଃନ୍କେ ମୁକ୍ଳାଉଁକ୍ ଅଃମିମଃନାର୍ ହାହାର୍ ଗିନେ ଅଃହ୍ଣାକ୍ ଦିଲା । 5 ଜୁଗେଜୁଗେ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ଆମେନ୍ ।
6 କ୍ରିସ୍ଟର୍ ଦଃୟାୟ୍ ଜେ ତୁମିମଃନ୍କେ କୁଦ୍ଲା, ତାର୍ ତଃୟ୍ହୁଣି ଜେ ଅଃଡେକ୍ ବେଗି ମଃନ୍ବାଦ୍ଲାୟ୍ ବିନ୍ ନିକ କବୁର୍ ତଃୟ୍ ଟାଣି ଅୟି ଆଚାସ୍ ମଃନ୍ ଦଃୟି ଆଚାସ୍, ଇତାକ୍ ମୁୟ୍ଁ କାବା ଅଃଉଁଲେ । 7 ସେରି "ବିନ୍ ନିକ କବୁର୍ ହେଁ ନାୟ୍," ମଃତର୍ କଃତେକ୍ ତୁମିମଃନ୍କେ ବୁଲ୍କାଉଁଲାୟ୍ ତିର୍ ନଃକେରୁଲାୟ୍ । ଆର୍ କ୍ରିସ୍ଟର୍ ନିକ କବୁର୍କେ କଃରାପ୍ କଃରୁକେ ମଃନ୍ କଃରୁଲାୟ୍ । 8 ମଃତର୍ ଜୁୟି ନିକ କବୁର୍ ଅଃମିମଃନ୍ ତୁମାର ତଃୟ୍ ପର୍ଚାର୍ କଃରି ଆଚୁ, ଜଦି ଅଃମିମଃନ୍ କି ସଃର୍ଗ୍ଦୁତ୍ ଅୟିଲେକ୍ ହେଁ ଜେହେଁ ତାର୍ ତଃୟ୍ହୁଣି ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ହାଅ 9 ଜଃନ୍କଃରି ଅଃମିମଃନ୍ ହୁର୍ବେ କୟ୍ ଆଚୁ, ସେନ୍ହର୍ ମୁୟ୍ଁ ଅଃବେ ଆରେକ୍ କଃଉଁଲେ । ଜୁୟି ନିକ କବୁର୍ ତୁମିମଃନ୍ ଦଃରିରିଲାସ୍ ତାର୍ ତଃୟ୍ହୁଣି ଜଦି କୁୟ୍ଲକ୍ ତୁମାର୍ ତଃୟ୍ ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ ହାଅ ।
10 ମୁୟ୍ଁ କି ଅଃବେ ମାନାୟ୍ ମଃନ୍କାର୍ କି ଇସ୍ୱରାର୍ ଲାଡାର୍ ଅଃଉଁକେ ଜଃତୁନ୍ କଃରୁଲେ ? ଆର୍ ମାନାୟ୍ମଃନ୍କେ କାୟି ସଃନ୍ମତ୍ କଃରୁକେ ଉପାୟ୍ କଃରୁଲେ, ଜଦି ମୁୟ୍ଁ ଅଃବେ ହେଁ ମାନାୟ୍ମଃନ୍କେ ସଃନ୍ମତ୍ କଃର୍ତି ରିଲେହୁଣି ତଃବେ ମୁୟ୍ଁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ନୟ୍ଲେହୁଣି ।
11 କାୟିତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ଜୁୟି ନିକ କବୁର୍ ମର୍ ତଃୟ୍ହୁଣି ପର୍ଚାର୍ ଅୟିଆଚେ, ସେ କଃତାକ୍ ତୁମିମଃନ୍କେ ଜାଣାୟି ଆଚି, ସେରି ମାନାୟ୍ର୍ ଇଚାୟ୍ ନାୟ୍ । 12 ବଃଲେକ୍ ମୁୟ୍ଁ ସେରି ମାନାୟ୍ ତଃୟ୍ହୁଣି ହାୟ୍ଁ ନଃକେରି କି ସିକି ନଃକେରି ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାୟ୍ଁ ଆଚି ।
13 ହୁର୍ବେ ଜିଉଦି ଦଃର୍ମକେ ମର୍ ଚାଲ୍ଚାଲ୍ତି କଃତାୟ୍ ତୁମିମଃନ୍ ତ ସୁଣି ଆଚାସ୍, ମୁୟ୍ଁ ଇସ୍ୱରାର୍ ମଣ୍ଡ୍ଳିକେ ଦୁକ୍କଃସ୍ଟ ଦେତିରିଲେ, ଆର୍ ତାକେ ନସ୍ଟ୍ କଃରୁକେ ଦଃକ୍ତିରିଲେ । 14 ଆର୍ ଅଃମାର୍ ଦାଦି ମଃନ୍କାର୍ ଅୟି ଆସ୍ତା ରିତିବିଦି ଗିନେ ବଃଳେ ସଃର୍ଦା ଅୟି ମର୍ ସଃଙ୍ଗାର୍ ବଃୟ୍ସାର୍ ନିଜ୍ ଜାତିର୍ ଲକ୍ମଃନ୍କାର୍ ବିତ୍ରେ ଅଃଦିକ୍ ଦଃର୍ମେ ଜାତିରିଲେ ।
15 ମଃତର୍ ଜୁୟି ଇସ୍ୱର୍ ମର୍ ଆୟାର୍ ହେଟେ ହୁଣି ମକେ ବାଚିରିଲା, ଆର୍ ଅଃହ୍ଣାର୍ ଦଃୟାୟ୍ ତାକେ ସେବାକଃରୁକେ ମକେ କୁଦିରିଲା । 16 ସେ ଜଃଡେବଃଳ୍ ଅଃହ୍ଣାର୍ ହୟ୍ସିକ୍ ମର୍ ତଃୟ୍ ଜାଣାଉଁକ୍ ମଃନ୍ କଃଲା, ଜଃନ୍କଃରି ମୁୟ୍ଁ ଅଜିଉଦି ବିତ୍ରେ ତାକେ ପର୍ଚାର୍ କଃରିନ୍ଦ୍, ସଃଡେବଃଳ୍ ମୁୟ୍ଁ ମାନାୟ୍ ସଃଙ୍ଗ୍ କଃତାବାର୍ତା କଃରୁକେ ଜାୟ୍ ନଃରିଲେ । 17 କି ମର୍ ହୁର୍ବେ ବାଚ୍ଲା ପେରିତ୍ ମଃନ୍କାର୍ ହାକ୍ ଜିରୁସାଲମ୍କେ ନଃଜାୟ୍ଁ ତଃତ୍କାଣ୍ ଆରବ୍କେ ବାରୟ୍ଗଃଲେ, ଆରେକ୍ ମୁୟ୍ଁ ଦମେସକ୍କେ ବାଉଳି ଆୟ୍ଲେ । 18 ତାର୍ ହଃଚେ ତିନି ବଃର୍ସ୍ ଗଃଲାକେ ମୁୟ୍ଁ କେପା ସଃଙ୍ଗ୍ ବେଟ୍ ଅଃଉଁକ୍ ଜିରୁସାଲମ୍କେ ଗଃଲେ; ଆର୍ ତାର୍ ସଃଙ୍ଗ୍ ହଃନ୍ଦ୍ର ଦିନ୍ ରିଲେ । 19 ମଃତର୍ ମାପୁରାର୍ ବାୟ୍ସି ଜାକୁବ୍କେ ଚାଡି ପେରିତ୍ ମଃନାର୍ ବିନ୍ କାକେ ନଃଦେକ୍ଲେ ।
20 ମୁୟ୍ଁ ଜୁୟ୍ସଃବୁ କଃତା ତୁମିମଃନ୍କେ ଲେକୁଲେ ସେରି ସଃତ୍, ଦଃକା ଇସ୍ୱର୍ ଜାଣୁଲା, ମୁୟ୍ଁ ମିଚ୍ ନଃକୟ୍ଁ । 21 ହଃଚେ ମୁୟ୍ଁ ସିରିଆ ଆର୍ କିଲିକିଆକେ ଗଃଲେ । 22 ଜିଉଦା ରାଜିର୍ କ୍ରିସ୍ଟର୍ ମଣ୍ଡ୍ଳିମଃନାର୍ ହାକ୍ ମୁୟ୍ଁ ନିଜ୍କେ ଜାଣାୟି ନଃରିଲେ । 23 ସେମଃନ୍ ଅଃବ୍କା ସୁଣ୍ତିରିଲାୟ୍, ଜୁୟି ଲକ୍ ହୁର୍ବେ ଅଃମିମଃନ୍କେ କଃସ୍ଟ ଦେତିରିଲା, ଗଟ୍ଦିନ୍ ଜୁୟି ବିସ୍ୱାସ୍କେ ନଃସ୍ଟ୍କଃରୁକ୍ ଦଃର୍ତିରିଲା, ସେରି ଅଃବେ ପର୍ଚାର୍ କଃରୁଲା । 24 ଆର୍ ସେତାକ୍ ସେମଃନ୍ ମର୍ ଗିନେ ଇସ୍ୱରାର୍ ଗୁଣ୍ କଃଉତି ରିଲାୟ୍ ।