1 ମଃତର୍ ମୁୟ୍ଁ କଃଉଁଲେ, ସଃବୁ ଦଃନାର୍ ସାଉକାର୍ ଅୟିଲେକ୍ ହେଁ ବଃୟ୍ସ୍ ନଃଉତା ହଃତେକ୍ ଗତିଦଃଙ୍ଗ୍ଳା ହର୍ । 2 ମଃତର୍ ଉବାର୍ ତିର୍ ଅୟ୍ଲାର୍ ବେଳ୍ ହଃତେକ୍ ସାନ୍ ହିଲା ସେ, ଦଃକାସୁଣା କଃରି ଲକମଃନାର୍ ତଃଳେ ରଃୟ୍ଦ୍ 3 ସେନ୍କଃରି ଅଃମିମଃନ୍ ହେଁ ଜଃଡେବଃଳ୍ ଦଃର୍ମେ ହିଲା ରିଲୁ, ସଃଡେବଃଳ୍ ଜଃଗତାର୍ ହଃର୍ତୁ କଃତା ମଃନାର୍ ଗତିଦଃଙ୍ଗ୍ଳା ରିଲୁ । 4 ମଃତର୍ ବେଳା ହୁର୍ଲାକେ ଇସ୍ୱର୍ ଅଃହ୍ଣାର୍ ତଃୟ୍ ହୁଣି ତାର୍ ନିଜାର୍ ହୟ୍ସିକ୍ ହଃଟାୟ୍ଲା, ସେ ମାୟ୍ଜି ହୁଣି ଜଃଲମ୍ ଅୟି ମସାର୍ ବିଦିର୍ ତଃଳେ ଅୟ୍ଲା । 5 ଜଃନ୍କଃରି ସେ ମଲ୍ ଦଃୟି ମସାର୍ ବିଦି ତଃଳାର୍ ଲକ୍ମଃନ୍କେ ମୁକ୍ଳାୟ୍ଦ୍, ଆରେକ୍ ଅଃମିମଃନ୍ ହୟ୍ସିର୍ ଅଃଦିକାର୍ ହାଉନ୍ଦ୍ ।
6 ଆର୍ ତୁମିମଃନ୍ ହୟିସି ଜିସି, ଇତାର୍ ଗିନେ ଇସ୍ୱର୍ ଅଃହ୍ଣାର୍ ଚଃମେ ହୁଣି ନିଜାର୍ ହୟ୍ସିର୍ ଆତ୍ମାକେ ଅଃମିମଃନାର୍ ମଃନେ ହଃଟାୟ୍ଲା, ସେ ପବିତ୍ର ଆତ୍ମା ମିସି ଉବା ମର୍ ଉବା ବଃଲି କୁଦ୍ତି । 7 ଇତାକ୍ ତୁମି ଆର୍ ଗତିଦଃଙ୍ଗ୍ଳା ନାୟ୍, ମଃତର୍ ହୟିସି ଜିସି, ଆରେକ୍ ଜଦି ହୟିସି ଜିସି ତଃବେ ଇସ୍ୱରାର୍ ଅଃଦିକାରାର୍ ହଃଚେ ଅଃଦିକାରି ।
8 ମଃତର୍ ହୁର୍ବେ ତୁମିମଃନ୍ ଇସ୍ୱର୍କେ ନଃଜାଣି ଜୁୟି ଲକ୍ମଃନ୍ ସଃତ୍କଃରି ଇସ୍ୱରାର୍ ନଃଉତି ସେମଃନ୍କାର ଗତିଦଃଙ୍ଗ୍ଳା ରିଲାସ୍ । 9 ମଃତର୍ ଅଃବେ ଇସ୍ୱର୍କେ ଜାଣି ଆଚାସ୍, ତଃବେ ଇସ୍ୱରାର୍ ତଃୟ୍ ଜାଣାୟି ଅୟି ଆଚାସ୍, ତଃବେ କଃନ୍କଃରି ଆରେକ୍ ଗଟ୍ତର୍ ବଃଳ୍ ନୟ୍ଲା ଆର୍ ଲଳାକ୍ ନୟ୍ଲାର୍ ହଃର୍ତୁ କଃତାମଃନ୍କେ ବାଉଳି ଜାୟ୍ ଆରେକ୍ ସେ ସଃବୁର୍ ଗତିଦଃଙ୍ଗ୍ଳା ଅଃଉଁକେ ମଃନ୍କଃରୁଲାସ୍ । 10 ତୁମିମଃନ୍ ନିକନିକରି ଦିନ୍, ମାସ୍ ହଃର୍ବ୍ ଆର୍ ବଃର୍ସ୍ ମାନୁଲାସ୍ । 11 ତୁମିମଃନ୍କାର୍ ଗିନେ ମୁୟ୍ଁ ଜୁୟି କଃସ୍ଟ କଃରିଆଚି କଃଡେବଃଳ୍ ସେରି ତିନିହଲ୍ୟା ଅୟ୍ଦ୍ ତୁମିମଃନ୍କାର୍ ଗିନେ ମର୍ ଇ ଡିର୍ ଅଃଉଁଲି ।
12 ଏ ବାୟ୍ମଃନ୍, ମୁୟ୍ଁ ତୁମିମଃନ୍କେ ଗଉଆରି କଃରୁଲେ, ତୁମିମଃନ୍ ମର୍ ହର୍ ଅଃଉଆ, କାୟିତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କାର୍ ହର୍ ଅୟି ଆଚି, ତୁମିମଃନ୍ ମକେ କାୟି ଅଃନ୍ୟାୟ୍ ନଃକେରାସ୍ । 13 ମଃତର୍ ତୁମିମଃନ୍ ଜାଣାସ୍ ଜେ, ଗଃଗାଳାର୍ କଃସ୍ଟାର୍ ଗିନେ ମୁୟ୍ଁ ତୁମିମଃନ୍କାର୍ ଚମେ ହଃର୍ତୁ ତର୍ ନିକ କବୁର୍ ପର୍ଚାର୍ କଃରି ରିଲେ । 14 ଆର୍ ତୁମିମଃନ୍କାର୍ କଃଟ୍ହାଳ୍ ହର୍ ମର୍ ଗଃଗାଳାର୍ ଅବୁସ୍ତା ତୁମିମଃନ୍ ଏଳା କଃରା ନାୟ୍ କି ଗିଣ୍ କଃରାନାୟ୍, ମଃତର୍ ତୁମିମଃନ୍ ଇସ୍ୱରାର୍ ଗଟେକ୍ ଦୁତ୍ ହର୍ ଅଃନ୍କାର୍ କି କ୍ରିସ୍ଟ ଜିସୁର୍ ହର୍ ମକେ ଆଗଳା । 15 ତଃବେ ତୁମିମଃନ୍କାର୍ ସେ ସଃର୍ଦା କେଣେ ? କାୟିତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କାର୍ ବାଟ୍ୟା ସାକି ଦେଉଁଲେ, ଜେ ଅଃଉଁହାର୍ଲେକ୍ ତୁମିମଃନ୍ ନିଜାର୍ ଆକି କାଡି ମକେ ଦିଲାସ୍ହୁଣି । 16 ବଃଲେକ୍ ମୁୟ୍ଁ ତୁମିମଃନ୍କେ ସଃତ୍ କୟ୍ଲାକ୍ କି ତୁମିମଃନ୍କାର୍ ସଃତ୍ରୁ ଅୟି ଆଚି ?
17 ସେମଃନ୍ ତୁମିମଃନ୍କାର୍ କଃତାୟ୍ ସଃର୍ଦା ମଃତର୍ ନିକ ଇଚାୟ୍ ନାୟ୍, ଅୟିଲେକ୍ ହେଁ ତୁମିମଃନ୍ ଜଃନ୍କାର୍ ସେମଃନ୍କାର କଃତାୟ୍ ସଃର୍ଦା ଅଃଉଆ ଇତାର୍ ଗିନେ ସେମଃନ୍ ତୁମିମଃନ୍କେ ମର୍ ତଃୟ୍ହୁଣି ଅଃଲ୍ଗା କଃରୁକେ ମଃନ୍କଃରୁଲାୟ୍ । 18 ଅଃବ୍କା ମୁୟ୍ଁ ତୁମିମଃନ୍କାର୍ ସଃଙ୍ଗ୍ ରେତାବଃଳ୍ ନାୟ୍ ମଃତର୍ ସଃବୁବ୍ଳ୍ ନିକ କଃତାୟ୍ ସଃର୍ଦା ଅଃଉତାର୍ ନିକ । 19 ଏ ମର୍ ହିଲାମଃନ୍ ଜଃଡେବଃଳ୍ ହଃତେକ୍ ତୁମିମଃନ୍କାର୍ ତଃୟ୍ କ୍ରିସ୍ଟ ରଃୟ୍ ନଃକେରେ ସେ ହଃତେକ୍ ତୁମିମଃନ୍କାର୍ ଗିନେ ଆରେକ୍ ଗଟ୍ତର୍ ହିଲା ହାଉତା ଦୁକାୟ୍ କଃସ୍ଟ ଅଃଉଁଲି । 20 ମୁୟ୍ଁ ଜଃନ୍କଃରି ଅଃବେ ତୁମିମଃନ୍କାର୍ ଚଃମେ ରଃୟ୍କଃରି ବିନ୍ରଃକମେ କଃତାକୟ୍ ହାର୍ଲେହୁଣି ଇରି ମର୍ ମଃନ୍ କାୟିତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କାର୍ କଃତାୟ୍ ବୁଦି ବାଣା ଅଃଉଁଲେ । ସଃତ୍ କଃରି ମୁୟ୍ଁ ତୁମିମଃନ୍କେ ବେସି ଚିତା ।
21 ମସାର୍ ବିଦି ତଃଳେ ଅଃଉଁକେ ମଃନ୍କଃରୁଲାସ୍ ଜେ, ତୁମିମଃମନ୍ ମକେ କଃଉଆ ତୁମିମଃନ୍ କାୟି ମସାର୍ ବିଦିର୍ କଃତା ନଃସୁଣାସ୍ ? 22 କାୟିତାକ୍ବଃଲେକ୍ ଲେକା ଆଚେ, ଅବ୍ରାହାମାର୍ ଜୁଳେକ୍ ହୟିସି ରିଲାୟ୍, ଗଟେକ୍ ଗତିଦଃଙ୍ଗ୍ଳିର୍ ହୟିସି ଆରେକ୍ ଗଟେକ୍ ବିବା ଅୟ୍ଲା ମାୟ୍ଜିର୍ । 23 ଜେ ଗତିଦଃଙ୍ଗ୍ଳିର୍ ହୟିସି ଗଃଗାଳାର୍ ଜଃଲମେ ଜଃଲମ୍ ଅୟ୍ଲା ମଃତର୍ ଜେ ବିବା ମାୟ୍ଜିର୍ ହୟିସି ସେ ସଃୟ୍ତ୍ ବଃଳେ ଜଃଲମ୍ ଅୟ୍ଲା । 24 ଇ ସଃବୁ କଃତାର୍ ବାବ୍ ଆଚେ, କାୟିତାକ୍ବଃଲେକ୍ ଇ ମାଇଜି ମଃନ୍ ଜଃଳେକ୍ ବିଦି ହର୍ ଗଟେକ୍ ବିଦି ସିନୟ୍ ହଃର୍ବାତେ ହୁଣି ଆୟ୍ଲାର୍, ସେରି ଗତିଦଃଙ୍ଗ୍ଳା ହିଲା ଜଃଲମ୍ଦିଲି, ହାଗାର୍ ସେ ହର୍ । 25 ହାଗାର୍, ଇରି ଆରବ୍ ଦେସେ ସିନୟ୍ ହଃର୍ବାତ୍କେ ବୁଜାୟ୍ଦ୍, ଆରେକ୍ ସେରି ଅଃବେ ଆଚ୍ତା ଜିରୁସାଲମାର୍ ସଃମାନ୍, କାୟିତାକ୍ବଃଲେକ୍ ଇରି ଅଃହ୍ଣାର୍ ହିଲାମଃନ୍କାର୍ ସଃଙ୍ଗ୍ ଗତିଦଃଙ୍ଗ୍ଳା ତଃଳେ ରଃୟ୍ ଆଚେ । 26 ମଃତର୍ ସଃର୍ଗାର୍ ଜିରୁସାଲମ୍ ମୁକୁଳ୍ଲାର୍, ସେ ଅଃମିମଃନାର୍ ଆୟା । 27 ଜଃନ୍ ସାସ୍ତରେ ଲେକା ଆଚେ,
"ଏଗା ବାଞ୍ଜି ଇନ୍ମାନାର୍ ସଃର୍ଦା କଃର୍ !
ଏଗା ହିଲାହାଉତା ଦୁକା ନଃରିଲା ବଃଳ୍ ଉଲ୍ଗାଟ୍ ଅୟି କଃଉ,
କାୟିତାକ୍ବଃଲେକ୍ ଅଃଣ୍ଡ୍ରା ରିଲା ମାୟ୍ଜିର୍ ହିଲା ତଃୟ୍ ହୁଣି ହୟିସି ଉବାସି ନୟ୍ଲା ହିଲାମଃନ୍ ଅଃଦିକ୍ ଅଃଉତି ।"
28 ଏ ବାୟ୍ବେଣିମଃନ୍ ତୁମିମଃନ୍ ଇସାକ୍ ହର୍ ଇସ୍ୱର୍ ସଃୟ୍ତାର୍ ହିଲାମଃନ୍ । 29 ମଃତର୍ ଗଃଗାଳାର୍ ଜଃଲମେ ଜେ ସେ ଜଃନ୍କଃରି ସଃଡେବଃଳ୍ ଆତ୍ମାର୍ ସଃୟ୍ତ୍ ହଃର୍କାରେ ଜଃଲମ୍ ଅୟ୍ଲା ତାକେ ଆର୍ଲା କଃର୍ତିରିଲା, ସେନ୍ ଅଃବେ ହେଁ ଗଃଟୁଲି । 30 ମଃତର୍ ସାସ୍ତର୍ କାୟିରି କଃଉଁଲି ? ଗତି ମାୟ୍ଜି ଆର୍ ତାର୍ ହୟ୍ସିକ୍ ବାର୍କଃରା, କାୟିତାକ୍ବଃଲେକ୍ ଗତିମାୟ୍ଜିର୍ ହୟିସି ବିବା ମାୟ୍ଜିର୍ ହୟ୍ସିର୍ ସଃଙ୍ଗ୍ ହଃଚେ ଅଃଦିକାରି ନଃୟ୍ । 31 ବଃଲେକ୍ ବାୟ୍ମଃନ୍ ଅଃମିମଃନ୍ ଗତି ମାୟ୍ଜିର୍ ହୟିସି ନାୟ୍ ମଃତର୍ ବିବା ମାୟ୍ଜିର୍ ହୟିସି ଜିସି ମଃନ୍ ।