13 ଆରେକ୍ କେଏ କଃଉଁ ହାରେ, "କାଦି ହେଟାର୍ଗିନେ, ଆର୍ ହେଟ୍ କାଦିର୍ ଗିନେ; ମଃତର୍ ଇସ୍ୱର୍ ଜଳେକ୍କେ ହେଁ ନସ୍ଟ୍ କଃରେଦ୍ ।" ଗଃଗାଳ୍ ବେସୁଆ କାମ୍ ଗିନେ ନାୟ୍, ମଃତର୍ ମାପୁରାର୍ ସେବାର୍ ଗିନେ, ଆର୍ ମାପୁର୍ ଗଃଗାଳାର୍ ଗିନେ ସଃବୁ ଜାଗାୟ୍ଦ୍ । 14 ଇସ୍ୱର୍ ଜିସୁ ମାପୁର୍କେ ମଃର୍ନେହୁଣି ଉଟାୟ୍ଲା, ଆରେକ୍ ନିଜାର୍ ସଃକ୍ତିଏ ଅଃମିମଃନ୍କେ ହେଁ ଉଟାୟିଦ୍ ।
Publicidade
Publicidade