1 ଏ ମର୍ ବାୟ୍ବେଣିମଃନ୍, ଅଃମିମଃନ୍ ଜଃଜ୍ମାନାର୍ ମାପୁର୍ ଜିସୁ କ୍ରିସ୍ଟ ତଃୟ୍ ବିସ୍ୱାସ୍ କଃରି ରିଲାକେ ମାନାୟ୍ମଃନାର୍ ମୁକ୍ମେଟ୍ ବିଚାର୍ କଃରାନାୟ୍ । 2 କାୟିତାକ୍ବଃଲେକ୍ ଜଦି ସନାର୍ ହାଜେର୍ ଆର୍ ବୁତେକ୍ ମଲାର୍ ବଃସ୍ତର୍ ହିନ୍ଦିକଃରି କୁୟି ଲକ୍ ତୁମାର୍ କୁଟୁମେ ଆସେଦ୍, ଆରେକ୍ ଗଟେକ୍ ଅଃର୍କିତ୍ ଲକ୍ ମେଳି ବଃସ୍ତର୍ ହିନ୍ଦିକଃରି ଆସେଦ୍, 3 ଆର୍, ତୁମିମଃନ୍ ବୁତେକ୍ ମଲାର୍ ବଃସ୍ତର୍ ହିନ୍ଦିରିଲା ଲକ୍କେ ମାନ୍ତି କଃରି କଃଉଆସ୍, "ଆଉ ଇତି ନିକ ଟାଣେ ବଃସ୍ ।" ଆର୍ ଅଃର୍କିତ୍ ଲକ୍କେ କଃଉଆସ୍, "ସେତି ଟିଆ ଅଃଉ ।" ନୟ୍ଲେକ୍ "ତଃଳେ ବଃସ୍ ।" 4 ତଃନ୍ଅୟ୍ଲେକ୍ ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ ସାନ୍ ବଃଡ୍ ବାବି ଉଲ୍ଟା କାମ୍ ଆର୍ କଃରାପ୍ ବାବେ ବିଚାର୍ କଃରୁଲାସ୍ ।
5 ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ସୁଣା, ଇସ୍ୱର୍ କାୟି ଇ ଜଃଗତାର୍ ଅଃର୍କିତ୍ମଃନ୍କେ ବିସ୍ୱାସାର୍ ଦଃନେ ମାଜନ୍ ଅଃଉଁକେ ବାଚି ନଃକେରେ କି ? ଆରେକ୍ ଅଃହ୍ଣାର୍ ଲାଡ୍କାରିମଃନ୍କେ ଜୁୟି ରାଇଜ୍ ଦଃୟ୍ଦ୍ ତାର୍ ଅଃଦିକାରି ଅଃଉଁକେ ଜଃବାଉ ନଃଦେୟ୍ କି ? 6 ମଃତର୍ ତୁମିମଃନ୍ ଅଃର୍କିତ୍ମଃନ୍କେ ମାନ୍ତି ନଃକେରୁଲାସ୍ । ମାଜନ୍ମଃନ୍ ତୁମିମଃନ୍କେ ଆର୍ଲା ନଃକେରୁଲାୟ୍ ଆର୍ ତୁମିମଃନ୍କେ ବିଚାର୍ କଃର୍ତା ଟାଣେ ଜିକି ନଃନେଉଁଲାୟ୍ କି ? 7 ଜୁୟି ଜିସୁକ୍ରିସ୍ଟର୍ ନାଉଁଏ ତୁମିମଃନ୍ ଡାକ୍ ହୁଟି ଆଚାସ୍, ସେମଃନ୍ କାୟି ସେ ନାଉଁକେ ଲିନ୍ଦା ନଃକେରୁଲାୟ୍ ?
8 "ତୁମିମଃନ୍ ଅଃହ୍ଣାର୍ ହାକିହଃଳ୍ସାକେ ଅଃହ୍ଣାର୍ ହର୍ ଲାଡ୍ କଃରା," ଦଃର୍ମ୍ ସାସ୍ତରାର୍ ଇ ଇସ୍ୱର୍ ରାଇଜାର୍ ବିଦିକ୍ ଜଦି ସଃତ୍କଃରି ମାନୁଲାସ୍, ତଃବେ ବଃଲ୍ କଃରୁଲାସ୍ । 9 ମଃତର୍ ଜଦି ମାନାୟ୍ର୍ ମୁକ୍ମେଟ୍ ଦଃକି ବିଚାର୍ କଃରାସ୍, ତଃବେ ହାହ୍ କଃରୁଲାସ୍, ଆରେକ୍, ମସାର୍ ବିଦି ହଃର୍କାରେ ଦସି ବଃଲି ଜାଣା ହଃଳୁଲାସ୍ । 10 କାୟିତାକ୍ବଃଲେକ୍ ଜୁୟ୍ଲକ୍ ସଃବୁ ବିଦି ମାନେଦ୍, ମଃତର୍ ଗଟେକ୍ ବିଦି ତଃୟ୍ଁ ଜଟ୍ୟାୟ୍ ଅୟ୍ଦ୍ ତଃବେ ସେ ସଃବୁ ବିଦି ନଃମାନ୍ତା ଦସେ ଡଃଣ୍ଡ୍ ହାୟ୍ଦ୍ । 11 ବଃଲେକ୍ ଜୁୟି ଇସ୍ୱର୍ ଦାରିକାମ୍ କଃରା ନାୟ୍ ବଃଲି କୟ୍ରିଲା, ସେ ହେଁ ନଃର୍ ଅଃତ୍ୟା କଃରାନାୟ୍ ବଃଲି କୟ୍ରିଲା, ତଃବେ ତୁମି ଜଦି ଦାରିକାମ୍ ନଃକେରି ନଃର୍ ଅଃତ୍ୟା, କଃରାସ୍ ତଃବେ ତୁମି ବିଦି ନଃମାନ୍ତା ଲକ୍ ଅୟି ଆଚାସ୍ । 12 ଜୁୟି ମୁକ୍ତି ସାଦୁନ୍ କାରି ମସାର୍ ବିଦି ଦଃୟି ଜେ ତୁମିମଃନ୍ ବିଚାର୍ କଃରାୟ୍ ଅଃଉଆସ୍, ଇରି ଜାଣି ସେବାନ୍ୟା କଃତା କଃଉଆ ଆର୍ କାମ୍ କଃରା । 13 କାୟିତାକ୍ବଃଲେକ୍ ଜୁୟ୍ମଃନ୍ ବିନ୍ ଲକେ ଦଃୟା ନଃକେର୍ତି, ଇସ୍ୱର୍ ସେମଃନ୍କେ ଦଃୟା ନଃକେରେ ମଃତର୍ ଜୁୟ୍ମଃନ୍ ବିନ୍ଲକେ ଦଃୟା ଦଃକାୟ୍ ଆଚ୍ତି ବିଚାର୍ ବଃଳ୍ ଇସ୍ୱର୍ ସେମଃନ୍କେ ଦଃୟା କଃରେଦ୍ ।
14 ଏ ମର୍ ବାୟ୍ବେଣିମଃନ୍, ଜଦି କେଏ ମର୍ ବିସ୍ୱାସ୍ ଆଚେ ବଃଲି କୟ୍ଦ୍, ମଃତର୍ ତାର୍ କାମ୍ ନଃରେୟ୍, ତଃବେ ତାର୍ କଃତାର୍ କାୟି ଲାବ୍ ? ଇବାନ୍ୟା ବିସ୍ୱାସ୍ କାୟି ତାକ୍ ମୁକ୍ତି କଃରୁ ହାରେ ? 15 ଜଦି ଗଟେକ୍ ବାୟ୍ କି ବେଣିର୍ ବଃସ୍ତର୍ କି ହଃତି ଦିନାର୍ ହଃଳିବାତ୍ୟା ନଃରେୟ୍, 16 ଆର୍ ତୁମିମଃନାର୍ ବିତ୍ରେ କେଏ ତାର୍ ଗଃଗାଳାର୍ ଗିନେ ଲଳାରିଲା କାୟିରି ହେଁ ନଃଦେୟ୍ କୟ୍ଦ୍, "ଇସ୍ୱର୍ ତକେ ଆସିର୍ବାଦ୍ କଃର, ସୁସ୍ତା ଆର୍ ମଃନ୍ହୁର୍ତି ଅୟି ସଃର୍ଦାୟ୍ ଜାଆ !" ତଃବେ ସେତିର୍ କାୟି ଲାବ୍ ? 17 ବିସ୍ୱାସ୍ ହେଁ ସେରଃକମ୍, କାମ୍ ନୟ୍ଲା ବିସ୍ୱାସ୍ ନିଜେ ମଃଲାର୍ ।
18 ମଃତର୍ କେଅଲେ କୟ୍ଦ୍, "ଗଟ୍ଲକାର୍ ବିସ୍ୱାସ୍ ଆଚେ, ଆରେକ୍ ଗଟ୍ଲକାର୍ କାମ୍ ଆଚେ" ମଃତର୍ ମୁୟ୍ଁ କୟ୍ଦ୍, "କାମ୍ ନଃକେରି ତର୍ ବିସ୍ୱାସ୍ ମକ୍ ଦଃକାଉ, ଆର୍ ମୁଁୟ୍ କାମ୍ କଃରି ତୁମିକେ ମର୍ ବିସ୍ୱାସ୍ ଦଃକାୟ୍ନ୍ଦ୍ ।" 19 ଇସ୍ୱର୍ ଜେ ଗଟେକ୍, ଇରି ତୁମି ବିସ୍ୱାସ୍ କଃରୁଲାସ୍, ବଃଲ୍ କଃତା । ବୁତ୍ମଃନ୍ ହେଁ ବିସ୍ୱାସ୍ କଃରି ଡିରିକଃରି ତଃର୍ହଃର୍ ଅଃଉଁଲାୟ୍ । 20 ମଃତର୍ ଏ ନିର୍ବୁଦିଆ ମାନାୟ୍, କାମ୍ ନୟ୍ଲା ବିସ୍ୱାସ୍ ଜେ ହଲ୍ୟା, ଇରି କାୟି ଜାଣୁକ୍ ମଃନ୍ ନଃକେରୁଲିସ୍ ? 21 ଅଃମିମଃନାର୍ ଉବା ଅବ୍ରାହାମ୍ ବେଦି ଉହ୍ରେ ଅଃହ୍ଣାର୍ ହୟିସି ଇସାକ୍କେ ହୁଜା କଃର୍ତା ବଃଳ୍ କାୟି କାମ୍ ତଃୟ୍ ଇସ୍ୱରାର୍ ତଃୟ୍ ଦଃର୍ମି ଗଃଣ୍ତି ଅୟ୍ନଃରିଲା ? 22 ତୁମି ଦଃକୁଲାସ୍ ଜେ, ବିସ୍ୱାସ୍ ତାର୍ କାମାର୍ ସଃଙ୍ଗେ ରିଲି, ଆର୍ କାମାର୍ ଗିନେ ବିସ୍ୱାସ୍ ହୁର୍ନ୍ ଅୟ୍ଲି । 23 ସେତାକ୍ ସାସ୍ତରାର୍ ଇ କଃତା ହୁରୁଣ୍ ଅୟ୍ଲି, "ଅବ୍ରାହାମ୍ ଇସ୍ୱର୍ ତଃୟ୍ ବିସ୍ୱାସ୍ କଃଲା, ଆର୍ ତାର୍ ବିସ୍ୱାସ୍ ଗିନେ ଇସ୍ୱର୍ ତଃୟ୍ ସେରି ଦଃର୍ମି ବଃଲି ଗଃଣିତା ଅୟ୍ଲା;" ଆରେକ୍ ସେ ଇସ୍ୱରାର୍ ମିତ୍ର ବଃଲି ଡାକେହୁଟ୍ଲା । 24 ଅଃବ୍କା ବିସ୍ୱାସ୍ କଃଲେକ୍ ମାନାୟ୍ ଦଃର୍ମି ବଃଲି ଗଃଣିତା ନଃହୟ୍, ମଃତର୍ କାମ୍ ତଃୟ୍ ଜେ ଦଃର୍ମି ବଃଲି ଗଃଣିତା ଅୟ୍ଦ୍, ଇରି ତୁମିମଃନ୍ ଦଃକୁଲାସ୍ ।
25 ସେରଃକମ୍ ରାହବ୍ ବେସୁଆଣି ହେଁ ଇସ୍ରାଏଲ୍ ଦେସାର୍ ସର୍କାରିଆମଃନ୍କେ ଗଃରେ ଜଃଗା ଦଃୟି ଆର୍ ବିନ୍ ବାଟ୍ ଦଃୟି ସେମଃନ୍କେ ହଃଟାୟ୍ଲାକେ କାୟି କାମ୍ ତଃୟ୍ ଦଃର୍ମି ବଃଲି ଗଃଣିତା ନୟ୍ଲି ?
26 କାୟିତାକ୍ବଃଲେକ୍ ଆତ୍ମା ନୟ୍ଲେକ୍ ଗଃଗାଳ୍ ଜେ ମଃଲାର୍, ସେରଃକମ୍ କାମ୍ ନୟ୍ଲା ବିସ୍ୱାସ୍ ହେଁ ମଃଲାର୍ ।