10 ମଃତର୍ ବିବା ଅୟ୍ଲାର୍ ମଃନ୍କେ ମୁଁୟ୍ ଜଃବର୍ କଃଉଁଲେ, ମୁୟ୍ଁ ନୟ୍ ମଃତର୍ ମାପୁର୍ କଃଉଁଲା ମାୟ୍ଜି ନିଜାର୍ ଅଣ୍ଡ୍ରାତଃୟ୍ ହୁଣି ବିନେ ନଃଉଅ 11 ମଃତର୍ ଜଦି ସେ ବିନ୍ ଅୟ୍ଦ୍, ତଃବେ ସେ ଆରେକ୍ ବିବା ନଃକେର, ଆର୍ ନିଜାର୍ ଅଣ୍ଡ୍ରାସଃଙ୍ଗ୍ ମିସ ଆର୍ ଅଃଣ୍ଡ୍ରା ନିଜାର୍ ମାୟ୍ଜିକେ ନଃଚାଡ ।
12 ମଃତର୍ ବିନ୍ ସଃବ୍କେ କଃଉଁଲେ, ମାପୁର୍ ନଃକୟ୍, ଜଦି କୁୟି ବିସ୍ୱାସି ବାୟ୍ର୍ ବିସ୍ୱାସ୍ ନକେର୍ତା ମାୟ୍ଜି ରଃୟ୍ଦ୍, ଆର୍ ସେ ମାୟ୍ଜି ତାର୍ ସଃଙ୍ଗ୍ ରେଉଁକେ ମଃନ୍କଃରେଦ୍, ତଃବେ ସେ ତାକେ ନଃଚାଡ ।